Sudhir Mohapatra

Romance

2  

Sudhir Mohapatra

Romance

ଆନ୍ତରିକ ଈର୍ଷା

ଆନ୍ତରିକ ଈର୍ଷା

4 mins
487


ଯେତେବେଳେ ମୁଁ ଈର୍ଷା ଅନୁଭବ କଲି, ସେତେବେଳେ ଇଚ୍ଛା ହଉଥିଲା ହିମାନୀର ସବୁ ଚିତ୍ର ଚିରି ଫିଙ୍ଗିଦେବାକୁ । ମୋ’ଠାରୁ କଣ ସେ ଭଲ ଆଙ୍କି ପାରିଚି , ଏମିତି ବାରମ୍ବାର ମନକୁ ପ୍ରଶ୍ନ ଆସୁଥାଏ । ବିଚାରକମାନଙ୍କ ପ୍ରତି ଖୁବ୍ ବିରକ୍ତି ଭାବ ମଧ୍ୟ ଆସୁଥାଏ । 

ହିମାନୀ, ମୋ ସହପାଠିନୀ । ଯୁକ୍ତ ଦୁଇ ଶ୍ରେଣୀର ପ୍ରଥମ ବର୍ଷରୁ ସେ ମୋ ସହ ପଢିଆସୁଚି । ଖୁବ୍ ସୁନ୍ଦରୀ । କିନ୍ତୁ, ସ୍ୱାଭିମାନୀ ଯୋଗୁଁ ପ୍ରାୟ ତା ସହ କେହି କଥା ହେବାକୁ କିଛି ସାହସ କରନ୍ତିନି । ଅନ୍ୟ ଝିଅମାନଙ୍କ ସହ ପ୍ରାୟ ସମସ୍ତେ କିଛି ନା କିଛି କଥା ହୁଅନ୍ତି , ଥଟ୍ଟାମଜା କରନ୍ତି । ମାତ୍ର ହିମାନୀ ଏ ଦିଗରେ ଖୁବ୍ ସଚେତନ । କାହାରିକୁ କିଛି ପଦେବି କହିବାକୁ ସେ ସୁଯୋଗ ଦିଏନି । ସଦାବେଳେ ମୁଁ କିମ୍ବା ସେ ଯେମିତି ବି ହେଉ ଯୋଉଠି ବସିଲେ ମଧ୍ୟ କେମିତି ହେଲେ ଦୁହେଁ ଏକଦମ୍ ପାଖାପାଖି ବସିଥିବୁ । ଏହା ବେଳେବେଳେ ଦୁହିଁଙ୍କୁ ବିସ୍ମିତ କରେ । ମୁଁ ତ ବହୁ ସମୟରେ ତାକୁ ଦେଖିବାକୁ ବି ଇଚ୍ଛା କରେନି । 

କାରଣ, ଅନ୍ୟ ଝିଅମାନଙ୍କଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରର । ତାର ଚରିତ୍ର ଯେ, କୋଉ ଧରଣର , ତାହା ମତେ କାହିଁକି ଭଲ ଲାଗେନି , ଆଉ କେମିତି ହେଇଥିଲେ ମତେ ଭଲ ଲାଗିଥାନ୍ତା - ସେସବୁ ମୁଁ ଏବେ ଏବେ ଖୁବ୍ ମନେପକାଏ । ମାତ୍ର ସେସବୁର କିଛି ଗୋଟେ ନିର୍ଣ୍ଣାୟକ ମୋଡରେ ପହଁଚି ପାରେନି । 

ବାସ୍ତବିକ୍ ହିମାନୀ ଖୁବ୍ ସୁନ୍ଦର ଚିତ୍ର ଆଙ୍କେ , ଏକଥା ସେଦିନ ମୁଁ ଜାଣି ପାରିଲି ଯୋଉଦିନ କୋଣାର୍କ ବେଳାଭୂମିରେ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାର ସେ ଥିଲା ବିଜୟୀ ପ୍ରତିଯୋଗୀ । ଖୁବ୍ ନିଖୁଣ ସେ ଆଙ୍କିଥିଲା କୋଣାର୍କର ଚିତ୍ର । କୋଣାର୍କର କଳାମୁଗୁନି ପଥର କାନ୍ଥରେ ସେ ଜୀବନ୍ତ କରିଦେଇଥିଲା ବାସ୍ତବ ପଥର । ଆଉ ତାରି ପାଶ୍ୱର୍ରେ ଦଣ୍ଡାୟମାନ ଭଗ୍ନ ନଟୀ । ନଟୀ ସାମ୍ନାରେ ସେଲ୍ଫି ନେଉଥିବା କୌଣସି ଯୁବକର ଚିତ୍ର । ଭଗ୍ନ ନଟୀର ମୁଖ ମଣ୍ଡଳରେ ହିମାନୀର ଚେହେରା ଫୁଟି ଉଠୁଥିଲା । ଅନେକ ସାଇତା କଥା କହିବାକୁ ପ୍ରତୀକ୍ଷା କରିଥିବା ଶାନ୍ତ ଆଖି ସତେ ଯେମିତି ସେଲ୍ଫି ନେଉଥିବା ଯୁବକ ସହ ପୋଜ୍ ଦେଉଥିଲା ପରି ଲାଗୁଥିଲା । ମୁଁ ନଟୀ ଚେହେରାରେ ହିମାନୀକୁ ଆବିଷ୍କାର କରିବା ପରେ କାହିଁକି କେଜାଣି ହୃଦୟ ଭିତରେ କିଛି ଗୋଟାଏ ଆନ୍ଦୋଳିତ ହେଲା । ତାର ଉପରୁ ଦୃଷ୍ଟି ଫେରାଇ ଆଣି ଯୁବକର ମୁହଁକୁ ନିରୀକ୍ଷଣ କଲି । ଏକଣ ମୁଁ ଦେଖୁଚି । ଯୁବକଟି ଯେ ମୁଁ ନିଜେ ! 

ଖବର କାଗଜରେ ପ୍ରକାଶତି ଶ୍ରେଷ୍ଠ ଚିତ୍ରଶିଳ୍ପୀ ହିମାନୀର ଫଟୋ ଓ ତା ହାତ ଅଙ୍କା ଛବିକୁ ଅତି ଯତ୍ନର ସହ ସାଇତି ରଖିଲି ସେଇଦିନ ମୋ ଆଲମାରି ଭିତରେ । ବାରମ୍ବାର ମନେପଡୁଥିଲା ସେଇ ଗତ ଦିନର କଥାଗୁଡାକ । ମନ ଭିତରେ ହିମାନୀ ପ୍ରତି ଉକୁଟି ଉଠୁଥିବା ଅହେତୁକ ଈର୍ଷା ଆଜି କାହିଁକି ଆପଣାପଣର କୁହୁକ ସ୍ପର୍ଶରେ କାଠକଣ୍ଢେଇକୁ ଜୀବନ୍ତ କରିବାର ପ୍ରୟାସ କରୁଚି । 

ହିମାନୀ ସେଦିନ ମୋ ବ୍ୟବହାରରେ ଖୁବ୍ ମର୍ମାହତ ହେଇଥିଲା । ଅକାରଣରେ ତାକୁ ଭୁଲ୍ ବୁଝିଥିବାରୁ ସେ ମୋତେ କେତେ ପ୍ରକାର ବୁଝେଇବାକୁ ଚେଷ୍ଟା କରି ବିଫଳ ହେବା ପରେ ସେଦିନ ବାଧ୍ୟ ହୋଇ ଚିଠିଟିଏ ଲେଖିଥିଲା ମୋ ପାଖକୁ । ପାଠପଢା ସହ ତୁମେ ତୁମ ରଙ୍ଗ,ତୂଳୀକୁ ଜୀବନ୍ତ କରି ରଖିବ ସବୁଦିନ ପାଇଁ - ଏତିକି ନିବେଦନ । ତୁମେ , ମୋ ଉପରେ ବିରକ୍ତ ହୁଅ । କାହିଁକି ଜାଣିନି । ମାତ୍ର ତୁମେ ମୋ ମୁହଁ ସହ ମୁହାଁମୁହିଁ ହବାକୁ କେବେ ବି ସୁଯୋଗ ଦେଇନ ବୋଲି ମତେ ଭାରି ଖରାପ ଲାଗେ । ମୁଁ କଣ ଆଙ୍କେ , କାହାପାଇଁ ଆଙ୍କେ ଜାଣିନି । ଯୋଉଦିନ ଜାଣିଲି ତମେ ମୋର ସଫଳତାକୁ ସହଜରେ ଗ୍ରହଣ କରିପାରୁ ନ ଥିଲ ; ମୁଁ ସେଦିନ ଭାବିଲି ଆଉ ଚିତ୍ର ଅଙ୍କନରେ କେବେ ବି ଭାଗ ନେବିନି । ମାତ୍ର ଲଜିକ୍ ସାର୍ଙ୍କ ଅନୁରୋଧକୁ ମୁଁ ଏଡେଇ ନ ପାରି ଅନିଚ୍ଛା ସତ୍ୱେ ପୁଣି ଭାଗ ନେଇଯାଏ । ହାରିଯିବା ପାଇଁ ବାରମ୍ବାର ଚେଷ୍ଟା କରେ । ତଥାପି ଫାଷ୍ଟ୍ ହେଇଯାଏ । ଆଉ ତମ ମନରୁ ପୁଣି ମୋର ଦୂରତ୍ୱ ବଢିଯାଏ ।

ପଆନ୍ତରିକ ଈର୍ଷା ରେ ଜାଣିଲି , ମୋର ଫାଷ୍ଟ୍ ହବା ପଛରେ ଲଜିକ୍ ସାର୍ଙ୍କ ହାତ ଥିଲା । ସେ କୁଆଡେ ମତେ ମନେମନେ ଭଲ ପାଉଥିଲେ । ମୁଁ କିନ୍ତୁ, କେବେ ବି ସେମିତି ଭାବନା ରାଜ୍ୟରେ କାହା ସହ ବୁଲିନି । କିନ୍ତୁ, କାହାର ସ୍ୱାର୍ଥ ପାଇଁ କିଏ ବଳିପଡେ ; ଏକଥା ଜାଣିବା ପରେ ମୁଁ ତୁମକୁ ମନେମନେ ଅନେକ ସମର୍ଥନ କରେ । ଆଉ ତମ ଭାବନାକୁ ସାଲ୍ୟୁଟ୍ କରେ । 


: ହଁ, ଅଦିନରେ ତମେ ସାରା ପରିବାରକୁ ହରେଇ ଏକାକୀ ଜୀବନ ଜିଉଚ ଜାଣିବା ପରେ; ସେଦିନ ଯୋଉ ଝିଅକୁ ଦେଖିଲେ ମୋ ମନରେ ଘୃଣାଭାବ ଆସୁଥିଲା , ଆଜି କାହିଁକି କେଜାଣି ବାରମ୍ବାର କ୍ଷମା ମାଗିବାକୁ ଇଚ୍ଛା ହୁଏ । ଆଜି ମୁଁ ଭାବେ ରଙ୍ଗ ତୂଳୀରେ ଜୀବନକୁ ଖୁବ୍ ରଙ୍ଗୀନ୍ କରିଦେଇଥିବା ହିମାନୀର ଜୀବନଟା କେମିତି ରଙ୍ଗହୀନ ହୋଇଗଲା ?

: ହୃଦୟ ଭିତରେ ଚାପି ହୋଇ ରହିଥିବା ଅସରନ୍ତି ଦୁଃଖକୁ କିନ୍ତୁ ଲୁଚେଇବାକୁ ଚେଷ୍ଟା କରୁଥିଲା ହିମାନୀ । ମୋ ଆଗରେ ତା ନିଃସହାୟତାକୁ ପ୍ରକାଶ ନ କରିବା ପାଇଁ ବୋଧେ ସେ ହସିବାକୁ ଲାଗିଲା । କିନ୍ତୁ, କେମିତି କେଜାଣି ସେ ହସ ଭିତରେ ପ୍ରସରି ଯାଉଥିଲା ହାହୁତାସର ବିଷାକ୍ତକାୟା । ମୁଁ ଖୁବ୍ ନିକଟରୁ ଲକ୍ଷ୍ୟ କରିପାରିଲି ହିମାନୀର ଭଗ୍ନ ହୃଦୟର ପୀଡା । କହିଲି, ଏବେ କେଉଁଠି ରୁହ ତମେ ?

: ହିମାନୀ ଉତର ଦେଲା , ହେଲ୍ପ୍ ସେଡ୍ରେ । 

: ମୁଁ କହିଲି, ମୋ ସାଥୀରେ ଆସିବାକୁ ତମର କିଛି ଆପତି ଅଛି ?

: ହିମାନୀ, ହତବାକ୍ ହେଇଗଲା । କହିଲା, ତୁମ ଜୀବନରେ ମୁଁ ଆଉ ସେ ଫିକାରଙ୍ଗର ପ୍ରହେଳିକା ଆଙ୍କି ପାରିବିନି , ଯାହାର ବୃତ ଭିତରେ ମୁଁ ଏବେ ବନ୍ଦୀ । ବୋଉ , ପୋଛି ଦଉଥିଲା ହିମାନୀ ଆଖିର ଲୁହ । କହୁଥିଲା, ଛିଃ ମା , ତୁ କାନ୍ଦନା । ମୋ ଅଜୟ କହୁଥିଲା, ସେ ଖୁବ୍ ଭଲପାଏ ତତେ । ସେ ଈର୍ଷା କରେ ମଧ୍ୟ ତୋ ସଫଳତାପାଇଁ । କିନ୍ତୁ, ତୋ ବିଫଳତାକୁ ସେ କେବେ ବି ସ୍ୱାଗତ କରେନି । ଅନ୍ତରରେ ତୋର ପ୍ରଶଂସା କରେ । ଉପରେ ଉପରେ ତୋ ପ୍ରତି ସେ ଖୁବ୍ କୃତ୍ରିମ ରାଗ- ରାଗେ ; ବୋଧେ ସେ ତୋତେ ଭଲପାଏ ବୋଲି ।


               

  


Rate this content
Log in

Similar oriya story from Romance