" ଅଭୁଲା ରାତି "
" ଅଭୁଲା ରାତି "
ଦିନ ପରେ ରାତି , ରାତି ପରେ ଦିନ ର ଗତି ସର୍ବଦା ଲାଗିଛି । ଏ ଧାରା ଓ କ୍ରମ କେଉଁ ଅନାଦି କାରୁରୁ ଚିରନ୍ତନ ଚଳି ଆସିଛି ।ଗୋଟିଏ ରାତିର ଅଭୁଲା ସ୍ମୂତି ମୋର ମନରେ ଅନେକ ବାର
ଜାଗରିତ ହୋଇ ଉଭୟ ସାମାଜିକ ଜୀବନ ଓ ବ୍ଯକ୍ତିଗତ
ଜୀବନ ଉପରେ ଗଭୀରତର ପ୍ରଭାବ ପକାଇ ଆସିଛି ।
ଯାହାକି ଭୁଲିବାର ନୁହେଁ । କାରଣ ମଣିଷ ନିଜର ଅନୁଭୁତି
ଓ ଅନୁଭବରୁ ହିଁ ନିରନ୍ତର ଯାବତୀୟ ଶିକ୍ଷାଲାଭ କରି
ଚାଲି ଥାଏ ।ଗ୍ରାମ ପରିବେଶର ଜୀବନ ଖୁବ୍ ମଧୁମୟୀ
ହୋଇ ଥାଏ । କିନ୍ତୁସହରୀ ଜୀବନ ହାହୁତାଶମୟ । ଆମ ଗ୍ରାମଟି ଆଗ କାଳରେ ଖୁବ୍ ନିଛାଟିଆ ଅଞ୍ଚଳରେଅବସ୍ଥିତ
ହୋଇ ଥିବାରୁ ନାନା ରକମର ଭୟ ଭ୍ରାନ୍ତି ଓ ଭ୍ରମ ଧାରଣାସବୁ ଲୋକ ମୁଖରେ ରହି ଆସି ଥିଲା । ସେଦିନ ଆମେ ଦୁଇ ଚାରିଜଣ କୌଣସି ଏକ କାମରେ ସହର କୁଯାଇ ଥାଉ ।
ଫେରିବା ବେଳକୁ ସନ୍ଧ୍ଯା ହୋଇ ଗଲା । ଯଦି ଶିଘ୍ରକାମ
ସରି ଯାଇ ଥାନ୍ତା ତେବେ ବେଶ୍ ଶିଘ୍ର ଆସି ଘର ପହଞ୍ଚି ସାରି
ଥାନ୍ତୁ । ଆମେ ଶହର ଯାଇ ଫେରିନାହୁଁ ଦେଖି ଘରେ ସଭିଏଁ
ଖୁବ୍ ବ୍ଯସ୍ତ ହୋଇ ପଡିବେ । ତେବେ ବା ଆଉ କ'ଣ ଉପାୟ
କରିବୁ ? ଆମେ ବଷ୍ଟାଣ୍ତକୁ ପହଞ୍ଚିବା ବେଳକୁ ବସ୍ ନାହିଁ କ୍ରମେ
ସନ୍ଧ୍ଯା କେତେବେଳୁ ଗଡିଯାଇ ରାତି ମାଡି ଆସିଲାଣି ।
ଏବେ ଆମର ଅବସ୍ଥା କ'ଣ ହେବ ? ଆମେ ଆଉ କୁଆଡେ
ଯିବୁ ? ଶୀତରାତି ହୋଇ ଥିବାରୁ ରୋମ ଟାଙ୍କୁରା ଶୀତରେ ଦେହ କାଲୁଆ ହୋଇ ଯାଉଥାଏ ।ସେବେଳେ ମୋବାଇଲ୍ ଫୋନ ନ ଥାଏ , ଯେଉଁ ଥିରେ କି , ଆଜି ପରି ସଙ୍ଗେ ଘରକୁ ଜଣାଇ ବାଅନ୍ଯ କାହାଠୁ ସାହାଯ୍ୟ ହାସଲକରି ହୁଅନ୍ତା । ଏବେ ବା ଆଉ କି, ଉପାୟ କରିବୁ କିପରି ଘରକୁ ଫେରିବୁ ଶୀଘ୍ର ଘରକୁ ଫେରି ଆସିବାର
ଆଶାରେ ଶୀତ ପୋଷାକ ବି ନେଇ ନଥାଉ ।ଦୁଃଖ ରେ ମୁଣ୍ତରେ ହାତଦେଇ ସମସ୍ତେ କି! ଉପାୟ କରିବା
ଚିନ୍ତା କରିବାକୁ ଲାଗିଲୁ । କିନ୍ତୁ କିଛି ବୁଦ୍ଧି ବାଟ ଦିଶୁ ନ
ଥାଏ । କିଏ କହୁଥାଏ ‐ କେଉଁଠି ହେଲେ ରହି ଯିବା । ହୋଟେଲ ରେ ଭଡା ନେଇଯିବା କହୁଥାଏ । କିନ୍ତୁ କାହାରି
ପାଖରେ ଏତେ ପଇସା ନଥାଏ । କିଏ କହିଲା ରିକ୍ସା କରି ପଳାଇବା । ଅନେକ ରିକ୍ସା ବାଲାଙ୍କୁ ଭେଟି ନିଜ ନିଜ ଦୁଃଖ ଗୁହାରି କଲୁ । ୧୦୦ ଟଙ୍କା ଭଡା ଯାଚିଲେ ବି ଏ ଶୀତ ରାତିଜଙ୍ଗଲିଆ ଶୂଶାନ୍ ରାସ୍ତା ପାଇଁ କେହି ହେଲେ ରାଜି ହେଲେ ନାହିଁ ।ଶେଷକୁ ସମସ୍ତେ ଯଥାଶିଘ୍ର ଚାଲିଚାଲି
ଘରକୁ ଫେରି ଆସିବାକୁ ନିଷ୍ପତି ନେଲୁ ।
ସଙ୍ଗେ ଜୋର ଜୋର ରେ ଚାଲିବା ଆରମ୍ଭ କରି ଦେଲୁ । ଜହ୍ନର ଝାପସା ଆଲୋଅରେ ଅନ୍ଧାରିଆ ରାସ୍ତାଘାଟ ସବୁ ବେଶ୍ ଭୟଓ ଭ୍ରାନ୍ତି ର ବାତାବରଣ ଉଦ୍ରେକ କରାଉ ଥାଏ ।
୪—୬ କି. ମି. ବାଟ ଚାଲି ଚାଲି ଆଗେଇ ଗଲୁ । ଏବେ ଜଙ୍ଗଜଭରା ରାସ୍ତା । ଜଙ୍ଗଲି ହିଂସ୍ର ଯନ୍ତୁ ବାଘ ,ଭାଲୁ ଆଦିଙ୍କ ଭୟ ଖୁବ୍ ବେଶୀ । ପୁଣି ଜଙ୍ଗଲରେ ଭୁତ ,ପେତ ,ପେତୁଣୀ , ଡାହାଣୀ,ଚିରିକୁଣୀ , ଆଦିଙ୍କ ରହୁଥିବା କଥା ପ୍ରାଣରେ ଦୁର୍ବାର ଭୟ ଓ
ଯନ୍ତ୍ରଣା ମାନ ଉଦ୍ରେକ କରାଇ ଚାଲିଥାଏ । ହେଲେ ବି ସାହସ
ବାନ୍ଧି ଚାଲିଲୁ । ହେଇ ଅଧାବାଟ ହୋଇ ଗଲାଣି । ଆଉ ମାତ୍ର
ଅଳ୍ପ ସମୟ ଭିତରେ ଯାଇ ଘରେ ପହଞ୍ଚି ଯିବା ! ଏହି ପରି
କଥା କହି କହି ସଭିଏଁ ନିଜ ନିଜ ର ସାହସ ଓ ମନୋବଳ
ବଢାଇ ଚାଲି ଥାଉ । ମନରେ ଟିକିଏ ଆନନ୍ଦ ଲାଗିଲା ।
ହଟାତ୍ ଅଳ୍ପ ଦୂରରେ ଆଲୋକ ଓ ଗାଁ ଦେଖା ଯିବାରୁ ।
ଫଳରେ ଜୋର ଜୋର ରେ ଧାଇଁବାକୁ ଆରମ୍ଭ କଲୁ । ଜଣେ
କହିଲା , ଚୁପ୍ ଚାପ୍ ଚାଲି ଚାଲି ଯିବା ଧାଇଁ ଧାଇଁ ଗଲେ ଲୋକେ ଚୋର କହିବେ ।
ଏହି ପରି ଭାବରେ ଶିଘ୍ର ଶିଘ୍ର ଚାଲି ସେହି ଗାଁ ପାରେଇ ଗଲୁ ।
ପୁଣି ଆଉ ଏକ ଜଙ୍ଗଲ ପଥ ପଡିଲା । କିଛି ଦୂରରେ ଜଣେ
ଡିବିରୀ ଆଲୋଅ ଧରି ଯାଉ ଥିବାର ଦେଖି ଦେହ ମନ ଖୁବ୍ ଶୀତେଇ ଉଠିଲା । ଇଏ କ'ଣ ? କହି ଅନ୍ଯ ମାନେ ଡରି ଅଟକି ଗଲେ ।ପରେ ଆମେ ଦେଖିବା କିଏ ହୋଇଥିବ
କହି ଆଗେଇ ଚାଲିଲୁ ।ପରେ ପୁଣି ଏକ ସ୍ଥାନ ରେ ବଣ ଭିତରେ ଭୁତ ପରି କ'ଣ ଗୋଟାଏ ଦିଶିଲା ।ତାକୁ ବି ପାର ହୋଇଗଲୁ ପୁନଶ୍ଚ ଆହୁରିଏକ ଭୁତକୁ ଭେଟିଲୁ ।ତାପରେ ଶେଷକୁ ଯାଇ ଘରେ ପହଞ୍ଚିଲୁ । ସେତେ ବେଳକୁ ରାତିବାରଟା ବାଜି ଯାଇଥାଏ । ସମସ୍ତେ ଗଭୀର ନିଦ୍ରା ରେ ଶୋଇ ସାରି ଥାନ୍ତି ।

