Avaya Prusty

Tragedy

3  

Avaya Prusty

Tragedy

କନ୍ୟା ରତ୍ନ କର ଯତ୍ନ

କନ୍ୟା ରତ୍ନ କର ଯତ୍ନ

3 mins
12.2K



ଆମ ଘରଠୁ ଟିକେ ଦୂରରେ ଜଣେ ପଡ଼ୋଶୀ ରୁହନ୍ତି । ରାଉତ ବାବୁ ବୋଲି ତାଙ୍କୁ ଲୋକ ମାନେ ଡାକନ୍ତି । ତାଙ୍କ ପରିବାରର ସଦସ୍ୟ କହିଲେ ଜଣେ ଭଉଣୀ ଓ ତାଙ୍କ ବାପା ମା ଆଉ ତାଙ୍କ ସ୍ତ୍ରୀ । ସେ ବାବୁ ଜଣଙ୍କ ବ୍ୟାଙ୍କରେ ଚାକିରୀ କରନ୍ତି, ବୟସ ବେଶୀ ନୁହଁ 29 କି 30 ହେବ । ପ୍ରତେକ୍ ଦିନ ସକାଳୁ ଉଠି ଗାଧୁଆ ସରିବାପରେ ସେ ମନ୍ଦିର ଯାଆନ୍ତି ଆଉ ଫେରିବା ପରେ ବାଟରେ ଥିବା କୁକୁର ଓ ପାରା ମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତି।


କିଛି ଦିନ ଏମିତି ଚାଲିଥାଏ, ହଠାତ୍ ଦିନେ ତାଙ୍କ ଘରେ ଲୋକ ମାନଙ୍କର ଗହଳି ଲାଗିଥିଲା। ମୁଁ ବୁଝି ପାରିଲିନି କଣ ପାଇଁ ତାଙ୍କ ଘରେ ଲୋକମାନେ ଗହଳି କରିଛନ୍ତି। ଦୌଡ଼ି ଦୌଡ଼ି ଆସି ବୋଉଙ୍କୁ କହିଲି ରାଉତ ବାବୁଙ୍କ ଘରେ ଏତେ ଲୋକ କଣ ପାଇଁ ? ବୋଉ କହିଲା ତୁ ବୁଝି ପାରିବୁନି ବାସ୍ ଏତିକି ଜାଣିଥା ତାଙ୍କ ଘରକୁ ଜଣେ ନୂଆ ଅତିଥି ଟିଏ ଆସିବ। ମୁଁ ଏତେଟା ବୁଝି ପାରିଲିନି, ମୋ ଭଉଣୀକୁ ଆସି ପଚାରିଲି ନାନୀ ତାଙ୍କ ଘରକୁ କଣ କିଏ ନୂଆ ଅତିଥି ଆସିବେ ବୋଉ କହିଲା। ନାନୀ ହସିକି କହିଲା ଆରେ ବୋକା ତାଙ୍କ ଘରକୁ କୁନି ଝିଅ କି ପୁଅଟିଏ ଆସିବ ସେଥିପାଇଁ ତାଙ୍କ ଘରେ ଆଜି ମଜା ମସ୍ତି କରୁଛନ୍ତି। ମୁଁ କହିଲି ଓଃ ହଉ ଠିକ୍ ଅଛି ।


ପୁଣି କିଛି ଦିନ ରାଉତ ବାବୁଙ୍କ ଘର ହସ ଖୁସୀରେ ଦିନ କଟୁଥିଲା। ଗୋଟିଏ ଦିନ ପ୍ରାୟ ସମୟ ୧୧ ଟା ହେବ ହଠାତ୍ ତାଙ୍କ ଘର ଆଗରେ ଆମ୍ବୁଲା୍ସ ଟିଏ ଆସି ଛିଡା ହୋଇଥିଲା । ସଙ୍ଗେ ସଙ୍ଗେ ସେ ରାଉତ ଘର ମାଉସୀ ଓ ତାଙ୍କ ଝିଅ ଆଉ ତାଙ୍କ ବୋହୂ ସେ ଆମ୍ବୁଲାନ୍ସରେ ବସି ମେଡିକାଲକୁ ଚାଲି ଗଲେ । ରାତି ପ୍ରାୟ ୮:୩୦ ହେବ ସେମାନେ ସବୁ ଘରକୁ ଫେରିଲେ ହେଲେ ଭାଉଜ ସେମାନଙ୍କ ସହ ନଥିଲେ । ମୁଁ ଆସି ବୋଉକୁ କହିଲି ବୋଉ ରାଉତ ବାବୁଙ୍କ ଘର ଲୋକ ସବୁ ଆସିଲେ ହେଲେ ଭାଉଜ ଆସି ନାହାନ୍ତି କଣ ପାଇଁ। ବୋଉ କହିଲେ ତୁ ଏଇଠି ଥା ଆମେ ଆସୁଛୁ, ବୋଉ ଆଉ ନାନୀ ରାଉତ ବାବୁଙ୍କ ଘରକୁ ଗଲେ ବୋଉ ଯାଇ ତାଙ୍କ ଗେଟ୍ ପାଖରେ ଛିଡ଼ା ହୋଇଥିଲା ହଠାତ୍ ତାଙ୍କ ଘରୁ ଜୋର୍ ରେ ଆବାଜ୍ ଆସିଲା ଝଗଡ଼ା ହେଲା ଭଳି ଶୁଭୁଥିଲା । ମୁଁ ଦୌଡ଼ି ଯାଇ ଦେଖିଲି ସେ ରାଉତ ବାବୁ ତାଙ୍କ ମା ଙ୍କୁ ଜୋର୍ ରେ ଗାଳି ଦେଉଥିଲେ।

ରାଉତ ବାବୁ - ମୁଁ ମନା କରୁଥିଲି ନା ଏଇଥର ବି ଚାଲ ଅବରସୋନ୍ କରିଦେବା ବୋଲି ହେଲେ ତମେ ମାନେ କଣ ମୋ କଥା ଶୁଣିଲ କି। କହିଲ ଆମେ ସେ ଗୁଣିଆ ପାଖରୁ ବୁଝିକି ଆସିଛୁ ଆମର ନିଶ୍ଚୟ ପୁଅ ଟିଏ ହେବ। ମୁଁ ମନା କରୁଛି ନା ଆମର ପୁଣି ଝିଅଟିଏ ହେବ ହେଲେ ତମେ ମାନେ କଣ ମୋ କଥା ଶୁଣିଲ । ଏବେ ଏ ଝିଅକୁ ନେଇ କଣ କରିବି ମୋ ମୁଣ୍ଡ କିଛି କାମ କରୁନାହିଁ। ତା ପାଇଁ ଏବେଠୁ ପଇସା ରଖିବାକୁ ପଡ଼ିବ ବାହାଘର ପାଇଁ । କେତେ ଟଙ୍କା ବି ଖର୍ଚ୍ଚ ହେବ ତା ପାଠ ପଢ଼ା ତା ନିଜ ଖର୍ଚ୍ଚ ପାଇଁ ଭାବିଲା ବେଳକୁ ମୋ ମୁଣ୍ଡ କଣ ହେଇ ଯାଉଛି।

ରାଉତ ବାବୁଙ୍କ ମା କହିଲେ ତୁ ଏତେ ରାଗୁଚୁ କଣ ପାଇଁ ଏବେ ବି ସମୟ ଅଛି । କାଲି ବୋହୂ କୁ ଘରକୁ ନେଇକି ଆସିଲା ବେଳେ ସେଇ ବାଟରେ ବ୍ରିଜ୍ ତଳେ ଥିବା ନଦୀରେ ଭସେଇ ଦେଇ ଆସିବୁ ସେ ଝିଅକୁ ଗୋଟେ ଚିନ୍ତା ଯିବ।


ଏତିକି କହିଛନ୍ତି କି ନାହିଁ ସେ, ମୋ ବୋଉ ମୋତେ ସେଇଠୁ ନେଇକି ପଳେଇ ଆସିଲା। ମୁଁ ଘରକୁ ସିନା ପଳେଇ ଆସିଲି ହେଲେ ମୋ ମନ ସେଇ କୁନି ଝିଅ ପାଖରେ ଥିଲା । କଣ୍ ହେବ ତା ଭବିଷ୍ୟତ ଯିଏ ସକାଳର ସୂର୍ଯ୍ୟ କିରଣ ନ ଦେଖିବା ଆଗରୁ ତା ଜୀବନ ଚାଲି ଯାଇଥିବ। କଣ ଭୂଲ୍ କରିଥିଲା ସେ ତା ସହ ଏ ଅନ୍ୟାୟ କଣ ପାଇଁ? ଝିଅ ଟିଏ ହେବା କଣ ପାପ? କେବେ ଆଉ ଏ ସମାଜ ବୁଝି ପାରିବ ଯେ ଝିଅ ଟିଏ ବି ସବୁକିଛି କରିପାରେ।

ନିଜ ପାଇଁ ମା ଦରକାର, ଭଉଣୀ ଦରକାର, ସ୍ତ୍ରୀ ବି ଦରକାର, ଆଉ ନିଜ ସ୍ତ୍ରୀ ପାଇଁ ମହିଳା ଡାକ୍ତର ବି ଦରକାର ହେଲେ ଘର ପାଇଁ ଝିଅଟିଏ ନୁହଁ କଣ ପାଇଁ? କିଏ ଜାଣେ ସେ ଝିଅଟି ଦିନେ ଇନ୍ଦିରା ଗାନ୍ଧୀ ବି ହୋଇ ପାରିଥାନ୍ତେ । ଦୂତି ଚାନ୍ଦ୍ ବି ହୋଇ ପାରିଥାନ୍ତେ । ନହେଲେ ଦେଶର କେଉଁ ଏକ ବଡ଼ ଅଫିସର ବି ହୋଇ ପାରିଥାନ୍ତେ। ହେଲେ ଏ ସମାଜ୍ ତାକୁ ବଞ୍ଚିବା ପାଇଁ ଟିକେ ଅଧିକାର ବି ଦେଲାନି। ଯେଉଁମାନେ ବି ଭୃଣ ହତ୍ୟା ବା ଝିଅ ଟିଏ ହେଲେ ତାକୁ ଫୋପାଡ଼ି ଦେଉଛନ୍ତି ସେମାନଙ୍କୁ ହାତ ଯୋଡ଼ି ଅନୁରୋଧ କରି କହୁଛି ଏମିତି କରନ୍ତୁ ନାହିଁ, ତାକୁ ବଞ୍ଚିବାକୁ ଦିଅନ୍ତୁ।।


Rate this content
Log in

Similar oriya story from Tragedy