STORYMIRROR

Lunar Das

Tragedy Others

3  

Lunar Das

Tragedy Others

ପ୍ରହେଳିକା

ପ୍ରହେଳିକା

7 mins
176


ରିମା ଗୋଟିଏ ମଧ୍ୟବିତ୍ତ ପରିବାର ର ଝିଅ ଟିଏ ଥିଲା।ଖୁବ ଭଲ ପାଠ ପଢୁଥିଲା। ଭଲ ନାଚୁଥିଲା , ଗୀତଗାଉ ଥିଲା।ତା'ର ଇଛା ଥିଲା ସେ ବଡ଼ ହେଲେ ଜଣେ ସେଲିବ୍ରିଟି ହେବକିନ୍ତୁ କାହା ସହ ବେଶିଦିନ ବନ୍ଧୁତା କରି ପାରୁ ନଥିଲା କାରଣ

ତା'ର ପିତା ଜଣେ ଛୋଟ ପ୍ରାଇଭେଟ ଫାଇନାନ୍ସ କମ୍ପାନୀ ରଜଣେ କର୍ମଚାରୀ ଥିଲେ। ବାରମ୍ବାର ତାଙ୍କୁ ସ୍ଥାନ ପରିବର୍ତ୍ତନକରିବାକୁ ପଡୁଥିଲା। ଖୁବ କମ୍ ଦରମା ଯୋଗୁ ଘର ଚଲେଇବାବଡ଼ ମୁସ୍କିଲ ଥିଲା। ରିମା ଆଉ ଦୁଇ ସାନ ଭାଇ ମଧ୍ୟ ଥିଲେ।

ବାରମ୍ବାର ରିମା ର ସ୍କୁଲ ମଧ୍ୟ ପରିବର୍ତ୍ତନ ହେଉଥିଲା ଯାହା ଫଳରେସେ କାହା ସହ ବେଶିଦିନ ମିଶି ପାରୁ ନଥିଲା। 


ରିମା ପିତା ଙ୍କର ଇଚ୍ଛାଥିଲା ରିମା ପ୍ଲସ୍ ଟୁ ପାସ୍ କରିବା ପରେତାକୁ ଯେ କୌଣସି ଲୋକ ସହ ବାହା କରାଇ ଦାୟିତ୍ୱ ରୁ ମୁକ୍ତିପାଇବେ କିନ୍ତୁ ରିମା ର ଇଛା ଥିଲା ବଡ଼ ଉଦେଶ୍ୟ, ସେ ଫିଲ୍ମ

ବହୁତ ଦେଖୁଥିଲା ସେଥିପାଇଁ ସେଲିବ୍ରିଟି ହେବାକୁ ଚାହୁଁଥିଲା।ସିନେମାର ରଙ୍ଗୀନ ଦୁନିଆ ତାକୁ ଆକର୍ଷିତ କରୁଥିଲା।ସେ ନିଜ କୁ ସୁନ୍ଦର ଓ ଫିଟ୍ ନେସ ରଖିବା ପାଇଁ ପ୍ରୟାସ ମଧ୍ୟଜାରି ରଖିଥିଲା।


ରିମା ଦିନ କୁ ଦିନ ଯେତେ ବଡ଼ ହେଉଥିଲା। ଘରର ପରିସ୍ଥିତି ଯୋଗୁଆଶା ମାନେ ତା' ମନରେ ଦବି ଦବି ରହିଯାଉଥଲେ। ସେ ଚାହୁଁଥିଲା

ପାଠ ପଢ଼ା ପାଇଁ କେଉଁ ହଷ୍ଟେଲ ରହିବ ଏବଂ ତା' ସ୍ୱପ୍ନ ସବୁ ପୂରଣକରିବ କିନ୍ତୁ ସେ ଯେତେବେଳେ ତା' ନିଜ କଥା ଘରେ କହୁଥିଲା,ତା' ପିତା ମାତା ତାକୁ ଖୁବ ବିରକ୍ତ ହେଉ ଥିଲେ। ତାକୁ ଘରୁ ଗୋଡ଼

କାଢ଼ିବାକୁ ପର୍ ମିଶନ ଦେଉ ନଥିଲେ ଯାହା ଫଳରେ ତା' ମନନିଜ ଭିତରେ ବିଦ୍ରୋହ କରି କରି ଶାନ୍ତ ହୋଇ ରହି ଯାଉଥିଲା।ସେ କାହା ସହ ମିଶୁ ନଥିଲା । ସବୁବେଳେ ଦୁଃଖୀ ଏବଂ ଗୁମ୍ ସୁମ୍

ହୋଇ ବସୁଥିଲା।ପିତା ଙ୍କର ଆର୍ଥିକ ଆୟ ଏତେ ନଥିବା ଯୋଗୁ ସେ ରିମା ର ଇଚ୍ଛାପ୍ରତି ଗୁରୁତ୍ୱ ଦେଉନଥିଲେ। ସେ ଭାବୁଥିଲେ ରିମା ର ଅଠର ବର୍ଷ ହୋଇ ଗଲେ ତାକୁ ବାହା କରିଦେଇ ଦାୟିତ୍ୱ ରୁ ମୁକ୍ତି ପାଇଯିବେ।


ରିମା କିନ୍ତୁ ବିବାହ କରିବାକୁ ଚାହୁଁ ନଥିଲା। ମନ ଦୁଃଖରେ ବସୁଥିଲାଓ କାହା ସହ ମିଶୁ ନଥିଲା। ତା'ର କେହି ସାଙ୍ଗ ନଥିଲେ କିନ୍ତୁ ସେ

ଯେତେବେଳେ ସ୍କୁଲ ଯାଉଥିଲା ସମସ୍ତ ଙ୍କ ସହ ଖୁବ ଖୁସିରେହସୁଥିଲା । ତାକୁ ସମସ୍ତେ ଖୁବ ଭଲ ପାଉଥିଲେ। କେହି ତା' ମନ ରଯନ୍ତ୍ରଣା କୁ ବୁଝି ପାରୁ ନଥିଲେ। ତାଙ୍କ ଘରକୁ ଯେଉଁ ଖବର କାଗଜ

ଆସୁଥିଲା ସେଥିରୁ ଏଡ୍ ଭୋଟାଇଜ୍ ସବୁ ପଢ଼ି ତାକୁ କଇଁଚି ରେକାଟି ରଖୁଥିଲା ଏବଂ ଘରୁ ବାହାରିବାର ସୁଯୋଗ ଖୋଜୁଥିଲା।

ତା'ର ବୟସ ଯେତେ ବଢ଼ୁଥିଲା ସେ ସେତିକି ବିବ୍ରତ ହୋଇ ପଡ଼ୁଥିଲାକାରଣ ସେ ଜାଣିଥିଲା ଅଠର ବର୍ଷ ହେଲେ ତାକୁ ବିବାହ କରିବାକୁ

ପଡ଼ିବ ସେଥିପାଇଁ ସେ ଅଠର ବର୍ଷ ହେବା ପୂର୍ବରୁ ଘରୁ ଲୁଚିକିପଳାଇଗଲା ଏବଂ ବମ୍ବେ ଯାଉଥିବା ଟ୍ରେନ ରେ ଯାଇ ବସି ପଡ଼ିଲା।ପାଖରେ ଅଳ୍ପ କିଛି ଟଙ୍କା ଥାଏ ଆଉ ଦୁଇହଲ ଡ୍ରେସ ।


ତା'ର ଧାରଣା ବି ନଥିଲା ସେ ଏତେ ବଡ଼ ସହର ରେ କୁଆଡ଼େରହିବ ଆଉ କେଉଁଠି ଓହ୍ଲାଇବ। ପାଖରେ ଟ୍ରେନ୍ ଟିକଟ ନଥିବାରୁଟ୍ରେନ ବଗି ର ବାଥରୁମ ପାଖ ସ୍ଥାନ ରେ ତଳେ ବସି ବମ୍ବେ କୁ

ଯାତ୍ରା କରିଥିଲା। ଟ୍ରେନ ଯେତେବେଳେ ଯାଇ ବମ୍ବେ ରେ ପହଁଚିଲା।ସେଠାରେ ସବୁ ଲୋକ ଟ୍ରେନ ରୁ ଓହ୍ଲାଇ ପଡ଼ିଲେ। ସେ ମଧ୍ୟ

ଓହ୍ଲାଇ କୁଆଡ଼େ ଯିବ ବୁଝି ପାରୁନଥାଏ। ଏକୁଟିଆ ଲୁଗା ବ୍ୟାଗ କୁଛାତିରେ ଜାକି ରାସ୍ତାରେ ଚାଲିଥାଏ।


ଲୋକ ମାନଙ୍କ ଗହଳି ଯେଉଁ ଆଡ଼େ ବଢୁଥାଏ ସେ ସେଇ ଗହଳିକୁ ଅନୁସରଣ କରି ସେଇ ଆଡ଼େ ଚାଲୁଥାଏ। ଅନେକ ଦୂର ଚାଲିଗଲା ପରେ ଦେଖିଲା ରାସ୍ତା ସାଇଡ୍ ରେ ଫୁଟ୍ ପାଥ୍ ଟେ ଅଛି।ସେଇଠିଅନେକ ବାସ ହୀନ ଲୋକ ଆଶ୍ରୟ ନେଇଛନ୍ତି। ସେ ସେଇଠି ରହିକାମ ଖୋଜିବ ବୋଲି ଭାବି ସ୍ଥିର କଲା। ପାଖରେ ଯେତିକି ଟଙ୍କା

ଥିଲା ଦୁଇ ଦିନ ପାଇଁ ଚଳି ଯିବ ବୋଲି ସେ ଜାଣି ଥିଲା। ତା' ପରେ ଯେ କ'ଣ ପୁଣି କରିବ ଏଇଆ ଭାବି ପାଖରେ ଥିବାଛୋଟ ଛୋଟ ହୋଟେଲ ଗୁଡ଼ିକ ରେ କାମ ଖୋଜିଲା।

ଭାଗ୍ୟକୁ ଗୋଟେ ହୋଟେଲ ରେ ତାକୁ ଉଏଟର୍ କାମ ଟେ ମିଳିଗଲା।ସେ ହୋଟେଲ ରେ ରହିବାର ବ୍ୟବସ୍ଥା ମଧ୍ୟ ଥିଲା।ଯେହେତୁପାଠ ପଢ଼ିଥିଲା ତେଣୁ ସେ ହୋଟେଲ କୁ ଆସୁଥିବା ଗ୍ରାହକ

ମାନଙ୍କ ସହ ଖୁବ ଭଲ ରେ ମିଶି ପାରୁଥିଲା। ତା'ର ଭଲ ବ୍ୟବହାରପାଇଁ ଗ୍ରାହକ ସଂଖ୍ୟା ମଧ୍ୟ ବଢ଼ୁଥିଲେ। ସେଥିପାଇଁ ହୋଟେଲ ରମାଲିକ ତା'ର ଦରମା ବଢ଼ାଇ ଦେଇଥିଲା। ସେ ହୋଟେଲ ରେ

ରହି ନିଜ ପାଇଁ କିଛି ଟଙ୍କା ଜମେଇ ପାରିଲା।

ହୋଟେଲ କୁ ଆସୁଥିବା ଲୋକ ମାନଙ୍କୁ ନିରୀକ୍ଷଣ କରି ନିଜରସ୍ୱପ୍ନ କେମିତି ସାକାର କରିବ ସେ ସେଇ ଚିନ୍ତା ରେ ଥିଲା।


ଦିନେ ସେ ହୋଟେଲ କୁ ଦାମିକା କାର୍ ରେ ଚାରିଜଣ ଲୋକ ଆସିପହଁଚିଲେ। ରିମା ସେମାନ ଙ୍କୁ ଦେଖି ଜାଣି ପାରିଲା ଏମାନେ ବହୁତ

ପଇସା ଵାଲା ଲୋକ ହୋଇଥିବେ। ରିମା ଯେହେତୁ ୱେଟର୍ ଥିଲାସେ ସେମାନଙ୍କ ଖାଇବା କଥା ଖୁବ ଭଲରେ ବୁଝିଲା। ସେମାନ ଙ୍କ

କଥା ବାର୍ତ୍ତା ରୁ ରିମା ଜାଣି ପାରିଲା ଏମାନଙ୍କର ଫିଲ୍ମ ଦୁନିଆ ସହଚିହ୍ନା ଜଣା ଅଛି। ସେମାନେ ଯେତେବେଳେ ଯିବାକୁ ବାହାରିଲେ

ଏବଂ ରିମା କୁ ଟିପ୍ପ ଦେଲେ ରିମା ନେବାକୁ ରାଜି ହେଲା ନାହିଁତା ବଦଳରେ ନିଜ ସ୍ୱପ୍ନ କଥା ସେମାନ୍ ଙ୍କୁ ଜଣେଇଲା।ସେମାନେ ହଁ ତୋ କଥା ବୁଝିବା କହି ସେଠାରୁ ଚାଲି ଯାଇଥିଲେ।

ସେମାନେ ଗଲାପରେ ରିମା ଖୁବ ଦୁଃଖୀ ହୋଇ ଯାଇଥିଲା।ସେ ଭାବୁଥିଲା ତା' ଜୀବନ ଟା ଏମିତି ୱେଟର ହୋଇ କଟିଯିବ ବୋଧେ ଆଉ ଜୀବନ ରେ ସେ କିଛି କରି ପାରିବ ନାହିଁ।ସେହି ହୋଟେଲ ରେ ତା'ର ପାଞ୍ଚ ବର୍ଷ ବିତି ଯାଇଥିଲା।


ଦିନେ ସେଇ ଚାରିଜଣ ଙ୍କ ମଧ୍ୟ ରୁ ଜଣେ ଆସି ତାକୁ ଆଶା ଟିଏ ଦେଲା ଏବଂ କହିଲା ଏକ୍ଟିଂ ଶିଖିବା ପରେ ଯାଇ ତାକୁ କାମ ମିଳିବ

ତେଣୁ ତାକୁ ଏଇ ହୋଟେଲ କୁ ଛାଡ଼ି ତା' ସହ ରହିବାକୁ ପଡ଼ିବ।ରିମା ଯେହେତୁ ୟଙ୍ଗ ଝିଅଟେ ଥିଲା ସେଥିପାଇଁ ସେ ଲୋକ ରକଥାରେ ସହଜେ ରାଜି ହୋଇ ପାରିଲା ନାହିଁ କିନ୍ତୁ ସେ ବହୁତ

ସାହସୀ ଝିଅ ଟେ ଥିଲା ସେଥିପାଇଁ ରିସ୍କ ନେବାକୁ ରାଜି ହୋଇଗଲା।କିଛି ଦିନ ସେ ଲୋକ ସହ ରହିବା ପରେ ଜାଣିଲା ଯେ ସେ ଲୋକ ଟା

ଖୁବ୍ ଭଲ ତାକୁ ଏକ୍ଟିଂ ସ୍କୁଲ କୁ ନେବା ଆଣିବା କରିବା ସହ ରିମା ରସବୁ କଥା ବୁଝୁ ଥିଲା। ରିମା ଶେଷରେ ତାକୁ ବହୁତ ଭରସା କରି ଯାଇଥିଲା। ରିମା ଖୁବ ଖୁସି ଥିଲା ଯେ ତା'ର ସ୍ୱପ୍ନ ଧୀରେ ଧୀରେପୂରଣ ହେବାକୁ ଯାଉଛି। 


ସେ ଲୋକ ଟା ର ବୟସ ପାଖାପାଖି ପଇଁ ଚାଳିଶ ବର୍ଷ ର ଥିଲା।ତା'ର ପ୍ରଥମ ପତ୍ନୀ ସହ ଡାଇଭର୍ସ ହୋଇ ସାରିଥିଲା। ରିମା ସହବେଶି ମିଶା ମିଶି କରିବା ପରେ ତା'ର ରିମା ପ୍ରତି ଦୁର୍ବଳତା ଆସି

ଯାଇଥିଲା। ସେ ଦିନେ ରିମା କୁ ତା' ମନ କଥା କହିଦେଲା ରୁରିମା ଆଉ ତା' ସହ ରହିବାକୁ ରାଜି ହେଲା ନାହିଁ।ରିମା ତା' ଘର ଛାଡ଼ି ଅନ୍ୟ ଘର ଟେ ନେଲା କିନ୍ତୁ ସେ ଲୋକସୀମା କୁ ସେ ଏକ୍ଟିଂ ଟ୍ରେନିଂ ସେଣ୍ଟର ରୁ ବାହାର କରିଦେଲା।ରିମା ର ସ୍ୱପ୍ନ ପୁଣି ଥରେ ଭାଙ୍ଗିଗଲା। ସେ ଦିନେ ରାତ୍ରିରେ ଗୁମ୍ ସୁମ ହୋଇ ବସିଥାଏ। ରାତି ପ୍ରାୟ ବାର ଟା ବାଜି ଥାଏ।ରିମା ଫୋନ କୁ ରିଂ ଆସିଲା। ରିମା ଯେତେବେଳେ କଲ୍ ଉଠାଇଲାଫୋନ ର ଆରପଟୁ କିଛି ଉତ୍ତର ଶୁଭୁ ନଥିଲା ଖାଲି ନିଶ୍ୱାସ ର ସଁ ସଁ ଶବ୍ଦ ଶୁଭୁଥିଲା। ରିମା ଟିକେ ଡରିଗଲା ଏବଂ ଫୋନ୍ ରଖିଦେଲା। ତା' ପର ଦିନ ଠିକ୍ ସେଇ ବାର ଟା ରେ ପୁଣିରିଂ ଆସିଲା ସେ ଦିନ ମଧ୍ୟ ସେଇ ସଁ ସଁ ନିଶ୍ୱାସ ର ଶବ୍ଦ।ଏମିତି ଚାରି ପାଞ୍ଚ ଥର ଆସିଲାରୁ ରିମା ଖୁବ ଡରି ଯାଇଥିଲା

ଏବଂ ସେ ପୋଲିସ ର ସାହାଯ୍ୟ ଲୋଡ଼ିଲା।

ପୋଲିସ ରିମା ଘରକୁ ଆସି ଛାନ୍ ବିନ୍ କରି ଫେରିଗଲାକିନ୍ତୁ କିଛି ମଧ୍ୟ ପ୍ରମାଣ ପାଇଲା ନାହିଁ।


ପୁଣି ରିମା ର ଟେନ୍ ସନ୍ ଦିନକୁ ଦିନ ବଢ଼ି ଯାଉଥିଲା।ସେ ଭୟ ,ଚିନ୍ତା ଆଉ ଡିପ୍ରେସନ ରେ ବହୁତ ରୋଗଣା ହୋଇଯାଉଥିଲା। ଦିନେ ଦିନେ ରିମା ଘରେ ପଥର ପଡ଼ିବା ଆରମ୍ଭ ହୋଇଗଲା। ରିମା ପୁଣି ଯାଇ ପୋଲିସ ଥାନା ରେ କମ୍ପ୍ଲେନ କଲାକିନ୍ତୁ ଏଥର ପୋଲିସ ଆଉ ଶୁଣିଲା ନାହିଁ। ପୋଲିସ କୁ ଲାଗୁଥିଲାଯେ ରିମା ଡ୍ରାମା କରୁଛି। ମିଛରେ ସେମାନଙ୍କ ସମୟ ନଷ୍ଟକରୁଛି। ସୀମା ଦିନେ ବାହାରକୁ ମାର୍କେଟ ପାଇଁ ଯାଇଥାଏ।

ଘର କୁ ଫେରି ଦେଖିଲା କବାଟ ଖୋଲା ଅଛି ଆଉ ଘର ଭିତରେନିଆଁ ଲାଗି ଯାଇଛି। ସୀମା ବହୁତ କଷ୍ଟ ରେ ନିଆଁ ଲିଭେଇଲା କିନ୍ତୁ ସେ ବୁଝି ପାରୁନଥିଲା ଘର କିଏ କବାଟ ଖୋଲିଲା ଆଉ

ନିଆଁ କେମିତି ଲାଗିଲା।ଦିନେ ପୁଣି ରାତିରେ ଆଉ ଥରେ ଫୋନ ରେ କଲ୍ ଆସିଲାରିମା ଯେମିତି ଫୋନ ଉଠାଇଲା ଆର ପଟରୁ ଶୁଭିଲା 

" ତୁ କେବେ ବି ବଞ୍ଚି ପାରିବୁ ନାହିଁ" ।ରିମା କ'ଣ କରିବ ଭାବି ତା' ର ଜଣେ ସାଙ୍ଗ କୁ ଫୋନ କରି ସବୁକଥା କହିଲା। ରିମା ର ସାଙ୍ଗ ଯେତେବେଳେ ରିମା ଘରକୁ ଆସିଲାଦେଖିଲା ରିମା କୁ କିଏ ବାନ୍ଧି ଦେଇଛି ଏବଂ ତା' ଦେହ କୁ ଶକ୍ତ

ଛୁରୀ ରେ ଚାରିଆଡ଼େ କାଟି ଦେଇଛି। ରିମା ଅଚେତ ହୋଇ ତଳେପଡିଛି। ରିମା ର ସାଙ୍ଗ ରିମା କୁ ନେଇ ହସ୍ପିଟାଲକୁ ଗଲା ଏବଂ

ସେଇଠି କିଛି ଦିନ ସେ ଚିକିତ୍ସିତ ହୋଇ ପୁଣି ଘରକୁ ଫରିଲା।


ତା' ପରେ କିଛି ଦିନ ଏ ସବୁ ଘଟଣା ଆଉ ଘଟିତ ହେଲା ନାହିଁ।ରିମା ର ସାଙ୍ଗ ତା ନିଜ ଘର କୁ ଫେରିଗଲା।ଦିନେ ସକାଳେ ରିମା କବାଟ ଖୋଲିବା ବେଳେ ଦେଖିଲାତା' ଘର ବାରଣ୍ଡାରେ ରହୁଥିବା ବୁଲା କୁକୁର ଟିର ଗଳା କୁ କିଏ

କାଟି ମାରିଦେଇଛି ଏବଂ ଗୋଟିଏ କାଗଜରେ କିଛି ଲେଖି ।


କୁକୁର ଗଳାରେ ଟାଙ୍ଗି ଦେଇଛି। ରିମା ସେ କାଗଜ ଖୋଲିପଢ଼ିଲା ସେଥିରେ ଲେଖା ହୋଇ ଥିଲା" ଏ କୁକୁରର ଯେମିତିମୃତ୍ୟୁ ହୋଇଛି ତୁ ବିଏମିତି ମରିବୁ। ମୁଁ ତୋତେ ବଞ୍ଚିବା କୁ ଦେବି ନାହିଁ।"

ରିମା ସେ ଚିଠି କୁ ନେଇ କି ଶେଷ ଥର ପାଇଁ ପୋଲିସ ଥାନା କୁଯାଇଥିଲା କିନ୍ତୁ ପୋଲିସ ଵାଲା ତାକୁ ଫେରାଇ ଦେଲେ।ରିମା ଖୁବ ମନ ଦୁଃଖରେ ଘରକୁ ଫେରି ତା' ସାଙ୍ଗ କୁ ଫୋନ କରି

କହିଲା।ରିମା ର ସାଙ୍ଗ କହିଲା ତୁ ସେ ଘର ଛାଡ଼ି ଦେ।ରିମା ତା' ସାଙ୍ଗ କଥା ମାନି ଘର ବଦଳେଇ ଦେଲା ଓନୂଆଁ ଘରେ ଖୁସି ରେ ରହିଲା। କିଛି ଦିନ ପରେ ସେ ସେଇ ଘରୁକୁଆଡ଼େ ଉଭାନ ହୋଇ ଗଲା। ଦିନେ ତା' ସାଙ୍ଗ ତାକୁ ଫୋନ୍ କଲା।

କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଥିଲା। ଏମିତି ତିନି ଦିନ ସୁଇଚ୍ ଅଫ୍ଦେଖେଇଲା ରୁ ରିମା ର ସାଙ୍ଗ ମନ ରେ ପାପ ଛୁଇଁଲା।ସେ ରିମା ଘରକୁ ଆସି ଦେଖିଲା ରିମା ନାହିଁ। ରିମା ର ଫୋନ୍ ବିସୁଇଚ୍ ଅଫ୍ । ରିମା ସାଙ୍ଗ ଚାରିଆଡ଼େ ତାକୁ ଖୋଜିଲା କିନ୍ତୁ

ପାଇଲା ନାହିଁ। ସେ ମନ ଦୁଃଖ ରେ ଘରକୁ ଫେରି ଆସି ବସିଥାଏହଠାତ୍ କେଉଁ ଅଜଣା ଫୋନ୍ କଲ୍ ଟେ ଆସିଲା। ରିମା ର ସାଙ୍ଗ କଲ୍ ଉଠାଇଲା ରୁ ଆର ପଟୁ କର୍କଶ ସ୍ୱର ଟେ ଶୁଭିଲା

ମୁଁ ତାକୁ ମାରିଦେବି .... ଆଉ ସେହି ଶବ୍ଦଶୁଣୁ ଥିଲା ବେଳେପାଖରେ ଟ୍ରେନ୍ ଗଲାଭଳି ଶୁଭିଲା। ରିମା ର ସାଙ୍ଗ ଜାଣି ପାରିଲା ପାଖରେ ନିଶ୍ଚିତ ଷ୍ଟେସନ ଟେ ଅଛି । ସେ ସଂଗେ ସଂଗେ ସବୁ

ରେଲୱେ ଷ୍ଟେସନ ଖୋଜିଲା। ଶେଷରେ ଷ୍ଟେସନ ପାଖାପାଖି ଗୋଟିଏଅପନ୍ତରା ଜାଗାରେ ରିମା ର ମୁହଁ ହାତ ଗୋଡ଼ ବନ୍ଧା ହୋଇ ପଡ଼ି ଥିବା

ଅବସ୍ଥାରେ ତାକୁ ପାଇଲା।ସେ ସଙ୍ଗେ ସଙ୍ଗେ ରିମା କୁ ନେଇ ହସ୍ପିଟାଲ ଗଲା । ଡାକ୍ତର ଯେତେବେଳେ ତାକୁ ଘଟଣା ବିଷୟ ରେ ପଚାରିଲେ,

ସେ କିଛି ଜାଣେନି ବୋଲି ଉତ୍ତର ଦେଲା ଆଉ କହିଲା ମୋତେସବୁବେଳେ କିଏ ମାରି ଦେବାକୁ ଧମକ ଦେଉଛି।ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ କିଏ ଏମିତି କରୁଛି ଆଉ କେଉଁ

କାରଣ ରୁ କରୁଛି କିଛି ଜଣାନାହିଁ।


ରିମା ଭୟ ଓ ଯନ୍ତ୍ରଣା ରେ ରହି ରହି ମରିବା ଭଳି ଅବସ୍ଥା ରେପହଁଚି ସାରିଥିଲା। ସେ ଯେତିକି ଟଙ୍କା ସେଭିଂ କରିଥିଲା ସବୁଧୀରେ ଧୀରେ ସରି ଯାଉଥିଲା।ରିମା ର ସାଙ୍ଗ ଭାବିଲା ରିମା ଯଦି କିଛି ଦିନ ଡାକ୍ତର ଙ୍କ  ଦୃଷ୍ଟି ରେରହିବ ତେବେ ସେ ଠିକ୍ ହୋଇ ଯିବ ଏଇଆଭାବି ସେ ଡାକ୍ତର ଙ୍କୁ

ରିମା କୁ କିଛି ଦିନ ଚିକିତ୍ସା ପାଇଁ ରଖିବାକୁ ଅନୁରୋଧ କଲା।ଡାକ୍ତର ରାଜି ମଧ୍ୟ ହୋଇ ଗଲେ ଏବଂ ତାଙ୍କର ଏକ ନର୍ସିଂ ହୋମ୍ ର

ବ୍ୟବସ୍ଥା କରିଦେବେ ବୋଲି କହିଲେ।

ରିମା ର ସାଙ୍ଗ ରିମା କୁ ଡାକ୍ତର ଙ୍କ ପାଖେ ରିମା କୁ ଛାଡି ତା' ପାଇଁ କିଛି ଖାଦ୍ୟ ଆଣିବା ପାଇଁ ବାହାରକୁ ଗଲା ଯେତେବେଳେ ସେ ଫେରିଲା ଦେଖିଲା ଡାକ୍ତର ନିଜେ ଲହୁ ଲୁହାଣ ହୋଇ ତଳେ

ପଡ଼ି ଛନ୍ତି। ରିମା ମଧ୍ୟ ତଳେ ପଡ଼ିଛି। ଚାରିଆଡ଼େ ରକ୍ତ ଜୁଡୁ ବୁଡୁ।

ସେ ଧାଇଁ ଯାଇ ରିମା କୁ ଉଠାଇଲା କିନ୍ତୁ ରିମା ମରି ସାରିଥିଲା

ତା' ଦେହ ସାରା ଛୁରୀ ରେ କଟା ଯାଇଥିଲା।


ରିମା ର ସାଙ୍ଗ ପୁଣି ଡାକ୍ତର ଙ୍କୁ ତଳୁ ଉଠାଇବା କୁ ଗଲା।ଡ଼ାକ୍ତର ଙ୍କ ନିଶ୍ୱାସ ଚାଲୁଥିଲା। କିଛି ସମୟ ପରେ ଡାକ୍ତର ଙ୍କଚେତା ଫେରିଲା। ସେ ଯାହା କହିଲେ ରିମା ର ସାଙ୍ଗ ବିଶ୍ୱାସ କରିବା

ବି ଅସମ୍ଭବ ଥିଲା କିନ୍ତୁ ସତ୍ୟ ଥିଲା ଘଟଣା।

ରିମା ର ଶତ୍ରୁ ନିଜେ ରିମା ହିଁ ଥିଲା। ସେ ମାନସିକ ବିକାର ଗ୍ରସ୍ଥସ୍ପିଲଟ୍ ପର୍ସ ନାଲିଟି ରୋଗ ଟିଏ ଥିଲା। ସେ ଯେତେବେଳେ ନିଜକୁ

ଦୁର୍ବଳ ଭାବୁଥିଲା ସେ ଏକ ବିରଳ ବ୍ୟକ୍ତିତ୍ୱ ର ଅଲଗା ମଣିଷ ଟେହୋଇ ନିଜ କୁ ନିଜେ ମାରିବାକୁ ଚେଷ୍ଟା କରୁଥିଲା। ଯେତେବେଳେ

ସେ। ଭଲ ହୋଇ ଯାଉଥିଲା ସେ ସବୁ ଭୁଲି ଯାଉଥିଲା ଓ ଆଉ କିଏତା' ପଛରେ ପଡ଼ି ତା' ଜୀବନ ନେବାକୁ ଚାହୁଁଛି ବୋଲି ଭାବୁଥିଲା।


ସେଦିନ ତା'ର ସାଙ୍ଗ ତାକୁ ଡାକ୍ତର ଙ୍କ ପାଖେ ଛାଡ଼ି ଚାଲିଗଲା ପରେତା'ର ପୁଣିଥରେ ଦୌରା ପଡ଼ିଥିଲା। ସେ ଛୁରି ରେ ନିଜ କୁ କାଟିବା

ବେଳେ ଡାକ୍ତର ତାକୁ ବଞ୍ଚାଇବା କୁ ଚେଷ୍ଟା କରିଥିଲେ ସେଥିପାଇଁସେ ଡାକ୍ତର ଙ୍କ ଉପରେ ଆକ୍ରମଣ କରିଥିଲା କିନ୍ତୁ ଅତ୍ୟଧିକ

ରକ୍ତ ଦେହରୁ ବୋହି ଗଲା ପରେ ତା'ର ମୃତ୍ୟୁ ଘଟିଥିଲା।

                              


Rate this content
Log in

Similar oriya story from Tragedy