STORYMIRROR

Avaya Kumar Prusty

Tragedy Thriller

3  

Avaya Kumar Prusty

Tragedy Thriller

ଶେଷ କଲ୍

ଶେଷ କଲ୍

2 mins
243

ସବୁଦିନ ଭଳି ଆଜି ବି ସରସ୍ଵତୀ ଉଠିବା କ୍ଷଣି ବାପାଙ୍କ ପାଖକୁ Call କରି କହିଲା ବାପା ମୁଁ ଏବେ ଉଠିଲି ଯାଉଛି ଏବେ କଣ ଟିକେ ଖାଇ ଦେଇ ଟ୍ୟୁସନ୍ ଯିବି ବାପା କହିଲେ ହଉ ରେ ମା ଯା, ଆଉ ହଁ ମନ ଦେଇ ପଢ଼ିବୁ ସରସ୍ଵତୀ ହେଉଛି ବାପା ମା ଙ୍କର ଗୋଟେ ବୋଲି ଝିଅ ପରିବାର କହିଲେ କେବଳ 3 ଜଣ,ବାପା ମା ଆଉ ସରସ୍ଵତୀ ଅନେକ୍ ଦୁଃଖ କଷ୍ଟ ସହି ସରସ୍ୱତୀ ଙ୍କ ବାପା ତାଙ୍କୁ ବାଲେଶ୍ଵର ଜ୍ୟୋତି ମେଡିକାଲ୍ କଲେଜ୍ ରେ ପାଠ ପଢାଉ ଥିଲେbବେଶ୍ ହସ ଖୁସିରେ ତାଙ୍କ ପରିବାର ଚାଲିଥାଏ ହଠାତ୍ ଦିନେ ସକାଳୁ ସକାଳୁ ସରସ୍ଵତୀ ର call ଆସିବା ଯାଗାରେ ଏକ ଅଜଣା ନମ୍ବର ରୁ call ଆସିଲା, ବାପା Call ଉଠାଇ ସାରିବା ପରେ ସେପଟ ରୁ ଯିଏ call କରିଥିଲେ କହିଲେ, ଆପଣ ସରସ୍ୱତୀ ଙ୍କ ବାପା ନାଁ? 

ବାପା - ଆଜ୍ଞା ହଁ, ହେଲେ ଆପଣ କିଏ? 

ମୁଁ ବାଲେଶ୍ଵର ସଦର ଥାନାରୁ କହୁଥିଲି ଆପଣଙ୍କ ଝିଅ ସୁଇସାଇଡ କରିଛନ୍ତି,  ଆପଣ ଯେତେଶୀଘ୍ର ପାରିବେ ଆସି ମେଡିକାଲ୍ କଲେଜ୍ ରେ ପହଁଚି ଯାଆନ୍ତୁ ବାପାଙ୍କ ହାତରୁ ଫୋନ୍ ଟି ଖସି ପଡ଼ିଲା ଆଉ ସଙ୍ଗେ ସଙ୍ଗେ ମା ପଚାରିବାକୁ ଲାଗିଲେ କଣ ହେଲା କିଛି କହୁନ ଯେ, ବାପା ଆଖିରେ ଆଖିଏ ଲୁହକୁ ଚାପି ରଖି ନାଇଁ ମ କମ୍ପାନୀ ରୁ call ଆସିଥିଲା ଆଉ କଣ କହୁଥିଲା କେଜାଣି ମୁଁ call କାଟି ଦେଲି ଆଉ ହଁ ତମେ ଯାଅ ତୁମ କାମ କର, ମୋର କାଇଁ ଟିକେ ସରସ୍ଵତୀ କଥା ଆଜି ବେଶୀ ମନେ ପଡୁଚି ମୁଁ ଟିକେ ଯାଏଁ ତାକୁ ଦେଖା କରି ଦେଇ ଆସେ, ମା - ହଉ ତାହେଲେ ଟିକେ ରୁହ ମୁଁ ତା ପାଇଁ ଟିକେ ମ୍ୟାଗି କରି ଦିଏ ସାଙ୍ଗରେ ବି ନେଇ ଯିବ ଝିଅ ଟା ବେଶୀ ଭଲ ପାଏ ମ୍ୟାଗି କୁ, ଆଉ ହଁ ଗଲା ବେଳେ ଟିକେ ଦୋକାନରୁ କାଲାଜାମ୍ ନେଇ ଯିବ କିଛି ତାର ବହୁତ୍ ପସନ୍ଦ

ବାପା ସବୁ କୋହକୁ ଚାପି ରଖି ହଉ ତମେ ଯାଅ କରିଦିଅ ମୁଁ ନେଇଯିବି, ଏପଟେ ମା ଙ୍କୁ ରୋଷେଇ ଘରକୁ ପଠେଇ ଦେଇ ନିଜେ ସେମିତି ଲୁଙ୍ଗି ଟିଏ ପିନ୍ଧି ଖାଲି ପାଦରେ ଦୌଡ଼ି ଚାଲିଲେ ଝିଅ ପାଖକୁ ଯିବା ପାଇଁ,  ବାଲେଶ୍ଵର ରେ ପହଞ୍ଚି ସିଧା କଲେଜ୍ କୁ ଗଲେ, ଆଉ ଯାଇ ଦେଖିଲେ ଝିଅକୁ ତଳେ ଶୁଆଇ ଦେଇ ପାଖରେ କିଛି ସାଙ୍ଗ ଆଉ ପୋଲିସ୍ ଛିଡ଼ା ହୋଇଛନ୍ତି.. 

ଝିଅକୁ ଧରି ବହୁତ୍ କାନ୍ଦିଲେ, ହଠାତ୍ ନଜର ପଡ଼ିଲା ଝିଅ ହାତରେ କିଛି ଗୋଟେ କାଗଜ ଅଛି, କାଗଜ ଟିକୁ ଖୋଲିଲେ, 

କାଗଜରେ ଲେଖା ହୋଇଥିଲା - ବାପା, ମୋତେ କ୍ଷମା କରିଦେବେ ମୁଁ ତୁମର ସ୍ୱପ୍ନକୁ ସାକାର କରି ପାରିଲିନି, ଆମ କଲେଜ୍ ରେ ସିନିୟର୍ ଭଉଣୀ ମାନେ ମୋତେ ବହୁତ୍ ହଇରାଣ କରନ୍ତି, ଯୋଉଟା କି ମୁଁ ତୁମକୁ କେବେ କହି ନଥିଲି, 

ସେମାନଙ୍କର ଗୋଡ଼ ଘସିବା ଠୁ ନେଇ ସେମାନଙ୍କ ଡ୍ରେସ୍ ସଫା କରିବା ପାଇଁ ମଧ୍ଯ ମୋତେ କୁହନ୍ତି, ଆଉ ଏମିତି କିଛି କଥା ଅଛି ଯୋଉଟା କି ମୁଁ ଲେଖି ପାରୁନାହିଁ ଅନେକ୍ ଥର ଏମିତି ବି ହୋଇଛି ମୋତେ ଉପାସ ଶୋଇବାକୁ ପଡ଼େ, ମୋ ଖାଇବାରେ ସେମାନେ ଲଙ୍କା ଗୁଣ୍ଡ ଆଉ ଅଧିକ ଲୁଣ ମିଶାଇ ଦିଅନ୍ତି, ଖାଲି ମୋ ସହ ନୁହଁ ମୋ ସାଙ୍ଗ ମାନଙ୍କ ସହ ବି ସେମାନେ ଏମିତି କରନ୍ତି, କିନ୍ତୁ ମୁଁ ଏ ସବୁ ଆଉ ସହି ପାରିଲିନି ଯେଉଁଥିପାଇଁ ଆଜି ସୁଇସାଇଡ୍ ଭଳି ବାଟକୁ ବାଛି ନେଲି.. 

        (ଇତି ତୁମ ଝିଅ ସରସ୍ଵତୀ) 

ଭୁଲ୍ ଏଇଠି କାହାର? 

ଗୋଟେ ଓଳି ଖାଇ ନିଜ ଝିଅକୁ ଡାକ୍ତର କରିବା ପାଇଁ ସ୍ଵପ୍ନ ଦେଖୁଥିବା ବାପା, ମା ଙ୍କର ନାଁ ସେ ସିନିୟର୍ ଭଉଣୀ ମାନଙ୍କର ଯେଉଁ ମାନେ ତାକୁ ହଇରାଣ କରୁଥିଲେ ନାଁ ମେଡିକାଲ୍ କଲେଜ୍ ପ୍ରଶାସନ ର

ନାଁ ସରସ୍ଵତୀ ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy