Gitanjali Pujapanda

Abstract Tragedy Inspirational

3  

Gitanjali Pujapanda

Abstract Tragedy Inspirational

ଅହିସୁଲେକ୍ଷଣି

ଅହିସୁଲେକ୍ଷଣି

5 mins
696



''ଆଖିରେ ଆଖି ମିଶେଇ ମନକୁ

     ମୋ ନିଅ ପଢି ଓଠ ମୋର

କଥା ନ କହୁ ତୁମ ବାହୁରେ ନିଅ

      ଆବରି ମୁଁ ଯେ ପ୍ରିୟସୀ

ସାତ ଜନ୍ମର ତୁମେ ମୋର ପ୍ରିୟବର

      ଦେଖି ତୁମ ଛବି ଫିଟି ଯାଉ ମୋହ

ବନ୍ଧନଦେହର ତାଡନା ମନ କେ

   ରୋକି ପାରିବ ତୁମ ବାହୁ ବନ୍ଧନରେ

                  ଶେଷ ନିଶ୍ୱାସ ମୋର ଯିବ"।

      

ସୁମେଧାର ନୂଆ ନୂଆ ବାହାଘର ସରିଛି, ଦେଖିବାକୁ ସରଳ ସୁନ୍ଦର ଟିକେ ଉଚ୍ଚ କପାଳ ହେଲେ ବଡ଼ ବଡ଼ ନୀଳ ଆଖି ଗୋରା ରଙ୍ଗରେ ଲାଲ ଟିକିଲି ସହିତ ମେରୁନ ରଙ୍ଗର ବମକେଇ ହାତରେ ମୁଠା ମୁଠା ଶାଢ଼ୀ ରଙ୍ଗକୁ ମ୍ୟାଚ କଲା ପରି ଚୁଡି ତା ସହିତ ପାଦରେ ପାଉଁଜି ଗୋଡ଼ରେ ଝୁଣ୍ଟିଆ ବହୁତ ସୁନ୍ଦର ଦିଶୁଥାଏ ସେ ।ଆଜି ତାର ମୁହଁ ଦେଖା ଚାଲି ଥାଏ ଶାଶୁ ଘରେ ।ସହରର ଝିଅ ହେଲେ ଚାଲି ଚଳନରେ ଧୀର ଓ ନମ୍ର। ଗାଁ ଶାଶୁ ଘରେ ଆଜି ତାର ମୁହଁ ଦେଖା ଗାଁ ମଇପି ମାନେ ଆଜି ତା ଶାଶୂଘରରେ ଏକାଠି ସ୍ୱାମୀ ଅରୁଣ ବାପା ଚାକିରୀ କରନ୍ତି ଭୁବନେଶ୍ୱରରେ ସୁମେଧା ଘର ବି ସେଠି ତା ମାମୁଁ ଅରୁଣ ବାପାଙ୍କର ସାଙ୍ଗ ସେ ହିଁ ଦୁଇ ପରିବାରର ସମ୍ବନ୍ଧ ଭିତର ମଧ୍ୟସ୍ଥି ।

ଅରୁଣ ଭାରତୀୟ ସେନା ବାହିନୀରେ ଚାକିରୀ କରେ ।କେବେ କେମିତି ଆସେ ଘରକୁ ।ବାହାଘର ପାଇଁ ପନ୍ଦର ଦିନ ଛୁଟି ନେଇ ଆସିଛି ଏମିତି ତ ଦୁଇ ଦିନ ଆଗୁଆ ଆସିଥିଲା ସେ ଘରକୁ ତା ବାହାଘରକୁ ।ଆଜିକି ପାଞ୍ଚ ଦିନି ହେବ ଗାଁରେ ତା ବାପାଙ୍କର ଛଅ ଏକର ଜମି ।ବାପା ତାର ତିନି ଭାଇ ବଡ଼ ପରିବାର ବାପା ତାର ସାନ ଆଉ ତାଙ୍କ ଉପରେ ଦୁଇ ଭାଇ ବଡ଼ ସେମାନେ ସବୁ ଗାଁରେ ରୁହନ୍ତି। ସେମାନଙ୍କର ପୁଅମାନେ କେବେ ଠାରୁ ବାହା ସାହ ହେଇ ସାରିଲାଣି ।ଅରୁଣ ତା ବାପାଙ୍କର ଗୋଟିଏ ପୁଅ ଆଉ ତା ତଳେ ଝିଅଟେ ସେ ପାଠ ପଢୁଛି।ବାହାଘରଟା ତାର ଗାଁରେ ହେଲା କାରଣ ଘର ଲୋକ ସବୁ ଜିଦ ଧରିଲେ ଭିଟା ମାଟିକୁ ଛାଡି ବାହାରେ କାହିଁକି ???--ବାହା ହେବ ତେଣୁ ସମସ୍ତେ ନୂଆ ବୋହୁକୁ ନେଇ ଗାଁରେ ।

ଅରୁଣ ଆଉ ସୁମେଧା ପ୍ରଥମ ଦେଖାରୁ ଦୁଇଜଣ ଦୁଇ ଜଣଙ୍କ ପ୍ରତି ଆକର୍ଷିତ ଦୁଇ ଜଣଙ୍କର ଆରେଞ୍ଜ ମ୍ୟାରେଜ।ବାହାଘର ପାଞ୍ଚ ଦିନରେ ଆହୁରି ଆକର୍ଷଣ ବଢି ଯାଇଥିଲା।ହେଲେ ମନେ ମନେ କିଏ କାହାକୁ କିଛି କହୁନଥିଲେ । ସୁମେଧା ଦିନ ବେଳା ସବୁ ଯା ମାନଙ୍କର ଗହଣରେ ଯୋଉ ରୁମରେ ରହୁଥିଲା ।ବାରମ୍ବାର ସେ ରୁମକୁ ଅରୁଣ ଯିବା ଆସିବା କରୁଥାଏ।ଭାଉଜ ମାନଙ୍କର ଟାହି ଟାପର କଥା କାହିଁ ଯେ କଣ .ପାଞ୍ଚ ଦିନ ପରେ ବିବାହର ସୁମେଧାର ମୁହଁ ଦେଖା ଗାଁ ମାଇପିମାନେ ତାଙ୍କ ଘରେ ଆଜି ଭର୍ତି ସୁମେଧା ସୁନ୍ଦର ସଜେଇ ହୋଇ ବସିଥାଏ ।*************

ଅରୁଣ ସେ ରୁମକୁ ବାରମ୍ବାର ଯାଉଥାଏ ସୁମେଧାକୁ ଦେଖିବା ପାଇଁ ବୋହୁ ମୁହଁ ରୁ ଓଢଣା ଉଠାଇ ସମସ୍ତେ ଦେଖୁ ଥାନ୍ତି।ସୁମେଧା ଆଖି ଯୋଡିକ ବନ୍ଦ କରି ବସିଥାଏ।କିଏ ତା ଭିତରୁ କହିଲା ଏତେ ସୁନ୍ଦର ଝିଅଟେ ହେଲେ କଣ ହେବ ଉଞ୍ଚୁ କପାଳିଟେ ।ସେ ସ୍ତ୍ରୀଲୋକର କଥାରେ,ଆଉ ଜଣେ କହିଲା କଥାରେ ଅଛି ଉଞ୍ଚୁ କପାଳି ଘଇତା ଖାଇ ସବୁ ମଇପି ମାନଙ୍କର ଟୁପୁରୁ ଟପର ହେଉଥାନ୍ତି।ଜଣେ କହୁଥାଏ ଆର ସନ ସାନିଆ ବାହା ହେଇକି ତା ମାଇପକୁ ନେଇ କି ଆସିଲା।

ମାଇପଟି ତାର ଉଞ୍ଚୁ କପାଳିଟେ ଏ ସନ ପୋଖରୀରେ ଗାଧଉ ଥିଲା ପଙ୍କରେ ଗୋଡ ପଶିଗଲା ।ଆଉ ବାହାରିଲାଣି ପେଟ ପାଣି ପିଇ ଦେଇ ମରି କି ଭାସୁଥିଲା ।ହରିଆ କକା ଦେଖି ତାକୁ ଆଣିଲେ ତା ସ୍ତ୍ରୀ ପେଟରେ ପିଲାଟା ବାପ ଛେଉଣ୍ଡ ହେଇଗଲା ।ସାନିଆ ସ୍ତ୍ରୀ ଉଞ୍ଚୁ କପାଳିଟା ଥିଲା ପରା ଆଉ ଆମ ଅରୁଣର ସ୍ତ୍ରୀ ଟା ବି ତ ସେଇ ଉନ୍ଚ କପାଳିଟେ କେଜାଣି ତାର ଭାଗ୍ୟରେ କଣ ଅଛି ??ସୁମେଧା କାନରେ ସେ ସବୁ କଥା ପଡୁଥାଏ।ସେ ଓଢଣା ଭିତରେ ମନରେ କୋହ ରଖି କାନ୍ଦୁ ଥାଏ ।---

ସତରେ କଣ ସେ ଅରୁଣକୁ ହରେଇ ଦେଵ ତାର ଏ ଉନ୍ଚ କପାଳ ଯୋଗୁ ।ଭାବି ଭାବି କାନ୍ଦି ଆଖି ରୁ ଲୁହ ଝରାଉ ଥାଏ ।ଶାଶୁ ତାର ଆସି କହିଲେ ମାଆ ଆସେ କେତେ ବେଳୁ ଏଠି ବସିଚୁ ଅଣ୍ଟା ତୋର ବିନ୍ଧା ହେବଣି ସୁମେଧାକୁ ତା ରୁମକୁ ନେଇ ଗଲେ ।ସେ କାନ୍ଦୁ ଥିବା ଦେଖି କହିଲେ ଘର କଥା ମନେ ପଡୁଛିକି ??ତୁ ବ୍ୟସ୍ତ ହୁଅନା ଆଜି ଠୁ ଏ ଘରକୁ ତୋ ନିଜର ଘର ଭାବେ।

ସୁମେଧା ମନେ ମନେ ଅରୁଣକୁ ଖୋଜୁ ଥାଏ ।ବାହାଘର ଆଜିକି ମାତ୍ର ପାଞ୍ଚ ଦିନି ପୂର୍ବ ଦିନ ରାତି ବାସର ରାତି ଥିଲା ।ସେ ରାତିରେ ଯାହା ସେ ଅରୁଣକୁ ମନ ଭରି ଦେଖିଥିଲା ।ମନ ତାର ଗାଁ ମାଇପି ମାନଙ୍କର କଥା ଶୁଣି ଅଜଣା ଭୟରେ ଖାଦ୍ୟ ରୁଚୁ ନଥାଏ ।ମନେ ମନେ ଭାବିଲା ସେ 'ସ୍ତ୍ରୀ କେବେ ତା ସ୍ବାମୀ ପାଇଁ ଅଶୁଭ ନୁହେଁ'।ହେଲେ ଅରୁଣ ଯେ ସୀମାରେ ଚାକିରୀ କରିଛନ୍ତି।କାଳେ ତାଙ୍କର କଣ ହେଇଯିବ ଆଜିକାଲି ବଡ଼ ବିଷମ ପରିସ୍ଥିତି ସୀମାରେ ଏସବୁ ଭାବନା ତା ମନକୁ ଖିନ ବିନ କରି ଦେଉଥାଏ।ଆଉ ଅରୁଣକୁ ସେତେବେଳେ ପାଖରେ ଦେଖି ବହୁତ କାନ୍ଦିଲା ସେ।ଏତେ କମ ସମୟରେ ଅରୁଣ ଯେ ତା ଜୀଵନର ସବୁ କିଛି ପାଲଟି ଯାଇଥିଲେ ସେ ଅନୁଭବ କରୁଥିଲା ।ଅରୁଣକୁ ସବୁ କଥା କହିଲା ହେଲେ ଅରୁଣ କହିଲେ ତୁମେ ଜଣେ ଶିକ୍ଷିତ ଝିଅ ଏ ସବୁ ଅନ୍ଧ ବିଶ୍ୱାସ ଗୁଡିକ କାହିଁକି ???ମନକୁ ଆଣୁଛ ।ମୁଁ ତୁମକୁ ଛାଡିକୁଆଡେ ବି ଯିବିନି ଏ କଥା ଶୁଣି ଶାନ୍ତିରେ ନିଶ୍ୱାସଟେ ମାରି,କେତେ ବେଳେ ଅରୁଣର ଛାତିରେ ମୁଣ୍ଡ ରଖି ଶାନ୍ତିରେ ଶୋଇଯାଇଛି ସେ ଜାଣି ପାରିନି।ଏମିତି ପ୍ରାୟ ଆଠ ଦିନି ବିତି ଯାଏ।ହେଲେ ସୁମେଧା ମନରେ ଅଜଣା ଭୟ ଆଉ ଦୁଇ ଦିନ ଗଲେ ମାଣବସା ଗୁରୁବାର ।ନୂଆ ବୋହୁ ଘର ଲକ୍ଷ୍ମୀକୁ ଦର୍ଶନ କରିବ ଝୋଟି ପକେଇବ ସହରରେ ଏ ସବୁ କଣ କରିହେବ କହି ଆଉ ଦୁଇ ଦିନ ରହି ଯିବା ଏଠି ଗାଁରେ ଶାଶୁ ତାର କହିଲେ କାଲି ମାଣବସା ସାରି ପହର ଦିନ ଆମେ ସବୁ ଭୁବନେଶ୍ୱର ଚାଲିଯିବା ।ସେଠି ଅରୁଣ କିଛି ଦିନ ରହି ତା ଡିଉଟିରେ ଜଏନ କରିବ।ସୁମେଧା ଅରୁଣର ଯିବା କଥା ଶୁଣି କାନ୍ଦି ବାକୁ ଲାଗିଲା ।ମନେ ମନେ ଭାବୁ ଥାଏ ।ହେ ମାଆ ମୋ ଉଚ୍ଚ କପାଳ ଦୋଷ ମୋ ସ୍ୱାମୀ ଉପରେ ନ ଲାଗୁ ।

ପୂର୍ବ ଦିନ ରାତିରୁ ଘରେ ସବୁ ଧୁଆ ପୋଛା ହୋଇ ଝୋଟି ପଡିଲା ।ସୁମେଧା ନିଜ ବଡ଼ ଯାଆମାନଙ୍କ ସହିତ ମିଶି ସବୁ କାମ କରୁଥାଏ।ଶୁଣିଲା ଅରୁଣ କୁଆଡ଼େ ଗାଁ ସାଙ୍ଗ ମାନଙ୍କ ସହ ପୋଖରୀକି ଗାଧୋଇ ବାକୁ ଯାଇଛନ୍ତି ।ମନରେ ତାର ପୁରାଛନକା ପସିଯାଇଥାଏ ।ସାନିଆ କଥା ଗାଁ ମାଇପି ମାନଙ୍କ କଥା ମନେ ପଡିଯାଉ ଥାଏ ତାର ମନେ ମନେ ମହାଲଷ୍ମୀଙ୍କୁ ଡାକୁ ଥାଏ ।--------------

ହେ ମାଆ ମୋ ସ୍ୱାମୀଙ୍କର କିଛି ନ ହେଉ ସବୁ କଷ୍ଟ ତାଙ୍କର ମତେ ଦବୁ ମାଆ ଆଖିରେ ତାର ଲୁହର ଧାର ଶାଶୁ ଆସିଲାରୁ ପୋଛି ଦେଉଥାଏ ।ତା ଆଖିକୁ ଦେଖି ଶାଶୁ କହିଲେ କଣ ହେଲା କି ମାଆ?? ଘର କଥା ମନେ ପଡ଼ିଲା କି??? ,ଯିବୁ ତ ଆଉ କିଛି ଦିନ ଗଲେ ଅରୁଣ ଡିଉଟିକୁ ଗଲେ ତୁ କିଛି ଦିନ ବାବା ଘରେ ରହିକି ଆସିବୁ ।ତତେ ଭଲ ଲାଗିବ ସୁମେଧା କିଛି କହୁନଥାଏ ।ଏ ଅରୁଣକୁ ଯେତେ ମନା କରୁଛି ସେ ପୋଖରୀକୁ ଯାଆନା ତୋର ଅଭ୍ୟାସ ନାହିଁ ସେ କହୁଚି ମାଆ ମୁଁ ସେନାରେ ଅଛି ।ଏ ପୋଖରୀ ମୋର କଣ କରିବ କଥାଟା ସରିନି ଅରୁଣ ଆସି ହଜ଼ର ସୁମେଧା ଅରୁଣକୁ ଦେଖି ଛାତି ତାର ଦମ୍ଭ ଧରେ।ଶାଶୁ ତାର କୁହନ୍ତି ଶୁକ୍ରବାର ଦିନ ଆମେ ଚାଲିଯିବା ।ସାମାନ ପତ୍ର ସବୁ packing କରିନେ।ସୁମେଧା ସବୁ ଜିନିଷ ଭଲ ଭାବର ବାନ୍ଧି ବୁନ୍ଧି ରଖି ନେଇଚି । ରାତିରେ ଅରୁଣର ପାଖକୁ ଲାଗିକି ଶୋଇ ଯାଇଛି ।ଗଭୀର ନିଦରେ ।ସକାଳ ହେଲା ଗୁରୁବାର ସମସ୍ତେ ଉଠି ଚଳ ଚଞ୍ଚଳ ଅରୁଣ ବି କେତେ ବେଳୁ ଉଠି ସାରିଲେଣି କାଲି ସେମାନେ ଭୁବନେଶ୍ୱର ଯିବେ ଭାରି ସକାଳ ୧୦ ଟା ବସରେ ।ସୁମେଧାର ଶାଶୁ ସୁମେଧାକୁ ନ ଦେଖି ଅରୁଣକୁ ପଚାରୁଛନ୍ତି।ସୁମେଧା କୁଆଡେ ଗଲା ଅରୁଣ କହୁଚି ।ସେ ଶୋଇଥିଲା ହେଲେ ଏତେ ସମୟ ତ ସେ ନୂଆ ବୋହୁ ଜମା ଶୋଇବନି ହେଲେ ଆଜି କାହିଁକି।

ଶୋଇଚି?? ଗୁରୁବାରଟାରେ ଅରୁଣ ଆଉ ତା ଶାଶୁ ତା ରୁମକୁ ଗଲେ।ଦେଖନ୍ତି ତ ଆରେ ହଁ ସତେ କଣ ସୁମେଧା ଆଜି ଉଠି ବନିକି ମୁହଁକୁ ମାଡିକି ଶୋଇଛି କଣ ପାଇଁ ??ଅରୁଣ ତାକୁ ଉଠାଇ ବାକୁ ଚେଷ୍ଟା କଲେ ହେଲା ସୁମେଧା ଏବେ ନିର୍ଜୀବ ପାଲଟି ଯାଇଛି ।କଣ ହେଲା ତାର କାହିଁକି ???କେମିତି ହେଲା ???ରାତିରେ ତ ତାଙ୍କ ସହିତ ବହୁତ ଭଲ କଥା ହେଲା ।ଆଜି ତାର ଶରୀରଟା ନୀଳ ବର୍ଣ୍ଣ କାହିଁକି ???କଣ ବିଷ ଖାଇ ଦେଲା କି??----ବହୁତ ପ୍ରଶ୍ନ ସବୁ ଅରୁଣ ମନରେ ତାଙ୍କ ଘର ଲୋକମାନଙ୍କର ମନରେଉଙ୍କି ମାରୁ ଥାଏ ।ହେଲେ ସାପ କାମୁଡ଼ା ଦାଗ ଦେଖି ।ସ୍ପଷ୍ଟ ହେଇଗଲା ଯେ ସୁମେଧା ଆତ୍ମହତ୍ୟା କରିନି।

ପୋଲିସ ଆସିଲେ ହଠାତ ନୂଆବୋହୁର ମୃତ୍ୟୁ କେମିତି ହେଲା ।ପୋଷ୍ଟମଟମ ପାଇଁ ତାକୁ ନିଆଗଲା ।ଯୋଉ ମନେ ତାକୁ ଉଞ୍ଚୁ କପାଳି ଘଇତା ଖାଇ କହୁଥିଲେ ।ସେମାନେ କହୁଥିଲେ ,ଆ ହା କେଡେ ସୁନ୍ଦର ଝିଅଟେ ନୂଆ ବୋହୁ ହେଇକି ଆସିଥିଲା ପନ୍ଦର ଦିନ ହେଇନି ମାର୍ଗଶିର ମାସ ଗୁରୁବାରରେ ଲଷ୍ମୀ ବସିଛନ୍ତି ଶାଶୁ ଘରେ ମରିଗଲା ପୁଣି ସାପ ମାରିଦେଲା ।ଅହୀ ସୁଲେକ୍ଷଣିଟେ ସ୍ୱାମୀ କି ତାର ଆୟୁଷ ଦେଇ ନିଜେ ଅକାଳରେ ଝରିଗଲା।ତାଙ୍କ ଘରୁ ଲଷ୍ମୀ ପ୍ରତିମା ପରି ବୋହୁଟେ ଚାଲିଗଲ।ଆହା କହି ମନଦୁଃଖ କରୁଥାନ୍ତି ସେମାନେ ତାକୁ ଲଷ୍ମୀ ପ୍ରତିମା ଅହିସୁଲେକ୍ଷଣି କହୁଛନ୍ତି।

ଅରୁଣ କାନ୍ଦି କାନ୍ଦି ଅଥୟ ହଉ ଥାଏ ।ତା ବୋଉକୁ ସବୁ କଥା କହିଲା ସେ ଗାଁ ଲୋକମାନେ ତା ସ୍ତ୍ରୀକୁ କଣ କହିଥିଲେ ,ଅନ୍ଧବିଶ୍ୱାସର ଶିକାର ସବୁ କଥାକୁ ମିଛ କରି ଅହୀୟ ଡେଙ୍ଗୁରା ବଜେଇ ସିନ୍ଦୂର ହଳଦୀ ନାଇ ଲାଲ ରଙ୍ଗର ପାଟ ପିନ୍ଧି ଗାଁ ମଶାଣିକୁ ଯାଉଥିଲା।ମାର୍ଗଶିର ମାସ ଗୁରୁବାରରେ।


Rate this content
Log in

Similar oriya story from Abstract