STORYMIRROR

Avaya Kumar Prusty

Romance

3  

Avaya Kumar Prusty

Romance

" ଅଢେଇ ଅକ୍ଷର ପ୍ରେମ"

" ଅଢେଇ ଅକ୍ଷର ପ୍ରେମ"

1 min
736

ପ୍ରେମ,

କହିବାକୁ ମାତ୍ର କିଛି ସମୟ ଲାଗେ

ଶୁଣିବାକୁ ବି ସେମିତି କିଛି ସମୟ ହିଁ ଲାଗେ

ଆଉ ପଢିବାକୁ ଗଲେ ମାତ୍ର ଅଢେଇ ଅକ୍ଷର, ହେଲେ ତାର ମାନେ ବୁଝିବାକୁ ଗଲେ ସାରା ଜୀବନ ବି କମ୍ ପଡିଯାଏ

ଏମିତି କେହି ଜଣେ ନାହିଁ ଯିଏ କେବେ ତା ଜୀବନ ରେ କାହାକୁ ଭଲ ପାଇନାହିଁ

ହେଇପାରେ କାହା ପ୍ରେମ ସତ ହେଇଛି, ଆଉ କାହାର ଅଧାରେ ରହି ଯାଇଛି

ଥରେ ନା ଥରେ ସମସ୍ତେ କାହାକୁ ଭଲ ପାଇଥାନ୍ତି ତାଙ୍କ ଜୀବନ କାଳ ମଧ୍ୟରେ

ବେଳେବେଳେ ଏମିତି କେହି ଜଣେ ଆମ ସହ ଦେଖା ହେଇଯାଏ ଯାହାକୁ ଦେଖୁ ଦେଖୁ ହୃଦୟ ତା ପ୍ରେମରେ ପଡିଯାଏ

ତାକୁ ଦେଖିବା କ୍ଷଣି ଆମ ଛାତିର ସ୍ପନ୍ଦନ ଜୋର୍ ରେ ଧକ୍ ଧକ୍ ହୁଏ

ଏମିତି ଲାଗେ ସତେ ଯେମିତି ସେ ଆମ ପାଇଁ ଜନ୍ମ ନେଇଛି ଆଉ ଆମେ ତା ପାଇଁ

ସବୁଠୁ ସୁନ୍ଦର ସେଇ ପ୍ରେମ ଯେଉଁ ପ୍ରେମ ପ୍ରଥମେ ବନ୍ଧୁତ୍ୱ ରୁ ଆରମ୍ଭ ହୋଇ ବିବାହ ବେଦୀର ସିନ୍ଦୂର ଦେବା ପର୍ଯ୍ୟନ୍ତ ସେମିତି ସେ ଭଲ ପାଇବା ରହିଥାଏ

ସମସ୍ତେ ତ ଚାହାନ୍ତି ନିଜ ପ୍ରେମିକ, ବା ପ୍ରେମିକା କୁ ବିବାହ କରିବା ପାଇଁ

ହେଲେ ବେଳେ ବେଳେ ସମୟ ଏମିତି ଏକ ମୋଡ ରେ ଆଣି ଛିଡା କରିଦିଏ ଯାହା କେବେ ଆମେ ସ୍ଵପ୍ନ ରେ ବି ଭାବି ନଥାନ୍ତି

ଏବେ ଏଇ ପ୍ରେମ ଏମିତି ଏକ ମୋଡ ରେ ଆସି ପହଞ୍ଚି ଯାଇଛି ଯେ, ଟିକେ କଥା ହେଇ ଗଲେ କାହା ସହ ପ୍ରେମ ହେଇଯାଏ ଆଉ ଟିକେ ଟିକେ କଥାରେ ଏଠି Breakup ବି ହେଇଯାଏ

ସମସ୍ତେ ଏଠି ସୁନ୍ଦର ଚେହେରା କୁ ଦେଖି ପ୍ରେମ କରନ୍ତି

କେହି ଏଠି ସୁନ୍ଦର ହୃଦୟ କୁ ଦେଖୁ ନାହାନ୍ତି, ଗୋଟେ କଥା ଭୁଲି ଯାଆନ୍ତି ଯେ 1000 ସୁନ୍ଦର ଚେହେରା ଅପେକ୍ଷା ଗୋଟିଏ ସୁନ୍ଦର ହୃଦୟ ବହୁତ୍ ଭଲ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance