STORYMIRROR

Avaya Kumar Prusty

Tragedy

3  

Avaya Kumar Prusty

Tragedy

'' ସମ୍ପର୍କ ହୃଦୟର ''

'' ସମ୍ପର୍କ ହୃଦୟର ''

2 mins
537


ଦୁନିଆରେ ଅନେକ୍ ସମ୍ପର୍କ ଅଛି,

ତା ଭିତରୁ ପତି ଆଉ ପତ୍ନୀ ର ସମ୍ପର୍କ ଟିକେ ନିଆରା.. 

ଦୁଇଟି ଶରୀର ହେଲେ ଗୋଟିଏ ମନ, 

ଜଣଙ୍କ ବିନା ଆଉ ଜଣେ ଅଧୁରା... 

ଯେମିତି ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ଵ ଥାଏ

ଠିକ୍ ସେମିତି ପତି ଆଉ ପତ୍ନୀ ଗୋଟିଏ ମୁଦ୍ରାର

ଦୁଇଟି ପାର୍ଶ୍ଵ ଭଳି...

ପତି ପତ୍ନୀ ର ସମ୍ପର୍କ ଏମିତି ହୋଇ ଥାଏ, 

ଯେଉଁଠି ଜଣେ ମୁହଁ ଖୋଲି କିଛି କହିବା ଆଗରୁ 

ଆଉ ଜଣେ ଆପେ ଆପେ ବୁଝି ନେଇଥାଏ.. 

ତା କଥା ଭାବିବା କ୍ଷଣି ଓଠରେ ମିଠା 

ହସର ଧାର ଟିଏ ଚାଲିଆସେ, 

ଯେତେ ଦୂରରେ ସେ ଥିଲେ ବି 

ପାଖରେ ଥିଲା ଭଳି ଅନୁଭବ ହୁଏ...

ପ୍ରତେକ ସଫଳ ପୁରୁଷ ପଛରେ ନିଶ୍ଚୟ 

ଜଣେ ନାରୀ ର ହାତ ଥାଏ, 

ସେ ମା ହୁଅନ୍ତୁ ବା ଆମ ଭଉଣୀ ନହେଲେ ଆମ ପତ୍ନୀ

କେହି ନା କେହି ଜଣେ ନାରୀ ର ହାତ ଥାଏ... 

ଇଶ୍ୱରଙ୍କ ଆଶିର୍ବାଦ ରୁ ଜଣେ ପତି ଓ ପତ୍ନୀ ଗୋଟିଏ ଡୋରିରେ ବନ୍ଧା ହୁଅନ୍ତି, 

ସାତ ଜନମ କୁ ସାଥୀ ହେବା ପାଇଁ ସେ ଶପଥ ନେଇ ଥାଆନ୍ତି ବିବାହ ବେଦୀ ରେ..

ଘରକୁ ଯେତେବେଳେ ସେ ବିବାହ କରି ଆସେ, 

 ଘରର ଏରୁଣ୍ଡି ବନ୍ଧ ଡେଇଁ ଆସିଲା ବେଳେ

ମୁଣ୍ଡରେ ଓଢ଼ଣା ଦେଇ ନଇଁ ନଇଁ ଆସେ 

କାହିଁକି ନା ସେ ବି ଜାଣି ଥାଏ ସବୁ ଦୁଃଖ କଷ୍ଟ କୁ 

ତାକୁ ମୁଣ୍ଡ ନୁଆଇଁ ସହିବାକୁ ପଡ଼ିବ... 

ସବୁ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ବହୁତ୍ ଭଲ ପାଆନ୍ତି,

କେହି କେହି ମୁହଁ ଖୋଲି କହି ଦିଅନ୍ତି

ଆଉ କେହି କେହି ମୁହଁ ଖୋଲି କହି ପାରନ୍ତି ନାହିଁ.. 

ସୁଖରେ ଦୁଃଖରେ ସାଥୀ ହେବା ପାଇଁ 

ସେ ଆମ ଜୀବନରେ ଜୀବନ ସାଥି ହୋଇ ଆସି ଥାଆନ୍ତି..

ନିଜ ଘର ଛାଡ଼ି ସେ ଆସି ପର ଘରକୁ ନିଜର କରିବାକୁ ଚେଷ୍ଟା କରେ, 

ଅଜଣା ଲୋକ ମାନେ ତାର ନିଜର ହୋଇ ଯାଆନ୍ତି କେବଳ ସେଇ ଟୋପାଏ ସିନ୍ଦୂର ପାଇଁ.. 

ମନରେ ଅନେକ୍ ଦୁଃଖ କଷ୍ଟ ଲୁଚାଇ ରଖି, 

ଯିଏ ଅନ୍ୟ ମାନଙ୍କ ଆଗରେ ମିଛ ହସର ସାହାରା 

ନେଇ ବଞ୍ଚେ ସେ ହେଉଛି ପତ୍ନୀ.. 

ମା, ବାପା ଙ୍କ ବଦଳରେ ସେ ଶାଶୁ ଓ ଶ୍ୱଶୁର 

ପାଇ ଯାଏ ସତ, 

ହେଲେ ତଥାପି ତା ମନ ସବୁବେଳେ ଝୁରି ହେଉଥାଏ 

ତା ନିଜ ବାପା, ମା ଙ୍କ ପାଇଁ.. 

ସମସ୍ତେ କୁହନ୍ତି ଜଣେ ପୁଅ ହିଁ ତା ଜୀବନରେ 

ବେଶୀ କଷ୍ଟ କରେ, 

ହେଲେ ପ୍ରକୃତରେ ଜୀବନ ଥିବା ଯାଏ

ଯିଏ ବିନା ଛୁଟି ରେ କାମ କରୁଥାଏ ସେ ହେଉଛି ସ୍ତ୍ରୀ... 

ବାହାରେ ଟିକେ ଅଧିକ ଗରମ୍ ହେଲେ ଆମେ ଆସି 

AC ଚାଲୁ କରି ଦେଇ ବସି ଯାଆନ୍ତି, 

ହେଲେ ସେ ବର୍ଷକ ବାର ମାସ ସେମିତି ଚୁଲି ବା 

ଗ୍ୟାସ୍ ପାଖରେ ରୋଷେଇ କରୁଥାଏ.. 

ସାବିତ୍ରୀ ବ୍ରତ ଠୁ ନେଇ ଶ୍ରାବଣ ମାସର ସୋମବାର, 

ସେ ଆମ ପାଇଁ ସବୁବେଳେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥାଏ...

ନିଜ ଜିବନକୁ ବାଜିରେ ଲଗେଇ ସେ ଆମକୁ ବାପା ଡ଼ାକ ଶୁଣିବାକୁ ସୁଯୋଗ ଦେଇଥାଏ,

ସାମାନ୍ୟ କିଛି ଓଜନ ଜିନଷ ଟିଏ ଆମେ ଆଣିଲେ 

ଥକି ପଡ଼ନ୍ତି.. 

ହେଲେ ସେ ଦସ ମାସ ଦସ ଦିନ ତା ଗର୍ଭରେ 

ଦୁଇ ରୁ ତିନି କିଲର ଓଜନ୍ ଧରି ଆମ ପାଇଁ 

କାମ କରି ଚାଲିଥାଏ... 

ଶେଷରେ ଏତିକି କହିବି ସବୁ ସ୍ଵାମୀ ମାନଙ୍କୁ, 

ନିଜ ସ୍ତ୍ରୀ କୁ ସେତିକି ଭଲ ପାଇବା ଦିଅନ୍ତୁ

ଯେତିକି ସେ ପାଇବା ପାଇଁ ଯୋଗ୍ୟ..

ସୁଖରେ ଦୁଃଖରେ ସାଥୀ ହୋଇ ସବୁବେଳେ

ତାଙ୍କ ସହିତ ରୁହନ୍ତୁ, 

ଜୀବନରେ କିଛି ଝଡ଼ ଝଞ୍ଜା ଆସିବା ଆଗରୁ 

ଦୁହେଁ ଦୁହିଁଙ୍କୁ ସହିବାର ସେତିକି ସାହସ ଦିଅନ୍ତୁ.. 

ଦେହରେ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ, 

କେବେ ବି ତାଙ୍କ ହାତ ଅଧା ବାଟରେ ଛାଡନ୍ତୁ ନାହିଁ..


Rate this content
Log in

Similar oriya story from Tragedy