jyotsna mayee panda

Inspirational

3  

jyotsna mayee panda

Inspirational

ଅନ୍ତହୀନ ମମତା...

ଅନ୍ତହୀନ ମମତା...

6 mins
224



ବେଳେ ବେଳେ ଜୀବନ ରେ ଏମିତି ଏକ ମୁହୂର୍ତ୍ତ ଆସେ ଯାହା ଆମ ସପ୍ନରେ ସୁଦ୍ଧା କଳ୍ପନା କରି ନ ଥାଉ l" ମା "ଏ ଡାକ ରେ ସତରେ କେତେ ଆନ୍ତରିକ ଆଉ ଈଶ୍ୱରୀୟ ପ୍ରେମ ଭରି ରହିଥଏ l ସେ ପ୍ରେମ କେତେ ସସ୍ପତ ଆଉ ଚିରନ୍ତନ l କିନ୍ତୁ ମୋ ଜୀବନ ଅଭିଧାନ ରେ ଏ ଶବ୍ଦ କେବେ ଠୁ ହଜି ଯାଇଛି ଆଉ ଯେତେ ଖୋଜିଲେ ଵି ମୁଁ ଆଉ ପାଇପାରୁନି l

                            ମା ଥିଲା ଆମ ଜୀବନ ର ସବୁକିଛି l ବାପା କେବେ ଠୁ ଚାଲିଗଲେଣି ଅରପରିକି l ଆଉ ସେ ଦିନଠୁ ମୋ ମା ଜୀବନ କେତେ ଯେ ସଂଘର୍ଷମୟ ସେ କଥା ମୁଁ ଅନୁଭବ କରିପାରିଛି l ମା ମୋର ଉଚ୍ଚ ଶିକ୍ଷିତା ନୁହଁ କିନ୍ତୁ ବେଳେ ବେଳେ ଏମିତି କଥା କୁହେ ଆଉ କାମ କରେ ମୁଁ ଭାବେ ଜୀବନ ଶାସ୍ତ୍ରରେ ବୋଧେ phd ଉପାଧି ଟେ ତାକୁ ମିଳିବା କଥା l ତାର ଏ ଦୁଃଖ ମୟ ଜୀବନ ରେ କେତେ ଦୁଃଖ ରେ ତିନି ଛୁଆ ଙ୍କୁ ମଣିଷ କରି ଆଜି ଏ ସମାଜ ରେ ବଂଚିବା ର ଯୋଗ୍ୟତା ଦେଇଛି l ତିନି ପୁଅ ଝିଅ ଙ୍କୁ ବାହା ସାହା କଲା ପରେ ମା ଏକା ରହୁଥାଏ ଗାଁ ରେ l ମୋ ମା ପାଇଁ ଗାଁ ଟା ହେଉଛି ତାର ଗୋଟେ ପରିବାର l କେବେ ନିଜ କୁ ଏକା ଭବେନି l କିଏ ଖାଇ ବାକୁ ପାଉନି, କାହା ପୁଅ ତା ମା କୁ ଔଷଧ ଦେଉନି, ଜର ପରେ କାହାକୁ ୠଚୁନି ଏ ସବୁ ଖବର ମୋ ମା ପାଖରେ l କାହିଁକି ନା ସମସ୍ତ ଙ୍କ କଥା ବୁଝିବା ପାଇଁ ଯେମିତି ମୋ ମା ଏ ଗାଁ ରେ ଗୋଟେ ମଣିଷ l ସେଥିପାଇଁ ଗାଁ ସମସ୍ତେ ଯାହା ର ଯାହା ଦରକାର ଆଗ ମା ପାଖରେ କହିବେ l କେବେ କେବେ ଆମ ପାଖକୁ ଆସିଲେ ସେ ବହୁ କଷ୍ଟେ ଦି ଚାରି ଦିନ ରୁହେ l ସେ କହେ ସହର ର କବାଟ ବନ୍ଦ ଘର ଗୁଡାକ କୁଆଡେ ତାକୁ ଭାରି ଅଣନିଶ୍ୱାସୀ ଲାଗେ ଆଉ ଏ ସହରି ଜୀବନ ଶୈଳୀ ତାକୁ ବିଲକୁଲ ଭଲ ଲାଗେନି l ଗାଁ ମାଟି ତା ପାଇଁ ସ୍ୱର୍ଗ l ସତରେ ସେ ଯୋଉ ଦିନ ସବୁଦିନ ପାଇଁ ସେ ଗାଁ କୁ ଛାଡି କି ଆସିଲା.....

ନୂଆ ବାହାହୋଇ ଗାଁ ରୁ ଯେବେ ଝିଅ ଟେ ଯାଏ ତାକୁ କେତେ ଲୋକ ଛାଡିବାକୁ ଆସନ୍ତି ସେ ଗାଁ ଶେଷ ମୁଣ୍ଡ ଯାଏ ଠିକ ସେମିତି ସବୁ ଲୋକ ତାକୁ ଵି ଛାଡିବାକୁ ଆସିଲେ ସେ ଗାଁ ଶେଷ ମୁଣ୍ଡ ଯାଏ l ଅଶ୍ରୁ ଭରା ନୟନ ତାର ଯେମିତି ବୋଲ ମାନୁନ ଥିଲା l ବୋହୁ ଚାକିରୀ ରେ ଜୈନ କରିବାରୁ ସେ ତା ଅତି ଆପଣା ର ନାତି ର ଦେଖା ଶୁଣା କରିବ ବୋଲି ତାର ଅତିପ୍ରିୟ ଗାଁ କୁ ଛାଡି ସହର କୁ ଆସିଲା l

               ବିଧିର ବିଧାନ ବଡ ବିଚିତ୍ର..... ଏମିତି କେତେ ଦିନ ଖୁସି ରେ ତା ଜୀବନ ବିତିଗଲା ସେ ସବୁବେଳେ କହେ ତା ନାତି ବଡହେଲେ ସେ ପୁଣି ସେ ଗାଁ କୁ ଚାଲିଯିବ l ଯେଉଁ ଘର କୁ ସେ ଦିନେ ବୋହୁ ହୋଇ ଆସିଥିଲା ସେଠୁ ତାର କୋକେଇ ଉଠିବ l ଆଉ ଏ ଭଡା ଘରେ କଣ ତା ଆତ୍ମା ଶାନ୍ତି ପାଇବ l ସେ ଘରେ ତା ଜୀବନ ର ସବୁ ସ୍ମୃତି ଅନୁଭୂତି କୁ ଯେମିତି ଯତ୍ନ ରେ ସାଇତି ରଖଥିଲା l

                     ମା ଦେହ କେବେ ଖରାପ ହେବା ଜାଣିନି ଆଉ ସାଧାରଣ ଥଣ୍ଡା କାଶ ହେଲେ ଵି ସେ କେବେ ଔଷଧ ଖାଏ ନି l ତାର ଦେଶୀ ଔଷଧ ଘିଅ ମହୁ ରେ ତା ଥଣ୍ଡା ଚାଲି ଯାଏ l ସେ ସବୁବେଳେ କହେ ତିନି ଟା ଛୁଆ ଜନ୍ମ ହେଲେ ଵି ତା ଦେହ ରେ କେବେ ଛୁଞ୍ଚି ଟେ ଵି ଫୋଡିନି ଆଉ ଏବେ କାର ଲୋକ ଛୁଆ ରହିବା ଠୁ ବେଡ଼ ରେଷ୍ଟ...

                      ଏମିତି କେତେ ଦିନ ବିତିଗଲା ଆଉ ଦିନେ ମା ର ଦେହ ଟିକେ ଖରାପ ହେଲା l ଭାଇ ଡ଼କ୍ଟର ପାଖକୁ ନେଲା କିନ୍ତୁ ଡ଼କ୍ଟର କହିଲେ ଏଟା କୁଆଡେ କେନସର ର ଲକ୍ଷଣ ଆଉ ଜଲଦି ଟେଷ୍ଟ କରିବ l ଏ କଥା ଶୁଣି ଆଉ ମୋମନ ଥୟ ଧରିଲା ନି l ସାଙ୍ଗେ ସାଙ୍ଗେ ମା କୁ ନେଇ ହେମଲତା ହସ୍ପିଟାଲ କୁ ଗଲୁ l ଟେଷ୍ଟ ପରେ ସନ୍ଧ୍ୟା ରେ ରିପୋର୍ଟ ଦେଖି ଡ଼କ୍ଟର କହିଲେ ଏଟା ତା last stage ଆଉ ଜାଣିବା ପରେ ମୋ କୋହ ଆଉ ସମ୍ଭାଳି ପାରିଲିନି l ଟେଷ୍ଟ କରି ପୁଣି ଆମେ ଫେରି ଆସିଲୁ ହୋଟେଲ କୁ l ଆର ଦିନ ମା ର କେମୋ ଥେରାପି ହେବ l ହୋଟେଲ ରେ ଆସି ବାଥ ରୁମ ରେ ଲୁଚି ଲୁଚି ବହେ କାନ୍ଦିଲି l ମା ମୋ ମୁହଁ ଦେଖି ଜାଣିଗଲା l ତା ଆଖି ରେ ଛୋଟ ବେଳୁ ମୁଁ କିଛି ଲୁଚେଇ ପାରେନା ହେଲେ ଏ ଦୁରାରୋଗ୍ୟ ବିଷୟରେ ତାକୁ କେମିତି କହିବି.....ଏମିତି ଅବସ୍ଥା ରେ ଵି ହାତ ରେ neddle ଲାଗିଥାଏ ଆଉ ସେ ମୋ ଗଡ଼ ମୋଡ଼ୁ ଥାଏ ଯେତେ ମନା କଲେବି ମାନିବା କୁ ନାରାଜ .. ପୁଣି କହିଲା କଣ ପାଇଁ କାନ୍ଦୁଛ.... ତୁ ମୋ ସାଙ୍ଗେ ଆସିଛୁ ବାଲି ଜ୍ୱାଇଁ କିଛି କହିଲେ କି???? ଆଉ ମୁଁ କହିଲି ନା ମା ସେ କିଛି ନାଇଁ... ତୁ ଚିନ୍ତା କରନା...

                   ଆର ଦିନ ସକାଳୁ ତାତୁ କେମୋ ଥେରାପି ପାଇଁ ନେଲୁ l ମା ବେସି ପଢି ନ ଥିଲେ ଵି ବହୁତ ଚାଲାକ ସେ ମତେ ପଚାରି ଲା "ଏ କୋଉ ହସ୍ପିଟାଲ ଆଉ ଏଠି ସମସ୍ତ ଙ୍କ ମୁଣ୍ଡ ରେ ଚୁଟି ନାଇଁ.......

ମୁଁ ତାକୁ ମିଛ କହିଲି "ନା ମା ସେମାନେ south ର ହେଇଥିବେ ଆଉ ତୁତ ଜାଣିଛୁ ତିରୁପତି ଗଲେ ସଭିଏଁ ମୁଣ୍ଡନ କରନ୍ତି ଆଉ ଗତ ବର୍ଷ ମା ଵି ଯାଇଥିଲା ସେଥିପାଇଁ ମୋ କଥା କୁ ସହଜେ ବିଶ୍ୱାସ କରିନେଲା l

                        କେମୋ ଥେରାପି ପରେ ଆମେ ଚାଲିଆସିଲୁ ଘର କୁ l ଏଵେ ମା ସମ୍ପୂର୍ଣ ଦୁର୍ବଳ ହୋଇଗଲା l ମା ଚୁଟି ବହୁତ ଲମ୍ବା ଆଉ ଏ ଲମ୍ବାଚୁଟି ପାଇଁ ମୋ ଜେଜେମା କୁଆଡେ ତାକୁ ବୋହୁ କରି ଆଣିଥିଲେ l ଆଉ ଏଵେ ଵି ତାର ସେ ଲମ୍ବା ଚୁଟି ଅଛି l ଗୋଟେ ଵି ଧଳା ହୋଇ ନି କି କେବେ ସେ ରସାୟନିକ ରଙ୍ଗ ଲଗେଇନି l ଆଜି ହଠାତ ପାନିଆ ରେ ମୁଣ୍ଡ ଟା କୁଣ୍ଢେଇ ବାରୁ ମା ର ସବୁ ଚୁଟି ଉପୁଡି ଆସିଲା l ମା ଆଜି ବହୁତ କାନ୍ଦିଲା l ସେ ଏ ରୋଗ କଥା ଜାଣି ପାରିଲା l କିନ୍ତୁ ଧର୍ଯ୍ୟ ତାର ବହୁତ l ସେ କହିଲା ଆଉ ମୋର କଣ ଅଛି ଯେ ତୁମେମାନେ ଦୁଃଖ କରୁଛ ଦିନେ ନା ଦିନେ ତ ଏ ସଂସାର ଛାଡ଼ିବି l ଆଉ କିଛି ଦିନ ବଞ୍ଚି ଥାଆନ୍ତି ଏବେ ଶୀଘ୍ର ଚାଲିଯିବି l ସେଥିପାଇଁ ମୋର ଆଉ ଟ୍ରିଟମେଣ୍ଟ କରନି ମୁଁ ଜାଣି ସାରିଲିଣି ଆଉ ବେସି ସମୟ ମୋ ପାଖରେ ନାହିଁ l 

                         ମନ ଟା ମୋଟେ ଭଲ ଲାଗୁନଥିଲା ମା ସେଦିନ ମୋତେ ପାଖକୁ ଡାକିଲା ଆଉ କହିଲା ଜାଣିଛୁ "ତୋ ବାପା ର ବଡ ଋଣ ଟେ ମୋତେ ଶୁଝିବା କୁ ପଡିବ... ସେ ମାରିବା ଆଗରୁ ତାଙ୍କ ଆଖି ଦାନ କରିଥିଲେ ହେଲେ ତୁମେ ମାନେ ଛୋଟ ଥିଲ ଆଉ ଗାଁ ରେ କିଛି ସୁବିଧା ନ ଥିଲା ସେଥିପାଇଁ ତାଙ୍କ ଶେଷ ଇଛା ପୂରଣ କରି ପାରିଲିନି l ତେଣୁ ମୁଁ ନିଜ କୁ ସବୁବେଳେ ୠଣୀ ମନେକରେ... ଆଉ ମୋତେ ନିଆଁଲାଗି କେନସର ହେଲା ହେଲେ ମୁଁ ଭାବୁଛି ମୋ ଆଖି ଦିଟା ସମ୍ପୂର୍ଣ ସୁସ୍ଥ ଅଛି ଆଉ ଏହା ଦାନ କରି ଦୁଇ ଜଣ ଙ୍କୁ ମୁଁ ଏ ଦୁନିଆ ର ଆଲୋକ ଦେଖେଇ ପାରିବି l ସେ ଦିନ ମୋ ଛାତିଟା ମୋ ମା ର ଭାବନା କୁ ଦେଖି ଗର୍ବ ରେ ଫୁଲି ଉଠିଲା ଆଉ ମୁଁ ବୋଧେ ଠିକ ଭାବେ...

ଜୀବନ ଶlସ୍ତ୍ର ରେ ଗୋଟେ ଚେର୍ଟିଫିକେଟ ମିଳିବା କଥା ମୋ ମା କୁ l ଏ ମହାନ ଭାବନା ଟା ମନ ରେ କୋଉଠୁ ଆସେ କେଜାଣି??? ଭାଇ ସହିତ କଥା ହୋଇ ବୁର୍ଲା ଭିମସାର ଡାକ୍ତର ଖାନା କୁ ଫୋନ କଲୁ ସେମାନେ ପରଦିନ ଆସି ଫୋରମ ପୂରଣ କରିନେବେ ବୋଲି କହିଲେ....

                  ସେଦିନ ସ୍ନାନ ପୁର୍ଣିମା ଥାଏ l ମୁଁ ମା ମୁଣ୍ଡ ପାଖରେ ବସି ଥାଏ... ମା କହିଲା 'ସ୍ନାନ ପୂଣ୍ଣିମୀ ଆଉ ଭଗବାନ ଙ୍କୁ ଟିକେ ଡାକ ଆଜି ଭଲ ଦିନଟା ରେ ମତେ ନେଇଯିବେ......ଆଉ ଏ କଷ୍ଟ ସହିହେଉନି.... "

ମୁଁ ଟିକେ ବିରକ୍ତ ହୋଇ କହିଲି ତୁ ସବୁ ଜାଣିଛୁ..... ଆଉ ଏ ବେକାର କଥା ଗୁଡାକ କହନା..... ମୁଁ ଘର କୁ ଚାଲି ଆସିଲି ହେଲେ ମା କଥା ଟା ମୋ କାନ ରେ ବାଜୁଛି......ସତରେ କଣ ମା ର କିଛି ହୋଇଯିବ...

   ଏମିତି ତେତେ ସମୟ ବିତିଗଲା ସନ୍ଧ୍ୟା 4ଟାରେ ଭାଇ ଫୋନ କଲା ମା ର ଛାତି ବହୁତ pain ହେଉଛି ମୁଁ ସାଙ୍ଗେ ସାଙ୍ଗେ ଗାଡି ବାହାରକରି ଗଲି l ଦେଖିଲି ମା ର ଗୋଡ଼ ହାତ ସବୁ ଆସ୍ତେ ଆସ୍ତେ ଥଣ୍ଡା ହେଉଛି ସେ ମତେ ଦେଖି କହିଲା "କେତେ ହଇରାଣ ହେଉଛୁ ସକାଳୁ ତ ଆସିଥିଲୁ କାଲି ଅସିଥାଆନ୍ତୁ l ମୁଁ ପଚାରି ଲି "ତେତେ କେମିତି ଲାଗୁଛି... ମା..ମା କହିଲା ସେ ସବୁଦିନ ର କାଷ୍ଟ କେତେ କହିବି.... ସହି ସହି ଅଭ୍ୟସ୍ତ ହେଲିଣି.... ମା ହଟାତ ଛାତି ରେ ଯନ୍ତ୍ରଣା ଅନୁଭବ କଲା ଆଉ ତା ପ୍ରାଣ ବାୟୁ ଉଡ଼ିଗଲା ସବୁଦିନ ପାଇଁ.... ଆଉ ଆମ ସମସ୍ତ ଙ୍କୁ ଛାଡି ଚାଲିଗଲା ସେ ଅଫେରା ରାଇଜ କୁ...... ପରେ ବୁର୍ଲା ଡାକ୍ତର ଖାନା ରୁ ଏକ ଡାକ୍ତରୀ ଦଳ ଆସି ମା ର ଆଖି ନେଇଗଲେ ଆଉ ତା କେତେ ଦିନ ପରେ ମା ର ଆଖି ରେ ଦୁଇ ଜଣ ଦେଖିପାରିଲେ ଏ ସୁନ୍ଦର ଦୁନିଆ କୁ..... ତାର କେତେ ଦିନ ପରେ ଏକ ସାର୍ଟିଫିକେଟ ମା ନା ରେ ସସମ୍ମାନେ ଦିଆଗଲା ଆଉ ସେ ସାର୍ଟିଫିକେଟ ଆଜି ଵି ଦେଖିଲେ ମତେ ଲାଗେ କୌଣସି ପିଜି ଚେର୍ଟିଫିକେଟ ରୁ କମ ନୁହଁ..... ମୁଁ ଭାବେ ସେଟା ମୋ ମା ର PHD ସାର୍ଟିଫିକେଟ..... 

                    ଏଵେ ଵି କୋଉ ଆମ୍ବୁଲାନ୍ସ ଆସିଲେ ମୋ ଭାଇ ର ଛୋଟ ପୁଅ କୁହେ "ନାନା (ଅପା ) ଜାଣିଛ ଏ ଗାଡ଼ିରେ ନା ମୋ ମାମା (ମୋ ମା ) ଆସୁଥିବେ... ମୁଁ ଭାବେ ସେ ଅନ୍ତହୀନ ମମତା ପାଇଁ ମୁଁ ଅପେକ୍ଷା କରିଥିବି ଜୀବନ ର ଶେଷ ବିନ୍ଦୁ ଯାଏ...... ଭଗବାନ ଙ୍କୁ କହେ ମୋତେ ଯେବେ ଵି ପୃଥିବୀ ରେ ଜନ୍ମ ଦେବୁ ତା କୋଳ ଦେବୁ...... ଆଉ ତା ସ୍ନେହ ର ଅପେକ୍ଷା ରେ......

            



Rate this content
Log in

Similar oriya story from Inspirational