ଆକାଶ
ଆକାଶ
ଲିନା ଏକ ବାର ତେର ବର୍ଷର ଛୋଟ ଝିଅ।ସେ ତା ବାପା ମାଆସହ ବମ୍ବେ ରେ ରହୁଥିଲା।କରୋନା ହେବାପରେ ସେମାନେ ଗାଆଁକୁ ଆସି ଯାଇଛନ୍ତି।ଗାଆଁରେ ରହି ଅନ୍ଲାଇନ୍ ଅଫିସ କାମ କରୁଛନ୍ତି।ଲିନା ବି ନିଜ ପାଠପଢା ଅନ୍ଲାଇନ୍ ରେ କରୁଛି।ଗାଆଁରେ ସେ ନିଜ ଜେଜୀମାଁ ପାଖରୁ ପ୍ରକୃତି ବିଷୟରେ ପଚାରି ବୁଝୁଛି ଓ ପ୍ରକୃତିର ସବୁ ଜିନିଷକୁ ପାଖରୁ ଅନୁଧ୍ୟାନ କରୁଛି।ସେ ଆଗରୁ ଗଛ, ନଈ ପାହାଡ,ଫୁଲ ଓପ୍ରାଣୀଜଗତ ବିଷୟରେ କିଛି ପଚାରି ଓ ପାଖକୁ ଯାଇ ଅନେକ ତଥ୍ୟ ବୁଝି ସାରିଥିଲା।ଆଜି ସେମାନେ ଫ୍ଲାଇଟ୍ ରେ ବଙ୍ଗାଲୋର ଯିବାର ଥିଲା। ଜଣେ ସମ୍ପର୍କୀୟଙ୍କ ପୁଅ ବାହାଘର ପାଇଁ ନିମନ୍ତ୍ରୀତ ଥିଲେ ସେମାନେ।ଝାରସୁଗୁଡା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରେ ସେମାନେ ଫ୍ଲାଇଟ୍ ଧରିଲେ।ଯଦିଓ ଏରୋଡ୍ରାମ ଟି ଏଇ ବର୍ଷେ ଦୁଇବର୍ଷ ହେଇଛି କାମ ଆରମ୍ଭ କରିଛି ତଥାପି ଭଲ ଭିଡ ହେଉଛନ୍ତି।ଭିତରଟା ସଫା ସୁତୁରା ହେଇଛି।ଆଗକୁ ଏହା ବଡ ଧରଣର ଏରୋଡ୍ରାମ ହେବାର ସମ୍ଭାବନା ବହୁତ।ଯେତେବେଳେ ଫ୍ଲାଇଟ ଉପରକୁ ଉଠିଲା ଜେଜୀ କହିଲେ ଲିନା ଦେଖିଲୁ ଆକାଶଟା କେତେ ସୁନ୍ଦର ଦିଶୁଛି।କେତେ ପ୍ରକାରର ରଙ୍ଗିନ ମେଘସବୁ ଭାସି ବୁଲୁଛନ୍ତି।ଆମ ଜାହାଜକୁ ଲାଗି ଧଳା ଧଳା ତୁଳା ପରି ମେଘସବୁ ଛୁଇଁ ଯାଉଛନ୍ତି।ହାତରେ ଛୁଇଁବାକୁ ଇଛା ହେଉଛି ଥରେ।ଲିନା ଜେଜୀର କଥା ଶୁଣି ପଚାରିଲା ଜେଜୀ ଆକାଶ ବିଷୟରେ କିଛି ବତାଅ ନା।ସେ ଆମର କଣ କାମରେ ଲାଗେ।ଏ ଆକାଶରେ କଣ କଣ ଥାଏ।ଯାହା ଜାଣି ଛନ୍ତି ମତେ କୁହନ୍ତୁ।ଜେଜୀ ନିଜର କଥା ଆରମ୍ଭ କଲେ।ଆକାଶ ହେଉଛି ଆମ ପୃଥୀବୀର ଛାତ ସଦୃଶ୍ୟ।ଏହା ଅନନ୍ତ
ଓ ବିଶାଳ।ଏହା କେତେବଡ ଆଜିଯାଏ କେହି କଳନା କରି ପାରିନାହିଁ।ଆମେ ତା ବିଷୟରେ ଯେତିକି ଜାଣିଛେ ତାହା କ୍ଷୃଦ୍ର କଣିକା ଟିଏ ମାତ୍ର।ଅନେକ ରହସ୍ୟ ଏବେବି ଲୁଚି ରହିଛି ମହାକାଶର ଭିତରେ।ଆମ ଆଖିକୁ ତାର ସାମାନ୍ୟ ଖଣ୍ଡେଭାଗ ଦୃଷ୍ଟିଗୋଚର ହୁଏ।ପୃଥିବୀ ଓ ଆକାଶ ମଝିରେ ବିଶାଳ ବାୟୁମଣ୍ଡଳ ଘେରି ରହିଛି।ଏହି ବାୟୁ ମଣ୍ଡଳରେ ଅନେକ ପ୍ରକାର ଗ୍ୟାସ ରହିଛି।ଯେମିତି,ଅମ୍ଲଜାନଅଙ୍ଗାର କାମ୍ଲ, ଯବକ୍ଷାର ଜାନ,ମିଥେନ୍ ଓଜୋନ,ଓ୍ବାଟର ଭେପର୍ ନ୍ୟୁୟନ, ପରି ଅନେକ ।ଅନେକ ଆମ କାମରେ ଆସୁଥିଲା ବେଳେ ଗୁଡାଏ ବିଷାକ୍ତ ହେଇଥାଏ ପ୍ରାଣୀ ମାନଙ୍କ ପାଇଁ।ସବୁଠୁ ଉପକାରୀ ହେଉଛି ଅମ୍ଲଜାନ।ଯାହା ଆମ ପ୍ରାଣୀ ମାନଙ୍କ ଶ୍ବାସକ୍ରିୟା ନେବାରେ ବ୍ୟବହାର ହୁଏ।ଏହା ବିନା ଜୀବ ବଞ୍ଚି ପାରିବ ନାହିଁ।ଏବେ ଜାଣିଲୁ ତ ଆକାଶକୁ ଘେରି ରହିଥିବା ଅମ୍ଲଜାନ ଆମର କେତେ ଉପକାରୀ।
ଏବେ ଯିବା ସୌରମଣ୍ଡଳ ପାଖକୁ।ସୌରମଣ୍ଡଳରେ ହଜାରରୁ କୋଟିଏ ଜ୍ୟୋତିଷ୍କ ରହିଛନ୍ତି।ସୂର୍ଯ୍ୟ ସେମାନଙ୍କ ଭିତରୁ ଗୋଟିଏ।ସୂର୍ଯ୍ୟ ଆମ ପୃଥିବୀ ପୃଷ୍ଠରୁ ୧୪୯. ୬ମିଲିୟନ କିଲୋମିଟର ଦୂରତାରେ ଅବସ୍ଥିତ।ଏହା ଏକ ଜ୍ବଳନ୍ତ ଗ୍ୟାସିୟ ପିଣ୍ଡ।ଏହାର ଉତ୍ତାପ ୫୦୭୭୮ହଜାର ଡିଗ୍ରି ସେଣ୍ଟିଗେଡ୍।
ଏହାର ବ୍ୟସାର୍ଦ୍ଧ ୬ ଲକ୍ଷ ୯୬ହଜାର୩୪୦ କିଲୋମିଟର।
ଏହାର ବୟସ ୪ହଜାର ୬୦୩ ନିୟୁତ ବା ବିଲିୟନ ବର୍ଷ।
ସୂର୍ଯ୍ୟ ସକଳ ଶକ୍ତିର ଆଧାର।ସୂର୍ଯ୍ୟ ଙ୍କ ପାଖରୁ ପୃଥିବୀର ସବୁ ଫୁଲ ଓ ଉଦ୍ଭିଦର ରଙ୍ଗ ଆସେ।ଦିନରେ ଫୁଟୁଥିବା ଫୁଲ ମାନେ ସୂର୍ଯ୍ୟଙ୍କଠାରୁ ବିଭିନ୍ନରଙ୍ଗ ଟାଣି ଆଣି ରଙ୍ଗିନ ହେଇଥାନ୍ତି।ଆଉ ରାତିରେ ଫୁଟୁଥିବା ଫୁଲ ଚନ୍ଦ୍ର ଜ୍ୟୋତ୍ସ୍ନାର ରଙ୍ଗ ଟାଣି ଧଳାହେଇଥାଏ।ସୂର୍ଯ୍ୟଙ୍କ ଉତ୍ତାପପାଇ ଉଦ୍ଭିଦ ନିଜ
ଖାଦ୍ୟ ତିଆରି କରେ।ପଶୁପକ୍ଷୀ ସଭିଙ୍କୁ ସୂର୍ଯ୍ୟ ରଶ୍ମି ଦରକାର।ସୂର୍ଯ୍ୟ ବିନା ସାରା ଜଗତ ଅନ୍ଧାରରେ ବୁଡିଯିବ।ମେଘ ତିଆରି ହେଇ ପାରିବନି କାରଣ ସୂର୍ଯ୍ୟର ଉତ୍ତାପ ବିନା ପାଣି ଗରମ ହେବନି ଓ ବାଷ୍ପ ହେବନି।ବାଷ୍ପିକରଣ ପ୍ରକ୍ରିୟା ସୂର୍ଯ୍ୟଙ୍କ ପାଇଁ ଚାଲୁଛି।ବର୍ଷା ହେଉଛି ଓ ଏ ଜଗତ ବଞ୍ଚିଛି।ଦିନ ରାତି ହେଉଛି।ସୂର୍ଯ୍ୟ ଉଦୟ ହେଲେ ଦିନ ଓ ଅସ୍ତ ହେଲେ ରାତି ହୁଏ।ସୂର୍ଯ୍ୟ କିରଣରୁ ଆମକୁଏକ ଭିଟାମିନ ମିଳିଥାଏ।ଯାହା ଚର୍ମରୋଗ କୁ ଭଲକରେ।ସୂର୍ଯ୍ୟ କିରଣ ବିନା ରହିଲେ ଅନେକ ପ୍ରକାର ଚର୍ମ ରୋଗ ହେଇଥାଏ।
ସୂର୍ଯ୍ୟକୁ ଛାଡି ଆହୁରି ଅନେକ ବୃହତ ବୃହତ୍ ଜିନିଷ ଅଛନ୍ତି ସୌରମଣ୍ଡଳରେ।ଯେମିତି ତାରା ,ଚନ୍ଦ୍ର, ଗ୍ରହନକ୍ଷତ୍ର, ନିହାରିକା ଛାୟାପଥ,ଧୂମକେତୁ ଇତ୍ୟାଦି।ସୌର ମଣ୍ଡଳର ତଳକୁ ଲାଗି ମେଘ ବା ବାଦଲ ସବୁ ଭାସମାନ ହେଇ ବୁଲୁଥାନ୍ତି।
ବେଳେବେଳେ ଆକାଶ ଦେହରେ ଆମେ ଘଡଘଡି ଓ ବିଜୁଳି ମାରିବାର ଦେଖିଥାଉ।ମେଘକୁ ମେଘ ଧକ୍କା ହେଲେ ଏ ଘଡଘଡି ଶବ୍ଦ ଓ ବିଜୁଳି ବାହାରିଥାଏ।ମେଘ ଭିତରେ ବର୍ଷା ଲୁଚିକି ଥାଏ ଆକାଶରେ।ଯାହା ଆମ ପୃଥିବୀ ବାସୀଙ୍କ ପାଇଁ ଅତ୍ୟନ୍ତ ଦରକାରୀ।କିଛି ଶିକ୍ଷା ଯାହା ସୂର୍ଯ୍ୟଠୁ ମିଳେ ଆମପାଇଁ।
ସମୁଦ୍ର ,ନଦୀ, ଜଳାଶୟ ଆଦିରୁ ଜଳସବୁ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣରେ ବାଷ୍ପିଭୁତ ହେଇ ମେଘ ପାଲଟେ।ସେହି ମେଘ ପୁଣି ଥଣ୍ଡାହେଲେ।ବର୍ଷା ହେଇ ତଳକୁ ଖସି ଆସେ।ସମୁଦ୍ରର ଲୁଣି ଜଳକୁ ସୂର୍ଯ୍ୟ ମିଠା ଜଳରେ ପରିବର୍ତ୍ତିତ କରିଦିଏ।ଏଥିରୁ ଆମେ ଶିଖିଲା।ଯେ କଷ୍ଟ ସହିଲେ ଯାଇ ଜଣେ ଅନ୍ୟର ଉପକାରରେ ଆସେ ଓ ଭଲ ବୋଲି ଗଣାଯାଏ।ଲୁଣି ଜଳକୁ କେହି ଆଦର କରନ୍ତି ନି,ହେଲେ ସେ ଉତ୍ତପ୍ତ ହେଇ ବାଷ୍ପ ହେଲାପରେ ତାର ଲୁଣି ଚାଲିଯାଏ।ସେ ମିଠାହେଇ ବର୍ଷା ରୂପରେ ଫେରିଆସେ ଆମ ପାଖକୁ ଆଉ ଆମେ ସେ ଜଳକୁ ଆଦରରେ ଆପଣାଇଥାଉ।ସୁନା ବି ପୋଡି ଆଉଟିଲେ ଯାଇ କୁନ୍ଦନ ପାଲଟେ।ବେଶି ଚମକେ ତାର ରୂପ। ଆମେବି କଷ୍ଟ ସହିଲେ କିଛି ବଡ କାମକୁ ରୂପ ଦେଇ ପାରିବା ଏକଥା ଶିକ୍ଷା କରିବା ମେଘ ପାଖରୁ ବା ଆକାଶ ପାଖରୁ।ଆକାଶ ର ବିଶାଳତା ଓ ଉଦାରତା ଗୁଣ ବି ଆମେ ଶିଖିବା ଉଚିଚ୍।ଆମେ ନିଜ ଭିତରେ ସିମିତ ନ ରହି ସମସ୍ତ ବିଶ୍ବ କୁ ନିଜର ଭାବିବା ଦରକାର।ଆକାଶ କେତେ ଜିନିଷକୁ ତା ଦେହରେ ଧାରଣ କରିଛି କାହାକୁ ପାତର ଅନ୍ତର କରୁନି।ସେ ଗୁଣ ବି ଶିକ୍ଷା ଦିଏ ସେ।ଆକାଶ ଅନେକ ରଙ୍ଗ ଏକତ୍ର ଧରି ନୀଳ ଦେଖାଯାଏ।ଯଦିଓ ସେ ଭିତରେ ସପ୍ତରଙ୍ଗ ମିଶିଥାଏ।ସେ ଭିନ୍ନତା ଭିତରେ ଏକତାର ବାର୍ତ୍ତା ଦିଏ ।ଆକାଶରେ ଆମେ ଇନ୍ଦ୍ରଧନୁ ବି ବେଳେ ବେଳେ ଦେଖିଥାଉ। ସେ ବି ଆକାଶର ଏକ ଅଙ୍ଗ।
ଏ ଆକାଶରେ ମଣିଷ ତିଆରି ବ୍ୟୋମଯାନ ସବୁ ଗୁଡି,ଓ ପକ୍ଷୀମାନେବି ଉଡିବା ଦେଖିଥାଉ।ତା ବିଶାଳ ବକ୍ଷରେ ସେ ସମସ୍ତଙ୍କୁ ଯିବା ଆସିବାକୁ ପଥ ଦେଇଥାଏ।ଏକଥା ବି ଶିଖିବାକୁ ପଡିବ ତାଠାରୁ।
ସୌରମଣ୍ଡଳରେ ସୂର୍ଯ୍ୟ ଚାରିପଟେ ନଅଟି ଗ୍ରହ ଘୁରି ବୁଲୁଥାନ୍ତି।ସୂର୍ଯ୍ୟ ମଝିଜାଗାରେ ସ୍ଥିର ରହେ।ତାର ଚାରିପଟେ ନିଜ ନିଜର କକ୍ଷପଥରେଗ୍ରହମାନେ ଘୁରନ୍ତିଗ୍ରହ ମାନଙ୍କ ନାମହେଲା
ମର୍କ୍ୟୁରି ବା ବୁଧ।
ଭେନସ୍ ବା ବରୁଣ।
ଆର୍ଥ ବା ପୃଥିବୀ।
ମାର୍ସ ବା ମଙ୍ଗଳ।
ଜୁପିଟର୍ ବା ବୃହସ୍ପତି।
ସଟନ୍ ବା ଶନି।
ୟୁରେନସ୍।
ପ୍ଲୁଟୋ।
ଏବେ eris ନାମରେ ଦଶ ନମ୍ବର ଗ୍ରହଟେ ବି ଠାବ କରିଛନ୍ତି।
ଏସବୁ ଗ୍ରହ ମାନଙ୍କର ନିଜର ଆଲୋକ ନଥାଏ।ଏମାନେ ସୂର୍ଯ୍ୟର ରଶ୍ମିରେ ଆଲୋକିତ ହୁଅନ୍ତି।
ତାରା ବା ନକ୍ଷତ୍ର ମାନେ ଛୋଟ ଛୋଟ ଦିଶୁଥିଲେ ବି ପ୍ରକୃତରେ ବହୁତ ବଡ।ବହୁତ ଦୂରରେ ଥାଆନ୍ତି ବୋଲି ଛୋଟ ଦେଖାଯାନ୍ତି।ଏମାନଙ୍କର ନିଜସ୍ବ ଆଲୋକ ଥାଏ।ଏମାନେ ଉତ୍ତପ୍ତ ଗ୍ୟାସିୟ ଥାଆନ୍ତି ସୂର୍ଯ୍ୟପରି।ସୂର୍ଯ୍ୟ ଠାରୁ ବି ବହୁତ ବଡବଡ ତାରା ଅଛନ୍ତି ସୌରମଣ୍ଡଳରେ।ଧୂମକେତୁ ବାି ସୌରମଣ୍ଡଳର ଏକ ଅଂଶ।ଏମାନେ ସବୁବେଳେ ଦେଖାଯାନ୍ତି ନାହିଁ ନିର୍ଦିଷ୍ଟ କେତେବର୍ଷରେ ଥରେ ଦେଖାଯାନ୍ତି।
ଅନେକ ଗୁଡିଏ ନକ୍ଷତ୍ରକୁ ନେଇ ଛାୟାପଥ ହେଇଥାଏ।
ପୃଥିବୀ ବିଷୟରେ ତ ଆମେ ଜାଣିଛେ।ଏହା ଏକ ଶିତଳ ପିଣ୍ଡ।ଏଠାରେ ବାୟୁମଣ୍ଡଳ ଓ ଜଳ ରହିଥିବାରୁ ପ୍ରାଣୀ ବଞ୍ଚିବା ସମ୍ଭବ ହେଇଛି।
ଆଉ ରହିଲା ଚନ୍ଦ୍ର।ସେ ପୃଥିବୀର ଉପଗ୍ରହ ଟିଏ।ପୃଥିବୀ ଚାରିପଟେ ଘୁରୁଥାଏ ତା ସହିତ ସୂର୍ଯ୍ୟ ଚାରିପଟେ ବି ଘୁରେ।ଏ ଉପଗ୍ରହ ବି ସୂର୍ଯ୍ୟ କିରଣରେ ଆଲୋକିତ ହୁଏ।ଏହାର ନିଜସ୍ବ ଆଲୁଅ ନାହିଁ।ନିଜସ୍ବ ଆଲୁଅ ନଥିବା ଗ୍ରହରୁ ଯେଉଁ ଆଲୁଅ ପ୍ରତିଫଳିତ ହେଇ ଆସେ ତାହା ଶୀତଳ ଥାଏ।ସେଥିପାଇଁ ଚାନ୍ଦିନୀ ଆମକୁ ଥଣ୍ଡା ଲାଗେ,ଯେବେକି ସୂର୍ଯ୍ୟ କିରଣ ଗରମ ଲାଗେ।ଏ ଗ୍ରହ ନକ୍ଷତ୍ର ଯିଏ ଯୋଉଁଠି ଅଛନ୍ଥି ନିଜ ନୀୟମ ମାନି ଚଳୁଛନ୍ତି।ନିଜ କକ୍ଷ ପଥରେହିଁ ସେମାନେ ଯାଆନ୍ତି।ଅନ୍ୟ ଆଡେ ଗଲେ ପରସ୍ପର ସହ ସଂଘର୍ଷ ହେଇଯାନ୍ତା ଓ ନଷ୍ଟ ହେଇଯାନ୍ତେ ଉଭୟେ।ଏମାନଙ୍କ ଠାରୁ ଆମେ ଏହି ଶିକ୍ଷା ପାଇବା।ନିଜ ନୀୟମକୁ ମାନି ଚଳିବା।ଅନ୍ୟ କାହାର ରାସ୍ତାରେ ହସ୍ତକ୍ଷେପ କରିବା ନାହିଁ।ଏମାନେ ସମସ୍ତେ ନିୟମ ମାନି ଚଳୁଥିବାରୁ।ଆମର ବଞ୍ଚିବା ସମ୍ଭବ ହେଉଛି।ଋତୁ ପରିବର୍ତ୍ତନ ହେଉଛି।ଦିନ ରାତି ହେଉଛି।ବର୍ଷା ହେଉଛି।ବର୍ଷା ହେବା ଫଳରେ ଫସଲ ହେଉଛି ଓ ଆମେ ତାହା ଖାଇ ବଞ୍ଚୁଛେ।ଆକାଶର ସୋମ୍ୟ ରୂପ ଆମକୁ ଶାନ୍ତ ଓ ସରଳ ରହିବାକୁ ଶିଖାଏ।ଆକାଶର ଦାନ ଆମ ପାଇଁ ଅତୁଳନୀୟ।
ଲିନା ଜେଜୀଠାରୁ ଆକାଶ ବିଷୟରେ ଅନେକ ତଥ୍ୟ
ଜାଣି ପାରି ବଡ ଖୁସୀ ହେଲା।କଥା ସରିଲା ବେଳକୁ ଉଡାଜାହାଜ ବାଙ୍ଗାଲୋର ଏରୋଡ୍ରାମରେ ପହଞ୍ଚି ସାରିଥିଲା।ଏବେ ଲିନା ଜେଜୀଙ୍କ ସହିତ ତଳକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲା।
