ଆଜି ବି ଝୁରୁଚି ତୁମକୁ ଏ ମାଟି
ଆଜି ବି ଝୁରୁଚି ତୁମକୁ ଏ ମାଟି
ବାହାଘର କୁ ମାତ୍ର 9 ମାସ ହୋଇଥାଏ,
ବାହାଘରର 7 ଦିନ ପରେ ଆକାଶ ଡ୍ୟୁଟି କୁ ପଳେଇ ଯାଇଥାଏ
8 ମାସ ପରେ ଆକାଶ ଘରକୁ ଫେରିଥାଏ ଆକାଶ କୁ ଘରେ ଦେଖି ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥାଏ,
ଦିନେ ହଠାତ୍ ରାତି ପାଖା ପାଖି 1.30 ରେ ଆକାଶର ଫୋନ୍ ଆସିଲା
ତମେ ଆସି ଯେତେ ଶୀଘ୍ର ପାରୁଛ ଡ୍ୟୁଟି ରେ join ହୁଅ,
ଛତ୍ତିଶଗଡ଼ ସୀମା ରେଖାରେ ଜୋର୍ ସୋର୍ ରେ ଲଢ଼େଇ ଚାଲିଥାଏ,
କଣ କରିବ ସେ ନିଜେ ବି କିଛି ଭାବି ପାରୁ ନଥାଏ
ଏପଟେ ସ୍ତ୍ରୀ ର ମୁହଁକୁ ଦେଖିଲାବେଳକୁ ତା ଆଖି ଲୁହରେ ଭିଜି ଯାଇଥାଏ,
ଫୋନ୍ ରଖି ସାରିବା ପରେ ତା ସ୍ତ୍ରୀ ଆସି ଆକାଶ ଙ୍କ ପାଖକୁ କହିଲା,
ତମେ କଣ ସତରେ ପଳେଇ ଯିବ ଡ୍ୟୁଟି କୁ?
ଆକାଶ ବା କଣ ଉତ୍ତର ଦେବ ଟିକେ ସମୟ ଚୁପ୍ ରହିବା ପରେ ଆଖିର ଲୁହକୁ ଚାପି ରଖି ସ୍ତ୍ରୀ କୁ ଟିକେ ସାନ୍ତ୍ଵନା ଦେବା ପାଇଁ ହସି ହସି ଉତ୍ତର ଦେଲା..
ଆରେ ତମେ ଏତେ ବ୍ୟସ୍ତ କଣ ପାଇଁ ହେଉଛ ମୁଁ ପୁଣି ପଳେଇ ଆସିବିନି କିଛି ଗୋଟେ ବାହାନା କରି
ତା ଛଡ଼ା ତମ ପେଟରେ ଥିବା ଆମ କୁନି ଝିଅ କୁ ମୁଁ କଣ ଦେଖା ନ କରି ରହି ପାରିବି କି,
ଆକାଶ ଙ୍କ ସ୍ତ୍ରୀ,
ମୁଁ କିଛି ଜାଣିନି ତମେ ଏତେ ଦିନ ପରେ ଘରକୁ ଆସିଛ ମାନେ ଆଉ କିଛି ଦିନ ଘରେ ରୁହ ତାପରେ କେବେ ଗୋଟେ ସମୟ ଦେଖି ଯିବ,
ଆକାଶ
ଆରେ ପାଗିଳୀ ତମେ ବୁଝିବାକୁ ଚେଷ୍ଟା କର ଯିବାକୁ ତ ପଡ଼ିବ ନିଶ୍ଚୟ ଭାରତ ମା ର ସୁରକ୍ଷା ପାଇଁ ମୁଁ ଏ ଡ୍ରେସ୍ ପିନ୍ଧିଛି ମାନେ ଯାହା ବି ହେଇଗଲେ ମୋତେ ଯିବାକୁ ତ ପଡ଼ିବ,
ବାସ୍ ଦୁଇ ଜଣଙ୍କ ଭିତରେ ଏମିତି କଥା ବାର୍ତ୍ତା ପରେ ସ୍ଥିର ହେଲା ଯେ କାଲି ସକାଳେ ଆକାଶ ପୁଣି ଫେରିଯିବ ଛତ୍ତିଶଗଡ଼ ସୀମାରେଖା କୁ,
ସକାଳ ର ସୂର୍ଯ୍ୟ ଉଇଁବା ସହ ଆକାଶ ବି ନିଜେ ନିଜକୁ ପ୍ରସ୍ତୁତ କରି ଦେଇଥିଲା ଯିବା ପାଇଁ
ଆସିଲା ବେଳେ ନିଜ ମା ଙ୍କୁ ପ୍ରଣାମ କରିବା ପାଇଁ ଗଲା ବେଳେ ମା କହିଲେ ବାବା ରେ ଆଉ କିଛିଦିନ ଘରେ ରହିଥିଲେ ହେଇ ନଥାନ୍ତା,
ଉତ୍ତର ରେ ଆକାଶ କହିଲା ମା ତମେ ଚିନ୍ତା କର ନାହିଁ ତମେ ସିନା ମୋତେ ଜନ୍ମ ଦେଇଛ ମୁଁ ତମର ସୁରକ୍ଷା କରିବା ପାଇଁ ସିନା ସୁଯୋଗ ପାଇ ନାହିଁ ହେଲେ ଏ ଭାରତ ମା ର ସୁରକ୍ଷା ପାଇଁ ମୋତେ ତ ଯିବାକୁ ପଡ଼ିବ,
ବାପାଙ୍କ ପାଖରୁ ଆଶୀର୍ବାଦ ନେଇ ଆସିଲା ଆକାଶ ନିଜ ସ୍ତ୍ରୀ ପାଖକୁ,
ନିଜର ଯତ୍ନ ନେଉଥିବ ଆଉ ଠିକ୍ ସମୟରେ ଖାଇବ
ମେଡ଼ିସିନ୍ ଠିକ୍ ଟାଇମ୍ ରେ ଖାଉଥିବ ଏତିକି କହି ନିଜର ବ୍ୟାଗ୍ କୁ ଧରି ଆକାଶ ବାହାରି ଆସିଲା ଛତ୍ତିଶଗଡ଼ ଯିବା ପାଇଁ,
ଛତ୍ତିଶଗଡ଼ ରେ ପହଞ୍ଚିବା ପରେ ପ୍ରଥମ କଲ୍ କରିଥିଲା ନିଜ ସ୍ତ୍ରୀ ଙ୍କ ପାଖକୁ
ହଁ ଶୁଣ ମୁଁ ଭଲରେ ପହଞ୍ଚି ଯାଇଚି ତମେ ଚିନ୍ତା କରିବ ନାହିଁ, ବାପା ମାଆଙ୍କୁ ଜାଣଇ ଦେବ ମୁଁ ଭଲରେ ଆସି ପହଞ୍ଚି ଯାଇଚି,
ନିଜର ଯତ୍ନ ନେଉଥିବ ଆଉ ହଁ ତୁମ ପେଟରେ ଥିବା ମୋ କୁନି ଝିଅ ର ଠିକ୍ ସେ ଯତ୍ନ ନେବ
ଏତିକି କହି ଆକାଶ କହିଲେ ହଉ ଏବେ ରହୁଚି ଅପରେସନ୍ ରେ ଯିବାକୁ ପଡ଼ିବ କାଲି ଫେରିଲେ ତମ ସହ କଥା ହେବି,
ଏପଟେ ସ୍ତ୍ରୀ ର ମନ ବୁଝିବାକୁ ନାରାଜ୍ ମନ ତାର ଆକାଶ ଙ୍କ ପାଖରେ,
ରାତି ପାଖା ପାଖି 2 ଟା ହେବ ଆକାଶ ଆଉ 24 ଜଣ ଯବାନ ଚାଲିଥିଲେ ଛତିଶଗଡ଼ ସୀମାରେଖା ରେ ଥିବା ମାଓବାଦୀଙ୍କ ଅଞ୍ଚଳକୁ,
ମାଓବାଦୀଙ୍କ କ୍ୟାମ୍ପ ଠୁ କିଛି ବାଟ ଦୂରରୁ ହଠାତ୍ କିଛି ଗୁଳି ଫୁଟିବାର ଶବ୍ଦ ଶୁଭା ହେଲା
ସବୁ ଯବାନ ମାନ
େ ନିଜେ ନିଜକୁ ପ୍ରସ୍ତୁତ୍ କରିନେଲେ ଆଉ ଗୋଟିଏ ସ୍ଲୋଗାନ୍ ଦେବାକୁ ଆରମ୍ଭ କଲେ
ନିଜ ଜୀବନ ପଛେ ବାଜିରେ ଲଗେଇ ଦେବା ହେଲେ ଶତୃ ମାନଙ୍କ ପାଖରୁ କେବେ ହେଲେ ହାର୍ ମାନିବା ନାହିଁ,
ଏତିକି କହି ଆଗକୁ ପାଦ ବଢ଼ାଇବାକୁ ଲାଗିଲେ ଯବାନ ମାନେ
କିଛି ବାଟ ଆଗକୁ ଯିବା ପରେ କିଛି ଗୁଳି ଆସି ବାଜିଲା ଆକାଶ ଙ୍କ ଡ଼ାହାଣ ପଟ ଛାତିରେ,
ଶତୃ ମାନଙ୍କୁ ଆକ୍ରମଣ କରିବା ପୂର୍ବରୁ ସେ ଏମିତି ହାର୍ ମାନି ଯିବେ ବୋଲି ନିଜେ ନିଜକୁ କେବେ ବିଶ୍ବାସ କରି ପାରୁ ନଥିଲେ,
ସଙ୍ଗେ ସଙ୍ଗେ ବାକି ଯବାନ ମାନେ ଆକାଶ ଙ୍କୁ ଘେରି ଯାଇଥିଲେ ଆଉ ନିଜ କ୍ୟାମ୍ପ କୁ ଫେରି ଯିବାକୁ କହିଥିଲେ
ହେଲେ ଆକାଶ ଜାଣିଥିଲେ ତାଙ୍କ ଶେଷ ସମୟ ଆସି ଯାଇଚି ଆଉ ସେ କ୍ୟାମ୍ପ କୁ ଫେରିବାକୁ ନାରାଜ୍ ଥିଲେ
ବାକି ଯବାନ ମାନଙ୍କୁ କହିଲେ ମୋ କଥା ଛାଡ଼ ତମେ ମାନେ ଆଗକୁ ଜାଅ,
ଆଉ ଶୁଣ ମୋ ଜୀବନ ପଛେ ଚାଲିଯାଉ ତମେ ମାନେ ଏ ଅପରେସନ୍ ରେ କେବେ ହେଲେ ହାର୍ ମାନିବ ନାହିଁ,
ଏତିକି କହି ଗୋଟେ ଛୋଟ ପଥର ଉପରେ ବସି ପଡ଼ିଥିଲେ ଆକାଶ
ବାକି ଯବାନ ମାନେ ଆକାଶ ଙ୍କୁ ଛାଡ଼ି ଆଗକୁ ଚାଲି ଯାଇଥିଲେ
ଏପଟେ ଶେଷ ନିଶ୍ଵାସର ଅପେକ୍ଷାରେ ଥାଆନ୍ତି ଆକାଶ
ମନରେ ତାଙ୍କର ଅନେକ୍ ପ୍ରଶ୍ନ ଉଙ୍କି ମାରୁଥାଏ ଘରେ ମୋ ବାପା ମା ଆଉ ମୋ ସ୍ତ୍ରୀ କେମିତି ଥିବେ?
ଶେଷଥର ପାଇଁ ଫୋନ୍ କରିବା ପାଇଁ ତାଙ୍କର ଅନେକ୍ ଇଚ୍ଛା ଥିଲା ହେଲେ ଫୋନ୍ ତାଙ୍କର କ୍ୟାମ୍ପ ରେ ରହି ଯାଇଥିଲା
ଏତିକି ଭାବୁ ଭାବୁ ଆକାଶ ଙ୍କ ଶେଷ ନିଶ୍ଵାସ ସେଇଠି ହିଁ ଚାଲି ଯାଇଥିଲା
ଭୋର୍ ପାଖା ପାଖି 5 ଟା ହେବ 25 ଜଣ ଯବାନ ଙ୍କ ମଧ୍ୟରୁ ବାକି 11 ଜଣ ଫେରିଥିଲେ କ୍ୟାମ୍ପ କୁ
14 ଜଣ ଯବାନ ନିଜ ଦେଶ ପାଇଁ ସହିଦ୍ ହୋଇ ଯାଇଥିଲେ,
ମାଓବାଦୀଙ୍କ ପାଖରୁ ସିନା ଏ ଲଢ଼େଇ ଜିତି ଯାଇଥିଲେ ଆମ ଯବାନ ମାନେ ହେଲେ ନିଜର 14 ଜଣ ସାଥୀଙ୍କୁ ହରେଇ ଦେଇଥିଲେ
14 ଜଣ ଙ୍କ ମର ଶରୀର ଆସି ପହଞ୍ଚି ଯାଇଥିଲା କ୍ୟାମ୍ପ ରେ
ଜଣ ଜଣ କରି ସମସ୍ତଙ୍କ ଘର ଲୋକଙ୍କ ପାଖକୁ ଫୋନ୍ କଲ୍ କରି ଜଣାଇ ଦିଆ ଯାଉଥାଏ,
ଆକାଶ ଙ୍କ ଘରକୁ ବି ଫୋନ୍ କଲ୍ ଆସିଥିଲା 2 ଥର ରିଙ୍ଗ୍ ହେବା ପରେ ଆକାଶ ଙ୍କ ସ୍ତ୍ରୀ ଉଠାଇ ଥିଲେ ଫୋନ୍ କୁ
ଆକାଶ ଙ୍କ ସ୍ତ୍ରୀ
ହଁ କୁହନ୍ତୁ କିଏ କହୁଛନ୍ତି
ଇଣ୍ଡିଆନ୍ ଆର୍ମି ରୁ କହୁଥିଲୁ ଆପଣ କିଏ କହୁଛନ୍ତି
ମୁଁ ଆକାଶ ଙ୍କ ପତ୍ନୀ କହୁଚି
ଭଉଣୀ ଆମେ ଦୁଃଖିତ ଯେ ଆମେ ଆମର ବୀର ଯବାନ ଆମ ଭାଇ ଆକାଶ ଙ୍କୁ ହରେଇ ଦେଇଚୁ
ଦେଶ ପାଇଁ ଆପଣଙ୍କ ସ୍ଵାମୀ ସହିଦ୍ ହୋଇ ଯାଇଛନ୍ତି
ଏତିକି କହି ଫୋନ୍ ରଖିବା ପୂର୍ବରୁ ହିଁ ଆକାଶ ଙ୍କ ସ୍ତ୍ରୀ ଙ୍କ ହାତରୁ ଫୋନ୍ ଖସି ପଡିଥିଲା,
ଆଖିରେ ଆଖିଏ ଲୁହ କଣ କରିବ କିଛି ଭାବି ପାରୁ ନଥାନ୍ତି ଆକାଶ ଙ୍କ ସ୍ତ୍ରୀ...
ଥରେ ଭାବିଲେ କେତେ କଷ୍ଟ ହୋଇଥିବ ଆକାଶ ଙ୍କ ସ୍ତ୍ରୀ ଆଉ ତାଙ୍କ ପରିବାରର ଲୋକ ମାନଙ୍କୁ..
ଆମେ ସିନା ଶାନ୍ତିରେ ଖାଇ ଦେଇ ଶୋଇ ପଡ଼ନ୍ତି ଅଚିନ୍ତା ନିଦ୍ରାରେ ହେଲେ ଆମ ପାଇଁ ସେମାନେ ନିଜ ଜୀବନକୁ ବାଜିରେ ଲଗାଇ ଦିଅନ୍ତି ଶତୃ ମାନଙ୍କ ପାଖରେ...
କୋଟି କୋଟି ପ୍ରଣାମ କରୁଛି ସେଇ ବୀର ଯବାନ ମାନଙ୍କୁ ଯେଉଁମାନଙ୍କ ପାଇଁ ଆଜି ଆମେ ଭଲରେ ଅଛନ୍ତି..
ଲେଖିବାରେ ଯଦି କେଉଁଠି ଭୁଲ୍ ରହିଥାଏ କ୍ଷମା କରିବେ..