Anita Jena

Abstract Classics Others

3  

Anita Jena

Abstract Classics Others

ଅନ୍ଧାରୀ ମୁଲକ

ଅନ୍ଧାରୀ ମୁଲକ

2 mins
222



ହ୍ୟାଲୋ ମାନି ଆଜି ପରା ତୋର ପ୍ରବେଶିକା ପରୀକ୍ଷା ଥିଲା, କେମିତି ହେଲା ପରୀକ୍ଷା ? କେତେ ଟା ପ୍ରଶ୍ନ ଫିକ୍ସ୍ କରିଛୁ ? ଏଥର ଚାକିରୀ ଟା ନିଶ୍ଚିନ୍ତ ତ ? 

  ମାନି କିଛି ନ କହି ଚୁପ୍ ରହିଲା । ସେପଟୁ ପୁଣି ଥରେ ମିନୁ ପଚାରିଲା ଆରେ କ'ଣ ହେଲା ? କିଛି କହିଲୁନି ଯେ ? 

 ମାନି କହିଲା ପରୀକ୍ଷା ଦେବାକୁ ଯାଇଥିଲେ ସିନା କହି ଥାନ୍ତି ପରୀକ୍ଷା କେମିତି ହେଇଛି ବୋଲି ! 

 ମିନୁ କହିଲା କଣ ହେଲା ? ତୁ ପରୀକ୍ଷା ଦେବାକୁ ଯାଇନୁ ? ହେଲେ କଣ ପାଇଁ ମାନି ? ଏତେ ଭଲ ସୁଯୋଗ ତୁ ହାତ ଛଡ଼ା କେମିତି କଲୁ ? ଶେଷ ସୋପାନ ଥିଲା ଏ ଆଗରୁ ଦୁଇ ଟା ପରୀକ୍ଷା ରେ ତ ତୁ ଟପ୍ କଲୁ ଆଉ ଏବେ ଶେଷ ପରୀକ୍ଷା ଦେବାକୁ ଗଲୁ ନାହିଁ । ଜାଣିଛୁ ନା କେତେ ବଡ଼ ଭୁଲ୍ କରିଛୁ ତୁ ? 

  ମାନି କହିଲା ଜୀବନରେ ଆଉ କଣ ଅଛି ଯେ ଭୁଲ୍ ଠିକ୍ କରିବା ପାଇଁ ? ମୋର ଆଉ କୋଉ ସ୍ବପ୍ନ , ଇଚ୍ଛା ଅଛି ଯେ ମୁଁ ତା ପଛରେ ଲାଗିବି ? 

 - ହେଲେ ମାନି ସତ କହ କ'ଣ ହେଇଛି ? 


- ଯେତେବେଳେ ନିଜ ଲୋକଙ୍କର ସମର୍ଥନ ହିଁ ରହିବନି ସେତେବେଳେ କୋଉ ସ୍ବପ୍ନ ପୂରଣ ହବ ? 


- ତା ମାନେ ତୋ ଶାଶୁ ଘର ଲୋକ ତୋତେ ପରୀକ୍ଷା ଦେବାକୁ ଛାଡ଼ିଲେ ନାହିଁ । ହେଲେ ମାନି ସେମାନେ ତ ବାହାଘର ପୂର୍ବରୁ କହିଥିଲେ କି ତୁ ଆଗକୁ ପାଠ ପଢ଼ିବୁ ଆଉ ତୋର ଶେଷ ପ୍ରବେଶିକା ପରୀକ୍ଷା ବି ଦବୁ । 


- ଯୋଉଠି ମୋ ବାପା ବୋଉ ମୋ ସ୍ଵପ୍ନ ଆଉ ଇଚ୍ଛା କୁ ସମ୍ମାନ ଦେଲେ ନାହିଁ ସେତେବେଳେ ମୁଁ ମୋ ଶାଶୁ ଘର ଲୋକଙ୍କ ପାଖରୁ କ'ଣ ଆଶା ରଖି ଥାଆନ୍ତି । 

  ପିଲାଟି ଦିନରୁ ମୁଁ ସ୍ବପ୍ନ ଦେଖି ଥିଲି ଗୋଟିଏ ସୁନେଲି ଭବିଷ୍ୟତର । ଅନେକ କଷ୍ଟ ଆଉ ପରିଶ୍ରମ କରି ନିଜର ପାଠ ପଢ଼ା ଶେଷ କଲି । ବାପା ବୋଉ ଯେତେବେଳେ ବାହାଘର ଠିକ୍ କଲେ ମୁଁ ତାଙ୍କୁ ସବୁବେଳେ କହିଛି ମୁଁ ଏବେ ବିବାହ କରିବାକୁ ଚାହୁଁ ନାହିଁ । ମୁଁ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚାହେଁ । ନିଜ ସ୍ଵାଧୀନ ରେ ବଞ୍ଚିବା ପାଇଁ ଚାହେଁ । ହେଲେ ମୋ କଥା କୁ କେହି ବି ଶୁଣିଲେ ନାହିଁ । ଶେଷ ପ୍ରବେଶିକା ପରୀକ୍ଷା ପୂର୍ବରୁ ହିଁ ମୋତେ ବାହା କରେଇ ଦେଲେ ଆଉ କହିଲେ ଶାଶୁ ଘର ଲୋକ ମୋର ଆଗକୁ ପାଠ ପଢାର ଦାୟିତ୍ଵ ନେବେ କହିଛନ୍ତି । ହେଲେ ବିବାହ ପରର ପରିବେଶ ଆଉ ପରିସ୍ଥିତି ମୋତେ ବାଧ୍ୟ କଲା ମୋ ସ୍ଵପ୍ନର ତଣ୍ଟି ଚିପି ହତ୍ୟା କରିବାକୁ । ଜାଣିଛୁ ଏବେ ମୋର ସବୁ ସ୍ଵପ୍ନ ଉତ୍ତର ମେରୁର ବରଫ ଭଳି ନିଶ୍ଚଳ ଆଉ ସ୍ଥିର ପାଲଟି ଯାଇଛି । ନା ଅଛି ସେଠି ଆଶାର କିରଣ ନା ଅଛି ସମର୍ଥନ ର ବାୟୁ । ନା ଅଛି ଭାବନା ର ସକାଳ ନା ଅଛି କିଛି ପାଇବାର ଲକ୍ଷ୍ୟ। କେବଳ ଦାୟିତ୍ଵ ଆଉ କର୍ତ୍ତବ୍ୟ ର ଅନ୍ଧକାର ଭିତରେ ବୁଡି ରହିଛି ମୁଁ ଆଉ ମୋର ସ୍ଵପ୍ନ ସବୁ ଇଚ୍ଛା ଶକ୍ତି । ଅନ୍ଧାରୀ ମୁଲକ ରେ ମୁଁ ହଜେଇ ସାରିଛି ମୋର ଅସ୍ତିତ୍ବକୁ । ବୋଧହୁଏ ମୋର ସେ ଭାଗ୍ୟ ନାହିଁ ଯେ ମୁଁ ସଫଳତା ର ଶୀର୍ଷ କୁ ଛୁଇଁ ପାରିବି । 

  ଆଜି ବୁଝି ପାରିଲି ସତରେ ମଣିଷ ଜୀବନରେ ଯାହା ଚାହେଁ ସବୁ କିଛି ତାକୁ ମିଳେ ନାହିଁ । ସମୟ ଆଉ ପରିସ୍ଥିତି ହିସାବ ରେ ମଣିଷ କୁ ବଦଳିବା ପାଇଁ ପଡି ଥାଏ । ମଣିଷ ଚାହିଁଲେ ସମୟ ଆଉ ପରିସ୍ଥିତିକୁ ବଦଳେଇ ପାରି ନ ଥାଏ । 

  ହଉ ମିନୁ ତୁ ଫୋନ୍ ରଖ , ରୋଷେଇ କରିବାର ସମୟ ହେଇ ଗଲାଣି । ।


Rate this content
Log in

Similar oriya story from Abstract