Avaya Prusty

Others

5.0  

Avaya Prusty

Others

ଲଭ୍ ୟୁ ମା

ଲଭ୍ ୟୁ ମା

3 mins
625


ଦୁନିଆରେ ଅନେକ ପ୍ରକାରର ପ୍ରେମ ଅଛି ଭାଇ ଭଉଣୀ ମଧ୍ୟରେ ଥିବା ସମ୍ପର୍କ ତାକୁ ବି ପ୍ରେମ କୁହଯାଏ ।

ଗୋଟେ ପୁଅ ଆଉ ଝିଅ ମଧ୍ୟରେ ଥିବା ସମ୍ପର୍କ ତାକୁ ବି ପ୍ରେମ କୁହଯାଏ । ମା ଆଉ ତା ସନ୍ତାନ ମଧ୍ୟରେ ଥିବା ସମ୍ପର୍କ ତାକୁ ବି ପ୍ରେମ କୁହଯାଏ । ସବୁ ପ୍ରେମ ମଧ୍ଯରୁ ମା ଆଉ ତା ସନ୍ତାନ ଭିତରେ ଥିବା ପ୍ରେମ ହିଁ ଦୁନିଆରେ ଶ୍ରେଷ୍ଠ...।


କିଏ ପ୍ରେମ କରି କାନ୍ଦି କାନ୍ଦି ରାତି କାଟୁଛନ୍ତି ତ ଆଉ କାହା ପ୍ରେମ ସ୍ଵପ୍ନ ରେ ହିଁ ରହି ଯାଇଛି । କାହାର ଏଠି ବ୍ରେକ୍ଅପ୍ ହେଇ ଯାଇଛି ତ ଆଉ କାହାର ଅଧାରୁ କିଏ ହାତ ଛାଡ଼ି ଚାଲି ଯାଇଛି..।


ହେଲେ ମା ଆଉ ସନ୍ତାନ ଭିତରେ ଥିବା ପ୍ରେମ ରେ ନା ଥାଏ ବ୍ରେକ୍ଅପ୍ ହେବାର ଭୟ ନା କେହି କାହାକୁ ଧୋକା ଦେବାର ଭୟ । ବାସ ଖାଲି ଥାଏ ଅଜସ୍ର ଭଲ ପାଇବା..।


ଦୁନିଆର ସବୁ ଲୋକ ଆମକୁ ଏଇ ଦୁନିଆକୁ ଆସିଲା ପରେ ଜାଣିଥାନ୍ତି । ହେଲେ ମା ହିଁ କେବଳ ଏମିତି ଏକ ମଣିଷ ଯିଏ ଆମକୁ ଏଇ ଦୁନିଆକୁ ଆସିବାର ଦଶ ମାସ ଦଶ ଦିନ ଆଗରୁ ଜାଣିଥାଏ..।


ସବୁ ସମ୍ପର୍କରେ ନିଶ୍ଚୟ କିଛି ସ୍ୱାର୍ଥ ଲୁଚି ରହିଥାଏ । ହେଲେ ମା ଆଉ ଆମ ଭିତରେ ଥିବା ସମ୍ପର୍କରେ ଟିକେ ବି ସ୍ୱାର୍ଥ ନଥାଏ । ତା ଦେହରେ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ସେ ଆମକୁ ସେମିତି ଭଲ ପାଉଥାଏ..।


ବହୁତ୍ ଥର ଦେଖିଛି ମା ନିଜ ଖୁସିକୁ ବଳିଦାନ ଦେଇ ଦିଏ ଆମ ଖୁସି ପାଇଁ । ନିଜେ ପଛେ ଉପାସ ଶୋଇପଡ଼େ ହେଲେ ଆମକୁ କେବେ ହେଲେ ସେ ଉପାସରେ ରହିବାକୁ ଦିଏନି..।


ଯଦି ଆଉ କେହି ଜଣେ ଆମ ଆଖିରେ ସ୍ଵପ୍ନ ଦେଖୁଥାଏ ସେ ଆମ ମା । ମା ର ମନ ଗଙ୍ଗା ଠୁ ବି ପବିତ୍ର ।

ତା ପଣତ କାନିରେ ଥରେ ଘୋଡେଇ ଦେଲେ ସାରା ଦୁନିଆଟା ଆମକୁ ଛୋଟ ଭଳି ଲାଗେ ।


ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଯଦି କେହି ଜଣେ ଆମ ଖୁସି ଚାହୁଁଥାଏ ତାହେଲେ ସେ ଆମ ମା । କେବେ ବି ଆମ ଆଖିରେ ସେ ଲୁହ ଦେଖି ପାରେନା..।


ଯିଏ ପର ଆପଣା ବୋଲି କଣ ଜାଣି ନାହିଁ ସେ ହିଁ ଆମ ମା

ସମସ୍ତଙ୍କୁ ଯିଏ ନିଜର ବୋଲି ଭାବେ ସେ ହିଁ ଆମ ମା ।

ମିଛ ଦୁନିଆରେ ଯଦି ସତ ବୋଲି କିଛି ଥାଏ ସେ ହେଉଛି ନାରୀ ରୂପୀ ନାରାୟଣୀ ଆମ ମା ।ଏମିତି କେହି ମଣିଷ ଟେ ନାହିଁ ଯିଏ ମା ର ଋଣ ସୁଝି ପାରିବ , ଦଶ ମାସ ଦଶ ଦିନ ଗରଭରେ ଧରି ଜନ୍ମ ଦିଏ ସେ ଆମକୁ କେବେ ହେଲେ ମୁହଁ ଖୋଲି କିଛି ବି ମାଗେନି । ସାରା ଜୀବନ ତା ଜୀବନ ଠୁ ଅଧିକ ଆମକୁ ସେ ଭଲ ପାଏ ।


ବିଦେଶ ରୁ ପୁଅ ଫେରିଲେ ସେ କେବେ ହେଲେ ପଚାରେ ନାହିଁ ମୋ ପାଇଁ କଣ ଆଣିଛୁ? ଆଗ ପଚାରେ କିଛି ଖାଇଚୁ କି ନାହିଁ । ସେ ଆମ ମା..


ମା ଏମିତି ଏକ ଶବ୍ଦ ତାକୁ ଯେଉଁଠି ବି ରଖିଲେ ସେ ସବୁବେଳେ ସୁନ୍ଦର ଲାଗେ । ଦୁନିଆରେ ସବୁଠୁ ସୁନ୍ଦର ଆଉ ମଧୁର ନାଁ ଟିଏ ଯଦି ଥାଏ ତାହେଲେ ସେ ହେଉଛି ମା । ମା ତ ସିଏ ଯିଏ ଆମ ମନ ଭିତରେ ଥିବା ଦୁଃଖ ଓ କଷ୍ଟକୁ ଟିକେ କଥା ହେଲେ ଜାଣି ପକାଏ ସେ ଆମ ମା..।


ଆମ ଖାଲି ଥିବା ପେଟ କୁ କେବଳ ମା ହିଁ ଜାଣି ପାରେ

ମା କାଲି ବି ପୂଜା ପାଉଥିଲା ଆଜି ବି ପୂଜା ପାଉଛି । ଏ ଦୁନିଆରେ ଯେତେଦିନ ମଣିଷ ଥିବ ସେତେଦିନ ପର୍ଯ୍ୟନ୍ତ ମା ପୂଜା ପାଉଥିବ ।


ଆମେ ତାରି ଆଖିରେ ଏଇ ଦୁନିଆକୁ ଦେଖନ୍ତି ଆଉ ତାରି ଆଙ୍ଗୁଳି ଧରି ବାଟ ଚାଲି ଶିଖନ୍ତି ।ହଜି ଯାଇଥିଲେ ଯିଏ ଖୋଜି ଦିଏ ସେ ଆମ ମା ।


ଯାହା କୋଳରେ ସରଗ ଠୁ ବି ଅଧିକ ସୁଖ ଥାଏ ।

ଯାହାର ପଣତ କାନି ବଡ଼ ଦେଉଳର ନେତ ପରି ଆମକୁ ଲାଗେ ସେ ଆମ ମା ।


ଯାହା ଆଶୀର୍ବାଦ ରେ କଣ୍ଟା ବି ଫୁଲ ହେଇଯାଏ ।

ଯାହା ମମତା ଆଗରେ ସ୍ବଂୟ ଭଗବାନ ବି ପାଗଳ ।

ଆକାଶ ବି ଯାହା ପାଖରେ ମୁଣ୍ଡ ନୁଆଁଇ ଦିଏ ସେ ଆମ ମା ।


ହେଲେ ଆଜି ମା ମାନେ ଆଉ ଘରେ ଦେଖିବାକୁ ମିଳୁ ନାହାନ୍ତି ବୃଦ୍ଧାଶ୍ରମ ରେ ଦେଖିବାକୁ ମିଳୁଛନ୍ତି..

ଦୁଇ କି ତିନି ଟା ସନ୍ତାନ ଜନ୍ମ ଦେଇ ବି ଆଜି ମା ମାନେ ଖୁସିରେ ନାହାନ୍ତି ।ଯେଉଁ ମା ଦିନେ ଆମ ଖୁସି ପାଇଁ ତା ଖୁସିକୁ ବଳିଦାନ ଦେଇଥିଲା ଆଜି ଆମେ ଆମ ଖୁସି ପାଇଁ ସେଇ ମା କୁ ଭୁଲି ଯାଉଛନ୍ତି ।


ଗୋଟେ କଥା ଆମେ ଭୁଲି ଯାଉଛନ୍ତି ଯଦି ଘରେ ଆମ ମା ଖୁସିରେ ରହିବ ତାହେଲେ ମନ୍ଦିର ରେ ଥିବା ଠାକୁରାଣୀ ଆପେ ଆପେ ଖୁସି ହେଇଯିବେ ।


ମା ଙ୍କ ଆଶୀର୍ବାଦ ବିନା ଆମେ କିଛି ବି କରି ପାରିବା ନାହିଁ । ତେଣୁ ସବୁବେଳେ ନିଜ ମା ଙ୍କୁ ଭଲ ପାଆନ୍ତୁ କେବେ ହେଲେ ତାଙ୍କ ଆଖିରେ ଲୁହ ଆସିବାକୁ ଦିଅନ୍ତୁ ନାହିଁ ।

କାହିକିଁ ନା ମା ଏମିତି ଏକ ମଣିଷ ତା ଆଖିରେ ଲୁହ ଦେଇ ଆମେ କେବେ ବି ଖୁସିରେ ରହି ପାରିବା ନାହିଁ ।

ଗୋଟେ ମା ଆଖିର ଲୁହ ସାରା ଦୁନିଆକୁ ଭସ୍ମ କରିଦେବ।


ମା ଙ୍କ ପାଇଁ ଆଉ କଣ ଲେଖିବି ସେଇ ମା ଙ୍କ ପାଇଁ ଆଜି ମୁଁ ଏତେ ସବୁ କିଛି ଲେଖି ପାରିଲି । ସେଇ ମା ହିଁ ଆମ ପ୍ରଥମ ଗୁରୁ ଆଜି ଯଦି ଆମେ କିଛି ଲେଖି ପାରୁଛନ୍ତି କିମ୍ବା କିଛି ପଢିପାରୁଛନ୍ତି ତାହେଲେ ସେଇ ମା ଙ୍କ ପାଇଁ ।

..ସବୁବେଳେ ନିଜ ମା କୁ ଭଲ ପାଆନ୍ତୁ..



Rate this content
Log in