Avaya Prusty

Inspirational

4.0  

Avaya Prusty

Inspirational

ମିସ୍ ୟୁ ବୋଉ

ମିସ୍ ୟୁ ବୋଉ

5 mins
388


ଆମ ଗାଁ କୁ ଲାଗି ଗୋଟେ ବଡ଼ ଗାଁ ଟିଏ ଅଛି,

ସେହି ଗାଁ ରେ ଶ୍ରୀଧର ରାଉତ ବୋଲି ଜଣେ ଲୋକ ରୁହନ୍ତି

ତାଙ୍କ ପରିବାର କହିବାକୁ ଗଲେ 3 ଟି ଝିଅ ଆଉ ଜଣେ ପୁଅ,

ଯେତିକି ଶୁଣିଛି ଶ୍ରୀଧର ରାଉତ ଅନେକ୍ ଦୁଃଖ କଷ୍ଟ ସହି ନିଜ ପିଲାମାନଙ୍କୁ ବଡ଼ କରିଥିଲେ,

ସବୁ ଝିଅ ମାନଙ୍କୁ ବହୁତ ପାଠ ପଢାଇ ଥିଲେ ଆଉ ପୁଅକୁ ବାଲେଶ୍ଵର ଇଞ୍ଜିନିୟରିଂ କଲେଜ ରେ B.tech କରାଇ ଥିଲେ, 

ଦୁଖଃର କଥା କେହି ବି ଜଣେ ଚାକିରୀ ଖଣ୍ଡେ କରିଲେ ନାହିଁ 

ତଥାପି କେବେ ଭାଙ୍ଗି ପଡ଼ି ନଥିଲେ ଶ୍ରୀଧର ରାଉତ.. 

3 ଜଣ ଝିଅଙ୍କ ବାହାଘର ହୋଇଯିବା ପରେ ପୁଅକୁ ଭଲ ଘର ଝିଅ ଟିଏ ଦେଖି ବାହାଘର କରାଇ ଦେଇଥିଲେ,

ଶ୍ରୀଧର ରାଉତ ଜଣେ ଅବସର ପ୍ରାପ୍ତ ସ୍କୁଲ୍ ପିଅନ

ଦୀର୍ଘ 17 ବର୍ଷ କାମ କରିବା ପରେ ତାଙ୍କୁ ଦରମା ମିଲିଥିଲା ଅନେକ୍ ଦୁଃଖ କଷ୍ଟ ସହି ସେ ତାଙ୍କ ପରିବାରକୁ ଆଗକୁ ନେଇଥିଲେ,

ସବୁ କିଛି ଠିକ୍ ଠାକ୍ ଚାଲିଥିଲା ଦିନେ ପୋଷ୍ଟ ପିଅନ ଜଣେ ହାତରେ ଚିଠି ଖଣ୍ଡେ ଧରି ଆସିଥିଲେ ତାଙ୍କ ଘର କୁ,

ଚିଠି ଟି ତାଙ୍କ ପୁଅଙ୍କ ନାଁ ରେ ଆସିଥିଲା ସଙ୍ଗେ ସଙ୍ଗେ ଯାଇ ସେ ଚିଠି ଟିକୁ ନେଇ ତାଙ୍କ ବୋହୁ ଙ୍କୁ ଦେଲେ 

ଆଉ କହିଲେ ଆକାଶ ଆସିଲେ କହିବ ତାର କଣ ଚିଠି ଟିଏ ଆସିଛି ଆମେରିକାରୁ,

ସନ୍ଧ୍ୟାରେ ବଜାରରୁ ଆକାଶ ଆସିବା ପରେ ତାଙ୍କ ସ୍ତ୍ରୀ ଚିଠି ଟିକୁ ଆକାଶ ଙ୍କ ହାତକୁ ବଢ଼ାଇ ଦେଲେ,

ଆକାଶ ଚିଠି ଟିକୁ ଖୋଲି ପଢ଼ିବା ପରେ ବହୁତ୍ ଖୁସି ହୋଇ ଯାଇଥିଲେ,

ଆଉ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ବାପାଙ୍କୁ କହିଥିଲେ 

ବାପା ତୁମ ସ୍ଵପ୍ନ ସତ ହୋଇଗଲା ଆମେରିକା ର ଗୋଟେ ବଡ଼ କମ୍ପାନୀରେ ମୋତେ ଇଞ୍ଜିନିୟର ଚାକିରୀ ଟିଏ ମିଳି ଯାଇଚି,

ବାପା ବି ବହୁତ୍ ଖୁସି ହୋଇ ଯାଇଥିଲେ ଘରେ ସତେ ଯେମିତି ଖୁସିର ଲହରୀ ଖେଳି ଯାଇଥିଲା, 

5 ଦିନ ଭିତରେ ଯିବାକୁ ପଡ଼ିବ ଆମେରିକା 

ସେଇଠି ରହିବ କେମିତି, 

ଖାଇବ କଣ, 

ଏମିତି ଅନେକ୍ ପ୍ରଶ୍ନ ଉଙ୍କି ମାରୁଥାଏ ଆକାଶ ଙ୍କ ବାପାଙ୍କ ମନରେ,

ଏପଟେ ଆକାଶ ଙ୍କ ସ୍ତ୍ରୀ ଆକାଶ ଙ୍କୁ ବାଧ୍ୟ କରୁ ଥାଆନ୍ତି ତମେ ଯେମିତି ବି ହେଉ ନା କାହିଁକି ମୋତେ ତୁମ ସାଥିରେ ଆମେରିକା ନେଇକି ଯିବ ବାହାଘର କୁ 5 ମାସ ହୋଇ ଗଲାଣି ଅଥଚ ମୋତେ କୁଆଡ଼େ ବି ନେଇ ନାହଁ ଯାହା ବି ହେଉ ମୁଁ କିଛି ଜାଣିନାହିଁ ମୋତେ ତମେ ସାଥିରେ ନେବ ବାସ୍ ମୁଁ ଆଉ କିଛି ଜାଣିନାହିଁ, 

ଏହି କଥା ଆକାଶ ଙ୍କ ମା ଶୁଣି ନେଇଥିଲେ ଆଉ ସଙ୍ଗେ ସଙ୍ଗେ ଆସି ଆକାଶଙ୍କ ବାପାଙ୍କ ପାଖରେ କହିଥିଲେ, 

ଆମ ବୋହୂ ଏମିତି କହୁଚି 

ଆକାଶଙ୍କ ବାପା ଆକାଶଙ୍କ ମା ଙ୍କୁ କହିଲେ ହଉ ଏଇଟା ଗୋଟେ କଥା ନା ଯାଉ ସେ ଏମିତି ରେ ବି ତୁମର ତ ସେତେ ବୟସ ହେଇ ଯାଇନି,

ଯାଉ ଯାଇ ଟିକେ ବୁଲି ଆସୁ ବାହାର ଜାଗା..

ଏତିକି କହି ଶୋଇ ପଡ଼ିଲେ ଆକାଶଙ୍କ ମା ଆଉ ବାପା, 

ସକାଳ ହେବା କ୍ଷଣି ଆକାଶ ବାପାଙ୍କୁ କିଛି କହିବା ଆଗରୁ ଆକାଶ ଙ୍କ ବାପା କହିଲେ ପୁଅ ତୋତେ ତ ସେଇଠି ରହିବା ପାଇଁ ଅସୁବିଧା ହେବ ତୁ ଗୋଟେ କାମ କର ବୋହୂ କୁ ତୋ ସାଥିରେ ନେଇ ଯା, 

ଆକାଶ କହିଲେ ନାଇଁ ବାପା ମୁଁ ଯଦି ତାଙ୍କୁ ନେଇଯିବି ଏଇଠି ତୁମ ମାନଙ୍କର ଦେଖା ଶୁଣା କିଏ କରିବ,

ଅକାଶର ବାପା କହିଲେ ଆରେ ନାଇଁ ତୋ ମା ଅଛି ଆମେ ରହିଯିବୁ ତୁ ବ୍ୟସ୍ତ ନ ହୋଇ ଯା ଯିବା ପାଇଁ ବାହାରି ପଡ଼ିବୁ, 

ସବୁକିଛି ଠିକ୍ ଠାକ୍ ହୋଇଗଲା ଆକାଶ ଚାଲିଗଲା ସ୍ୱପ୍ନର ଚାକିରୀ କରିବା ପାଇଁ ଆମେରିକା,

ଆମେରିକାରେ ପହଁଞ୍ଚିବା ପରେ ସଙ୍ଗେ ସଙ୍ଗେ ଘରକୁ ଫୋନ୍ କରି ଜଣାଇ ଦେଇଥିଲେ ବାପା ଆମେ ଆସି ଭଲରେ ପହଁଚି ଯାଇଛୁ,

ଏମିତି ହସ ଖୁସିରେ 6, 7 ମାସ ଠିକ୍ ଠାକ୍ ଚାଲିଥିଲା. ଦେଖୁ ଦେଖୁ ବର୍ଷଟିଏ ବିତିଗଲା ଆକାଶଙ୍କ ବାପା ଦିନେ ଆକାଶ କୁ କହିଲେ ଆରେ ଆକାଶ ଆଗକୁ ହୋଲି ଆସୁଚି ଏଇ ହୋଲିରେ ତୁ ଘରକୁ ଆସିଲେ ଭଲ ହୁଅନ୍ତା ତୋତେ ବି ଦେଖିନାହିଁ ଗୁଡ଼ାଏ ଦିନ ହୋଇଗଲାଣି, 

ଆକାଶ କହିଲେ ହଉ ଠିକ୍ ଅଛି ବାପା ମୁଁ ଆମ କମ୍ପାନୀରେ କଥା ହୋଇ ଜଣାଇବି,

ଆକାଶ ଙ୍କ ସ୍ତ୍ରୀ ପଚାରିଲେ ବାପା କଣ କହିଲେ କି ଆକାଶ କହିଲେ ବାପା କହୁଛନ୍ତି ଏଇ ହୋଲିରେ ଗାଁ କୁ ଯିବା ପାଇଁ.. 

ଆକାଶ ଙ୍କ ପାଟିରୁ ଏ କଥା ନ ସରିବା ଆଗରୁ ସଙ୍ଗେ ସଙ୍ଗେ ଆକାଶ ଙ୍କ ସ୍ତ୍ରୀ କହିଲେ ନାଇଁ ହେଇ ପାରିବନି ଗାଁ କୁ ଯିବା କଥା କୁହନି ତା ଛଡ଼ା ଆମେ ଏବେ ତ ଆସିଲେ, 

ଆକାଶ ବା ଆଉ କଣ କହିବ ବାସ୍ ଚୁପ୍ ଚାପ୍ ହୋଇ ରହିଗଲେ, 

ପୁଣି ଦେଖୁ ଦେଖୁ ହୋଲି ବି ଚାଲିଗଲା ପୁଣି ବାପା କହିଲେ ଆରେ ଆକାଶ କେବେ ଆସିବୁ ଆଉ ଗାଁ କୁ ହୋଲି ତ ଚାଲିଗଲା ରଜ ରେ ନହେଲେ ଆସି ବୁଲି ଦେଇ ଯା, 

ପୁଣି ଆକାଶ ଙ୍କ ସେଇ ଗୋଟିଏ ଉତ୍ତର ଠିକ୍ ଅଛି ବାପା ମୁଁ କମ୍ପାନୀରେ କଥା ହୋଇ ଜଣାଇବି, 

ଆକାଶ ଆସି ପୁଣି ତାଙ୍କ ସ୍ତ୍ରୀ ଙ୍କୁ ସେଇ କଥା କହିଲେ ତାଙ୍କ ସ୍ତ୍ରୀ କହିଲେ ଦେଖ ଏବେ ମୁଁ ଯାଇ ପାରିବି ନାହିଁ କାହିଁକି ନା ମୁଁ ମା ହେବାକୁ ଯାଉଛି ଆଉ ହଁ ଆମେ ଆମ ପିଲା ଜନ୍ମ ହୋଇଯିବା ପରେ ଯିବା, 

ବାସ୍ ପୁଣି ସେମିତି ଫେରି ଆସିଲେ ଆକାଶ ନିଜ ସ୍ତ୍ରୀ ପାଖରୁ 

ଏମିତି କିଛି ଦିନ ପରେ ଆକାଶ ଙ୍କର ଗୋଟେ ପୁଅଟିଏ ହେଲା 

ଆକାଶଙ୍କ ବାପା ଏଇ କଥା ଶୁଣିବା ପରେ ବହୁତ୍ ଖୁସି ହୋଇ ଯାଇଥିଲେ, 

ଗାଁ ରେ ଗୋଟେ ପିଲାର ଫୋନରେ ଭିଡ଼ିଓ କଲ୍ କରି ଦେଖିଥିଲେ ତାଙ୍କ ନାତି କୁ, 

ଆଉ ଆଗଭଳି ସେଇ ଗୋଟିଏ କଥା ଏବେ ତ 3 ବର୍ଷ ହୋଇ ଗଲାଣି ତୋର୍ ଗାଁ ରୁ ଯିବାରୁ ଏବେ ତ ତୁ ଆଉ ବୋହୂ ଆଉ ମୋ ନାତିକୁ ସାଙ୍ଗରେ ନେଇ ଆସି ଟିକେ ବୁଲି ଦେଇ ଯା 

ଆକାଶ ହସି ହସି କହିଲେ ହଁ ବାପା ନିଶ୍ଚୟ ଆସିବି ଏଇ ଥର ଦୁର୍ଗାପୂଜା ରେ, 

ବାପାଙ୍କ ମନରେ ସତେ ଯେମିତି ଖୁସିର ଲହରୀ ଖେଳି ଯାଇଥିଲା, 

ବାସ୍ ବାପା ଅନେଇ ବସିଥିଲେ ଦୁର୍ଗାପୂଜାକୁ ଆଉ ସେପଟେ ସତେ ଯେମିତି ଆକାଶ ଭୁଲି ଯାଇଥିଲା ଗାଁ ରେ ତାର ବାପା ମା ଅଛନ୍ତି ବୋଲି, 

ଆଗଭଳି ଆଉ କଲ୍ ବି କରୁ ନଥିଲା ଆକାଶ ଘରକୁ, 

ବାପା ବା ମୋବାଇଲ୍ ଚଳାଇବା ସେତେ ଟା ଶିଖି ନଥିଲେ ସେଥିପାଇଁ କଲ୍ ବି କରି ପାରୁନଥିଲେ ଆକାଶ ଙ୍କ ପାଖକୁ.. 

ଏମିତି ଦେଖୁ ଦେଖୁ 7 ବର୍ଷ ବିତି ଯାଇଥିଲା ଆଉ ନାତିକୁ ବି 4 ବର୍ଷ ହୋଇ ଗଲାଣି, 

ଏପଟେ ବୁଢ଼ା ବାପା ଆଉ ମା ସେମିତି ଅନେଇ ବସିଛନ୍ତି କେବେ ଦୁର୍ଗାପୂଜା ଆସିବ ଆଉ ପୁଅ ତାଙ୍କର ଘରକୁ ଆସିବ,

ଏମିତି କିଛି ଦିନ ଗଲା ପରେ ଆକାଶ ଆଉ ତାଙ୍କ ସ୍ତ୍ରୀ ଭାବିଲେ ଗାଁ କୁ ଆସିବା ପାଇଁ ଆଗକୁ ଉଡ଼ା ପର୍ବ ବି ଆସୁଥାଏ ଆକାଶ ବି ଅନେକ୍ ଦିନ ହେବ ଉଡ଼ା ଯାତ୍ରା ଦେଖି ନଥାଏ ମନରେ ତାର ଅନେକ୍ ଆଶା ଥାଏ ଗାଁ କୁ ଆସିଲା ପରେ ଉଡ଼ା ଯାତ୍ରା ଯାଇ ଟିକେ ଦେଖି ଆସିବ, 

ସବୁ କିଛି ଠିକ୍ ଠାକ୍ ହୋଇଗଲା ଫାଇନାଲ୍ ହୋଇଗଲା ଗାଁ କୁ ଆସିବା ପାଇଁ ଯାହା କିଣା କିଣି କରିବା କଥା ସବୁ କିଣି ଦେଇ ବ୍ୟାଗ୍ ପ୍ୟାକ କରିଦେଇ ବାହାରି ପଡ଼ିଲେ ଓଡ଼ିଶା ଆସିବା ପାଇଁ 

ଯେଉଁଦିନ ଆସି ଓଡ଼ିଶା ପହଁଞ୍ଚିଲେ ସେଦିନ ଥାଏ April ମାସ 30 ତାରିଖ ଆଉ ଆମ ପାଖ ଗାଁ ରେ ଥିବା ମହୁଲଗଢିଆ ଗ୍ରାମରେ ଜୋର୍ ସୋର୍ ରେ ପାଳିତ ହୁଏ ଉଡ଼ା ଯାତ୍ରା,

ଆକାଶ ଆଉ ଘରକୁ ନ ଯାଇ ସିଧା ମହୁଲଗଢିଆ ଯିବା ପାଇଁ planning କରିଲେ ଆଉ ସେଇଠି ଉଡ଼ା ଯାତ୍ରା ଦେଖିବା ପରେ ଘରକୁ ଯିବା ପାଇଁ ଭାବିଥିଲେ, 

Planning ହିସାବରେ ଠିକ୍ ସେମିତି ଯାଇ ପହଞ୍ଚି ଗଲେ ମହୁଲଗଢିଆ ରେ ଆଉ ଉଡ଼ା ଯାତ୍ରା ର ମଜା ନେଉ ଥାଆନ୍ତି,

ହଠାତ୍ ତାଙ୍କ 4 ବର୍ଷର ପୁଅ କେଉଁଠି ହଜିଗଲା, 

ବହୁତ୍ ଜାଗାରେ ଖୋଜା ଖୋଜି କରିବା ପରେ ତାଙ୍କ ପୁଅକୁ ସେ କେଉଁଠି ପାଇ ନଥିଲେ, 

ଆକାଶଙ୍କ ସ୍ତ୍ରୀ ବହୁତ୍ କାନ୍ଦୁଥିଲେ

 ଲୁହ ଭିଜା ଆଖିରେ କେବଳ ଗୋଟିଏ କଥା କହୁଥିଲେ ମୋ ପୁଅ ମୋ ପୁଅକୁ ଆଣି ଦିଅ ଏମିତି କହି କହି କାନ୍ଦୁଥିଲେ, 

ସଙ୍ଗେ ସଙ୍ଗେ ସେଇଠି announce ହେବାକୁ ଲାଗିଲା କି ଗୋଟେ 4, 5 ବର୍ଷର ପିଲାଟିଏ କାହାର ହଜି ଯାଇଚି ଯାହାର ବି ଏ ପିଲା ଆପଣ ଆସି ଆମ କମିଟି ପାଖରୁ ନେଇ ଯାଆନ୍ତୁ, 

ସଙ୍ଗେ ସଙ୍ଗେ ଆକାଶ ଦୌଡ଼ିବାକୁ ଲାଗିଲେ କମିଟି ପାଖକୁ ଆଉ ଯାଇ ନିଜ ପୁଅକୁ ସେଇଠୁ ନେଇ ଆସିଲେ, 

ଆଉ ତାଙ୍କ ସ୍ତ୍ରୀ ତାଙ୍କ ହାତରୁ ପୁଅକୁ ଛଡ଼ାଇ ନେଇ ସଙ୍ଗେ ସଙ୍ଗେ ଗେଲ କରିବାକୁ ଲାଗିଲେ ଆଉ ଜୋର୍ ରେ ଜାବୁଡ଼ି ଧରି ବହୁତ୍ କାନ୍ଦୁଥିଲେ,

ଆକାଶ ତାଙ୍କ ସ୍ତ୍ରୀ ର ମୁହଁକୁ ଅନାଇ ଭାବିଲେ 5 ମିନିଟ୍ ମୋ ପୁଅକୁ ନପାଇ ମୋ ସ୍ତ୍ରୀ କେତେ କାନ୍ଦି ପକାଇଲା ଆଉ ମୋ ମା

ମୋ ମା ତ ମୋତେ 7 ବର୍ଷ ହେଲା ଦେଖିନାହିଁ କେମିତି ରହିଥିବ ସେ, ସଙ୍ଗେ ସଙ୍ଗେ ନିଜ ପୁଅ ନିଜ ସ୍ତ୍ରୀ କୁ ଛାଡ଼ି ସେଇଠୁ ଦୌଡ଼ି ଆସିଥିଲେ ନିଜ ଘରକୁ, 

ଘରକୁ ଆସି ଦେଖିଲା ବେଳକୁ ବାପା ବସି ଥାଆନ୍ତି ଘର ବାରଣ୍ଡା ରେ ଆଉ ମା ରୋଷେଇ ଘରେ କଣ କରୁ ଥାଆନ୍ତି, 

ଦୌଡ଼ି ଦୌଡ଼ି ଯାଇ ନିଜ ମା ଙ୍କୁ ଜୋର୍ ରେ ଜାବୁଡ଼ି ଧରି କାନ୍ଦି କାନ୍ଦି କହିଲେ ମୋତେ କ୍ଷମା କରିଦବୁ ମା ମୁଁ ତୋତେ କେତେ କଷ୍ଟ ଦେଇଚି,

ମା ବା କଣ କହିବ ନିଜର ପଣତ କାନିରେ ତା ପୁଅ ଲୁହ ପୋଛି ଦେଇ କହିଲା ବାପରେ ତୋତେ ବା ମୁଁ କଣ କ୍ଷମା କରିବି ଯାହା ହେଉ ଖୁସି ଲାଗିଲା ମୋ ଶେଷ ସମୟରେ ଯାହା ହେଉ ତୋତେ ଟିକେ ଦେଖିବାକୁ ତ ପାଇଲି ।


Rate this content
Log in

Similar oriya story from Inspirational