STORYMIRROR

Sunanda Mohanty

Abstract Tragedy Thriller

4  

Sunanda Mohanty

Abstract Tragedy Thriller

ଅମାବାସ୍ୟା ଚନ୍ଦ୍ରର ଛାୟାକଳ୍ପ

ଅମାବାସ୍ୟା ଚନ୍ଦ୍ରର ଛାୟାକଳ୍ପ

2 mins
295


   ଅମାବାସ୍ୟା ଅନ୍ଧାର ରାତି ଚିରି ଝିଅଟି ଚାଲିଥାଏ ଆଗକୁ । ଗାଡିରେ ସେ ଏକା । ନିଜେ ଡ୍ରାଇଭିଂ କରୁଥାଏ । ନିଜେ ନିଜର ସର୍ବନାଶ କରି ସାରିବା ପରେ, ସେ କଣ କରୁଥିଲା ନିଜେ ଜାଣିପାରୁନଥିଲା । ବାପା ମାଆଙ୍କ କଥା ନଶୁଣି, ନିଜ କ୍ଲାସମେଟ ସୁଜିତର ମିଠା ମିଠା କଥାରେ ଫସି ଯାଇଥିଲା । ଲିଭ-ଇନ -ରିଲେସନସିପି ରେ ରହିଲା ପରେ ସେ ମାଆ ହେଇଛି । ମାତୃତ୍ୱର ମର୍ଯ୍ୟଦାରେ ଆବରେସନ କରିବା ପାଇଁ ରାଜି ନହୋଇ, କୁନାକୁ ଜନ୍ମ ଦେଲା ପରେ ସୁଜିତ ଛୁଆଟିକୁ ଜବରଦସ୍ତ ଅନାଥଆଶ୍ରମରେ ଛାଡ଼ିବା ପରେ ତା ନିଜ ଜୀବନ ତାକୁ ଦୁର୍ବିସହ ଲାଗିଥିଲା । ବାପା ମାଆଙ୍କ ପାଖକୁ ଫେରିଯିବାର ସତ ସାହାସ ସେ ହରାଇ ବସିଥିଲା । ଘରୁ ଆସିବା ବେଳେ ସାଙ୍ଗରେ ନେଇ ଆସିଥିବା ଗାଡିଟାକୁ ଧରି ଅମାବାସ୍ୟାର ଘନ ଅନ୍ଧକାରକୁ ବେଖାତିର କରି ସେ ଏତେ ରାତିରେ ଠିକଣା ବିହୀନ ରାସ୍ତାରେ ଏକା ଏକା ଚାଲିଛି ଉଦଦ୍ଭ୍ରାନ୍ତ ଭାବରେ । ମତି ଗତିରେ ସ୍ଥିରତା ନଥାଏ ।


   ପୁଅ ମୁନାକୁ ଫେରେଇ ଆଣିବାକୁ ଯାଇଥିଲା ସୁଚେତା ଆଶ୍ରମକୁ । କିନ୍ତୁ ଛୁଆଟାକୁ ପୋଷ୍ୟ କରି କିଏ ନେଇଯାଇଛି ଶୁଣିବା ପରେ ମୁଣ୍ଡ କାମ କରୁନଥିଲା ସୁଚେତାର । ଲକ୍ଷ୍ୟହୀନ ଭାବେ ଏତେ ରାତିରେ ସେ ଛୁଟିଥିଲା ଆଗକୁ ଆଗକୁ । କଣ୍ଟା ଯାଇଛି ଭାବି ବୋଧହୁଏ ଆଶ୍ବସ୍ତିର ପରମ ନିଦରେ ସୁଜିତ ଘୁଙ୍ଗୁଡ଼ି ମାରୁଥିବ । ହଠାତ ଷ୍ଟିଅରିଙ୍ଗ ଉପରୁ ନିୟନ୍ତ୍ରଣ ହରାଇ ଗାଡିଟା ତଳକୁ ଖସି ପଡୁଥିଲା ବେଳେ, କୁନି କୁନି ମଣିଷ ମାନେ ଆସି ଗାଡିଟିକୁ ଆୟତ୍ତ କରି କୋଉ ଦିଗରେ ନେଇଯାଉଥିଲେ । ଏତେ କୁନି କୁନି ମଣିଷଙ୍କ ଶକ୍ତି ଥିଲା ଅମାପ । ଏଲିଅନଙ୍କ ପରି ହୁଏତ ଏମାନେ ଅନ୍ୟ ଗ୍ରହ ଅଧିବାସୀ ହୋଇଥିବେ ନିଶ୍ଚୟ ଭାବି ସୁଚେତା ଦେଖିଲା ଗୋଟେ ବିରାଟ ବଙ୍ଗଳା ସାମ୍ନାରେ ଗାଡି ଲାଗିଛି ଆଉ ଆକାଶ ଫର୍ଚ୍ଚା ହୋଇ ଭୋର ହେବାର ସଂକେତ ଦେଉଛି, କୁଆଁତାରା ଶୁକ୍ର ଗ୍ରହ ।


   ସିନ୍ଦୁରା ଫାଟି ଫାଟି ଆସିବା ପୂର୍ବରୁ ପିତା ମାତା ଦୁଇଜଣ କଅଁଳା ଛୁଆଟିକୁ ଧରି ଶୁଆଇବାକୁ ଚେଷ୍ଟା କରି ମଧ୍ୟ ପାରୁନଥିଲେ, ବଙ୍ଗଳା ଭିତର ଲନରେ । ଦଉଡିଯାଇ ସୁଚେତା ପିଲାଟିକୁ କୋଳକୁ ନେଲା ତ ପିଲାଟି ଚୁପ ହୋଇଗଲା । ଦାମ୍ପତ୍ତି ଦୁହେଁ ଆଶ୍ଚର୍ଯ୍ୟ । ସୁଚେତା ମଧ୍ୟ ନିଜ ପିଲାକୁ ଏଠି ଦେଖି ଆଶ୍ଚମ୍ବିତ । ସକାଳୁ ସକାଳୁ ପୁରୁଷ ଲୋକଟିର ମୁଁହଁ ଦେଖି ଚମକି ପଡିଥିଲା ସୁଚେତା, ଭାନୁ ଭାଇ, ତମେ ଏଠି, ତମ କୋଳରେ ମୋ ଛୁଆ?? ଭାନୁବାବୁ ଆଶ୍ଚର୍ଯ୍ୟ ଓ ଚକିତ, ପ୍ରଶ୍ନ କଲେ ତୋ ଛୁଆ??? ହଁ ଭାନୁ ଭାଇ ମୋ ଛୁଆ । ସୁଚେତା ଠାରୁ ସବୁ ଶୁଣି ଭାନୁ ପ୍ରତାପ କହିଲେ ତୋ ଦୁଃଖ ଠାରୁ ମୋ ଦୁଃଖ ଅଧିକା କି କମ ତ କହିପାରିବି ନାହିଁ ସୁଚି କିନ୍ତୁ ପିଲାଟିଏ ବିନା ତୋ ଭାଉଜ ଆଜି ମୃତ୍ୟୁ ସହିତ ସଂଗ୍ରାମ କରୁଛି । ପ୍ରତିଥର ମଲା ପିଲା ଜନ୍ମ କରି ସେ ପାଗଳି ହୋଇଯିବା ପୂର୍ବରୁ ଚତୁର୍ଥ ଥର ମୁଁ ଅନାଥ ଆଶ୍ରମରୁ ତୋ ପୁଅକୁ ଆଣି ତା ଜନ୍ମିତ ଛୁଆ କହି ଦେଇଥିଲି କିନ୍ତୁ ତୋ ଦୁଃଖ ଶୁଣି ବରଂ ତାକୁ ସବୁ ସତ କଥା କହିଦେବା ଉଚିତ ଭାବୁଛି କହି ଟିକେ ଦୂରରେ ବସିଥିବା ସ୍ତ୍ରୀଙ୍କ ପାଖକୁ ଯିବା ସମୟରେ ବାରଣ କରିଥିଲା ସୁଚେତା, କହିଥିଲା ଅନ୍ୟ ଗ୍ରହ ବାସୀ ମାନଙ୍କ ଦୟାରେ ମୋ ପୁଅ ଠିକଣା ପାଇଲି ଭାଇ, ଆଜି ମୋର କିଛି ଅବଶୋଷ ନାହିଁ । ମୁଁ ବରଂ ଶାନ୍ତିରେ ଫେରିଯାଉଛି । ତୁମେ ଭାଉଜଙ୍କୁ ପୁଅକୁ ଦିଅ ଏଥର । ସୁଚେତା ଲକ୍ଷ୍ୟହୀନ ଭାବେ ଫେରିପଡିବା ସମୟରେ ଭାନୁ ପ୍ରତାପ ଚାହିଁ ରହିଥିଲେ ତାଙ୍କ ଗାଁର, ଜମିଦାର ରାୟ ବାହାଦୂରଙ୍କ ଅଲିଅଳି କନ୍ୟା ସୁଚେତାକୁ । ସୁଚେତାକୁ କିଛି ପ୍ରଶ୍ନ କରିବା ପୂର୍ବରୁ ଝଡ ପରି ମିଳେଇ ଯାଇଥିଲା ତା ଗାଡିର ଛାୟାକଳ୍ପ ।



Rate this content
Log in

Similar oriya story from Abstract