Sudhir Mohapatra

Others

3  

Sudhir Mohapatra

Others

ମିତ୍ରତାର ସେଇ ଦିନ

ମିତ୍ରତାର ସେଇ ଦିନ

5 mins
578


   


ମଧୁରାତିର ମଧୁରବାସ୍ନାରେ କିନ୍ତୁ ବିମୋହିତ ହୋଇ ନ ଥିଲା ସଂଜୁ । ଜୀବନର ପ୍ରଥମ ପୁରୁଷସ୍ପର୍ଶ ସେ ଅନୁଭବ କରି ପାରୁନ ଥିଲା ତା’ ଶରୀରରେ, ହୃଦୟରେ । ବୋଧହୁଏ ସେ ସ୍ୱପ୍ନ ବି କେବେ ଦେଖିଥିଲା କି ନାହିଁ - ତା’ ମଧୁରାତିକୁ ନେଇ । 

ଅନିମେଷ୍ କିନ୍ତୁ ଖୁବ୍ ବ୍ୟସ୍ତ ଥିଲା ସଂଜୁ ସହ ପ୍ରଥମ ସାକ୍ଷାତ ପାଇଁ । ଅନେକ ପ୍ରଚେଷ୍ଟା ତା’ର କେମିତି କେଜାଣି ଶୂନ୍ୟରେ ଧୂଆଁ କୁଣ୍ଡଳୀ ପରି ମିଳେଇ ଯାଉଥିଲା । ଶେଷରେ ଅତିବ୍ୟସ୍ତ ହୋଇ କହିଲା, ସଂଜୁ ! ଆଜି ଆମର ବାସର ରାତି । ଦୁହେଁ ଏଇ କେତେ ସମୟ ପୂର୍ବରୁ ଅଚିହ୍ନା ଥିଲେ , ଅପରିଚିତ ଥିଲେ । ବିଭା ବେଦିରେ ଅଗ୍ନିକୁ ସାକ୍ଷୀ ରଖି, ତେତିଶିକୋଟି ଦେବାଦେବୀ ଆଉ ଗୁରୁଜନଙ୍କ ଆଶିର୍ବାଦ ପାଇ ଆମେ ଦୁହେଁ ଜୀବନସାଥୀ ହେଇଗଲେ । ତେବେ , ଆମ ଭିତରେ ଏ ବ୍ୟବଧାନ କାହିଁକି ?

ତଥାପି ନିରୁତର ସଂଜୁ । ନୀରବତାର ଶୂନ୍ୟ ବାତାବରଣ ଭିତରେ ହଠାତ୍ ଝଂଜାଘାତ ପୁରୁଷ ପକ୍ଷି ସତେ ଯେମିତି ପକ୍ଷାଘାତର ଶିକାର ହୋଇଚି । ତା’ର ପୌରୁଷତ୍ୱ ପ୍ରତି ଧିକ୍କାର କରୁଥିଲା ଅନିମେଷ୍ । ନିଜ ମନକୁ ନିଜେ ଅନେକ ପ୍ରଶ୍ନ କରୁଥିଲା । ସମାଧାନର ବାଟ ବି ଖୋଜୁଥିଲା । କିନ୍ତୁ, କିଛି ରାସ୍ତା ପାଇ ପାରୁ ନ ଥିଲା ସେ । ମନେମନେ ଗାଳି କରୁଥିଲା ବାପାଙ୍କୁ, ମାଆଙ୍କୁ .. ଅନ୍ୟମାନଙ୍କୁ । ସେ ଚାହୁଁ ନ ଥିଲା ଏମିତି ଅବୁଝା ମଫସଲି ଝିଅକୁ ବିବାହ କରିବ । 

ସଫ୍ଟଓୟାର୍ ଇଂଜିନିୟର୍ ଅନିମେଷ୍ ଏବେ ସମ୍ପୂର୍ଣ୍ଣ ନିଃସହାୟ । ଅନେକ୍ କୋଡ୍ , କମାଣ୍ଡ୍ରେ କେତେ କେତେ ସଫ୍ଟଓୟାର୍ ତିଆରି କରିଚି । ଅଚଳ ହେଇଯାଇଥିବା ଅନେକ ଆପ୍କୁ ସେ ପୁଣି କାର୍ଯ୍ୟକ୍ଷମ କରିପାରିଚି । ହେଲେ , ଆଜି ତା’ର କୌଣସି କମାଣ୍ଡ୍ କି ଫର୍ମୁଲା କିଛି ବି କାମ କରିପାରୁନି । ଭାରି ବ୍ୟସ୍ତ ହେଇଗଲା ସେ । ସଂଜୁକୁ କିଛି ନ କହି ବାହାରକୁ ଚାଲିଗଲା । 

ଶୂନ୍ଶାନ୍ ରାତି । ଆକାଶରେ ପୁନେଇ ଜହ୍ନ ଭାରି ତୋଫା ଦିଶୁଥିଲା । ସାରା ଦୁନିଆଁ ଶୋଇଯାଇଥିବାବେଳେ କିନ୍ତୁ ଖୁବ୍ ସ୍ୱପ୍ନର ମାଳାଗୁନ୍ଥୁଥିବ ଏବେ ଅନିମେଷ୍ ; ଏକଥା ମନେମନେ ଭାବୁଥିଲା ଭାରତୀ । ଅନିମେଷ୍ର ହୃଦୟ ପୃଷ୍ଠାକୁ ସେ ବାରମ୍ବାର ପଢି ବସିଥିଲା । ରାତି ବଢୁଥିଲା ହେଲେ , ଭାରତୀର ଆଖିରେ ନିଦ ଆସୁ ନ ଥିଲା । ସୁଶାନ୍ତ ସହ ବିବାହ ପରେ ସେ ପନ୍ଦର ଦିନ ପରିବାର ସହ ରହିଚି କି ନାହିଁ ; ଚାଲି ଆସିଥିଲା ମୟୁରଭଂଜ । ବୈବାହିକ ଜୀବନ ଖୁବ୍ ଆନନ୍ଦରେ କଟୁଥିଲା ତା’ର । 

     +     +     +     +     +     +      +      +

- ହଠାତ୍ ଦିନେ ସୁଶାନ୍ତର ଫୋନ୍ ପାଇ ବନ୍ଧୁଦମ୍ପତିଙ୍କୁ ଦେଖା କରିବା ଉଦ୍ଦେଶ୍ୟରେ ପୁନେରୁ ଚାଲି ଆସିଥିଲି ।

ସୁଶାନ୍ତ , ଖୁବ୍ ତାଗିଦ୍ କରିଥିଲା ତା’ ସ୍ତ୍ରୀକୁ । ବାରମ୍ବାର କହୁଥିଲା , ମତେ ପାଖରେ ବସାଇ ତା’ ହାତରନ୍ଧା ଖାଦ୍ୟ ପରଷି ଦେବାକୁ । ନବବିବାହିତା , ଆଉ ପୁଣି ପ୍ରବାସରେ ଏକା ଏକା । ମୁଁ , ସୁଶାନ୍ତର ଅତି ପ୍ରିୟ ମିତ୍ର - ଏକଥା ଭାରତୀ ଭାଉଜ ଜାଣି ନ ଥିଲେ । ତେଣୁ ସେ ଲାଜ ଓ ସଂକୋଚ କରିବା ତ ଅତି ସାଧାରଣ କଥା । କିନ୍ତୁ, ସୁଶାନ୍ତ ଆଉ ମୋ’ ଭିତରେ ଥିବା ସଂପର୍କର ପ୍ରଗାଢତାକୁ ନ ବୁଝିପାରି ଭାରତୀ ଭାଉଜ ବ୍ୟବଧାନ ସୃଷ୍ଟି କରିବା ସେ ଆଦୌ ସହି ପାରୁ ନ ଥିଲା । ଗୋଟେ ରକମ ସେ ବାଧ୍ୟ କରୁଥିଲା - ଭାରତୀ ମାନେ ତା’ ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ । 

ତା’ପରେ । ଯାହା ନ ହେବା କଥା ସେମିତି କିଛି ଘଟିଗଲା । ମୁଁ ବାରମ୍ବାର କହୁଥିଲି - ଦେଖ୍ ଭାଇ ! ବନ୍ଧୁପତ୍ନୀ ମାତୃତୁଲ୍ୟା । ଏପରି କିଛି ଆପତିଜନକ କାମ ପାଇଁ ମୁଁ ତୋ’ ସହ ଏକମତ ନୁହେଁ । ସୁଶାନ୍ତ କିନ୍ତୁ , କେଉଁ ଖିଆଲରେ କେଜାଣି କୌଣସି ପ୍ରକାରେ ଗ୍ରହଣ କରିପାରୁ ନ ଥିଲା ମୋ’ କଥାକୁ । ସେ କହୁଥିଲା , ଆରେ ଶାସ୍ତ୍ରଜ୍ଞ ! ମୋର ଏ ଛୋଟିଆ ମୁଣ୍ଡ ଭିତରେ ବି ତୋ’ଜ୍ଞାନ ପରି କିଛି ଜ୍ଞାନ ରହିଚି । ଅତିଥି ସେବା ଗୃହସ୍ଥର ଧର୍ମ । ତୁ ମୋ’ ବନ୍ଧୁ, ତୁ ମୋ’ ଅତିଥି । ଆଉ ମୋ’ ପ୍ରିୟ ଅତିଥି କ’ଣ ଏ ଭାରତୀର ଅତିଥି ନୁହଁ କି ? 

ଚାଲି ଯାଇଥିଲା ସୁଶାନ୍ତ , ପାଟ୍ରୋଲିଂରେ । ନିଶୂନ୍ ରାତିରେ ଗୋଟିଏ ନିଛାଟିଆ କୋଠରୀରେ ଭାରତୀ ଆଉ ଅନିମେଷ୍ । ଦୁହେଁ ଶୋଇପାରୁ ନ ଥିଲେ ନିଶ୍ଚିନ୍ତରେ । ସୁଶାନ୍ତ ତା’ର ବିବାହିତ ସ୍ୱାମୀ । ଅନିମେଷ୍ ଖୁବ୍ ଶିକ୍ଷିତ, ଭଦ୍ର ଓ ଶାନ୍ତ ସ୍ୱଭାବର - ଆବାଲ୍ୟ ମିତ୍ର । ମନେମନେ ନିଜ ସ୍ୱାମୀର ଚରିତ୍ରକୁ ମାପୁଥିଲା ସେ । ଧିର ସ୍ୱରରେ ପଚାରିଲା , ଅନିମେଷ୍ ! ନିଦ ହେଇନି ନା ? 

ନା , ଭାଉଜ ! ଏଇ ରାତି ତ ମାତ୍ର ୧୦ଟା ହେଇଚି । ଆମ ପ୍ରଫେସନ୍ରେ କେତେବେଳେ ଖାଉ , କେତେବେଳେ ଶୋଉ ତା’ର କିଛି ଠିକ୍ ଠିକଣା ନ ଥାଏ । ତେଣୁ , ସତ କହିବାକୁ ଗଲେ ମୋର ଶୋଇବା ସମୟ ପ୍ରାୟ ରାତି ୧୨ଟା ପରେ । 

ପାଖରେ ବସି ଭାରତୀ କହିଲା, ତେବେ ମିଛଟାରେ ଏ ଶୋଇବାର ଅଭିନୟ କାହିଁକି କରୁଚ ? ବସ , କିଛି ପଦେ କଥା ତ କୁହ । 

କ’ଣ କହିବି , ଭାଉଜ ! କିଛି ଜାଣି ପାରୁନି । ଭାବୁଚି , କାଲି ଚାଲିଯିବି । ତମର ବିବାହରେ ଯୋଗଦେଇ ପାରି ନ ଥିଲି ବୋଲି ସୁଶାନ୍ତ ମନଦୁଃଖ କରିଥିଲା । ସତ କହୁଚି ଭାଉଜ, ସେଇଦିନ ମୁଁ ଜାପାନ୍ରେ ଥିଲି । କମ୍ପାନୀର ଗୋଟେ ପ୍ରୋଜେକ୍ଟ କାମରେ ମତେ ୧୨ ଦିନ ପାଇଁ ସେଠାରେ ରହିବାକୁ ପଡିଲା । ତେଣୁ....

ଠିକ୍ ଅଛି । ମତେ ଏତେ ସଫେଇ ଦବା କ’ଣ ଦର୍କାର , ଜାଣି ପାରୁନି । ଆମ ବିବାହ ଉତ୍ସବରେ ତମେ ନ ଥିଲ । ତମର ଅଭାବ ତମ ମିତ୍ର ଜାଣିପାରିଥିବେ । ହେଲେ, ମୁଁ ତମର ଅଭାବ ଅନୁଭବ କରିପାରି ନ ଥିଲି । 

ବିସ୍ମିତ ହୋଇ ଭାରତୀ ମୁହଁକୁ ଚାହିଁଲା ଅନିମେଷ୍ । ଭାରତୀର କଥାର ଭାବକୁ ସେ ଠିକ୍ ଭାବରେ ବୁଝିପାରି ନ ଥିଲା । ଭାରତୀ ସ୍ୱରରେ ସେ କାହିଁକି କେଜାଣି ଅନୁଭବ କରୁଥିଲା ରୁକ୍ଷ ଓ କର୍କଶତା । 

ଅନିମେଷ୍ର ହାତକୁ ଧରି ନିଜ ହାତରେ ଆଉଁସି ଆଉଁସି କହିଲା, ଆରେ ବାବା ! କି ଇଂଜିନିୟର୍ ତମେ ହେଇଚ କେଜାଣି ? ଏଥିରେ କ’ଣ ଅବୁଝା ରହିଗଲା ମୁଁ ଜାଣିପାରୁନି । ଆଚ୍ଛା, ବୁଝେଇ ଦଉଚି ଶୁଣ । ତମ ମିତ୍ରଙ୍କ ସହ ଏ ପ୍ରଗାଢ ମିତ୍ରତା ମୁଁ ଆଜି ଅନୁଭବ କରୁଚି । କହିଲ ଦେଖି, ବିବାହ ଆଗରୁ ମୁଁ ତୁମକୁ , କି ତମେ ମତେ କେବେ ଦେଖିଥିଲେ ?

ମୁଣ୍ଡ ହଲେଇ ନା କଲା ଅନିମେଷ୍ । ତା’ର ପାଟି ଅଠାଅଠା ହେଇ ଯାଉଥିଲା । କିଛି ଗୋଟାଏ ଭିନ୍ନତା ସେ ତା’ ଶରୀରର ନିଭୃତ ଇଲାକାରେ ଅନୁଭବ କରୁଥିଲା । ତେଣୁ ତା’ ପାଟିରୁ କିଛି ବି ଭାଷା ବାହାରୁ ନ ଥିଲା । 

ଭାରତୀ କହିଲା, ଏଥର ବୁଝିପାରିଲ ତ , ତମର ଅଭାବ ମୁଁ କାହିଁକି ଜାଣିପାରିବି ; କହି ହସି ହସି ଅନିମେଷ୍ ଛାତି ଉପରେ ଶୋଇଗଲା କିଛି ସମୟ ପାଇଁ । ଅନିମେଷ୍ ନିଜକୁ ଭାରି ଅସ୍ୱାଭାବିକ୍ ମନେକରୁଥିଲା । 

ଦ୍ୱନ୍ଦ୍ୱରେ ପଡିଗଲା ଅନିମେଷ୍ । ତା’ର ଅବଦମିତ ଯୁବକସୁଲଭ ବିସ୍ଫୋରଣ ନିକଟରେ ସେ ହଜେଇ ଦେଉଥିଲା ତା’ ଆଦର୍ଶ ସତ୍ତାକୁ । ଭୁଲି ଯାଉଥିଲା ବନ୍ଧୁପତ୍ନୀ ମାତୃସମ ସୂକ୍ତିର ସଂଜ୍ଞା । ହଜି ଯାଉଥିଲା ଯୁବତୀ ଶରୀରର ଉଷ୍ଣତା ଭିତରେ । 

ଭାରତୀ ବିଚ୍ଛେଇ ଦେଇଥିଲା ଅନିମେଷ୍ ଶରୀର ସାରା ତା’ ମୁକୁଳା କେଶର ଆସ୍ତରଣ । ଆକ୍ରୋଶି ହଜି ଯାଇଥିଲା ଅନେକ ପ୍ରିତି ଗଜଲର ଅବୁଝା ଶବ୍ଦରାଶି ମଧ୍ୟରେ । କିନ୍ତୁ ବାରି ପାରୁଥିଲା ସୁଶାନ୍ତ ଆଉ ଅନିମେଷ୍ ମଧ୍ୟରେ ଥିବା ମିତ୍ରତାର ମଧୁରତାକୁ । କହୁଥିଲା, ଅନିମେଷ୍ ! ମତେ ଭୁଲ୍ ବୁଝିବନି । ମୁଁ ପରକୀୟା ପ୍ରୀତିକୁ ଘୃଣା କରେ । ବିଭାହେଇ ଆସିଥିଲି ଯାହା ସାଥୀରେ ତାଙ୍କ ସହ ଘର ସଂସାର କରିବାରେ ମୋର ସୌଭାଗ୍ୟ । କିନ୍ତୁ , ମୁଁ ତୁମ ସହ ଯେଉଁ ବ୍ୟବହାର କଲି , ସେଥିପାଇଁ ମୁଁ ଆଜି ଲଜ୍ଜିତ । ତମ ଆଖିରେ ମୁଁ କ’ଣ ... ତାହା ତମେ ହିଁ କହିବ । କିନ୍ତୁ, ଅନିମେଷ୍ ! ମୁଁ ଯାହା କରିଚି ତାହା କେବଳ ତମ ମିତ୍ରଙ୍କ ନିର୍ଦ୍ଦେଶରେ । ଆଉ ମୋର ଏ ହେଉଚି ଗୋଟିଏ ଦିନ ମିତ୍ର ସହ କଟେଇଥିବା ଦିନ , ଯାହା ସବୁଦିନ ପାଇଁ ମନେରହିବ । ଆଖିରେ ଆଖିଏ ଲୁହ ନେଇ ଭାରତୀ ଚାଲିଯାଇଥିଲା ଖୋଲା ଝରକା ପାଖକୁ । 

   +    +    +    +    +    +    +    +    +   +   +  

: ପାଖରେ ବସି ଅନିମେଷ୍ ସହ କେଇପଦ କଥା ହେବାକୁ ଆଗେଇ ଆସିଲା ସଂଜୁ । କହିଲା, ଆରେ ତମେ ଏଠି ଏମିତି ବସିଲ ଯେ ! ଆସ ଆଜିପରା ଆମ ଜୀବନର ପ୍ରଥମ ମଧୁର ରାତି । ଦେଖ, ରାତି ସରିସରି ଆସିଲାଣି । ବିତି ଯାଇଥିବା ସମୟ ଆଉ ଫେରିପାରେନା । ହଜି ଯାଇଥିବା ଏମିତି ସ୍ମୃତିସବୁକୁ ଅଭୁଲା ସ୍ମୃତିର ନାଆଁ ନ ଦେଇ ବିସ୍ମୃତ ହୋଇଯିବା ଖୁବ୍ ଆନନ୍ଦର କଥା । 

ତୁମ ମନର ସନ୍ଦେହକୁ ଦୂର କରିବାକୁ ମୁଁ ଏତିକି କହିବି , ଭାରତୀ ମୋ ସାଙ୍ଗ । ସେ ଯେତେବେଳେ ଜାଣିଲା ଅନିମେଷ୍ , ମାନେ ତମେ ମୋ’ ସ୍ୱାମୀ ହେବାକୁ ଯାଉଚ - ସେତେବେଳେ ସେ ମତେ ତମସହ ବିତେଇଥିବା ଅନେକ କଳଂକିତ ରାତ୍ରୀର କଥା କହିଲା । ଜାଣିନି , ତା’ କହିବାର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି - ମୁଁ କହିବି , ସେଭଳି ମିତ୍ରତା କାହାରିକୁ ନ ମିଳୁ । 

: ମତେ କଥା ଦିଅ , ତମେ ଭାରତୀକୁ ଭୁଲି ପାରିବ , ଭୁଲି ପାରିବ ତମର ମିତ୍ର ସୁଶାନ୍ତକୁ .... ଆଉ ମିତ୍ର ସହିତ କଟିଥିବା ସେଇ ଗୋଟିଏ ଦିନକୁ ? 

: ଯଦି ହଁ , ତେବେ ଆସ ମୁଁ ତୁମକୁ ଅପେକ୍ଷା କରିଚି .... କହି ଚାଲିଗଲା ବାସର ଶେଯ ଉପରକୁ ।



Rate this content
Log in