ଅଜ୍ଞାତିକା ଭାଗ ୩
ଅଜ୍ଞାତିକା ଭାଗ ୩
ସକାଳର ଦୃଶ୍ୟ ଆକାଶରୁ କ୍ଷୁଦ୍ର ଜଳ ରାଶିର କଣିକା ଆବାହ ମାନ ହେଉଥାନ୍ତି। ଯେପରି ଆକାଶର ସାଗର ରୂପକ ଅଗଭୀର ସମୁଦ୍ର ପରି ଏକ ଏକୁଟିଆ ଡଙ୍ଗାରେ ଭାସୁଛି, ସେହିପରି ଆକାଶରେ ଆଜି ଏକାକୀ ମେଘ ଆକାଶରେ ଭାସୁଛି ।
ତଥାଗତ ଏପର୍ଯ୍ୟନ୍ତ ଉଠିନାହିଁ । ଧୀରେ ଧୀରେ ସେଜରୁ ସେ ଉଠେ, କାଲି ରାତିରେ ଟେବୁଲ୍ ଉପରେ ଖୋଲାଛାଡିଥିବା ଅର୍ଥନୀତି ବହିକୁ ଯାଇ ବନ୍ଦ କରିଦିଏ ।
ନିଜ କୋଠରୀରୁ ବାହାରି ଆସେ ଏବଂ ନିତ୍ୟକର୍ମ ପାଇଁ ବାହାରକୁ ବାହାରିଯାଏ । ହଠାତ୍ ସେତେବେଳେ ଏକ କଲ ଆସିଲା । କଲ୍ ରେ କୁହନ୍ତି "- ତୁମେ ତଥାଗତ ସାମନ୍ତରାୟ?"
ତଥାଗତ- "ହଁ, କିନ୍ତୁ ଆପଣ?
କଲର୍ - "ଆମେ ତୁମର କଲେଜ ବିଷୟରେ କହୁଛୁ, ତୁମକୁ ବର୍ତ୍ତମାନ NSS କ୍ୟାମ୍ପକୁ ଯିବାକୁ ପଡିବ |"
ସୁନାମି ପାଇଁ ସମୂଦ୍ରର ତଳିଆ ଅଞ୍ଚଳସବୁ ଜଳମଗ୍ନ ହୋଇସାରିଛି। ତେଣୁ ତୁମକୁ ରିଲିଫ୍ ବଣ୍ଟନ ପାଇଁ ସେଠାକୁ ପଠାଯିବ |
ତଥାଗତ - ବର୍ତ୍ତମାନ (ଆଶ୍ଚର୍ଯ୍ୟଜନକ ହୋଇ )!
କଲ୍ ରେ ଥିବା ବ୍ୟକ୍ତି - "ହଁ, ତୁମେ ତୁମ କଲେଜରୁ ଯିବା ପାଇଁ ମାସ୍କ, ଟି-ସାର୍ଟ, ଜିନ୍ସ ଏବଂ ଜୋତା ପିନ୍ଧି ଦୁଇ ଘଣ୍ଟା ମଧ୍ୟରେ ସେଠାରୁ ବସ୍ ରେ ଯିବ |"
ଏହା କହି କଲ୍ ବନ୍ଦ ହୋଇଗଲା | ସବୁକିଛି ଠିକ୍ ଥିଲା, କିନ୍ତୁ ବୁଟ୍ ନାହିଁ। ତେଣୁ ଲଜ୍ୟା ସହକାରେ ମଧ୍ୟ ତଥାଗତ ଚପଲ ପିନ୍ଧି ବାହାରି ପଡେ। ଯେହେତୁ ଏହା ତଥାଗତର ଜାତୀୟ ସେବା ଯୋଜନା ( NSS ) ର ପ୍ରଥମ କେମ୍ପ ଥିଲା ତେଣୁ ସେ କଲେଜକୁ ଯିବାକୁ ବାଧ୍ୟ ହୋଇଥିଲେ। ସମସ୍ତ ଛାତ୍ରଛାତ୍ରୀ ସେଠାରେ ଯିବା ପାଇଁ ବସ୍ ବ୍ୟବସ୍ଥା କରାଯାଇଥିଲା, ସେଠାରେ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିଲେ।