Sudeshna Pradhan

Inspirational

4.1  

Sudeshna Pradhan

Inspirational

ଅଧୁରା କାହାଣୀ

ଅଧୁରା କାହାଣୀ

3 mins
357


ପ୍ରାକୃତିକ ପରିବେଷ୍ଟନୀରେ ଅବସ୍ଥିତ ଛୋଟ ଗାଁ ଟିଏ, ସେହିଗାଁର ଝିଅ କବିତା |ବୟସ ଏଇ ପାଖାପାଖି ଉଣେଈସି କି କୋଡିଏ |କାଖରେ ଛୋଟ ଝିଅଟିଏ, ଏଇନେ ବରଷେ ପୁରିଛି |ସକାଳ ହେଲେ ଛକରେ ଥିବା ଜନଧନ ଯୋଜନା ବ୍ୟାଙ୍କ ପାଖରେ ଲମ୍ବା ଧାଡି |ସମସ୍ତଙ୍କ ପାଟିରେ ସେଇ କବିତା ନାଁ |      ବାବାଙ୍କର ବଡ଼ଝିଅ କବିତା, ତାପରେ ପୁଣି ଆଉ ଦୁଇ ଝିଅ ବବିତା ଆଉ ପ୍ରବିତା |ଗାଁରେ କଲେଜ ଅଛି ବୋଲି ଝିଅ +2ପଢି ପରୀକ୍ଷାରେ ପାସ କଲା |ବୟସର ଦୋଷକୁ କିଏ ବା ଟlଳିପାରିବ |ଏପଟେ ବାପାଙ୍କ ଗରିବ ପଣିଆରେ ମୁଣ୍ଡଉପରେ ତିନିଝିଅ, ସହ ତିନିଭାଣିଜୀ ଓ ଭଉଣୀର ଦାୟିତ୍ୱ |ଏସବୁ ବିଷୟରେ ବାପାଙ୍କ ନିତିଦିନିଆ ଚିନ୍ତା ଦେଖି ସେ ବା କଣ କରିଥାନ୍ତା!ଭଲ ପାଠ ସିନା ପଢୁଥିଲା, ହେଲେ ଆଗକୁ ପଢିବା ପାଇଁ କିଛି ସୁବିଧା ନ ଥିଲା |ଠିକ ଏହି ସମୟରେ ସେ ଗାଁର ଗୋଟେ ମଧ୍ୟବିତ୍ତ ପରିବାରର ପୁଅଟିଏ କବିତାକୁ ଭଲ ପାଏ ଓ ବିବାହ କରିବାକୁ ଚାହେଁ ବୋଲି ତା ବାପାଙ୍କୁ କହିଲା |ଇଛା ନ ଥିଲେ ମଧ୍ୟ ବାପା ଏ ପ୍ରସ୍ତାବରେ ରାଜିହେଲେ |କେମିତିକା ବାହାଘର ସରିଗଲା |ଚାଁହୁ ଚାଁହୁ ସେ ଗୋଟେ ଝିଅର ମାଆ ବି ହୋଇଗଲା |ହେଲେ ଭାଗ୍ୟର ପରୀକ୍ଷା ତା ପାଇଁ ସରିନଥିଲା |ଝିଅଟିଏ ଜନ୍ମ ଦେଇଛି ବୋଲି ଓ ଭଲ ପାଇ ବାହାହୋଇଛି ବୋଲି ଶାଶୁଙ୍କର ସବୁବେଳେ ଗୁଞ୍ଜଣା |ତଥାପି କବିତା ସବୁ ମୁଣ୍ଡ ପାତି ସହିଯାଉଥାଏ |ଏପଟେ ତା ସ୍ୱାମୀ ଶଙ୍କର ଅଟୋଟିଏ କିଣି ଭଡ଼ା ଲଗାଏ |ଭଲ ପଇସା ରୋଜଗାର କରୁଥାଏ |ଏଥର ଶାଶୁବୋହୁ ଅଳ୍ପେବହୁତେ ହସଖୁସିରେ ଦିନ କାଟନ୍ତି |ହେଲେ ଏତିକିରେ ଦଇବ ସହିଲା ନାହିଁ |ସେ ଦିନ ମଙ୍ଗଳବାର, ସକାଳୁ ସକାଳୁ ଶଙ୍କର ନଖାଇ ଅଟୋ ନେଇ ଯିବାକୁ ତରବର ହୋଇ ବାହାରିଲା |ଗଲାବେଳେ କବିତାକୁ କହିଲା ଆଜି ଝିଅ ଓ ତୁମ ପାଇଁ ନୂଆ ପୋଷାକ ଆଣିବି, ଦି ଦିଟା ଭଡ଼ା ଅଛି, ଜଲଦି ଯିବାକୁ ହେବ, ପୁଣି 12କିଲୋମିଟର ରାସ୍ତା ତୁମେ ଖାଇନେବ, ମୁଁ ହୋଟେଲରେ ଖାଇଦେବି |ଏତକ କହି ସେ ଗାଡି ଷ୍ଟାର୍ଟ କରିଚାଲିଗଲା |ମାଆ ମନ ମାନିଲାନି, ଭାବିଲା କୁଆଡେ ପଠେଇଚି ମୋ ପୁଅକୁ? ଏତେ ସକାଳୁ ପୁଣି ନ ଖାଇକି, ହଉ ଏବେ ହାତକୁ ଦି ହାତ ହେଲାଣି, ମାଆକୁ ପଚାରେ କିଏ !କବିତା କହିଲା, "ନାଇଁ ମା!ଆଜି ତାଙ୍କୁ ଅଧିକ କାମ ମିଳିଛି, ସେଥିପାଇଁ ତରବରିଆ ହୋଇ ଚାଲିଗଲେ |"ଏମିତିଭାବେ ଘରକାମ ସାରି ଚାରିମାସର ଝିଅକୁ ଧରି ଗେଲକରି କବିତା କଣ କଣ ଖେଳନା, ଡ୍ରେସ ଆହୁରି କେତେ କଣ ବାବା ଆଣିବେ କହି ହେଉଥାଏ, ଏତିକି ବେଳେ ଫୋନ ରିଙ୍ଗ ହେଲା |ସେ ଝିଅକୁ ଗଡ଼ାଇ ଧାଇଁ ଯାଇ ଫୋନ ଉଠାଇ ଖୁସିରେ କେତେବେଳେ ଆସିବ, ଖାଇଲକି କଣ କଣ ସବୁ ପଚାରିନେଲା |ଏସବୁ ଶାଶୁ ମା ଶୁଣି ବିରକ୍ତ ହେଉଥାନ୍ତି, ହଠାତ କବିତା ହାତରୁ ଫୋନ ଟା ଖସି ପଡିଲା, ଆଉ ସେ ମଧ୍ୟ ଚେତା ହରାଇ ତଳେ ପଡିଗଲା |ଶାଶୁ ଯାଇ ଫୋନ ଧରିଲେ ତାଙ୍କ ହାତ ଥରିଉଠିଲା, ସେ କାନ୍ଦି କାନ୍ଦି ଦାଣ୍ଡ ପଟେ ଦୌଡ଼ି ଯାଇ କିଏ କୋଉଠି ଅଛ ଆସି ବଞ୍ଚାଓ ମୋ ପିଲାକୁ ପାଟି କରି କାନ୍ଦି ଉଠିଲା |ସାନପୁଅ ଖବର ଶୁଣି ସାଙ୍ଗମାନଙ୍କୁ ଧରି ବାହାରିଲା ସହର ଅଭିମୁଖେ |ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା |ଖବର ମିଳିଲା ଯେ ଶଙ୍କର ଟନିକ କାଟିବା ବେଳେ ଗୁଡ଼ି ବୋଝେଇ ଟ୍ରକ ଟେ ଅଟୋ ଟିକୁ ଧକା ଦେଇ ଚାଲିଗଲା |ଅଟୋଟି ଦଶଫୁଟ ଦୂରରେ ଯାଇ ପଡିଲା, ଆଉ ଶଙ୍କର ଅଟୋରେ ଜlଟିହୋଇ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇପଡିଥାଏ |ପାଖ ଦୋକନିଆଦେଖି ଆମ୍ବୁଲାନ୍ସ ଫୋନ କରି ମେଡିକାଲ ନେଇଆସିଲେ, ହେଲେ ସେତିକିବେଳକୁ ସବୁ ସରିଯାଇଥିଲା |ସବୁ ସ୍ବପ୍ନ ତାର ସେଇ ସକାଳରେ ହିଁ ହଜିଯାଇଥିଲା |ତାପରଠୁ କବିତାର ଅବସ୍ଥା ଆଉ ବାପାମାଆଙ୍କ ଅବସ୍ଥା କହିଲେ ନ ସରେ |କବିତାର ସାଙ୍ଗମାନଙ୍କ ବାହାଘର ହୋଇନି, କିନ୍ତୁ ସେ ଛୁଆଟିଏ ଧରି ଏ ବୟସରେ ବିଧବା !ହେ ପ୍ରଭୁ!ଆହୁରି କେତେ କଷ୍ଟ ଦେବ? ବାପାଙ୍କ ଚିନ୍ତା ଆହୁରି ଦୁଇଗୁଣ ହେଇଗଲା |ଏପଟେ ପୁଅକୁ ହରାଇ ଶାଶୁ ବୋହୁନାତୁଣୀର ଦାୟିତ୍ୱ ନେବାରେ ନାରାଜ |ଏଥର କବିତା ନିଜକୁ ନିଜଗୋଡ଼ରେ ଠିଆ ହେବାକୁ ନିଷ୍ପତ୍ତି ନେଇ ଘରୁ ଗୋଡ଼ବlହାର କରି, କମ୍ପୁଟର ଶିଖି ଗଲା, ଛୋଟ ଛୁଆକୁ ବୋଉଙ୍କ ପାଖରେ ଛାଡି, ମୁଣ୍ଡରେ ହାତେ ଓଢଣୀ ଦେଇ କମ୍ପ୍ୟୁଟର ଶିଖିଲା |ଆଉ ଆଜି ସେ ମିନି ବ୍ୟାଙ୍କ ରେ ପରିଚାଳିକା |ଦରମା କମହେଉ ପଛେ ଗୁଜୁରାଣ ତ ମେଣ୍ଟିବ |ତା ସ୍ୱାମୀ ର ଅଧୁରା ସ୍ବପ୍ନ କୁ ତ ପୁରା କରିପାରିବ |ହେଲେ ତା ଜୀବନର ଅଧୁରା ସ୍ବପ୍ନ କେମିତି ପୂରଣ ହେବ? ଦେଖାଯାଉ ସବୁ ସେ ମହାମାୟାଙ୍କ ଇଚ୍ଛା |ଆଉ କବିତା ବି କର୍ମଜୀବି ହୋଇ ପାରିଛି, ମାଆ ଝିଅ ଖୁସି ଟିକେ ପାଇପାରୁଛନ୍ତି |ଆଗକୁ ଦେଖାଯାଉ ।


Rate this content
Log in

Similar oriya story from Inspirational