ଆଈ ମାଆ ର କାହାଣୀ
ଆଈ ମାଆ ର କାହାଣୀ
ଆଈ ଆଜି ନାହାନ୍ତି କିନ୍ତୁ ତାଙ୍କ ସହ କିଛି ସ୍ମୃତି ରହି ଯାଇଛି ଯାହା କୁ ଏ ଜନ୍ମ ରେ ଭୁଲିବା ବୋଧ ହୁଏ ସମ୍ଭବ ନୁହେଁ।ପିଲା ଦିନେ ଆଇ ଙ୍କ ଠୁ ବହୁତ୍ କାହାଣୀ ଶୁଣିଛି ।ସେଇ ଭଳି କାହାଣୀ ଆଜି ର ସମୟ ରେ ଆଇ ମାନଂକ ପାଖରୁ ଶୁଣିବାକୁ ମିଳୁନି ।କାହିଁକି ନା ଆଜିକାଲି ପିଲା ଙ୍କ ପିଲା ଙ୍କ ପାଖରେ ସମୟ ନାହିଁ କିମ୍ବା ଆଇ ଙ୍କ କାହାଣୀ ଠାରୁ ଅନ୍ୟ କିଛି ଆନନ୍ଦଦାୟକ ଜିନିଷ ଟିଏ ମିଳି ଯାଇଛି। କିନ୍ତୁ ଆମ ଆଇ ଙ୍କ କାହାଣୀ ଠାରୁ ଭଲ କାହାଣୀ ବୋଧ ହୁଏ ଆଜିର ମୋବାଇଲ୍ ଦେଇ ପାରିବ ନାହିଁ । ଆଈ ଙ୍କ ଭଲ ଭଲ ଗପ ରୁ ଆଜି ଚାଲନ୍ତୁ ଶୁଣିବା ଗୋଟିଏ ବହୁତ୍ ଭଲ ଗପ ଟିଏ ।
ବୀର ଗଡ଼ ନାମକ ଏକ ରାଜ୍ୟ ରେ ମହାରାଜା ଦିବ୍ୟ ସିଂହ ଙ୍କ ଶାସନ ଚାଲି ଥାଏ ।ସେ ପ୍ରବଳ ପ୍ରତାପୀ ଓ ଜଣେ ପ୍ରଜା ରଞ୍ଜକ ରାଜା ଭାବେ ଶାସକ ଭାବେ ପରିଚିତ ଥାଆନ୍ତି।ରାଜା ଦିବ୍ୟସିଂହ ଙ୍କ ର ଭାନୁ ମତି,ସୁଭାଷିନୀ ଓ କାଞ୍ଚନ ବାଳା ନାମକ ତିନି ଜଣ ରାଣୀ ଥିଲେ ।ମହାରାଣୀ କାଞ୍ଚନ ବାଳା ସର୍ବ କନିଷ୍ଠ ରାଣୀ ଓ ଅତ୍ୟନ୍ତ ଦୟାଳୁ ଓ ପରୋପକାରୀ ତଥା ଧର୍ମ ପରାୟାଣା ନାରୀ ଥିଲେ ।
ରାଜା ଦିବ୍ୟସିଂହ ତିନି ରାଣୀ ଙ୍କୁ ସମାନ ଭାବରେ ଭଲ ପାଆନ୍ତି ।ବିବାହ ର ବହୁତ୍ ବର୍ଷ ପରେ ବି ଭାନୁମତି ଓ ସୁଭାଷିନୀ ଙ୍କ ର କୌଣସି ସନ୍ତାନ ହୋଇ ନ ଥିଲା ।ବହୁତ୍ ପୂଜା ପାଠ ,ହୋମ ଯଜ୍ଞ ପରେ ରାଣୀ କାଞ୍ଚନ ବାଳା ଙ୍କ କୋଳ ରେ ଦିବ୍ୟସିଂହ ଙ୍କ ବଂଶ ର ଉତ୍ତରାଧିକାରି ଆସିବା ର ଆଭାସ ମିଳି ଥିଲା। ମାନେ ରାଣୀ କାଞ୍ଚନ ବାଳା ଗର୍ଭବତୀ ହୋଇ ଥିଲେ ।
ଏ ଖବର ମିଳିବା ପରେ ରାଣୀ ଭାନୁମତି ଓ ସୁଭାଷିନୀ , କାଞ୍ଚନ ବାଳା ଙ୍କୁ ଇର୍ଷା କରିବାକୁ ଲାଗିଲେ ।ତାଙ୍କୁ ମାରିବା ପାଇଁ ତଥା ତାଙ୍କ ଗର୍ଭ ନଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର କୁ ଚକ୍ରାନ୍ତ ଆରମ୍ଭ କରି ଦେଇ ଥିଲେ ।ଯେମିତି କ୍ଷୀର ରେ ବିଷ ଦେବା ,ଶୟନ କକ୍ଷ ରେ ବିଷ ଧର ସାପ ଛାଡି ଦେବା ଇତ୍ୟାଦି ।କିନ୍ତୁ କଥା ରେ ଅଛି ରଖେ ହରି ତ ମାରେ କିଏ ।ଦୁଇ ରାଣୀ ଙ୍କ ସମସ୍ତ କୁ ଚକ୍ରାନ୍ତ ପଣ୍ଡ ହେଉ ଥାଏ।ଚାହୁଁ ଚାହୁଁ ନ ମାସ ବିତି ଗଲା , କାଞ୍ଚନ ବାଳା ଙ୍କ ର ପ୍ରସବ ପୀଡ଼ା ଆରମ୍ଭ ହୋଇ ଯାଇ ଥାଏ । ବଡ ଦୁଇ ରାଣୀ ଏବେ ସୁଦ୍ଧା ବି ଚକ୍ରାନ୍ତ କରିବା ଛାଡି ନ ଥିଲେ , କାଞ୍ଚନ ବାଳା ଙ୍କ ଗୋଟିଏ ସୁନ୍ଦର୍ ପୁତ୍ର ସନ୍ତାନ କୁ ଜନ୍ମ ଦେଇ ଓ ପ୍ରସବ ପୀଡ଼ା ରେ ବେହୋସ୍ ହୋଇ ଯାଇ ଥିଲେ ଏହି ସମୟ ରେ ବଡ ଦୁଇ ରାଣୀ ଦାସୀ କୁ କିଛି ଧନ ସଂପତ୍ତି ର ଲୋଭ ଦେଇ ପୁଅ କୁ ଉଠେଇ ନେଇ ତା ବଦଳ ରେ ଗୋଟିଏ କୁକୁର ଛୁଆ କୁ ରଖି ଦେଇ ଥିଲେ ।ଦାସୀ ଯାଇ ରାଜା ଙ୍କୁ ଖବର ଦେଲା କି ରାଣୀ ଙ୍କ ଗର୍ଭ ରୁ କୁକୁର ର ଛୁଆ ଟିଏ ଜନ୍ମ ହୋଇଛି । ଏ ଖବର ମିଳିବା ମାତ୍ରେ ରାଜା ଦିବ୍ୟସିଂହ ଦୁଃଖ ରେ ଭାଙ୍ଗି ପଡ଼ି ଥିଲେ । ନିସଂତାନ ହେବାର ଦୁଃଖ ରେ ମ୍ରିୟମାଣ ହୋଇପଡିଲେ।ଘଟଣା ର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ନ କରି ରାଣୀ କାଞ୍ଚନ ବାଳା ଙ୍କ ହାତରେ କଡ଼ି ପକେଇ ତାଙ୍କୁ ରାଜ ଉଆସ ମଝି ରେ ବାନ୍ଧି ଦିଆଗଲା। ଓ ସମସ୍ତ ରାଜ୍ୟ ରେ ଘୋଷଣା କରି ଦିଆ ଗଲା ମହାରାଣୀ କାଞ୍ଚନ ବାଳା କୁକୁର ର ପିଲା ଜନ୍ମ କରି ରାଜ ପରିବାରର ଅପମାନ କରି ଛନ୍ତି ସେଥି ପାଇଁ ତାକୁ ରାଜ ଦଣ୍ଡ ଦିଆ ଯାଇଛି, ରାଜ ନଅର କୁ ଆସୁ ଥିବା ସମସ୍ତ ଯାତ୍ରୀ ତାଙ୍କ ଉପରେ ଛେପ ପକାଇବେ ।
ଏ ପାଖେ ପୁଅ କୁ ନେଇ ଦାସୀ ଜଙ୍ଗଲ ରେ ଫିଙ୍ଗି ଦେଇ ଆସି ଥାଏ । ସେଇ ଦିନ ମାଣିକ ପୁର ଗାଁ ର ଜଣେ ଗଉଡ଼ ଗୋବିନ୍ଦ ଚନ୍ଦ୍ର ର ଗାଈ ଟି ଜଙ୍ଗଲ ରେ ହଜି ଯାଇ ଥାଏ ।ଗୋବିନ୍ଦ ଗାଈକୁ ଖୋଜି ଖୋଜି ଜଙ୍ଗଲ ରେ ପହଞ୍ଚି ଯାଇ ଥାଏ ।ଛୋଟ ପିଲା ର କ୍ରନ୍ଦନ ର ସ୍ୱର ଶୁଣି ସେ ଶବ୍ଦ କୁ ଅନୁସରଣ କରି ଯାଇ ଦେଖେ ତ ସତକୁ ସତ ଛୋଟ ପିଲା ଟିଏ ପତ୍ର ଉପରେ ପଡ଼ି ରହିଛି ।ତାକୁ ଉଠେଇ ଆଖ ପାଖ ରେ ଖୁବ୍ ଖୋଜିଲା ଗୋବିନ୍ଦ କିନ୍ତୁ କାହାକୁ ନ ପାଇ ,ନିଜ ଘର କୁ ନେଇ ଆସିଲା ।ଗୋବିନ୍ଦ ଓ ତା ସ୍ତ୍ରୀ ମୋହିନୀ ର ବିବାହ ର ଅଠର ବର୍ଷ ପରେ ବି ଦୁହେଁ ନିସନ୍ତାନ ଥିବାରୁ ପିଲା ଟିକୁ ଭଗବାନ ଙ୍କ ଆଶିର୍ବାଦ ଭାବି ନିଜ ପୁଅ ଭାବେ ପାଳନ କଲେ ।ପିଲା ଟି ଧୀରେ ଧୀରେ ବଡ ହେବାକୁ ଲାଗିଲା,ପୁଅ ଟି ର ନାମ ରଖି ଥିଲେ ଆର୍ଯ୍ୟସିନ୍ଧୁ।ରାଜା ଦିବ୍ୟସିଂହ ବୁଢ଼ା ହୋଇ ଯାଇ ଥିଲେ ତାଙ୍କୁ ରାଜ୍ୟ ର ଚିନ୍ତା ଘାରୁ ଥାଏ ।ତାଙ୍କ ପରେ ରାଜ୍ୟ ର ରାଜ୍ୟଭାର କାହାକୁ ଦେବେ ସେ ନେଇ ଚିନ୍ତିତ ଥାନ୍ତି ।ନୂତନ ରାଜା ବାଛିବା ପାଇଁ ରାଜ ପୁରୋହିତ ଙ୍କୁ ଦାୟିତ୍ଵ ଦିଆ ଯାଇ ଥାଏ । ରାଜ ପୁରୋହିତ ରାଜ୍ୟ ସାରା ଘୁରି ବୁଲୁ ଥାନ୍ତି ।
ରାଜ ପୁରୋହିତ ଦିନେ ରାସ୍ତା ରେ ଯାଉ ଥିବା ସମୟ ରେ ଦେଖିଲେ କିଛି ଯୁବକ ,ଏକ ବହୁତ୍ ବଡ ଗଛ ରୁ ଫଳ ତୋଳିବା ପାଇଁ ଯୋଜନା କରୁଛନ୍ତି ।
ଯୋଜନା କରିବାକୁ ଯାଇ ସମସ୍ତେ ଭୂଇଁ ରେ ବସି ପଡିଲେ କିନ୍ତୁ ତାଙ୍କ ଭିତରୁ ଜଣେ ଯୁବକ ପାଖରେ ଥିବା ପଥର ଉପରେ ଗୋଡ ଉପରେ ଗୋଡ଼ ରଖି ବସି ଗଲା ,ଯେମିତି ରାଜା ମହାରାଜା ମାନେ ସିଂହାସନ ରେ ବସନ୍ତି।
ସମସ୍ତେ ନିଜ ନିଜ ର ମତାମତ ରଖୁ ଥାଆନ୍ତି,କେହି କହୁ ଥାଏ ପଥର ଫୋପାଡି ଫଳ କୁ ତଳେ ଖସାଇବା କେହି କହୁ ଥାଏ ସିଡି ତିଆରି କରି ଦେବା ,କେହି କହୁ ଥାଏ ଗଛ ରେ କିଳା ବାଡେଇ ଗଛକୁ ଚଢିବା।ଶେଷ ରେ ପଥର ଉପରେ ବସି ଥିବା ଯୁବକ ଙ୍କ ଆଡ଼କୁ ସମସ୍ତେ ଚାହିଁ କହିଲେ ତୋ ବିଚାର କଣ ?
ଯୁବକ ଜଣକ ଟିକେ ଉପରକୁ ଚାହିଁ କହିଲେ ,ଏତେ ବଡ ଗଛ କୁ ପଥର ଫୋପାଡି ଲେ କିଛି ଲାଭ ହବନି ,ସିଡି ତିଆରି କରିବା ପାଇଁ ଆମ ପାଖରେ ଯଥେଷ୍ଟ ସାମଗ୍ରୀ ନାହିଁ , କିଳା ବାଡେଇ ଗଛକୁ ଚଢିବା ପ୍ରାୟ ଅସମ୍ଭବ ,ସୂର୍ଯ୍ୟ ଙ୍କ ଆଡ଼କୁ ଚାହିଁ କହିଲା,ସୂର୍ଯ୍ୟ ଙ୍କ ଆଖ ପାଖରେ ବାଦଲ ଢେଉ ମାରୁଛନ୍ତି ତା ମାନେ ବହୁତ୍ କମ ସମୟ ଭିତରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି।ଟିକେ ଅପେକ୍ଷା କର ,କିଛି ସମୟ ଭିତରେ ସତ କୁ ସତ ପବନ ସହ ବର୍ଷା ହେଲା ଓ ଗଛ ରୁ ଫଳ ସବୁ ଝଡ଼ିବାକୁ ଲାଗିଲା ।ସମସ୍ତେ ବହୁତ୍ ମାତ୍ର ରେ ଫଳ ଗୁଡ଼ିକୁ ସଂଗ୍ରହ କରି ନେଲେ ଓ କହିଲେ ତୋ ବୁଦ୍ଧି ରୁ ଏତେ ଫଳ ମିଳିଛି ।ଏଥିରେ ତୋର ଅଧିକ ଭାଗ ।କିନ୍ତୁ ଯୁବକ ଜଣକ ମନା କରି କହିଲା ।
ନା ନା ଆମେ ସମସ୍ତେ ଏହି ଫଳ ର ସମାନ ଅଧିକାରୀ ।ତେଣୁ ସମସ୍ତ ଙ୍କ ଭିତରେ ର ସମାନ ଭାଗ ବଣ୍ଟା ଯାଉ ।
ରାଜ ପୁରୋହିତ ଏହି ଘଟଣା ଦେଖି , ମନେ ମନେ ସ୍ଥିର କଲେ ରାଜ୍ୟ କୁ ଉତ୍ତରାଧିକାରୀ ମିଳି ଯାଇଛି ।ରାଜା ଙ୍କୁ କହି ଯୁବକ ଜଣଙ୍କୁ ରାଜ ଦରବାର କୁ ଡକାଇ ରାଜା ଭାବେ ଘୋଷିତ କରି ଦେଲେ ।ସେହି ଯୁବକ ଜଣକ ଥିଲେ ଆର୍ଯ୍ୟସିନ୍ଧୁ
ରାଜଭିଷେକ ଦିନ ଆର୍ଯ୍ୟ ସିନ୍ଧୁ ,ରାଜ ନଅର ଭିତରେ କାଞ୍ଚନ ବାଳା ଙ୍କୁ ଦେଖି ।ଏମିତି ଦଣ୍ଡିତ ହେବାର କାରଣ ପଚାରିଲେ ।ଅଟହସ୍ୟ କରି କହିଲେ ମହାରାଜ କ୍ଷମା କରିବେ ମଣିଷ ଗର୍ଭରୁ କୁକୁର ଜନ୍ମ ନେବା ଟା ମୋର ବିଶ୍ବାସ ହେଉ ନାହିଁ । ପ୍ରସବ ସମୟ ରେ କାର୍ଯ୍ୟରତ ଥିବା ଦାସୀ କୁ ଡକା ଯାଉ ।ନୂତନ ରାଜା ଙ୍କ ଆଦେଶ ଅନୁସାରେ ଦାସୀ କୁ ଡକା ଗଲା । ଦାସୀ ଆସିବା ମାତ୍ରେ ରାଜା ଙ୍କ ଗୋଡ଼ ତଳେ ପଡି ସବୁ ସବୁ ସତ କଥା ମାନି ଗଲା ।ରାଜା ଦିବ୍ୟସିଂହ ନିଜର ଭୁଲ ପାଇଁ ଲଜ୍ଜିତ ଥିଲେ । କାଞ୍ଚନବାଳା ବି ଆର୍ଯ୍ୟ ସିନ୍ଧୁ ଙ୍କ ହାତ ରେ ଥିବା କଳା ଯାଇ କୁ ଦେଖି ନିଜର ପୁତ୍ର ବୋଲି ଜାଣି ପାରିଲେ ଓ ଗୋବିନ୍ଦ ଙ୍କୁ ଡକେଇ ପଚାରିବା ରୁ ସବୁ ଘଟଣା ଜଣା ପଡ଼ିଲା ।
ରାଜା ଦିବ୍ୟସିଂହ ବଡ ଦୁଇ ରାଣୀ ଙ୍କୁ ରାଜ୍ୟ ରୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ ,କିନ୍ତୁ ଯୁବ ରାଜ ଆର୍ଯ୍ୟ ସିନ୍ଧୁ ଙ୍କ ଅନୁରୋଧ କ୍ରମେ ତାଙ୍କୁ କ୍ଷମା କରି ରାଜ୍ୟ ରେ ରହିବାକୁ ଦେଲେ ।
ରାଜା ଆର୍ଯ୍ୟ ସିନ୍ଧୁ ନିଜର ଅସଲୀ ପିତା ମାତା ଙ୍କୁ ପାଇ ପାଳିତ ପିତାମାତା ଗୋବିନ୍ଦ ଓ ମୋହିନୀ ଙ୍କୁ ଭୁଲି ନ ଥିଲେ।ତାଙ୍କୁ ବି ରାଜ ଉଆସ ରେ ରହିବା ପାଇଁ ନେଇ ଆସିଲେ ।ଜଣେ ପ୍ରଜାରଞ୍ଜକ ଶାସକ ଭାବେ ପରିଚିତ ହେଲେ ।ସମସ୍ତେ ସୁଖ ରେ ରହିଲେ ଯୁଗ ରାଜ କଲେ ।
ଆଈ ଙ୍କ କାହାଣୀ ଶେଷ ହେବା ପରେ ଆମେ ଶୋଇ ଯାଉ ।ଏବେ ଆପଣ ମାନେ କୁହନ୍ତୁ ଏମିତି ସୁନ୍ଦର୍ କାହାଣୀ କଣ ଆଜିକାଲି କେହି କୁହନ୍ତି ନା ଆଜିକାଲି ପିଲା ଶୁଣିବାକୁ ଚାହାନ୍ତି ।

