ଅଲିଭା ଗାର
ଅଲିଭା ଗାର
ଏମିତି ଗୋଟେ ଦିନ ମିଶ୍ର ପରିବାରରେ ଆସିବ ବୋଲି କେହି କେବେ ଭାବି ନଥିଲେ । ସମସ୍ତଙ୍କ ଆଖିରେ ଲୁହର ସାଗର ଯେମିତି ମନଟି ଅଥୟ, ଛାତି ଭିତରଟା ଘାଣ୍ଟି ଚକଟି ହେଇ ଯାଉଥିଲା । ଅତି ଅଲିଅଳି ସୁକନ୍ୟାର ଝୁଲନ୍ତା ଶବଟିକୁ କାଢି ଆଣି ଭୋ ଭୋ ହୋଇ କାନ୍ଦିଲେ ସାରା ପରିବାର । ଆଜି ସେ ମାନଙ୍କ ମନରେ ଅଲିଭା ଗାରଟି ଟାଣି ଚାଲି ଯାଇଛି ସୁକନ୍ୟା ଆଉ ଫେରିବନି ତାଙ୍କ ପାଖକୁ ।
********************* *******************
ସୁକନ୍ୟା ଥିଲା ମିଶ୍ର ପରିବାରର ଏକ ମାତ୍ର କନ୍ୟା ଦେଖିବାକୁ ସୁନ୍ଦର । ସରୁ ନାକ ହଳଦୀ ଗଣ୍ଠି ପରି ଗୋରା ମୋଟା ମୋଟୀ କହିବାକୁ ଗଲେ ସର୍ବ ଗୁଣ ସମ୍ପର୍ଣ୍ଣା । ବୟସ ମଧ୍ୟ ସତର । ଜେଜେମାଆର ଭାରି ଗେଲ୍ଲୀ। ଘରେ ତିନି ପୁରୁଷରେ ଗୋଟିଏ ବୋଲି ଝିଅ । ବାବା ତାର ଦୁଇ ଭାଇ । ବାବା ହେଲେ ବଡ । ତା ଜେଜେ ବାବା ତିନି ଭାଇ । ସେଥିରୁ ତା ସାନ ଜେଜେ ବାହା ହେଇ ନଥିଲେ । ମାତ୍ର ତା ଜେଜେ ମଝିଆ ଜେଜେଙ୍କର ଦି ଦିଟା ପୁଅ ସେମାନଙ୍କର ମଧ୍ୟ ଗୋଟେ ଗୋଟେ ପୁଅ ତେଣୁ ଘରେ ସୁକନ୍ୟା ଗୋଟିଏ ଆଉ ବହୁତ ଗେଲ୍ଲୀ ସିଏ । ପାଠ ପଢା ସେତେ ଭଲ ନହେଲେ ମଧ୍ୟ ଚଳନୀୟ, ଜେଜେମାଆ ସବୁ ବେଳେ ବିରକ୍ତ ଆଲୋ!!! ବୋହୁ ମୋ ଝିଅକୁ କାହିଁକି ଏତେ ଖରାରେ ସ୍କୁଲ ଛାଡୁଛୁ ଝିଅଟା ମୋର କଳା କାଠ ପଡ଼ିଯିବ ଲୋ.......... !!!
*****************************************************
ହଁ..... ହଁ...... ଜେଜେ ମାଆ ! ବୋଉକୁ ଟିକେ ବୁଝାଅ । ମତେ ଘର କାମ ବତାଉଛି । ମୁଁ ଯାହା ଖାଇବାକୁ ମାଗିଲେ କହୁଛି ଦିନେ ନା ଦିନେ ଶାଶୁ ଘରକୁ ଯିବୁ । ନିଜେ କରିକି ଖାଆ, ନ ହେଲେ ଶିଖିବୁ କେମିତି। ସ୍କୁଲକୁ ନଗଲେ ଗାଳି । ଏହା ଶୁଣି ଜେଜେ ମାଆର ବୋଉକୁ ପାଟି ହ...ଇ...ଲ ..ବୋହୁ ତୋର ଏତେ ସାହସ । ମୋ ସୁନା ନାକି ଝିଅକୁ କାହିଁକି ଏତେ କାମ ବ ...ତ.. ଉ.. ଚୁଁ...ଲ ??? ବୋଉ ଗାଳି ଖାଇବ ଦେଖି ସୁକନ୍ୟା ଜେଜେମାଆ ପଛ ପଟେ ରହି ବୋଉକୁ ଦେଖି ହସିଦିଏ । ବୋଉର ନାଲି ଆଖିଟି ଯେମିତି ଶାନ୍ତି ହେଇ ଯାଏ । ତାର ସେ ଖିଲି ଖିଲି ହସ ଆଉ ତାର ନିରୀହ ଆଖିକୁ ଦେଖି ଘରର ଯେମିତି ସବୁ କୋଣରେ ଗୁଂଜରିତ ହୋଇ ଉଠେ ସୁକନ୍ୟାର ହସ.......... ହା.... ହା... ହସି ଚାଲିଯାଏ । ସବୁରି ଆଖିର ତାରା ସିଏ ତାକୁ ନ ଦେଖିଲେ କାହାକୁ ଭଲ ଲାଗେନି । ସମସ୍ତେ ତାକୁ ଖୋଜନ୍ତି । ******************************************
ସୁକନ୍ୟା ମନର କୋଉ ଗୋଟେ କୋଣରେ ସୋମ୍ୟ ପାଇଁ ଥାଏ ଅନାବଳ ପ୍ରେମ । ନା ସେ ଘରକୁ ଲୋକକୁ କହି ପାରେ ନା ଜେଜେ ମାଆକୁ ନା ବୋଉକୁ । ଡର ଥାଏ ମନରେ କାଳେ କିଏ ତାର ମନ କଥା ବୁଝିବେନି, ତାର ପ୍ରେମକୁ ଆଉ ଅନ୍ୟ କିଛି ଭାବିବେ । ତେଣୁ ମନେ ମନେ ପ୍ରେମର କୋହକୁ ଚାପି ଅନ୍ୟମାନଙ୍କୁ ହସାଏ । ସୋମ୍ୟ ଦେଖିବାକୁ ସୁନ୍ଦର, ଶାନ୍ତ ପିଲା ଟେ । ସେ ସୁକନ୍ୟା ଘରେ କାମ କରୁଥବା ଚମ୍ପା ବୋଉର ସାନ ପୁଅ। ସୁକନ୍ୟା ଘରେ ଚମ୍ପା ବୋଉ କୋଉ କାଳରୁ ଘରକାମ କରେ। ହେଲେ ସେ ତା ପିଲାମାନଙ୍କୁ କେବେ ସେଠିକି ନେଇ ନି,। ପିଲାମାନେ ତାର ଗାଆଁରେ । ବେଳେ ବେଳେ ଗାଆଁକୁ ଯାଇ ସେମାନଙ୍କୁ ଦେଖିକି ଆସେ.। ତାର ଦୁଇଟି ପୁଅ ଗୋଟେ ଝିଅ । ଝିଅଟିକୁ ତାର ଆର ବର୍ଷଫଗୁଣରେ ବାହା ଦେଇଥିଲା । ବଡ ପୁଅ ଚାଷ ବାସରେ ବାପକୁ ସାହାଯ୍ୟ କରେ ସାନ ପିଲାଟି ହେଲା ସୋମ୍ୟ ବହୁତ ଭଲ ପାଠପଢା । ସେ ମ୍ୟାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଚମ୍ପା ବୋଉର ମନ ପିଲାଟିକୁ ପଢ଼ାଇବା ପାଇଁ ଚାଷୀ ଘରେ କାଳେ ପିଲାଟି ବଡ ମଣିଷ ହବ ତାର କୁଳ ଉଜ୍ୱଳ କରିବ ସେ ଆଶା ଆକାଂକ୍ଷା ମନରେ ନେଇ ସେ ସାନ ପୁଅଟିକୁ ସହରରେ ପଢାଉ ଥାଏ ।
*********- **********************************
ଏମିତି ଗୋଟେ ଦିନ ସୋମ୍ୟର ସୁକନ୍ୟା ସହିତ ଦେଖା ହୁଏ। ବୟସର ଚପଳତାରେ ସୁକନ୍ୟା ସୋମ୍ୟକୁ, ସୋମ୍ୟ ସୁକନ୍ୟାକୁ ମନ ଦେଇ ବସନ୍ତି । ସୋମ୍ୟ ପାଖେ ସେ ପ୍ରେମର ଗୁରୁତ୍ୱଥିଲା ହେଲେ ଯେହେତୁ ସେ ତାଙ୍କ ଘରେ କାମ କରୁ ଥିବା ଚମ୍ପା ବୋଉର ପୁଅ ତେଣୁ ସେ ଟିକ ପଛଘୁଞ୍ଚା ଦେଇଥିଲା । ହେଲେ ସୁକନ୍ୟା ମନରେ ସୋମ୍ୟକୁ ନେଇ କେତେ ଯେ ସ୍ୱପ୍ନ ତା ଆଖି ଆଗେ ନାଚି ଯାଏ। ସେ ନିଜେ ବି ତା ମନଟିକୁ ନିୟନ୍ତ୍ର କରିପାରେ ନି। ଦିନ ରାତି ସମସ୍ତେକୁ ହସୁଉ ଥିବା ସୁକନ୍ୟା ଆଜି ନିଜ ଭିତରେ ନିଜେ ମାଜି ଯାଇଥିଲା । ସେ ଏବେ ଏକ ତରଫା ପ୍ରେମର ଦୋଛକି ରେ। ନା ସୋମ୍ୟକୁ ମନକୁ କାଢି ପାରୁଥିଲା ନା ତାକୁ କହି ପାରୁଥିଲା। ମନେ ମନେ ଦୃଢ ପ୍ରେମ କରିଚି ସୋମ୍ୟକୁ ହେଲେ ପାଟି ନ କହି ଆଖି ତାର କହି ପକଉଥିଲା ତାକୁ ପ୍ରେମ ହେଇଛି ସବୁ ନୂଆ ଲାଗୁଛି ଜୀବନରେ ସାତ ରଙ୍ଗ ସତେ ତା ଆଖିର ସୁନେଲି ସ୍ୱପ୍ନରେ କିଏ ଭରୁଛି । ଜେଜେମାଆର ସନ୍ଦେହ ଘେରିରେ ଆଜି ସେ ତା ହାବଭାବର ପରିବର୍ତ୍ତନ କାହିଁକି?? ସୁକନ୍ୟା ଆଜି ସମସ୍ତେ ନ୍କ ଠାରୁ ଘରେ ଥାଇ ମଧ୍ୟ ଅନେକ ଦୂରରେ ଭାବନା ରାଇଜରେ । ଜେଜେ ମାଙ୍କର ପ୍ରଶ୍ନର ସେ ଉତ୍ତର ତା ପାଖରେଥିଲା ହେଲେ ସେ କେତେ ବେଳେ କହିବାକୁ ସାହସ କରିନଥିଲା । ********************************************
ଇତି ମଧ୍ୟରେ ଏକ ବର୍ଷବିତିଯାଏ ଛି। ସୁକନ୍ୟାର ବାହାଘର ପାଁଇ ବର ଖୋଜା ଆରମ୍ଭ ହେଇ ଥାଏ ମିଶ୍ର ଘରେ। ଡ଼କ୍ଟର ଇଂଜିନିୟର କେତେ ଭଲ ପ୍ରସ୍ତାବ ତାଙ୍କ ଝିଅ ପାଇଁ ଆଜି। , ହେଲେ କିଛି ମନକୁ ପାଏନି ତାଙ୍କର । ସୁନାନାକି ଝିଅକୁ ଗୋଟେ ଭଲ ପାତ୍ର ସହିତ ବିବାହ ଦେବାକୁ ଘର ସମସ୍ତେଙ୍କର ମନ। ବାପା ତାର ପୁରା ଜୋରରେ ଲାଗିଯାଇଥାନ୍ତି ଏଇ ବର୍ଷ ଝିଅଟିକୁ ହାତରୁ ଦୁଇ ହାତ କରିବାକୁ । ଝିଅ ଦାୟିତ୍ୱରୁ ମୁକ୍ତି ଏପଟେ ସୁକନ୍ୟାର ଛାତିରେ କୋହ, ଆଖିରୁ ଧାର ଧାର ଲୁହ। ସମସ୍ତେ ଭାବିଲେ ବହୁତ ଗେଲବସର ଝିଅ କେମିତି ଶାଶୂଘର ଯିବ, ଆମକୁ ଛାଡିକି ରହିବ, ସେଥିପାଇଁ କାନ୍ଦୁଛି । ହେଲେ ଜେଜେ ମାଆ ଠିକ୍ ବୁଝିଥିଲା । ଦିନେ କଥା କଥାରେ ଜେଜେମାଆ ତାକୁ ପଚାରିଲା କାହାକୁ ଭଲ ପାଉଛୁ କି ତୁ ??ସେ ଦିନ ସୁକନ୍ୟା ସବୁ କଥା ଖୋଲି ଦେଇଥିଲା ଜେଜେମାଆ ଆଗରେ କୋଳରେ ମଥା ରଖି ଲୁହର ଅସରାଏ ବର୍ଷା ଯେମିତି ହେଇଯାଇଥିଲା । ସେଥିରେ ଜେଜେମାଆ ପଣତ କାନିଟି ପୁରା ଓଦା ସେ ଲୁହରେ ଜେଜେମାଆ ଠିକ୍ କଲେ ଆଜି ସୁନା ନିକି ନାତୁଣୀର ଆଖିରେ ଲୁହ ବଦଳରେ ହସ ଭାରି ଦେବେ ଯାହା କି ଚମ୍ପା ବୋଉର ପାଖରେଥିଲା ।
*********************************************
ବାବାଙ୍କୁ ବହୁତ କଷ୍ଟରେ ଜଣେଇ ଥିଲେ ସେ । ହେଲେ ବାବା ଆଜି ରାଗିକି ପଞ୍ଚମ ଜେଜେମାଆ କେତେ ବୁଝେଇଲା । ଆରେ ପୁଅ ଝିଅଟି ଆମର ସେଠି ଖୁସିରେ ରହିବ ହେଲେ ସୁକନ୍ୟାର ବାବା ରାଗି ଶେଷ ସୀମାରେ ପହଞ୍ଚି ଯାଇଥିଲେ । ମାରି ପକାଇବେ ଆଜି ସେ ସୋମ୍ୟକୁ । ସମସ୍ତେ ମିଶି ନିଧୂମ ପିଟିଲେ ସୋମ୍ୟକୁ ଚମ୍ପା ବୋଉ ଆଖିରେ ଆଖିଏ ଲୁହ ନେଇ କାମ ଛାଡି ଚାଲିଗଲା ଗାଆଁକୁ । ସୋମ୍ୟ ଆଜି ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲର ବେଡ଼ରେ ମରିବ କି ବଞ୍ଚିବ ଠିକ୍ ନାହିଁ । ସୁକନ୍ୟା ଆଜି ଘରେ ବନ୍ଦୀ । ଏତେ ଗେଲବସର କରି ବଢ଼ିଥିଲା ସବୁ ଅଳିଅର୍ଦ୍ଦଳି ଘରର ସମସ୍ତେ ପୂରଣ କରୁଥିଲେ ଅଥଚ ଏବେ କଣ ?? ସେ ତାଙ୍କ ଝିଅ ନୁହେଁ କାହିଁକି ?? ତାର ଏ ଅଳି ଉପରେ ଏତେ କାଣ୍ଡ?? ସେ କଣ ପ୍ରେମ କରି ଭୁଲ କରିଚି ନା ଚମ୍ପା ବୋଉର ପୁଅକୁ ପ୍ରେମ କରି ଭୁଲ କରିଚି ??ଏ ସବୁ ଭାବି ତାର ମୁଣ୍ଡ ଆଜି ଭାରାକ୍ରାନ୍ତ । ଜେଜେମାଆ ତାକୁ ପୁରା ଜଗିଛି ରାତିରେ କାଳେ କଣ କରିଦେବ ଭାବି।
*********************-***********************
ପାହାନ୍ତି ପାହାନ୍ତି ହେଇ ଆସୁ ଥାଏ ଜେଜେମାଆ ରାତି ସାରା ଜଗି ଥାଏ । ହେଲେ ସେଇ ପାହାନ୍ତି ବେଳାରେ ଜେଜେମାଆର ଆଖି ଦୁଇଟିକୁ ନିଦ ଢାଙ୍କି ଦେଇ ଥାଏ। ସୁକନ୍ୟା ଧୀରେ ଧୀରେ ବୋଉର ଲୁଗାରେ ଆଜି ଗଭୀର ମୃତ୍ୟୁର ନିଦ୍ରାରେ ଖାଲି ଆତ୍ମା ଶୂନ୍ୟ ଶରୀରଟା ତାର ପଙ୍ଖାରେ ଝୁଲୁଛି । ଜେଜେମାଆର ଆଖିକୁ ବିଶ୍ୱାସ ଆସୁନଥିଲା ଯେ ତା ସୁନା ନାକି ନାତୁଣୀ ଆଜି ଏ ଦୁନିଆରେ ନାହିଁ ସକାଳଟି ବିଶାଳ ବାଦଲରେ ଢାଙ୍କି ସାରିଥିଲା । ଆଉ ସୋମ୍ୟ ଏ ସଂସାରର ମୋହ ମାୟା ତ୍ୟାଗ କରି ଆଜି ସନ୍ନ୍ୟାସୀ ସେ ଖବର ଜେଜେ ମାଆକୁ ବି ମିଳିଥିଲା । ଦୁଇଟି ପରିବାରର ସ୍ୱପ୍ନ ଆଜି ଧୂଳିରେ ମିଳେଇ ଯାଇଥିଲା। ଦିନ ପରେ ଦିନ ମାସ ପରେ ମାସ ବିତିଗଲେ ମଧ୍ୟ ଜେଜେମାଆ ସାମ୍ନା ଝର୍କାରୁ ରାସ୍ତାକୁ ଦେଖେ ଯଦି ଗୋଟେ ଝିଅ ଟେ ଯିବାର ଆଖି ତାର ଲୁହ ଭାରି ଆସେ........ ମନେ ପଡେ ସୁନାନାକି ନାତୁଣୀ ସୁକନ୍ୟାର ସେ ଗୋରା ତକ ତକ ମୁହଁ ......ଟି । ଆଉ ନାତୁଣୀ ସଙ୍ଗେ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ହୃଦୟରେ ଅଲିଭା ଗାର ସଦୃଶ ଆଜି ।

