Jyotirmayee Panda

Drama Romance Fantasy

4  

Jyotirmayee Panda

Drama Romance Fantasy

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୨)

ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୨)

5 mins
243


ପ୍ରିୟାଙ୍କ ଆଖି ଛଳ ଛଳ ହେଇ ଯାଇଛି ଏତିକି କଥା ଶୁଣି ପ୍ରେମ୍ ଙ୍କ ମୁହଁରୁ , ମୁହଁକୁ କଡ଼କୁ ବୁଲେଇ କିଛି ନ ଘଟିଥିଲା ପରି ନିଜର ଲୁହକୁ ଛପେଇ ନମ୍ର ସ୍ଵରରେ କହିଛନ୍ତି , ଆଛା ତାହାଲେ ମତେ ଦେଖିବା ପାଇଁ ଅପେକ୍ଷା ଥିଲା । ହଁ ସେଇ ଅପେକ୍ଷାର ଅନ୍ତ ଘଟେଇବା ପାଇଁ ହିଁ ତ ମୁଁ ଏତେ ବାଟରୁ ଆସିଥିଲି । ଯେତେବେଳେ ଶୁଣିଲି ସମସ୍ତେ ଏମିତି ପ୍ରସ୍ତାବ ଦେଇଛନ୍ତି ବନ୍ଧୁ ମିଳନକୁ ନେଇକି , ସେତେବେଳେ କାମ ବ୍ୟସ୍ତତାକୁ ନେଇକି ପ୍ରଥମେ ମୁଁ ମନା କରି ଦେଉଥିଲି ,କିନ୍ତୁ ପରେ ଯେତେବେଳେ ଜାଣିବାକୁ ପାଇଲି ଯେ ତୁମେ ବି ଆସିବ ବୋଲି ସମ୍ମତି ଦେଇଛ , ସେବେ କାହିଁକି କେଜାଣି ଆଉ ନିଜକୁ ରୋକି ପାରିଲିନି ଇଚ୍ଛା ହେଲା ଆସିବାକୁ ଟିକେ ତମକୁ ବି ଦେଖିବାକୁ ତୁମର ସଫଳତା ବିଷୟରେ ଜାଣିବାକୁ ।

ହଁ ଟିକେ କାମକୁ ନେଇକି ମୁଁ ହୋଟେଲ୍ ରେ ପହଞ୍ଚି ପାରିବିନି ବୋଲି ପୂର୍ବରୁ କହିଥିଲି , ଆଉ କହିଥିଲି ଯେ ଜାହାଜରେ ସମସ୍ତେ ଯେଉଁ ସ୍ଥାନରେ ଯାଇକି ରହିବେ ମଜାମସ୍ତି କରିବେ , ସେଠାରେ ହିଁ ସମୟରେ ଯାଇକି ପହଞ୍ଚିଯିବି ବୋଲି । ମୋ କଥାକୁ ଶୁଣି ସମସ୍ତେ ରାଜି ହେଇଥିଲେ ଆଉ କହିଥିଲେ ହଉ ସେଠାକୁ ଯେମିତି ମୁଁ ସମୟରେ ପହଞ୍ଚିବି ସେଇଟା ଧ୍ୟାନରେ ରଖିବି । ଏପଟେ ମୋର ସବୁ କାମ ସାରି ବାହାରିଥିଲି ବନ୍ଧୁ ମିଳନର ଉତ୍ସାହକୁ ନେଇକି , ମାର୍ଗ ପୁରା ସ୍ମୃତିରେ ହିଁ କେମିତି କଟିଗଲା କିଛି ବି ଜଣା ଗଲାନି । ଅତୀତର ସ୍ମୃତି ତାଜା ହେବାକୁ ଲାଗିଲା ।

ପ୍ରେମ୍ କହିଛନ୍ତି, ଠିକ୍ କହିଲ ସ୍ମୃତି ଭିତରେ ଥରେ ହଜିଲେ ସମୟ କେବେ ଯେ ସରିଯାଏ ଜଣା ହିଁ ଯାଏନି । ଏ ଦେଖୁନ ସେଠି ହୋଟେଲ୍ ରେ ସବୁ କେତେ କଣ ମଜାମସ୍ତି କରିଛନ୍ତି, ହେଲେ ମତେ ସେସବୁର ଖବର ହିଁ ନାହିଁ । ମୁଁ ଯେମିତି କୋଉଠି ହଜି ହିଁ ଯାଇଥିଲି। ସେଠି ଉପସ୍ଥିତ ତ ଥିଲି କିନ୍ତୁ କୋଉ ଭାବନା ଭିତରେ ଯେ କେମିତି ପଶି ଯାଇଥିଲି । ପରେ ପରେ ଜାହାଜରେ ଆସି ଯେଉଁ ସ୍ଥାନରେ ସବୁ ପ୍ରକୃତିକୁ ଉପଭୋଗ କରୁଥିଲେ , ସେଠି ମୁଁ କେବଳ ମୋ ନିଜ ସହିତ ହିଁ ଥିଲି । ମତେ ଯିଏ ଯେତିକି ପଚାରୁଥିଲା , ମୁଁ ଯେମିତି ସେତିକି ହିଁ ଉତ୍ତର ଦେଉଥିଲି । ମୋର ଏମିତି ବ୍ୟବହାରକୁ ଦେଖି ସମସ୍ତେ ମତେ କହୁଥିଲେ ପ୍ରେମ୍ ତୁ ଏବେ ବହୁତ୍ ବଦଳି ଯାଇଛୁ , ଆଉ ଆଗ ପରି ନାହୁଁ

ଆଗରୁ ତୋ କଥା ହିଁ ସରୁ ନଥିଲା , ଏତେ ଗପୁଥିଲୁ ଆଉ ଏତେ ଚିଡ଼େଇ ଦେଇଥିଲୁ ଯେ ଆମେ ସମସ୍ତେ କହୁଥିଲୁ ଟିକେ ଚୁପ୍ ହେଇଯା ବୋଲି । କିନ୍ତୁ ଏବେ ପୁରା ନୀରବ , ଆମେ ସମସ୍ତେ କେତେ କଣ ପଚାରି ଚାଲିଛୁ ହେଲେ ତୋ ପାଖରେ ଶଦ୍ଦ ହିଁ ନାହିଁ । କିଛି କିଛି ଶବ୍ଦ ମାଧ୍ୟମରେ ତୁ କଥାକୁ କାଟି ଦେଉଛୁ , ହଁ ହଉ ହୂଁ ଏମିତିରେ ତୋର କଥା ହିଁ ସାରି ଯାଉଚି । ହା ହା ହା ହସି ପ୍ରିୟା କହିଛି ହଁ ଠିକ୍ ତ କହିଛନ୍ତି ସବୁ , ଟିକେ ଭାବିଲ ଦେଖି ମୁଁ ଯେତେବେଳେ ତମକୁ ହାଲୋ ବୋଲି କହିକି ହାତ ବଢ଼େଇଥିଲି ହ୍ୟାଣ୍ଡସେକ୍ କରିବା ପାଇଁ ସେତେବେଳେ ତୁମେ କଣ ମତେ କିଛି କହିଥିଲ ପୁରା ନୀରବ ଥିଲ । ଶେଷରେ ବାଧ୍ୟ ହେଇ ମୁଁ ମୋ ହାତକୁ ଫେରେଇ ନେଇଥିଲି ।

ସେ ସ୍ଥାନରେ ପ୍ରଥମେ ପହଞ୍ଚିବା ସମୟରେ କାହାକୁ ଦେଖା ନକରି କାହାକୁ କିଛି ନ କହି ସିଧା ତମ ପାଖକୁ ଆସି ଯାଇଥିଲି ଖୋଜି ଖୋଜି ତମକୁ , ହେଲେ ଲାଭ କଣ ? ତମେ ତ କିଛି କହୁ ହିଁ ନଥିଲ । ଲାଗୁଥିଲା ଯେମିତି ତମର ଇଚ୍ଛା ହିଁ ନାହିଁ ମୋ ସହିତ କଥା ହେବା ପାଇଁ । ପରେ ଆମ ସାଙ୍ଗ ରୋଜା ଆସି ସେଇଠି କହିଲା କି ତମେ ଏବେ ନୀରବ ରହୁଚ ଆଗ ପରି ଆଉ ନାହଁ । ଆଉ ସେ ଏକଥା ବି କହିଲା କି ମତେ ଏବେ ସମସ୍ତଙ୍କ ସହିତ ଦେଖା କରିବାକୁ ଯିବା ଦରକାର । ପରେ ପରେ ତ ମୁଁ ଚାଲିଗଲି ସମସ୍ତଙ୍କ ସହିତ ସମୟ ବିତେଇବାକୁ । ଆଉ ମୁଁ ଦେଖିଚି ବି ତମେ ସେମିତି ନୀରବ ହେଇ ଗୋଟେ ସ୍ଥାନରେ ବସିଥିଲ । ହୁଏତ ତମକୁ ଏକା ରହିବା ଭଲ ଲାଗୁଥିବ , ସେଇଥିପାଇଁ ଦୂରରୁ ଦେଖିବି ମୁଁ ଆଉ ତୁମକୁ କିଛି ପଚାରିବାକୁ ଆସି ନଥିଲି ।

ସବୁକିଛି ଶୁଣି ପ୍ରେମ୍ କହୁଛନ୍ତି , ହଁ ହଁ ଠିକ୍ କହିଲ ଇଚ୍ଛା ହିଁ ନଥିଲା , ହା ହା ହା ସେଇ ଇଚ୍ଛା ନଥିଲା ବୋଲି ତ ଯେତେବେଳେ ଆମ ସାଙ୍ଗ ମୁକେଶ୍ ଆସି ହଠାତ୍ କହିଲା ତମେ ଆସିଲଣି ବୋଲି , ସଙ୍ଗେ ସଙ୍ଗେ ଉଠି ଆସିଥିଲି ତମକୁ ଦେଖିବା ପାଇଁ , ଆଉ ଚାହୁଁଥିଲି ତୁମକୁ ଅତି ପାଖରୁ ଯେମିତି ପ୍ରଥମେ ଦେଖିବି , ସେଇ ଇଚ୍ଛା ମୋର ପୂରଣ ବି ହେଇଥିଲା ହେଲେ ଯେତେବେଳେ ତୁମକୁ ଦେଖୁଥିଲି ସେତେବେଳେ ମତେ ଏମିତି ଲାଗୁଥିଲା ଯେମିତି ସମୟଟା ଏଇଠି ରହି ଯାଆନ୍ତା କି , ମନ ଭରି ତମକୁ ଖାଲି ଦେଖୁ ଥାଆନ୍ତି । କଣ କରିବି ଏତେ ବର୍ଷ ଧରି ଦେଖି ନଥିଲି ଯେହେତୁ ମୁଁ ଆଉ ମୋ କାବୁରେ ନଥିଲି । ତମେ ହଠାତ୍ ଚାଲି ଚାଲି ମୋ ପାଖକୁ ଆସିଥିଲ ଆଉ ନିଜର ହାତ ବଢେଇ ମୋ ସହିତ ହ୍ୟାଣ୍ଡସେକ୍ କରିବା ପାଇଁ ହଲୋ କହିଥିଲ । ମୁଁ ସେଇ ମୁହୂର୍ତ୍ତକୁ କେବେବି ଆଶା କରି ନଥିଲି , କେବେ ଭାବି ବି ନଥିଲି ଯେ ଏତେ ବର୍ଷ ପରେ କେବେ ଆଉ ଆମର ଦେଖା ହେବ କି ଏମିତି କିଛି ଘଟିବ ।

ସବୁକିଛି ମୋର ଭାବନାର ବାହାରେ ଥିଲା ଯେଉଁଥିପାଇଁ ମୁଁ ସ୍ତବ୍ଧ ହେଇ ଯାଇଥିଲି । ଆଉ ଭାବୁଥିଲି ସତରେ କଣ ତମେ ମୋ ସାମ୍ନାରେ ରହି ହ୍ୟାଣ୍ଡସେକ୍ ପାଇଁ ମତେ ହାତ ବଢ଼େଇଛ । ହେଲେ ହଠାତ୍ ତମେ ପୁଣି ମୋ ଆଗରୁ ହଜିଗଲ , ଆଉ ମୁଁ ପୁଣି ଏକା ହେଇଗଲି । ଉତ୍ତରରେ ପ୍ରିୟା କହିଛନ୍ତି , ହଁ କି ଏକା ପୁଣି ତମେ ? ହା ହା ହା । ଯଦି ତମେ ଏକା ରହୁଥିଲ ତେବେ ସନ୍ଧ୍ୟାରେ 2ଟି କୋଲ୍ଡଡ୍ରିଙ୍କ ଧରି ତମ ସହିତ ରିନା ସେ ନିଚ୍ଛକ୍ କଡ଼ରେ ଥିବା ବୋଟ୍ ଉପରେ ବସି କଣ ଗପସପ କରୁଥିଲ । କଣ ଚାଲିଥିଲା ସେଠି ? ମୁଁ ଯିବା ପରେ ପରେ ରିନା କାହିଁକି ପଳେଇଲା ସେଠାରୁ ?

ପ୍ରେମ୍ ହସି ହସି କହିଛନ୍ତି , ଦେଖ ସନ୍ଦେହ କରିବାଟା ତ କିଏ ଶିଖିବ ଯଦି ନରୀଠୁ ହିଁ ଶିଖିବ , ଏ ନାରୀଲୋ ତୋର କେତେ ରୂପ କେତେ କାହାଣୀ । ସେତେବେଳେ ସନ୍ଦେହ କରୁଥିଲ ଏବେ ବି କରୁଚ ବାଃ ବାଃ ବାଃ , ଫରକ୍ ଖାଲି ଏତିକି ସେତେବେଳେ ଅଧିକାର ସହିତ ସନ୍ଦେହ ଥିଲା ଆଉ ଏବେ ଅଧିକାର ବିନା । ହଁ ଏକଥା ସତ ଯେ ରିନା ମତେ ଏକ ତରଫିଆ ଭଲ ପାଉଛି , କିନ୍ତୁ ତୁମେ ଜାଣିଛ ମୋର ଉତ୍ତର କଣ , ତଥାପି ସନ୍ଦେହ କାହିଁକି ? ମୁଁ କାହା ସହିତ କଥା ନହେଇ ଗୋଟେ କଡ଼ରେ ସେଇ ବୋଟ୍ ଥିବାର ଦେଖି ସେଥିରେ ଯାଇ ବସିଥିଲି । ମୁଁ ମୋର ସ୍ମୃତି ଭିତରେ ହିଁ ହଜି ଯାଇଥିଲି , ବାକି ସମସ୍ତେ ସେଠି ନାଚ ଗୀତ ପାର୍ଟି ରେ ହଜି ଯାଇଥିଲେ ଆଉ ସେ ଭିତରେ ତୁମେ ବି ଥିଲ ।

ହଠାତ୍ ମୁଁ ଏକା ବସିଛି ବୋଲି ରିନା ଦେଖିଥିଲା ଆଉ 2 ଟି କୋଲ୍ଡଡ୍ରିଙ୍କ ଧରି ମୋ ନିକଟକୁ କଥା ହେବାକୁ ଆସିଥିଲା । ମତେ ନାଚିବାକୁ ବାଧ୍ୟ କରୁଥିଲା , ସେ ପାର୍ଟି କୁ ଯାଇ ସମୟ ବିତେଇବାକୁ କହୁଥିଲା । କିନ୍ତୁ ମୁଁ ବାର୍ ବାର୍ ମନା କରିଥିଲି , ଯାହା ତୁମ ନଜରରେ ଆସିଥିଲା । ପରେ ଚିଡ଼ିବା କାରଣରୁ ସେ ନିଜକୁ ଛୋଟ ଅନୁଭବ କରି ଚୁପ୍ ଚାପ୍ ଚାଲିଯାଇଥିଲା । ତା' ପରେ ତୁମେ ବସିଥିଲ ମୋ ସହିତ କିଛି ସମୟ କଥା ହେଇଥିଲ । କାଇଁ ସେତେବେଳେ ତ କିଛି ପ୍ରଶ୍ନ କରି ନଥିଲ । ସେତେବେଳେ ଏକଥା ବି ପଚାରି ନଥିଲ ଯେ ରିନା ଏଠି କଣ କରୁଥିଲା । କାଲି ତ ତୁମେ ବେଶ୍ ଭଲରେ ନିଜ ବିଷୟରେ ଆଉ ପାର୍ଟି ବିଷୟରେ କହୁଥିଲ , ମତେ ସମସ୍ତଙ୍କ ସହିତ ମିଶିବାକୁ କହୁଥିଲ । ଆଉ ରିନା ଯେଉଁ 2ଟି କୋଲ୍ଡଡ୍ରିଙ୍କ ଆଣିଥିଲା , ଯାହାକୁ କି ସେ ଗଲାବେଳେ ବୋଟ୍ ରେ ଥୋଇଦେଇ ଯାଇଥିଲା , ତା ଭିତରୁ ଗୋଟେ ମତେ ପିଇବାକୁ ଦେଇଥିଲ । ଆଉ ଅନ୍ୟଟି ନିଜେ ପିଇଥିଲ ।

କାଲି ତମ ମନରେ କିଛି ବି ପ୍ରଶ୍ନ ନଥିଲା ରିନାକୁ ନେଇକି , ତେବେ ଆଜି ଏମିତି କଥା କଣ ପାଇଁ ? ଉତ୍ତରରେ ପ୍ରିୟା କହିଛନ୍ତି , ହଁ କୋଲ୍ଡଡ୍ରିଙ୍କ କଥାରୁ ମନେ ପଡ଼ିଲା ଟିକେ ଭାବିଲ ଦେଖି , କୋଲ୍ଡଡ୍ରିଙ୍କ ପିଇବା ପରେ ମୁଁ ତମକୁ କିଛି ପଚାରିନି କି ତା'ପରେ ତମେ ବି ମତେ କିଛି କହିନ । ବାସ୍ ସେତିକି ଭିତରେ ଆଉ କିଛି ଜଣା ନାହିଁ ଉଠିବା ବେଳକୁ ଆସି ଏ ଟାପୁରେ ଅଛେ ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama