STORYMIRROR

Sunanda Mohanty

Romance

3  

Sunanda Mohanty

Romance

ଅଲାଜୁକ

ଅଲାଜୁକ

2 mins
155


  ଅନାମର ଢଙ୍ଗଢାଙ୍ଗ ଦେଖିଲେ ସ୍ତ୍ରୀ ସୁମତୀ କହେ, କି ଅଲାଜୁକ ଲୋକଟା କେଜାଣି ତିନି ତିନିଟା ଛୁଆର ବାପା ହେଲାଣି ତଥାପି ରସିକ ନାଗର ସାଜୁଛି, ରିକ୍ସାବାଲାର ଏ ରସିକଗିରି କୁଆଡକୁ ପାଉଛି କେଜାଣି ତ ଅନାମ କହେ ଆଲୋ ତୁ ସେଗୁଡା କଣ ବୁଝିବୁ, କେତେ କେତେ ବଡଘର ପିଲା ସବୁ ମୋ ରିକ୍ସାରେ ସ୍କୁଲ ଯାଉଛନ୍ତି ଅନାମ ଅଙ୍କଲ କହି କିଏ ଫ୍ଲାଇଙ୍ଗ କିସ ଦେଉଛି ତ କିଏ ହାଲୋ ଅଙ୍କଲ କହି ପିଠିରେ ଲଦି ହୋଇପଡୁଛି ତ ପାଉଡର ଟିକେ ନମାରିଲେ କେମିତି ହେବ ପୁଣି ସେଇ ଯୋଉ ଦିଦି ତାର ଯୋଉ ମିଠା କଥା ତୁ ଯଦି ଥରେ ଶୁଣନ୍ତୁ ବୁଝନ୍ତୁ ତୋ ସ୍ୱାମୀ ଅନାମର କେତେ ଖାତିର ଅଛି, କାଲି ପରା ସେଇ ଦିଦି କହୁଥିଲେ ଅନାମ ତୁମ ସ୍ତ୍ରୀ ତୁମକୁ ବାହା ହୋଇ ନିଶ୍ଚୟ ବହୁତ ଶାନ୍ତିରେ ଥିବ, ତୁମେ ଅନ୍ୟ ପାଞ୍ଚଟା ରିକ୍ସା ବାଲା ପରି ମଦୁଆ ନୁହଁ ପୁଣି ପରିଷ୍କାର ପରିଚ୍ଛନ ସାଙ୍ଗକୁ ସଚ୍ଚା ମଣିଷ, ତୁମ ରିକ୍ସାରେ ମୋ ହାର ପଡିଯାଇଥିଲା ତୁମେ ଫେରେଇଦେଲ, ହେଲେ ମୋ ସ୍ୱାମୀ ମଦ ପିଇବାକୁ ସେଇଟାକୁ ନେଇ ବିକି ଦେଲେ, ତାଙ୍କ କଥା ଶୁଣି ବହୁତ ଦୁଃଖ ଲାଗିଲା, ଏଡ଼େ ସୁନ୍ଦର ଶିକ୍ଷିତ ଗୁରୁମାଆର ପୁଣି ଏମିତିକା ବର, ଛି ଛି, ମୁଁହ ମୋଡ଼ି ସୁମତୀ ପୁଣି କହୁଥିଲା ହେ ଯାଆମ ଅଲାଜୁକ, ଅନାମ କହୁଥିଲା ଆଲୋ ମୁଁ ଅଲାଜୁକ ହୋଇଥିଲେ କେବେଠୁ ସେ ଗୁରୁମାଆଙ୍କୁ.... କଣ କହିଲୁ ଅଲାଜୁକ କଣ କହିଲୁ, କଣ କରିଥାନ୍ତୁ ଗୁରୁମାଆଙ୍କୁ, ଆରେ ତୁ ତାଙ୍କ ପାଦ ତଳକୁ ସରି ହେବୁକି?? 

  ସତରେ ଗୁରୁମାଆଙ୍କୁ ରିକ୍ସାରେ ବସାଇ ଅନାମ ଯୋଉଦିନ ଘରକୁ ଆଣିଲା ଚମକି ପଡିଲା ସୁମତୀ, ହେଲେ ଗୁରୁମାଆ ଚମକି ପଡ଼ିଥିଲେ ସୁମତୀର ଘରକରଣାରେ ଆଉ ସୁସ୍ୱାଦୁ ପୋଇଖାଡ଼ି ଚୁଙ୍ଗୁଡ଼ି ତରକାରୀରେ ଆଉ ପ୍ରଶଂସା କରୁଥିଲେ ଅନାମକୁ ପାଇ ତୁମେ ଭାଗ୍ୟବତୀ ସୁମତୀ, କହି ତାଙ୍କ ସ୍ୱାମୀ ମଦ ଖାଇ ବାଡ଼େଇଥିବା ହାତଟାକୁ ଦେଖାଉଥିଲେ, କୋମଳମତି ସୁମତୀ ତରଳିଗଲା ତ ଗୁରୁମାଆଙ୍କୁ ସହାନୁଭୂତିରେ ଆତିଥେୟତା ଯୋଗାଇ ଦେବାକୁ କୁଣ୍ଠାବୋଧ କରିନଥିଲା ଯେ ପର୍ଯ୍ୟନ୍ତ ସେ ଜାଣିନଥିଲା ଗୁରୁମାଆ ସବୁଦିନ ପାଇଁ ଅନାମ ସହ ଚାଲିଆସିଛନ୍ତି, ତା ମୁଣ୍ଡରେ ବଜ୍ର ପଡିଲା, ଅଲାଜୁକ ଅନାମ ଶେଷକୁ ଏମିତି କରିବ ବୋଲି ସେ ଜାଣି ଅଜଣା ହେଲା କେମିତି? 

  ରାତିରେ ଯେବେ ଅନାମ ଦିଦିଙ୍କ ସ୍ୱାମୀଙ୍କୁ ଘରକୁ ଆଣି ଦିଦିଙ୍କୁ ନେଇଯିବା ପାଇଁ କହୁଥିଲା ଦିଦି ଯେତିକି ଆଶ୍ଚର୍ଯ୍ୟ ହେଇନଥିଲେ ସୁମତୀ ସେତିକି ଆଶ୍ଚର୍ଯ୍ୟ ହୋଇଥିଲା ନିଜ ସ୍ୱାମୀର ମହତ ପଣିଆରେ, ବୁଝାଶୁଝା କରି ଦିଦିଙ୍କୁ ଛାଡିଥିଲା ଅନାମ ନିଜ ରିକ୍ସାରେ ଆଉ ତାଙ୍କ ସ୍ୱାମୀଙ୍କୁ ଅନୁନୟ ବିନୟ କରି କହିଥିଲା ମଦ ନଖାଇବାକୁ ଆଉ ଦିଦିଙ୍କୁ ନବାଡ଼େଇବାକୁ ତ ଦିଦିଙ୍କ ସ୍ୱାମୀ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ଆଉ କେବେ ଵି ମଦ ଛୁଇଁବେନି କାରଣ ତୁମଠୁ ଆଜି ମୁଁ ବହୁତ କଥା ଶିଖିଲି ଅନାମ, ସଂସାର କରିବାକୁ ହେଲେ ସ୍ୱାମୀ ସ୍ତ୍ରୀକୁ ତାର ପ୍ରାପ୍ୟ ମର୍ଯ୍ୟାଦା ଦେବାକୁ ହୁଏ, ସ୍ତ୍ରୀ ମଧ୍ୟ ସ୍ୱାମୀର ଦୁଃଖ ସୁଖରେ ଭାଗି ହୋଇ ଚଳେ l

  ଦିଦିଙ୍କ ସଂସାର ସଜାଡି ଅନାମ ଯେବେ ସ୍ତ୍ରୀ କୁ କହୁଥିଲା ତିନି ଝିଅଙ୍କୁ ଆମର ପାଠ ପଢ଼େଇ ଏଇ ଦିଦି ଭଳି ନିଜ ଗୋଡ଼ରେ ଠିଆ କରେଇବା ଆଉ ଭଲ ବର ଘର ଦେଖି ବାହା କରିବା, ସ୍ତ୍ରୀ ସୁମତୀ ତଥାପି କହିଥିଲା, ଅଲାଜୁକ ଭଳି କଥା କୁହନି ମୋ ଝିଅମାନଙ୍କୁ ମୁଁ ଖାଲି ପାଠ ପଢ଼େଇବିନି ସଣ୍ଠଣା, ଶହନଶୀଳତା ଗୁଣ ଵି ଶିଖେଇବି ଯିଏ ସ୍ୱାମୀଙ୍କୁ ଦରକାର ପଡିଲେ ବାଟକୁ ଆଣିପାରୁଥିବ, ଅନାମ ହସିଦେଇ କହୁଥିଲା ତୁ ବୁଦ୍ଧିମତୀ କେତେ କଥା ଜାଣିଛୁ ମୁଁ ଅଲାଜୁକ କଣ ଏତେ କଥା ଜାଣିଛି, ତା ପାଟିରେ ହାତ ଦେଇ ସୁମତୀ କହୁଥିଲା, ସେମିତି କହିବନି, ତୁମକୁ ମୁଁ ସେମିତି କହେ ଖାଲି ଉପରକୁ ତମେ ତ ମୋର ସୁନାମୁଣ୍ଡା, ଅନାମ ଲାଜେଇ ଯାଉଥିଲା l



Rate this content
Log in

Similar oriya story from Romance