Satyabati Swain

Abstract

2  

Satyabati Swain

Abstract

ଅନ୍ତିମ ଇଚ୍ଛା

ଅନ୍ତିମ ଇଚ୍ଛା

2 mins
495


ଧକ୍କା ମାରିଲା ପରି ସେ ଅଳ୍ପ ଆଗକୁ ଯାଉଛି ବେଶୀ ପଛକୁ ଚାହୁଁଛି। ଆଖିରେ ଆଷାଢ଼ ଟଳ ମଳ। ହୃଦୟରେ କୋହର ବାଇଦ।

ଅଭିମାନିନୀ ଟା ଓଠ ଥରାଇ କହୁଛି ଭୁଲିବନି ଗୋ ମୋତେ। କାନ୍ଦୁ କାନ୍ଦୁ ହସି ଦେଉଛି।

ଖୁସିରେ ରୁହ। ଦୁଧୋ ନାହୋ, ଫୁଲୋ ଫଳୋ। କରଥିବା ଭୁଲ ଦୋହରାଇବ ନାହିଁ ଗୋ। ନିଜ ପଶୁ ପ୍ରବୃତ୍ତୀ ଚରିତାର୍ଥ ପାଇଁ କାହାକୁ ନିର୍ଦ୍ଦୟ ଭାବେ ଜୀଅନ୍ତା ପୋଡ଼ିବ ନାହିଁ। ଲାଞ୍ଚ,ମିଛ,ଅନ୍ୟାୟ ଶୋଷଣ,ଧର୍ଷଣ ଠାରୁ ଯଥା ସମ୍ଭବ ନିଜକୁ ଦୁରେଇ ରଖିବାକୁ ଚେଷ୍ଟା କରିବ। ନିଶା ପାଣିରେ ଡୁବି ନିଜକୁ ବୁଡାଇ ମାରିବା ସହ ନିଜ ଆତ୍ମୀୟଙ୍କୁ ବି ଦାଣ୍ଡରେ ବସାଇବ ନାହିଁ।

ସଜାଡ଼ିବ ନିଜକୁ,ସୁଧାରିବ ଭୁଲକୁ,ଭଲ ପାଇବ ନିଜକୁ,ଭଲ ପାଇବ ସମ୍ପର୍କକୁ,ସମ୍ମାନ ଦେବ ଗୁରୁଜନ ଓ ବାପା ମାଙ୍କୁ।

କାର୍ଯ୍ୟ ଓ କଥାରେ ସମନ୍ୱୟ ରଖିବ। କାହା ମୁଣ୍ଡରେ ପାଦ ଦେଇ ନିଜ କାର୍ଯ୍ୟ ହାସଲ କରିବ ନାହିଁ ଗୋ

ବାଣ୍ଟିବ ବଞ୍ଚିବା ...ସ୍ବପ୍ନ...ସ୍ନେହ,ପ୍ରେମ। ଶିଖିବ ଜୀବନ ଜୀଇଁବାର କଳା। ଆଖି ଖୋଲି ସ୍ବପ୍ନ ଦେଖିବ,ଶୋଇକି ନୁହେଁ। ପ୍ରେମ ମୟ,ମଧୁମୟ ଏ ସୁନ୍ଦର ଜୀବନ ଓ ଏ ପୃଥିବୀ। ପ୍ରଥମେ ନିଜକୁ ପ୍ରେମ କରି ଶିଖିବ। ତାପରେ ସମଗ୍ର ବିଶ୍ୱକୁ,ମଣିଷଙ୍କୁ। ତ୍ୟାଗର ନାଁ ପ୍ରେମ,ଦେବାର ନାଁ ପ୍ରେମ। ପ୍ରେମ ଦେଇ ଫେରସ୍ତ ରେ କିଛି ବି ଚାହିଁବ ନାହିଁ। ଏମିତି ହେଲେ ଏହା ବେପାର ହୋଇଯିବ। ନିଃସର୍ତ୍ତ ପ୍ରେମ କର। ଦେଖିବ କି ସୁନ୍ଦର ଅନୁଭବ ତୁମକୁ ମିଳିବ।


ହସିବାକୁ କି ହସେଇବାକୁ କଞ୍ଜୁସ କରିବ ନାହିଁ ଗୋ ମୋ ଧନ। ହସିବା କି ହସେଇବା ଭାରି ମହରଗ ଆଜିକାଲି। କାହା ପାଖେ ଏଇ ତକ ମିଳିବ ମୁସ୍କିଲ ହେଉଛି। ସାମର୍ଥ୍ୟ ମତେ ସାହାଯ୍ୟ କରିବ।


ଯାହା କରିବ ଟିକେ ବୁଝି ବିଚାରି କରିବ। ନିଜ ସୁଖ ପାଇଁ ଅନ୍ୟର ତଣ୍ଟିରେ ଠିଆ ହେବନି,ପ୍ଲିଜ଼ ସ୍ୱାର୍ଥ ଦେଖିବାକୁ ମନା ନାହିଁରେ ପିଲେ,କିନ୍ତୁ ନିଷ୍ଠୁର ସ୍ୱାର୍ଥ ପର ହେବନି।


ମାଟି,ମା, ନାରୀ ଜାତିର ହେପାଜତ କରିବରେ ଧନ। ରାକ୍ଷସ ନ ହୋଇ ରକ୍ଷକ ହେବ। ମାନବିକତାକୁ ପୋଡି ଖାଇବ ନାହିଁ।


ହସିବ,ବାସିବ,ବଢିବ, ପଢିବ,ଗଢ଼ିବ ଓ ଦେଶ ପାଇଁ,ନ୍ୟାୟ ପାଇଁ ଲଢ଼ିବ। ଦରକାର ହେଲେ ଏନ୍ କାଉଣ୍ଟର କରିଦେବ,ଡରିବନି


ଭାରି ସୁନ୍ଦର,ଲୋଭନୀୟ ଏ ମଣିଷ ଜନମ। କୋଟି ପୁଣ୍ୟ ବଳେ ମଣିଷ ଜନ୍ମ ମିଳେ । ମଣିଷ ପରି ମଣିଷ ହେବରେ ପିଲେ।


ଲଢେ଼ଇ କି ବଡେଇ କରିବ ନାହିଁ।


ନିଜ ସହ ଗଛ,ଲତା ପଶୁ ପକ୍ଷୀଙ୍କୁ ବଞ୍ଚିବାକୁ ଦେବ ନିଶ୍ଚୟ। ଅପରାହ୍ନ କି ସଂଜରେ ଉପନୀତ ବାପା ମାଙ୍କୁ ଭଲ ପାଇବ। ସେମାନେ ତୁମ ପିଲା ପରିରେ ;ହତାଦର କରିବ ନାହିଁ। ସବୁବେଳେ ଆଗକୁ ନୁହେଁ କେବେ କେବେ ପଛକୁ ଚାହିଁବ।


ପରିବେଶ ସୁସ୍ଥ କେବଳ ତୁମ ମାନସିକତା ଯୋଗୁଁ ସମ୍ଭବ। ଏଥି ପ୍ରତି ସଚେତନ ଥିବ ରେ ପିଲାଏ।


ପଲିଥିନ ବିଷ କୁମ୍ଭ ପୟୋ ମୁଖ ସଦୃଶ୍ୟ। ଦୁରେଇ ରହିବ।


ସ୍ୱାଭିମାନ କି ସ୍ୱାଧୀନତା କୌଣସି ପରିସ୍ଥିତିରେ ବି ଛାଡିବ ନାହିଁ।


ଦୟା କି ଅନୁଗ୍ରହ ନୁହେଁ ପରିଶ୍ରମ ଉପରେ ଆସ୍ଥା ପ୍ରକଟ କରିବ।


ପ୍ରତିଟି କାର୍ଯ୍ୟରେ, ସମ୍ପର୍କରେ ଆନ୍ତରିକତା ଓ ଅନ୍ତରଙ୍ଗ ତା ରଖିବ।


ମୁଁ ଯାଉଛିରେ ପିଲେ। ହେଇ ଦେଖ! ଫରଚା ହେଇ ଆସିଲାଣି। ତା ପୂର୍ବରୁ ତୁମକୁ ମୋ ରାଣ ଭଲ ମଣିଷ ହେବ। ବଞ୍ଚିବ ବଞ୍ଚାଇବ,ହସିବ ହସାଇବ। ଏ ସୁନ୍ଦର ଜୀବନ ତୁମର, ବଞ୍ଚ ବଞ୍ଚାଅ ଖୁସିରେ,ସୁଖରେ,ଶାନ୍ତିରେ ସୁସ୍ଥରେ ରୁହରେ ଧନ। ଧୈର୍ଯ୍ୟ, ସାହସ,ସ୍ୱାଭିମାନ,ସହନଶୀଳତା ତୁମ ସହିତ ରୁହନ୍ତୁ ମୁଣ୍ଡ ଟେକି ମଣିଷ ପରି ବଞ୍ଚ।


ବିଜୟୀ ଭଵ।। ଯଶସ୍ୱୀ ଭଵ। ମଣିଷ ହୁଅ। ମୋ ସମୟ ତ ସରିଗଲା। ମୋ ଭଉଣୀ ଆସିବ। ତା ସହ ହସି ଖୁସି ଶାନ୍ତିରେ ରହିବ। ମୋର 'ଅନ୍ତିମ ଇଚ୍ଛା 'ରଖିବ ପିଲେ। ଗୋଟେ ଧର୍ଷଣ ମୁକ୍ତ ସମାଜ ଗଢ଼ିବ। ଆସୁଛି।


ତୁମର 2019


Rate this content
Log in

Similar oriya story from Abstract