Jyotirmayee Panda

Drama Romance Fantasy

4  

Jyotirmayee Panda

Drama Romance Fantasy

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୬)

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୬)

5 mins
388


ପ୍ରେମ୍ ଙ୍କର ଜାଳେଣି ପାଇଁ ପର୍ଯ୍ୟାପ୍ତ କାଠ ସଂଗ୍ରହ ସରିବା ପରେ ସେ ଫେରି ଆସିଛନ୍ତି ବନେଇ ଥିବା କୁଟୀର ପାଖକୁ, ଆସି ପ୍ରିୟାଙ୍କୁ ନିଜର ଖାଇବା ବିଷୟରେ ପଚାରିଛନ୍ତି । କିନ୍ତୁ ବାରଂବାର ପଚାରିବା ସତ୍ତ୍ୱେ ପ୍ରିୟା କିଛି ଉତ୍ତର ନ ଦେବାରୁ ପ୍ରେମ୍ ଦେଖନ୍ତି ତ ପ୍ରିୟା ଶୋଇକି ଥରୁଛନ୍ତି, ଚିନ୍ତିତ ହୋଇ ତାଙ୍କ ମୁଣ୍ଡରେ ହାତ ଦିଅନ୍ତି ତ ଦେଖନ୍ତି ତାଙ୍କୁ ଜର । ଜାଣି ପାରନ୍ତି ଯେ ସମୁଦ୍ର ପାଣିର ଏତେ ମାତ୍ରାରେ ବ୍ୟବହାର ତା ଛଡ଼ା ପ୍ରଚୁର ଥଣ୍ଡାରେ ଶୋଇଥିବା ପାଇଁ ହୁଏତ ହଠାତ୍ ଏମିତି ଦେହ ଖରାପ୍ ହେଇଯାଇଛି ପ୍ରିୟାଙ୍କର ।

ଉପାୟ ଶୂନ୍ୟ ହେଇପଡ଼ନ୍ତି ପ୍ରେମ୍ । ସଂଧ୍ୟା ହେବାରେ ଲାଗିଥାଏ ଆଉ ପ୍ରିୟାଙ୍କ ଦେହ ଭୀଷଣ ଖରାପ୍ ହେବାରେ ଲାଗିଥାଏ । ଆଖ ପାଖରେ ନା ଡାକ୍ତରଖାନା ଥାଏ ନା ହିଁ କିଛି ପ୍ରଯୁକ୍ତି ବିଦ୍ୟାର ସୁବିଧା , ନା କେହି ସାହାଯ୍ୟ କରିବାକୁ ଲୋକ , କେମିତି ଯେ କ'ଣ କରି ପ୍ରିୟାଙ୍କ ଜୀବନ ରକ୍ଷା କରିହେବ ତାହା ଏବେ ସବୁଠୁ ବଡ଼ ଚିନ୍ତାର ସମସ୍ୟା , ଔଷଧ ବିନା କେମିତି ଦେହ ଠିକ୍ କରାଯାଇପାରିବ ଯେ ? ଏହା କଣ ସମ୍ଭବ ।

ହଉ ତେବେ ଯାହା ହେଉ ନା କାହିଁକି ଖାଲିରେ ତ ବସିବାଟା ଠିକ୍ ହେବନି , କି ମୁଁ ପ୍ରିୟାର ଏପରି ଅବସ୍ଥାରେ କିଛି ସାହାଯ୍ୟ ନ କରି ଖାଲିରେ ବସି ପାରିବିନି । ତେବେ ମତେ ନିହାତି କିଛି କରିବାକୁ ପଡ଼ିବ। ଏକଥା ମନେ ମନେ ବିଚାରି ପ୍ରେମ୍ ପ୍ରଥମେ ଆଣିଥିବା କାଠକୁ ଜଳେଇ ତାଙ୍କୁ ଉଷ୍ମତା ଦେବାରେ ଲାଗିଛନ୍ତି ଆଉ ପ୍ରିୟାଙ୍କ ଗୋଡ ହାତକୁ ସେକ ଦେଇ ଉଷ୍ମତା ଆଣିବାରେ ଲାଗିଛନ୍ତି । ତଥାପି ଜର ନ କମିବା ହେତୁ ପ୍ରେମ୍ ଚିନ୍ତକରିଛନ୍ତି, ପୂର୍ବରୁ ଯେବେ ଆୟୁର୍ବେଦିକ ଉପାୟରେ ବଡରୁ ବଡ ରୋଗକୁ ଭଲ କରାଯାଇ ହେଉଥିଲା , ତେବେ ଏ ସାମାନ୍ୟ ଥଣ୍ଡା ଜରକୁ କଣ ଭଲ କରି ହେବନି ? ଥଣ୍ଡା ଜରର ନିବାରଣ ପାଇଁ କୋଉ ଚେରମୂଳି ଦରକାର୍ ସେଇଟା ତ ମତେ ଜଣା , ମୁଁ ନିଜେ ତ ବିଜ୍ଞାନ ପଢିଥିବା ଛାତ୍ର , ଆଜି ମୁଁ ପଢିଥିବା ମୋର ସେଇ ପାଠ ହିଁ ମତେ ସାହାଯ୍ୟ କରିବ । ମୁଁ ଯାଏ କିଛି ଚେରମୂଳି ସଂଗ୍ରହ କରିକି ଆଣେ ।

କାଠକୁ ଜଳେଇ ନିଜର ସାର୍ଟ ଖୋଲି ପ୍ରିୟାକୁ ଘୋଡେ଼ଇ ଚାଲିଯାଇଛନ୍ତି ପ୍ରେମ୍ ଚେରମୂଳି ସଂଗ୍ରହରେ , କିଛି ସମୟ ପରେ ଚେରମୂଳି ସଂଗ୍ରହ କରି ଫେରିଛନ୍ତି ଆଉ ତାକୁ ପଥର ସାହାଯ୍ୟରେ ଛେଚି ଦେଇଛନ୍ତି ପ୍ରିୟାଙ୍କୁ ଖାଇବା ପାଇଁ । ପ୍ରିୟା ତାକୁ ଖାଈବାପରେ ଶୋଇଯାଇଛନ୍ତି ଏବଂ ପ୍ରେମ୍ ତାଙ୍କ ପାଖରେ ବସି ତାଙ୍କୁ ନିଆଁର ସେକ ଦେଇ ଚାଲିଛନ୍ତି ତାଙ୍କ ଶରୀରକୁ ଉଷ୍ମତା ପ୍ରଦାନ୍ କରି ଚାଲିଛନ୍ତି । ଏସବୁ ଭିତରେ ମନେ ମନେ ସେ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛନ୍ତି ପ୍ରିୟାଙ୍କ ସୁସ୍ଥ ହେବାକୁ ନେଇକି । ବହୁତ୍ ସମୟ ଧରି ପ୍ରିୟାଙ୍କୁ ନେଇ ଚିନ୍ତିତ ରହିବା ପରେ ଧିରେ ଧିରେ ଯେତେବେଳେ ପ୍ରେମ୍ ପ୍ରିୟାଙ୍କ ଦେହର କିଛି ମାତ୍ରାରେ ସୁସ୍ଥତାକୁ ପରିଲକ୍ଷିତ କରିଛନ୍ତି , ସେତେବେଳେ ପ୍ରେମ୍ ଦୀର୍ଘନିଃଶ୍ୱାସ ନେଇଛନ୍ତି ଆଉ ଭଗବାନ୍ ଙ୍କୁ ଧନ୍ୟବାଦ୍ ଜଣେଇ ଏକ ଲକ୍ଷ୍ୟରେ ଚାହିଁ ରହିଛନ୍ତି ଶୋଇଥିବା ଅବସ୍ଥାରେ ଥିବା ପ୍ରିୟାଙ୍କୁ ।

ପ୍ରିୟାଙ୍କୁ ଦେଖିବା ଭିତରେ ସେ ହଜିଯାଇଛନ୍ତି ସେଇ ପୁରୁଣା ସ୍ମୃତି ଭିତରେ , ମନେ ପଡ଼ିଯାଇଛି ତାଙ୍କର ସେଇ ସେତେବେଳର ଅଭୁଲା ଅତୀତ । ଯାହାକୁ ସେ ଏବେ ବି ଯେତେ ଭୁଲିବାର ଅଭିନୟ କଲେ ମଧ୍ୟ କୋଉଠି ନା କୋଉଠି ଭୁଲି ପାରି ନାହାଁନ୍ତି । ନାଚି ଉଠିଛି ତାଙ୍କ ଆଖି ଆଗରେ ସେଇ ପୁରୁଣା ଦିନର କଥା ଗୁଡ଼ିକ ।

ସେତେବେଳର ସେଇ ସମୟରେ ପ୍ରେମ୍ ଙ୍କ ଉପରେ କେମିତି ସମସ୍ତେ ଫିଦା ଥିଲେ , କିନ୍ତୁ ପ୍ରେମ୍ କିଛି ଅଲଗା ଲୋକର ସନ୍ଧାନରେ ଥିଲେ ଯିଏ କି ତାଙ୍କ ହୃଦୟକୁ ସଂପୂର୍ଣ୍ଣ ବିଚଳିତ କରିଦେବ। କଲେଜ୍ ଭିତରେ ତାଙ୍କୁ କେହିବି ପସନ୍ଦ ଆସୁ ନଥିଲେ , କାହା ପାଖରେ ହୁଏତ ସେ ଝଲକ୍ ନଥିଲା ଯାହା ପ୍ରେମ୍ ଚାହୁଁଥିଲେ , ତେଣୁ ପ୍ରେମ୍ ସମସ୍ତଙ୍କ ସହିତ ସାଙ୍ଗ ଦୋସ୍ଥି ଭିତରେ ହିଁ ସୀମିତ ରହୁଥିଲେ , ହେଲେ ସେଦିନ ପ୍ରଥମଥର ପାଇଁ ପ୍ରେମ୍ ସଂପୂର୍ଣ୍ଣ ଭାବରେ ବିଚଳିତ ହେଇଯାଇଥିଲେ , ଯେଉଁଦିନ କି ଗୋଟେ ନୂଆ ଝିଅ ତାଙ୍କ କଲେଜ୍ ରେ ଆର୍ଡମିଶନ ନେଇଥିଲା ଯାହାର ନା ଥିଲା ପ୍ରିୟା । ପ୍ରିୟା ଆଗରୁ ଅନ୍ୟ କଲେଜ୍ ରେ ପଢୁଥିଲେ କିନ୍ତୁ ତାଙ୍କ ବାପାଙ୍କ ଚାକିରୀରେ ଟ୍ରାନସ୍ଫରକୁ ନେଇ ତାଙ୍କୁ ନିଜର କଲେଜ୍ ପରିବର୍ତ୍ତନ କରିବାକୁ ପଡ଼ିଥିଲା। 

କଲେଜ୍ ର ପ୍ରଥମ ଦିନରେ ସେ ବିଳମ୍ବରେ ପହଞ୍ଚିବାକୁ ନେଇ ଦୌଡ଼ି ଦୌଡ଼ି ଯାଉଥିବା ସମୟରେ ତାଙ୍କର ଆକସ୍ମିକ ଭାବରେ ଧକ୍କା ହେଇଥିଲା ପ୍ରେମ୍ ଙ୍କ ସହିତ , ପ୍ରିୟା ପଡ଼ିବାକୁ ଯାଉଥିଲେ ଆଉ ପ୍ରେମ୍ ତାଙ୍କୁ ନିଜର ଦୁଇ ହାତରେ ଧରି ନେଇଥିଲେ , ତେବେ ପ୍ରଥମଥର ପାଇଁ ପ୍ରେମ୍ ଙ୍କ ଛାତି ଭିତରର ସ୍ପନ୍ଦନ ଯେମିତି ଜୋର୍ ରେ ଶଦ୍ଦ କରି ଚାଲୁଥିଲା । ସେ ନିଜକୁ ରୋକି ପାରି ନଥିଲେ ଆଉ ହଜି ଯାଇଥିଲେ ପ୍ରିୟାଙ୍କ ଚେହେଁରା ଭିତରେ , ହଠାତ୍ କ'ଣ ହେଲା ସେ ଜାଣି ପାରି ନଥିଲେ ଆଉ ଏପଟେ ପ୍ରିୟା ପ୍ରେମ୍ ଙ୍କ ହାତରୁ ନିଜକୁ ମୁକ୍ତ କରିବାକୁ ଛାଟିପିଟି ହେଉଥିଲେ ହେଲେ ପ୍ରେମ୍ ପ୍ରିୟାଙ୍କୁ ଗୋଟେ ନଜରରେ ଦେଖି ଚାଲିଥିଲେ , ଯାହାଫଳରେ କି ତାଙ୍କୁ କିଛି ବି ଜଣା ପଡୁ ନଥିଲା । ଶେଷରେ ବାରଂବାର କହିବା ପରେ ଚିଡି ଯାଇ ପ୍ରିୟା ପ୍ରେମ୍ ଙ୍କ ହାତକୁ ଜୋର୍ ରେ ଛାଟି ଦେଇଥିଲେ ଆଉ ନିଜକୁ ମୁକ୍ତ କରେଇ ଆଗକୁ ଯାଇଥିଲେ ।

ତଥାପି କେଜାଣି କୋଉ ଭାବନା ଭିତରେ ପ୍ରେମ୍ ହଜିଯାଇଥିଲେ ଯେ ହାତକୁ କଷ୍ଟ ହେଉଛି ବୋଲି ଅନୁଭବ କରି ଛାଟୁ ତ ଥିଲେ ପ୍ରେମ୍ କିନ୍ତୁ ମୁହଁରେ ପାଗଳାମୀର ହସ ନେଇ ଯେମିତି ଚାହିଁ ରହିଥିଲେ ସେ ପ୍ରିୟାଙ୍କୁ । ଏପଟେ ପ୍ରିୟା ନିଜକୁ ପ୍ରେମ୍ ଙ୍କ ବନ୍ଧନରୁ ମୁକ୍ତ କରି ଆଗକୁ ଚାଲି ଯାଇ ତ ଥିଲେ କିନ୍ତୁ ପଛକୁ ବୁଲି ପ୍ରେମ୍ ଙ୍କୁ ଦେଖି ମୁହଁଟି ମୋଡି ଦେଇଥିଲେ । ଯାହାକୁ ନେଇ ପ୍ରେମ୍ ହସିବାରେ ଲାଗିଥିଲେ । ପରେ ପରେ ଯେମିତି ପ୍ରେମ୍ ଆଉ ପାଇ ନଥିଲେ ପ୍ରିୟାଙ୍କ ଠିକଣା , କ୍ୟାଣ୍ଟିନ ଠୁ ନେଇକି କ୍ୟାମ୍ପସ ସାରା ଖୋଜି ଚାଲିଲେ ହେଲେ ପାଇଲେନି ପ୍ରିୟାଙ୍କୁ , ତାଙ୍କୁ ଲାଗୁଥିଲା ଯେମିତି ହଠାତ୍ ଆସି ଉଭେଇ ଗଲେ ତାଙ୍କ ସ୍ୱପ୍ନର ନାୟିକା, ତେବେ ତାଙ୍କର ମନେ ପଡିଗଲା ଯେ ଏବେ କ୍ଲାସ୍ ଅଛି ତାଙ୍କୁ ନିଜ ପଢ଼ାକୁ ନେଇ କ୍ଲାସ୍ କୁ ଯିବାକୁ ପଡିବ । ଆଉ ଆଯୋଥା ବାହାରେ ଖୋଜିବାରେ କିଛି ଲାଭ ନାହିଁ । କଲେଜ୍ ର ସବୁ ଝିଅଙ୍କୁ ସେ ଜାଣନ୍ତି ଇଏ କଲେଜ୍ ଝିଅ ଭିତରୁ କେହି ନୁହେଁ ବୋଲି ତାଙ୍କୁ ଜଣା ହୁଏତ କିଏ କଲେଜ୍ ଭିଜିଟ୍ କି କୋଉ ସାର୍ ଙ୍କୁ ଦେଖା କରିବାକୁ ଆସିଥିବ ଭାବି ସେ ପାସୋରି ଦେଲେ ସେଇ ମୁହୂର୍ତ୍ତକୁ ।

ହେଲେ ମନ କୋଉଠି ମାନୁଥାଏ , ଯେତେ ଯାହା ହେଲେ ବି ନିଜର ପ୍ରଥମ ପ୍ରେମର ଅନୁଭୂତି , ଏ ଅନୁଭୂତିକୁ ସେ ଭୁଲିବେ ବା କେମିତି ? ଚାଲି ଆସୁଥିଲେ କ୍ଲାସ୍ ଭିତରକୁ ଆଉ ଭଗବାନ୍ ଙ୍କୁ ଯେମିତି ମନେ ମନେ ପ୍ରାର୍ଥନା କରୁଥିଲେ ଅନ୍ତତଃ ଆଉ ଥରେ ହେଉ ପଛକେ ସେଇ ଝିଅକୁ ଦେଖିବା ପାଇଁ । ତେବେ ନିଜ କ୍ଲାସ୍ ରେ ଯାଇ ଦେଖନ୍ତି ତ ପ୍ରିୟା ତୃତୀୟ ବେଞ୍ଚର ଗୋଟେ କଡ଼ରେ ବସିଛନ୍ତି । ଯାହାକୁ ଦେଖି ସେ ଭିତରେ ଭିତରେ ଖୁସି ହୋଇଯାଇଥିଲେ , ତାଙ୍କ ମନ ତ ଏମିତି ନାଚୁଥିଲା ଯେମିତି ସେ ଏତେ ଖୁସି ଆଗରୁ କେବେ ବି ହେଇ ନଥିଲେ । ଭଗବାନ୍ ଙ୍କୁ ଧନ୍ୟବାଦ୍ ଜଣେଇ ଥିଲେ ଆଉ ନିଜେ ମଧ୍ୟ ପଛକୁ ଯାଇ ନିଜ ଯାଗାରେ ବସିଥିଲେ ।

ସାର୍ କ୍ଲାସ୍ କୁ ପ୍ରବେଶ କରିଥିଲେ ଆଉ ନୂଆ ପିଲାଟି ଯିଏ କି ପ୍ରିୟା ଥିଲେ , ତାଙ୍କୁ କଲେଜ୍ କୁ ସ୍ଵାଗତ ଜଣେଇବା ସହିତ ତାଙ୍କ ବିଷୟରେ କିଛି ଜଣେଇବାକୁ ତାଙ୍କୁ କହିଥିଲେ , ପରେ ପ୍ରିୟା ଛିଡ଼ାହୋଇ ନିଜ ବିଷୟରେ ସବୁକିଛି କହି ଚାଲିଥିଲେ । ପ୍ରେମ୍ ଗୋଟେ ଲୟରେ ଶୁଣି ଚାଲିଥିଲେ ଆଉ ମନେ ମନେ ଡାକି ଚାଲିଥିଲେ ପ୍ରିୟା ପ୍ରିୟା ଏବଂ ପ୍ରିୟା । ଏମିତି ଭାବରେ ଦିନ ପରେ ଦିନ ବିତି ଚାଲିଥିଲା ଆଉ ଧିରେ ଧିରେ ସମସ୍ତେ ସାଙ୍ଗସାଥି ଜାଣିବାରେ ଲାଗିଲେ ଯେ ପ୍ରେମ୍ ପ୍ରିୟାଙ୍କୁ ଏକ ତରଫିଆ ଭଲ ପାଆନ୍ତି । ଆଉ ପ୍ରେମ୍ ଙ୍କ ପରି ଜଣେ ଭଲ ପିଲାକୁ ପ୍ରିୟା ଯେ କାହିଁକି ମନା କରିବ ଭାବି ସମସ୍ତେ ଭାବୁଥିଲେ ଯେ ପ୍ରିୟା ବି ବୋଧେ ମନେ ମନେ ପ୍ରେମ୍ କୁ ଭଲ ପାଉଛି । କିନ୍ତୁ ଝିଅ ପିଲାଟା ବୋଲି ଆଗୁଆ ମୁହଁ ଖୋଲି ପାରୁନି । ତେଣୁ ସମସ୍ତେ ପ୍ରେମ୍ କୁ ବାଧ୍ୟ କରୁଥିଲେ ନିଜର ମନର ଭାବନାକୁ ପ୍ରିୟା ନିକଟରେ ପ୍ରକାଶ କରିବା ପାଇଁ ।

ହେଲେ ଏପଟେ ପ୍ରିୟା ପ୍ରେମ୍ ସହିତ ବନ୍ଧୁତା ଛଡା ସେତେବେଳକୁ ଅନ୍ୟ କୌଣସି ପରିଚୟରେ ନଥିଲେ କି ରହିବାକୁ ମଧ୍ୟ ଚାହୁଁ ନଥିଲେ। ଫଳସ୍ୱରୁପ୍ ଏତେ ପ୍ରୟାସ କରି ଏତେ ସୁନ୍ଦର ଯୋଜନାର ସହିତ ନିଜର ପ୍ରେମକୁ ପ୍ରକାଶ କରିବାଟା ବିଫଳ ହୋଇଥିଲା ପ୍ରେମ୍ ଙ୍କର । ମନ ଦୁଃଖରେ ଘରକୁ ଫେରିଥିଲେ ସେଦିନ ସେ ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama