Dipti lekha Mishra

Fantasy

1.0  

Dipti lekha Mishra

Fantasy

ଅଚାନକ ଭେଟ

ଅଚାନକ ଭେଟ

2 mins
264


ନଟିଆ ନନା ସେଦିନ ବି କାନ୍ଦୁଥିଲା ଆଉ ଆଜି ବି କାନ୍ଦୁଛି, କାରଣ ତାର ସ୍ବପ୍ନ ସାକାର ହୋଇପାରିଲାନି । ସେ ବୁଝିସାରିଥିଲା କି ବୁଢା ହୋଇଯିବା ଯୋଗୁଁ କେହି ଆଉ ଆଗଭଳି ଖାତିର କରୁନାହାଁନ୍ତି ।

ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢାଉଥିବା ନଟିଆ ନନା ହଠାତ ଶ୍ରେଣୀକକ୍ଷରେ ସୋନାକୁ ଶକ୍ତ ଚାପୁଡାଟିଏ ମାରିଲେ । ମାରିବା ପାଇଁ ଈଛା ନଥିଲା । ନଟିଆ ନନା ଜାଣିଥିଲା ଯେ ଯେତେ ମାରିବା ସେତେ ମାଡୁଆ ହେବ । ତାକୁ ବୁଝାଇଲେ ପୁଣି ପାଖକୁ ଟାଣିଆଣି ଆଉ କହିଲେ ଆରେ ପୁଅ ବାପା ତ କୁଆଡେ ଚାଲିଗଲା ଆଉ ଏ ମାଆର ତୁ ଏକମାତ୍ର ପୁଅ । ତୋରି ମୂହଁକୁ ଦେଖି ମାଆ ତାର ଦିନତମାମ ହେଉଥିବା ସବୁ କଷ୍ଟ ଭୂଲିଯାଏ । ତୋ ପାଇଁ ସେ ଅନ୍ୟ ଘରମାନଙ୍କୁ ଯାଈ ବାସନକୁସନ ସଫା କରି ଦି ପଇସା ଆଣେ । ତୋତେ ମଣିଷ କରିବ ବୋଲି ସେ କେତେ କଣ କଷ୍ଟ ସହୁଛି । ଆଖିର ଲୂହକୁ ଆଖିରେ ହାଁ ଶୁଖାଇଦେଉଛି ଅଥଛ ତୁ ବାଳୁଙ୍ଗା ହେଇଗଲୁଣି ।

ସୋନା ବଡପାଟିରେ କହିଲା ଆରେ ହଁ ଯେ ମୁଁ କଣ କଲି ?

ସାର କହିଲେ ତୁ ଜାଣିନୁ ତୁ କଣ କରିଛୁ ?

ସୋନା କହିଲା ନା ମୁଁ ଜାଣିନି ,ମୋତେ କୁହନ୍ତୁ ମୁଁ କଣ ଭୂଲ କଲି ?

ସାର କହିଲେ ତୋ ବ୍ୟାଗ ଦେଲୁ ।

ସୋନା କହିଲା କାହିଁକି ?

ସାର କହିଲେ ଦେବୁ ନା ନାହିଁ କହ ?

ସାରଙ୍କୁ ବ୍ୟାଗଟି ବଢାଇଦେଲା ଆଉ ନିରେଖି ଦେଖିଲା ସାର କଣ କରୁଛନ୍ତି । ସାର ବ୍ୟାଗରୁ ସିଗାରେଟ ପ୍ୟାକେଟ ଟା ବାହାର କରି ଦେଖାଇଲେ ଇଏ କଣ କହ ? ତୁ କିଛି ଜାଣିନୁ କହୁଥିଲୁ ନା ଏଥର ସତ କହ । ନ ହେଲେ ତୋ ପିଠିରୁ ଛାଲ ଉତାରିଦେବି ।

ସୋନା ପୁରା ଛାନିଆ ହୋଇ ଦେଖୁଥାଏ । ସାରଙ୍କ କେଉଁ କଥା ବି କାନରେ ପଡିନି । ଚିଈଁକି ଉଠିଲା ଭଳି କହିଲା ନାଇଁ ସାର ମୁଁ ଜାଣିନି । ମୁଁ ୟାକୁ କିଣିନି । ମାଆ ଦଶ ଟଙ୍କା ଦେଈଥିଲା ଟିଫିନ ଖାଇବାକୁ ହେଲେ ମୁଁ ଏବେ ବି ରଖିଛି । କିଛି ଖାଇନି । କଣ ପାଇଁ ନା ସାର ମୋ ମାଆ ସିଲେଇ କରିବ ମୋ ସାର୍ଟପ୍ୟାଣ୍ଟ । ହେଲେ ଛୁଞ୍ଚିସୂତା ଆଣିପାରୁନି କହହି ସିଲାଏନି । ସେ ସବୁ ପଇସା ହିସାବ କରିଥାଏ । ମୋ ଖାଇବା ଖର୍ଛ ଆଗ । ଏଣୂ ମୁଁ ମୋ ମାଆ ପାଇଁ ଛୁଞ୍ଚିସୂତା କିଣିବି ବୋଲି ଖାଇନାହିଁ ଏ ଟଙ୍କା ରଖିଛି ।

ସାରଙ୍କ ଆଖିରେ ଲୂହ ଆସିଗଲା । ଏଡିକି ବକଟେ ଛୁଆ ମାଆର ଦୁଃଖ ତ ବୁଝିଛି ହେଲେ ଏ ସିଗାରେଟ ପ୍ୟାକେଟ !! ଓଃ ମୁଣ୍ତ ବିନ୍ଧିଲାଣି ଏ କଣ ହେଉଛି ?

ହଠାତ ଆଉ ଏକ ସାଙ୍ଗ ଆସି ତା ବ୍ୟାଗଟି ଛଡାଇ ନେଲା ଆଉ ସିଗାରେଟ ବାହାର କରି ପ୍ୟାଣ୍ଟ ମୁଣାରେ ମାରିଲା । ସାରଙ୍କ ଆଖିରେ କିନ୍ତୁ ସବୁ ଫୋଟ ହୋଇ ରହିଗଲା । ସେ ପିଲାର ବାପା ମାଆ ଦୁହେଁ ନାହାଁନ୍ତି । ସେ ପୁଣି କେମିତି ବୁଝିବ । ଏ ପିଲାମାନେ କାହିଁକି ବାଟବଣା ହୁଅନ୍ତି କେଜାଣି ?

ସାର ସୋନାକୁ ତା ଘରେ ଛାଡି ଆସିବେ ବୋଲି କହି ସାଙ୍ଗରେ ଗଲେ । ଦେଖିଲେ ଆରେ ଇଏ କଣ ? ଇଏ ତ ମୋ ପିଉସି ଝିଅ । ଆଲୋ ହୁଣ୍ତି ମୋତେ ଚିହ୍ନିଲୁ କି ନାଇଁ । ମୁଁ ତୋ ବଡ ଭାଇନା ।

ସୋନାର ମାଆ ଦୌଡି ଦୌଡି ଆସିଲେ ଆଉ ପ୍ରଣାମ କଲେ । ଭାଇ ଭଉଣୀ ଦୁହେଁ ଭାରୀ ମନ ଭରି କଥା ହେଲେ ଆଉ ଭଉଣୀର ଦୁଃଖ ଦେଖି ସହପାରିନଥିଲା ନଟିଆ ନନା । ସୋନାର ପଢା ଦାୟୀତ୍ବ ନେବା ପାଇଁ ପଣ କରିଥିଲେ ।


Rate this content
Log in

Similar oriya story from Fantasy