Gitanjali Pujapanda

Romance Classics Others

3  

Gitanjali Pujapanda

Romance Classics Others

ଅମୂଲ୍ୟ ଉପହାର ଭାଗ ୦୨

ଅମୂଲ୍ୟ ଉପହାର ଭାଗ ୦୨

3 mins
141



ରୋଶନି ଗାଁ କୁ ଯାଇଛି ତା ପରିବାର ସହ ଆଉ କିଛି ଦିନ ଭିତରେ ସେ ଗାଁ ପିଲାମାନଙ୍କର ନିଜର ହେଇଯାଇଛି ।ତା ଜେଜେ ଙ୍କର ଦେହ ପୁରା ଖରାପ ,ସେ ମରିବା ପୂର୍ବ ରୁ ତାଙ୍କ ବଡ଼ ନାତୁଣୀ ର ବାହାଘର କରିଦେବାକୁ ଚାହୁଁଛନ୍ତି କିଛି ଦିନ ଭିତରେ ଶ୍ୟାମା କୁ ଦେଖିବା ପାଇଁ ଜଣେ ପିଲା ତା ସାଂଗ କୁ ନେଇ ଆସୁଛି ତାଙ୍କ ଗାଁ କୁ ହେଲେ ରୋଶନି ତାକୁ ତାଙ୍କ ଘର ର ଭୁଲ ରାସ୍ତା କହି ଘର କୁ ଚାଲି ଆସିଛି ଜାଣି ନପାରି।

ଆଉ ତାପରେ ପିଲା ଦୁଇଟା ଘରେ ଆସି ପହଞ୍ଚିଲେ ମାଟି କାଦୁଅ ସରସର ହୋଇ ସେମାନେ ଙ୍କୁ କେହି ବି ଚିନ୍ହି ପାରୁ ନଥିଲେ। ଆଗରୁ ଜାଣିଥିଲେ ରୋଶିନି ର ବୋଉ ଯେ ତାଙ୍କ ବଡ଼ ଝିଅ କୁ ଆଜି କିଏ ଦେଖିବାକୁ ଆସୁଛି ବୋଲି ସେ ପିଲା ମାନକୁ ଦେଖି କହିଲେ ତମେ ମାନେ କଣ ??ରାସ୍ତା ଭୁଲି ଯାଇଥିଲ ସେଦୁଇ ଜଣଙ୍କ ଭିତରୁ ଜଣେ କହିଲା ନା ନା ମାଉସି ଆମକୁ ଭୁଲ ରାସ୍ତା କୁହା ଯାଇଥିଲା ।ମୁଁ(ରୋଶନି) ଦୂର ରୁ ସେ ସବୁ ଶୁଣି ହସୁଥାଏ ।ନାନୀ  ମୋ ହାତ କୁ ଚିମୁଟି ଦେଇ କହିଲା  ଏତେ ହାସନି ବାପା ପାଟି କରିବେ ।ଖୁଡି ଫୋନ ରେ କଥା ହେଉ ହେଉ ଧୀରେ କହିଲେ ନାନୀସେମାନେ ଶ୍ୟାମା କୁ ଦେଖିବାକୁ ଆସିଛନ୍ତି । ବୋଉ ସେମାନଙ୍କୁ କହିଲା ଆସ ପିଲେ ଗାଧୋଇ ପଡିବ ଆମ ଘରେ ପଛ ପଟେ ପୋଖରୀ ଅଛି ।ପୋଖରୀ ରେ ଯଦି ନ ଗାଧୋଇବ ତା ହେଲେ ତା ପାଖ ରେ ଟିଉୱାଲ ଅଛି ସେଠି କିଛିବି ଅସୁବିଧା ହେବନି ତୁମ ମାନଙ୍କର।

ମୁଁ ଖାଲି ହସୁଥାଏ ।ଖୁଡି ଜାଣିଦେଲେ ବୋଧେ କହିଲେ ରୋଶନି ତୁମର ଏସବୁ କାମ ନା ମୁଁ ଟିକେ ଥ ଥ ମ ମ ହୋଇ କହିଲା,ବେଳ କୁ ନାନୀ ଆସି ମତେ କହିଲା ଚାଲେ ମୋର ତୋ ସହିତ କାମ ଅଛି ।

ଆମେ ଦୁଇ ଭଉଣୀ ଆମ ରୁମ କୁ ଚାଲିଗଲୁ ସେଠି ନାନୀ କହିଲା ବୁଝିଲୁ ରୋଶନି ତୁ ଗାଳି ଖାଇବୁ ସେମାନେ ସହର ର ପିଲା ଆମ ପରି ତାଙ୍କୁ କାହିଁକି ???ହଇରାଣ କରୁଛୁ ମୁଁ କହିଲି ଯାଉନୁ ନାନୀ ଆଜି ଠାରୁ ଏତେ ଦରଦ ସେମାନଙ୍କ ପାଇଁ ଆଉ ବାହା ହେଲେ ମୋ କଥା କିଛି ବି ମନେ ପକେଇ ବୁନି ତୁ !!ମୁଁ ତତେ ଛାଡିବିନି କାହା ସହିତ ବୁଝିଲୁ ଆଉ ଯାହା ସହିତ ଛାଡ଼ିବି ତାର ବହୁତ ପରୀକ୍ଷା ନେଲା ପରେ ବୋଉ ସେପଟୁ ଡାକୁ ଥାଏ ନାନୀ କୁ ଶ୍ୟାମଳି କୁଆଡେ ଗଲୁ ମାଆ ନାନୀ କହୁଥାଏ ବୁଝିଲୁ ତତେ ପାରି ହେବନି ।ବୋଉ ଖୁଡି ଆଉ ନାନୀ ମିସିକି ବହୁତ ପ୍ରକାର ରୋଷେଇ ବାସ କରିଥାନ୍ତି ସେମାନେ ଖାଇବା ପାଇଁ ଖାଇବା ବଢା ହେଉଥାଏ

ସେମାନଙ୍କର ମୁଁ ଗୋଟେ ପ୍ଲାଷ୍ଟିକ ଝିଟିପିଟି କୁ ରଖିଦେଲି ସେମାନଙ୍କ ଥାଳି ରେ ଅମୟ ଜୋର ରେ ପାଟି କଲେ ହେଲେ ଚନ୍ଦନ ଜାଣି ସାରିଥିଲେ ଏଟା ମୋର କାମ ବୋଲି ସେ ଧୀର ସ୍ତର ଭାବେ ପ୍ଲାଷ୍ଟିକ ଝିଟିପିଟି ଟିକୁ କାଢି ଦୂର କୁ ଫିଙ୍ଗି ଦେଲେ ।ଆଉ ମୋ ଆଡ଼କୁ ଚାହିଁଲେ ମୁଁ ରୋଷେଇ ଘର କୁ ଚାଲିଗଲି ।ସେ ଠାରେ ନାନୀ ମତେ ଗୋଟେ ଜୋର ରେ ଚିମୁଟି ଦେଲା ବୋଉ ର ନାଲି ଆଖି ଆଉ ଖୁଡି ଙ୍କର ଗାଳି ଶୁଣି ମୋ ପେଟ ପୁରିଗଲା ମୁଁ ରାଗିକି ମୋ ଶୋଇବା ଘର କୁ ଚାଲି ଆସିଲି।ବୋଉ କହିଲା ଝିଅ ନ ଖାଇ ଶୋଇବୁନି ମୁଁ କହିଲି ମୋର ପେଟ ପୁରି ଗଲାଣି ।ମୁଁ ଆଉ ଖାଇବିନି ।ନାନୀ କହିଲା କୁଆଡେ ଯାଉଛୁ ମୁଁ କହିଲି,ଯାଉଛି ମରିବାକୁ ନାନୀ ହସିଲା ତୁ ଆଗୁଆ ମରିଯିବୁ ମୁମ୍ବାଇ ଯିବୁନି ।

ତୋ ପ୍ରାଇଜ ନେବା ପାଇଁ ମୁଁ କହିଲି ଆରେ ମୋର ମନେ ନଥିଲା ।ନାନୀ ଗୋଟେ କଥା କହିବିସେଦିନ ମତେ ଯିଏ ଇଣ୍ଟର କଲେଜରେ ପ୍ରାଇଜ ଦେଇ ଥିଲେ ସିଏ ଏ ମାନଙ୍କ ଭିତରୁ ଜଣେ କି ମତେ ସନ୍ଦେହ ଲାଗୁଛି ।ହଁ ବୋଧେ ଫୋଟୋ ଟା ସେ ଦିନ ର ଦେଖିଲେ ଜଣାପଡିବ କାହା ମୁହଁ ଟିକେ ମିସୁଛି ତାଙ୍କ ସହ ଆର ପିଲା ଟା ବଦମାସ ଅଛି ।କିନ୍ତୁ ଏ ପିଲା ଟି ଭଲ ଲାଗୁଛି ତୁ ଆକୁ ବାହା ହେବୁ ।ନିନୀ କୁହେ ରଖ ତୋ କଥା ଏତେ ବେଶି ବକବକ ନ ହୋଇ ଚାଲେ ଖାଇକି ଶୋଇବୁ । ସକାଳୁ ଶୀଘ୍ର ଉଠି ରିଆଜ କରିବୁ ।ମୁଁ କହିଲି ହଁ ମୋର ଏସବୁ ପାଲାଯାତ୍ରାରେ ମନେ ନ ଥିଲା ।ନିନୀ ତୁ ମୋ ସୁପର ଭଉଣୀ ତୋ ବିନା ମୁଁ କିଛିବି ନୁହେଁ ନାନୀ କହିଲା ରଖ ତୋ ପ୍ରେମ ,ଫେରମ ,ମୁଁ କହିଲି ନା ତତେ ପ୍ରେମ କରିବା ମୋର ଜନ୍ମ ସିଦ୍ଧ ଅଧିକାର ତୁ କିଛି କହିପାରିବୁନି ମୋ ନାନୀ ଟା ଲ କହିମୁଁ ନାନୀକୁ ସେହ୍ନ ରେ ଏକ ମଧୁର ଆଲି ଙ୍ଗନ କରୁ କରୁ ମୋ ଆଖି ର ଲୁହ ଦେଖି ନାନୀ କୁହେ ରାଶି ସେତିକି କାନ୍ଦେ ମୋ ବାହାଘର କୁ ଟିକେ ବଞ୍ଚେଇ କି ରଖ ସବୁ ସାରି ଦେବୁ ନା କଣ ??ମୁଁ କହିଲି ଯା ମ ଯିଏ ମୋ ନାନୀକୁ ବାହା ହେବ ସେ ଘରଜୋଇଁ ହେବ ବୋଲି ମୁଁ ବାପା ଙ୍କୁ କହିଦେଉଛି ଆଜିଠାରୁ ଯାଉଛି କାରଣ ମୁଁ ମୋ ନାନୀ ବିନା ଘରେ ରହିପାରିବିନି ନାନୀ କୁହେ ତୋ ମୁଣ୍ଡ ରେ ଗୁଣ୍ଡ !!ତୁ ଗାଳି ଖାଇବୁ ସତ ରେ ରାଶି ବୋଉ ବାପାଙ୍କ ଠାରୁ ଆଉ ସେତିକି ବେଳେ ଯଦି ରାଗିବୁ ମୁଁ ଆଉ ଆସିବିନି ତତେ ବୁଝେଇ ବାକୁ ମୁଁ କୁହେ ଆସିବୁନି ଦେଖିବା କେମିତି,,,,!!

ନାନୀ କହୁଥିଲା ପାଗଳୀ ଟେ ସଙ୍ଗେ ସଙ୍ଗେ ରାଗ ରୁଷା ତାପରେ ସଙ୍ଗେ ସଙ୍ଗେ ସେହ୍ନ ବୋଉ ସେପଟୁ ଡାକୁ ଥିଲା କଣ??ସରିଲା ତମର ରାଗ ରୁଷା, ନା ସେ ଥିରେ ରେ ପେଟ ପୁରି ଯିବ କି ଖାଇବାକୁ ଆସିବ ମହାରାଣୀ କୁ ନେଇ ଶ୍ୟାମା ନାନୀ କହୁଥିଲା ହଁ ବୋଉ ମୁଁ ଯାଉଛି ମହାରାଣୀ କୁ ଆମର ନେଇ ,,,,ଆଉ ତାପରେ

କ୍ରମଶଃ,,,,,,,,



Rate this content
Log in

Similar oriya story from Romance