The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Avaya Prusty

Others

5.0  

Avaya Prusty

Others

"କାଶତଣ୍ଡୀ"

"କାଶତଣ୍ଡୀ"

2 mins
768



ଦିନେ ମୁଁ ଆଉ ମୋ ବୁଢୀମା ଆମ ଗାଁ ନଇ କୂଳ ଦେଇ ଯାଉଥିଲୁ, ହଠାତ୍ ମୋର ନଜର ପଡ଼ିଲା ନଇ ପାଖରେ ଥିବା ଘାସ ଗଛ ପାଖରେ କିଛି ଫୁଲ ଫୁଟିଛି, ସୁନେଲି ସକାଳର ପହିଲି କିରଣ ଆଉ ସୁଲୁସୁଲିଆ ପବନରେ ଦୋଳି ଖେଳୁଛି କିଛି ଧଳା ରଙ୍ଗର ଫୁଲ l ଧିପ୍ ଧିପ୍ ଖରା ସାଙ୍ଗକୁ ପକ୍ଷୀମାନଙ୍କର କିଚିରି ମିଚିର୍ ଶବ୍ଦରେ ନାଚି ଉଠୁଛି ସେ ଫୁଲ l ମୁଁ ସଙ୍ଗେ ସଙ୍ଗେ ମୋ ବୁଢୀମା ଙ୍କୁ ପଚାରିଲି ବୁଢୀମା ଏଇଟା କି ଫୁଲ? ଦେଖିବାକୁ ତ ବହୁତ୍ ସୁନ୍ଦର ହେଇଛି l ମୋ ବୁଢୀମା କହିଲା ବବୁଲ୍ ଏଇଟା ହେଲା କାଶତଣ୍ଡୀ ଫୁଲ l ଆଶ୍ଵିନ ମାସ ପ୍ରାରମ୍ଭ ଶରତ ଋତୁରେ ଏଇ ଫୁଲ ଫୁଟେ l ମା ଜଗତ୍ ଜନନୀ ଦୁର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ପାଇଁ ଏଇ ଧବଳ ରାଣୀ କାଶତଣ୍ଡୀ ଫୁଲ ଖିଲି ଖିଲି ହୋଇ ହସି ଉଠେ l ସବୁ ରଙ୍ଗ ଫିକା ପଡିଯାଏ ଏଇ କାଶତଣ୍ଡୀ ଫୁଲ ଆଗରେ, କାଶତଣ୍ଡୀ ଫୁଲ ଆସୁ ଆସୁ ସମସ୍ତଙ୍କୁ ଜଣାଇ ଦିଏ ଯେ ମାଆ ଦୁର୍ଗାଙ୍କର ଆଗମନର ବେଳ ହେଇ ଗଲା l 


ମାଆ ଦୁର୍ଗାଙ୍କର ଆଗମନରେ ଏଇ ଫୁଲ ପ୍ରଷ୍ପୁଟିତ ହୁଏ, ମାଆ ଦୁର୍ଗା ଯେମିତି ଧଳା ରଙ୍ଗର ଶାଢି ପିନ୍ଧି ଧରଣୀକୁ ଆସନ୍ତି ଠିକ୍ ସେମିତି କାଶତଣ୍ଡୀ ଫୁଲ ମାଆଙ୍କର ପ୍ରିୟ ଧଳା ରଙ୍ଗର ଶାଢି ପିନ୍ଧି ନିଜକୁ ସଜେଇ ହୁଏ l ପ୍ରକୃତି ରାଣୀର ଏକ ବିଚିତ୍ର ସୃଷ୍ଟି ଶରତ ଆଗମନର ବାର୍ତ୍ତା ବହ କହିଲେ କାଶତଣ୍ଡୀକୁ ବୁଝାଏ, ପାର୍ବଣ ଋତୁରେ ମାଆ ଦୁର୍ଗା ଙ୍କୁ ଆବାହନ କରିବା ପାଇଁ ଧରା ପୃଷ୍ଠର ସ୍ଵଭା ମଣ୍ଡନ କରେ ଏଇ କାଶତଣ୍ଡୀ ଫୁଲ l 


ଏଇ ଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଯୋଡି ହୋଇ ରହିଛି, ରେଖା ପଞ୍ଚମୀରେ କାଶତଣ୍ଡୀ ଫୁଲର ବେଣୀ ଘରର କବାଟରେ ବାନ୍ଧି ପୂଜା କରାଯାଏ l କାଶତଣ୍ଡୀ ଫୁଲକୁ ଦେଖି କବି ଓ ଭାବୁକ ମାନେ ହୁଅନ୍ତି ଆନମନା, କବିମାନଙ୍କ ମନ ବି ଉତ଼୍ଫୁଳିତ ହୁଏ, କବି ଲେଖନୀରୁ ଆପେ ଆପେ ଝରି ହୋଇଯାଏ ଅନେକ କବିତା l କାଶତଣ୍ଡୀର ସୌନ୍ଦର୍ଯ୍ୟ ଅତ୍ୟନ୍ତ ରମଣୀୟ,ଏଇ କାଶତଣ୍ଡୀ ଫୁଲକୁ ନେଇ ଆମ ଓଡ଼ିଆରେ ଅନେକ କବିତା ଓ ଅନେକ କ୍ଷୁଦ୍ର ଗଳ୍ପ ମଧ୍ଯ ଅଛି l ବୁଢୀମାଙ୍କ କଥା ଶୁଣି ମୋତେ ବହୁତ୍ ଖୁସି ଲାଗିଲା ଆଉ ନିଜକୁ ଗର୍ବ ଅନୁଭବ ହେଲା ପରି ଲାଗୁଥିଲା l ଶେଷରେ ବୁଢୀମା କହିଲେ, ବବୁଲ୍ରେ ଏବେ ଆଉ ଏ ଫୁଲ ବେଶି ଫୁଟୁ ନାହିଁ l ଏ ଫୁଲ ବି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି, କାହିଁକି ନା ଲୋକ ମାନେ ଏବେ ରଙ୍ଗ ବେରଙ୍ଗର ଫୁଲ ଆଉ ଗୋଲାପ ପଛରେ ପାଗଳ l  ସେତେବେଳେ ସେ ସମୟରେ ନଦୀ କୂଳରେ କୁନି କୁନି ପିଲା ମାନେ କାଶତଣ୍ଡୀ ଫୁଲର ଗାଲିଚା ଭିତରେ ନାଚି ଖେଳି ନିଜର ସମୟ ଅତିବାହିତ କରୁଥିଲେ l ହେଲେ ଏବେ ଏସବୁ ଆଉ ଦେଖିବାକୁ ମିଳୁନାହିଁ l 



Rate this content
Log in