STORYMIRROR

Trushna Das

Romance Tragedy Inspirational

3  

Trushna Das

Romance Tragedy Inspirational

ଆଇଏଏସ୍ ବିନୟ

ଆଇଏଏସ୍ ବିନୟ

6 mins
352

   ଆଇଏଏସ୍ ବିନୟ (ବାପାଙ୍କ ଦୃଢ଼ ବିଶ୍ୱାସ) 


ବିନୟ ଜଣେ ଉତ୍ତମ ଛାତ୍ର। ସେ ବିଦ୍ୟାଳୟରେ ସବୁ ବେଳେ ପରୀକ୍ଷାରେ ଦ୍ୱିତୀୟ ବା ତୃତୀୟ ସ୍ଥାନରେ ରହୁ ଥିଲା। କେବେ ପରୀକ୍ଷାରେ ପ୍ରଥମ ହୋଇ ପାରୁ ନ ଥିଲା। ସେଥିପାଇଁ ତା ମନରେ ନିଜକୁ ନେଇ ଅସନ୍ତୋଷ ଥାଏ।ତା ବାପା ରଞ୍ଜନ ତାକୁ ବହୁତ ଭଲ ପାଉଥିଲେ।ସେ ତାକୁ ଗେହ୍ଲରେ ବିନୁ ଡାକୁ ଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ବିନୁ ଦିନେ ନା ଦିନେ ବଡ ମଣିଷ ହେବ। ଗୋଟିଏ ମଧ୍ୟବିତ୍ତ ପରିବାରର ହେଲେ ମଧ୍ୟ ରଞ୍ଜନ ନିଜ ପୁଅ ପଢା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ସୁବିଧା ବ୍ୟବସ୍ଥା କରୁଥିଲେ।ତାଙ୍କ ଇଚ୍ଛା ଯେ ପୁଅ ତାଙ୍କର ଅଫିସର ହେ


ବିନୟ (ବିନୁ) କଲେଜ ଗଲା। କଲେଜରେ ବି ସେଇ ଅବସ୍ଥା। ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହିଲା। ବିନୁର ଆତ୍ମବିଶ୍ୱାସ ଧିରେ ଧିରେ କମିବାକୁ ଲାଗିଲା। ତଥାପି ବାପା ରଞ୍ଜନଙ୍କର ଏବେ ବି ଦୃଢ ବିଶ୍ୱାସ ଥିଲା ଯେ ବିନୁ ନିହାତି ଓଏଏସ୍ ଅଫିସର ହୋଇ ପାରିବ। 


ଦ୍ୱାଦଶ ପରୀକ୍ଷା ପରେ ରଞ୍ଜନ ବିନୁକୁ ସହରକୁ ପଢିବା ପାଇଁ ପଠାଇଲେ। ସେଠାରେ ବଡ ଓଏଏସ୍ କୋଚିଂ ସେଣ୍ଟରରେ ବିନୁକୁ ପକାଇଲେ ଏବଂ ସାଙ୍ଗରେ ଡିଗ୍ରୀ ବି ପଢାଇଲେ। 


ବିନୁ ସେଥି କିଛି ଖରାପ ପିଲାଙ୍କ ସଙ୍ଗତରେ ପଡି ଗଲା। ପାଠ ପଢିବାରେ ମନ କମିଗଲା। ବାପା ଫୋନରେ ପଢିବା କଥା କହିଲେ ସେ ବାପାଙ୍କ ଉପରେ ବିରକ୍ତ ହେବାକୁ ଲାଗିଲା।କହିଲା ଓଏଏସ୍ ହେବା ସହଜ କଥା ନୁହଁ। ହେଲେ ବାପା ରଞ୍ଜନ କୁହନ୍ତି ବିନୁରେ ମୋର ଦୃଢ ବିଶ୍ୱାସ ଅଛି ତୁ ପାରିବୁ। 


ଡିଗ୍ରୀ କଲେଜରେ ତାର ଆରୋହୀ (ଆରୁ) ସହ ଦେଖା ହୋଇଛି ଏବଂ ଆରୋହୀ ସହ ତାର ପ୍ରେମ ସମ୍ପର୍କ ହୋଇଛି। ଆରୁ ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥିଲା। ଆରୁ ମଧ୍ୟ ସବୁବେଳେ ବିନୁ ସହ ସମୟ ବିତାଉ ଥିଲା। 


ରାତିରେ ଘଣ୍ଟା ଘଣ୍ଟା ବିନୁ ଫୋନରେ ଆରୁ ସହ କଥା ହେଉଥାଏ।ପଢାରେ ଆଉ ଧ୍ୟାନ ଦେଉ ନ ଥାଏ। ଆରୁକୁ ନେଇ ମାର୍କେଟରେ ବୁଲିବା, ପାର୍କରେ ବସି କଥା ହେବା, ଆରୁକୁ କିସ୍ କରିବା, ଆରୁ ସହ ଫିଲ୍ମ ଦେଖିବାକୁ ଯିବା ଏ ସବୁ ବିନୁକୁ ବହୁତ ଭଲ ଲାଗୁ ଥାଏ। ଏମିତି ହୋଇଛି ବିନୁ ଆରୁକୁ ଗୋଟିଏ ଦିନ ବି ନ ଦେଖିଲେ ରହି ପାରୁନାହିଁ। ଯେତେବେଳେ ଆରୁ ବିନୁର ହାତ ଧରି ନିଏ ବିନୁ ମନରେ ଅଦ୍ଭୁତ ପ୍ରକାର ଭାବ ସୃଷ୍ଟି ହୁଏ ଯେମିତି କି ସେ ତାକୁ ସବୁ ଦିନ ପାଇଁ ନିଜର କରି ଦେବ,ସବୁ ଦିନ ଏମିତି ଆରୁର ହାତ ଧରି ଥିବ। ଆରୁ ପ୍ରଥମେ ହଠାତ୍ ବିନୁର ଓଠରେ ଚୁମ୍ବନ କଲା ବିନୁକୁ ଦେହରେ ଅଦ୍ଭୁତ ଉଲ୍ଲାସ ସୃଷ୍ଟି ହେଲା, ତାକୁ ଲାଗିଲା ଯେମିତି ସ୍ୱଗର ପରୀ ଆସି ତାକୁ ଧରା ଦେଇଛି। ବିନୁ ସବୁବେଳେ ଆରୁକୁ ପଚାରେ ତୁମେ ମୋତେ କେବେ ଛାଡିବନି ତ, ଆରୁ କୁହେ ନା, କିନ୍ତୁ ତୁମେ ଗୋଟିଏ ଉଚ୍ଚ ଚାକିରୀ କଲେ ମୁଁ ମୋ ଘରେ ତୁମ ବିଷୟରେ କହିବି। 


ପାଠରେ ଆଉ ମନ ନାହିଁ ବିନୁର। ଡିଗ୍ରୀ ପରୀକ୍ଷାରେ ବିନୁ ବହୁତ କଷ୍ଟରେ ପ୍ରଥମ ଶ୍ରେଣୀରେ ପାସ କରିଛି।ଦୁଇ ମାର୍କ ବି କମି ଥିଲେ ତାର ପ୍ରଥମ ଶ୍ରେଣୀ ହୋଇ ନ ଥାନ୍ତା। ବପାଙ୍କ ସହ ଆସ୍ତେ ଆସ୍ତେ କଥା ହେବା ବିନୁ କମାଇ ଦେଇଛି।ବର୍ଷେ ହେବ ଗାଁକୁ ବି ଆଉ ଯାଉ ନାହିଁ। ସହରରେ ରହି କୋଚିଂ ନେଉଛି କହି ଆରୁ ସହ ପ୍ରେମରେ ମାତିଛି। ଦୁଇ ଥର ଓଏଏସ୍ ଦେଇଛି ହେଲେ ସଫଳ ହୋଇ ନାହିଁ। 


ଏମିତି ଆଉ ଦୁଇ ବର୍ଷ ଗଲା ପରେ ହଠାତ୍ ଆରୁ ତିନି ମାସ ହୋଇଗଲାଣି ଆଉ ବିନୁକୁ ଦେଖା କରୁ ନାହିଁ ଏବଂ ବିନୁର ଫୋନକୁ ବ୍ଳକ୍ କରି ଦେଇଛି। ବିନୁ ଆରୁକୁ ନ ଦେଖି ପୁରା ପାଗଳ ପରି ହୋଇ ଯାଇଛି। ସେ ଆରୁର ଜଣେ ବାନ୍ଧବୀକୁ ଅନୁରୋଧ କରି କହିଛି ଆରୁକୁ କୁହ ଥରେ ମୋତେ ଦେଖା କରିବାକୁ ।


ତାପରେ ଆରୁ ତାକୁ ଦେଖା କରିଛି। ଆରୁକୁ ଦେଖି ସେ ଆଶ୍ଚର୍ଯ୍ୟ... ହାତରେ ତାର ଶଙ୍ଖା ଆଉ ମୁଣ୍ଡରେ ତାର ସିନ୍ଦୁର। ବିନୁ ଆରୁକୁ ପଚାରିଛି କାହିଁକି ତୁମେ ମୋ ସହ ଏମିତି କଲ? 


ଆରୁ: ମୁଁ ତୁମକୁ ଭଲ ପାଉଥିଲି ସତ... କିନ୍ତୁ ତୁମେ ଏବେ ଯାଏଁ ଓଏଏସ୍ ହୋଇ ପାରିଲ ନାହିଁ... ହେବ କି ନାହିଁ ଜଣା ନାହିଁ ଆଉ ତୁମେ ମଧ୍ୟବିତ୍ତ ପରିବାରର। ଆମ ଘରେ ତୁମ ସହ କେବେ ବି ବିବାହ ପାଇଁ ରାଜି ହୋଇ ନ ଥାନ୍ତେ...ତେଣୁ ମୁଁ ତୁମକୁ ସବୁ ବେଳେ କହୁ ଥିଲି ଉଚ୍ଚ ଚାକିରୀ କର।ମୁଁ ଭାବିଥିଲି ତୁମେ ନିହାତି ଓଏଏସ୍ ହୋଇ ଯିବ ଦୁଇ ବର୍ଷ ଭିତରେ... କିନ୍ତୁ ତୁମେ ଦୁଇ ଥର ପରୀକ୍ଷା ଦେଇ ସଫଳ ହୋଇ ନାହଁ। ତ କେମିତି ମୁଁ ତୁମ ପାଇଁ ଘରେ କହି ଥାନ୍ତି। ଦୁଇ ମାସ ତଳେ ମୋ ମାଉସୀଙ୍କ ଦୃଢ଼ଶୁରପଙ୍କ ବଡ ପୁଅ ରଣଜିତଙ୍କ ସହ ବିବାହ ପ୍ରସ୍ତାବ ପଡିଲା। ଆମେ ଦୁହେଁ ପରସ୍ପରଙ୍କୁ ପିଲା ଦିନରୁ ଜାଣିଥିଲୁ... ଆଉ ରଣଜିତ ବି ଓଏଏସ୍ ଅଫିସର।ସବୁ ଭାବି ଚିନ୍ତି ଦେଖିଲି ତୁମେ କେବେ ଓଏଏସ୍ କି ବଡ ଚାକିରୀ କରିବ ତାହା କହି ହେଉନାହିଁ।ତେଣୁ ମୁଁ ରଣଜିତ ଙ୍କୁ ବିବାହ କଲି। 


ବିନୁ: ଯଦି ସେମିତି ଥିଲା ମୋତେ କାହିଁକି ପ୍ରେମବନ୍ଧନରେ ବାନ୍ଧି ଥିଲ। ଥରେ ତ ବିବାହ ଆଗରୁ ମୋତେ ଜଣେଇ ପାରିଥାନ୍ତ।କାହିଁକି ମୋ ଜୀବନରେ ଆସି ମୋତେ ସପନ ଦେଖାଇ ଆଜି ପାଗଳ ପ୍ରେମିକ କରି ଛାଡ଼ି ଦେଲ। ହୁଏ ତ ତୁମେ ନ ଆସି ଥିଲେ ମୁଁ ପଢ଼ାରେ ଧ୍ୟାନ ଦେଇ ଓଏଏସ୍ ହୋଇ ପାରିଥାନ୍ତି। 


ଆରୁ କୁ ପଛ କରି ବିନୁ କହିଲା ଯାଅ ଆରୁ.... ଖୁସିରେ ରୁହ... କିନ୍ତୁ ଗୋଟିଏ ଅନୁରୋଧ ନିଜ ସ୍ୱାର୍ଥ ପାଇଁ କାହା ସହ ଜୀବନରେ ଏମିତି କରିବ ନାହିଁ...। ତୁମକୁ ବହୁତ ବହୁତ ଧନ୍ୟବାଦ ତୁମ ଛଳନା ପ୍ରତାରଣା ପାଇଁ... ଏତିକି କହି ବିନୁ ତଳେ ବସି କାନ୍ଦିବାକୁ ଲାଗିଲା। 


ସେଦିନ ରାତି ବସରେ ବିନୁ ବର୍ଷେ ପରେ ତା ଗାଁକୁ ଗଲା। ସକାଳୁ ହଠାତ୍ ରଞ୍ଜନ ପୁଅ ବିନୁକୁ ଦେଖି ଆଶ୍ଚର୍ଯ୍ୟ.... ବିନୁର ଅବସ୍ଥା ତାଙ୍କୁ ଠିକ୍ ଲାଗୁ ନ ଥାଏ ତାକୁ କଣ ହୋଇଛି ପଚାରିବାରୁ ବିନୁ କିଛି କହିଲା ନାହିଁ। ସହରରେ ଥିବା ବିନୁର ସାଙ୍ଗମାନଙ୍କୁ ରଞ୍ଜନ ଫୋନ କରି ସବୁ କଥା ଜାଣି ପୁଅ ପାଇଁ ଦୁଃଖ କଲେ। 


ତାପରେ ରଞ୍ଜନ ବିନୁ ପାଖକୁ ଯାଇ ତା ସହ ସାଙ୍ଗ ପରି ମିଶି ନା ନା ପ୍ରକାର କଥା ହେଲେ। କିନ୍ତୁ ବିନୁକୁ କହିଲେ ନାହିଁ ସେ ସବୁ ଜାଣନ୍ତି ବୋଲି। ରାତିରେ ରଞ୍ଜନ ଶୋଇ ଥାନ୍ତି। ବିନୁ ନିଜକୁ ସମ୍ଭାଳି ନ ପାରି ରଞ୍ଜନଙ୍କ ପାଖକୁ ଯାଇ ଛୋଟ ପିଲା ପରି ଭୋ ଭୋ ହୋଇ କାନ୍ଦି ସବୁ କହିଲା।ସେ କହିଲା ସେ ହାରି ଯାଇଛି... ସେ ଆଉ କିଛି ଜୀବନରେ କରି ପାରିବ ନାହିଁ। 


ରଞ୍ଜନ ବିନୁକୁ ବହୁତ ବୁଝାଇଲେ... କହିଲେ ତୁ ଛୋଟ ଥାଉ ତୋ ମାଆ ମରି ଗଲା। ମୁଁ କିନ୍ତୁ ଦ୍ୱିତୀୟ ବିବାହ କରିଲି ନାହିଁ। କାରଣ ତୋ ମାଆକୁ ମୁଁ ଯେତିକି ଭଲ ପାଉ ଥିଲି ଓ ତୋତେ ଯେତିକି ଭଲ ପାଏ ମୋର ବଞ୍ଚିବା ପାଇଁ ଯଥେଷ୍ଟ ଥିଲା। ସେମିତି ସେ ଝିଅ ଆରୋହୀ ଯଦି ତୋତେ ପ୍ରକୃତରେ ଭଲ ପାଇଥାନ୍ତା ସେ ତୋତେ କହିଥାନ୍ତା ଏବଂ ତୋତେ ଅପେକ୍ଷା କରି ଥାନ୍ତା....ନ ହେଲେ ଘରର ଗୁରୁଜନମାନଙ୍କୁ କହି ଥାନ୍ତା... ତାପରେ ସେ ଦେଖି ଥାନ୍ତା କଣ ହେଉଛି। ହେଲେ ସେ ତ ତୋ ସହ ଟାଇମ ପାସ କରୁ ଥିଲା। ତୋତେ ସେ ଧକା ଦେଲା.... ତୋତେ ଛାଡ଼ି ଦେଲା ତୁ ଓଏଏସ୍ ଅଫିସର ହୋଇ ନାହୁଁ ବୋଲି। ତୁ ତା ପ୍ରତାରଣାରେ ଭାଙ୍ଗି ଯାଆନି ବରଂ ତାକୁ ତୁ ଓଏଏସ୍ ଅଫିସର ହୋଇ କି ଦେଖା। ତୁ ଓଏଏସ୍ ହୋଇ ପାରିବୁ।ମୋର ଦୃଢ଼ ବିଶ୍ୱାସ ଅଛି। ତୁ ଓଏଏସ୍ ହୋଇ ପାରିବୁ... ଓଏଏସ୍ କଣ ତୁ ଚାହିଁଲେ ଆଇଏଏସ୍ ବି ହୋଇପାରିବୁ। ମୋର ପୁଅ ହାରିନି। ତୋ ବାପାର ଇଚ୍ଛା ଶୁଣିବାକୁ ଓଏଏସ୍ / ଆଇଏଏସ୍ ବିନୟ। ମୋର ଦୃଢ଼ ବିଶ୍ୱାସ ତୁ କରି ପାରିବୁ। 


ରଞ୍ଜନ ବିନୁର ଆତ୍ମବିଶ୍ୱାସକୁ ଫେରାଇ ଆଣିବା ସବୁ କରିଛନ୍ତି। କିଛି ଦିନ ଗାଁରେ ରହିବା ପରେ ସେ ବିନୁକୁ ସହର ନେଇ ଯାଇଛନ୍ତି। ତା ସହ ସହରେ ତିନି ମାସ ରହିଛନ୍ତି। ବିନୁର ଆତ୍ମବିଶ୍ୱାସ ଧୀରେ ଧୀରେ ଫେରିଛି। ଯେତେବେଳେ ବିନୁ ନିଜ ପଢାପଢିରେ ଧ୍ୟାନରେ ଦେବା ଆରମ୍ଭ କଲା ରଞ୍ଜନ ଗାଁକୁ ଫେରି ଆସିଥିଲେ। 


ଆଉ ଛଅ ମାସ ଅଛି ଆଇଏଏସ୍ ଏବଂ ଓଏଏସ୍ ପରୀକ୍ଷା ପାଇଁ। ବିନୁ ଏବେ ପଢାପଢିରେ ରାତିଦିନ ଏକ କରି ଦେଇଛି।ସବୁଦିନ ରଞ୍ଜନ ସହ ତା ମନ କଥା ଖୋଲି କଥା ହେଉ ଥାଏ।ପରୀକ୍ଷାକୁ ଆଉ ଦୁଇ ମାସ ଅଛି। ରଞ୍ଜନ ବିନୁକୁ ଦେଖା କରିବାକୁ ଆସିଥିଲେ।ତାକୁ ଛାଡ଼ି ଗଲା ବେଳକୁ କଣ ହେଲା କେ ଜାଣ ବିନୁ ତାଙ୍କୁ ଧରି ଆଖି ଛଳଛଳ କରି ଦେଲା... ରଞ୍ଜନ କହିଲେ ମୁଁ ସିନା ଏଇଠୁ ଯାଉଛି ହେଲେ ମନ ପରା ତୋ ପାଖରେ ଅଛି।ମୋର ଦୃଢ଼ ବିଶ୍ୱାସ ଅଛି ତୁ ନିହାତି ମୋର ସପନ ପୁରଣ କରିବୁ। ବିନୁକୁ ଲାଗୁ ଥାଏ ଏ ଯେମିତି ତା ବାପା ସହ ଶେଷ ଦେଖା। କିଛି ଦିନ ପରେ ବିନୁକୁ ଗାଁରୁ ଫୋନ ଆସିଲା ସଡକ ଦୁର୍ଘଟଣାରେ ତା ବାପାଙ୍କ ମୃତ୍ୟୁ ହୋଇ ଯାଇଛି। ଏହା ଶୁଣି ବିନୁ ପୁଣି ଭାଙ୍ଗି ପଡ଼ିଲା। ଗାଁକୁ ଯାଇ ବାପାଙ୍କ ଶୁଦ୍ଧିକ୍ରିୟା ସାରି ସହରକୁ ଫେରିଲା.... କାନ୍ଦି କାନ୍ଦି ତା ଅବସ୍ଥା ଖରାପ। ଦିନେ ସପନରେ ସେ ତା ବାପାଙ୍କୁ ସପନରେ ଦେଖିଲା। ସପନରେ ତା ବାପା କହୁ ଥାନ୍ତି ବିନୁ ମୋର ଦୃଢ ବିଶ୍ୱାସ ଅଛି ତୁ ପାରିବୁ.... ମୋ ପୁଅ ହାରିବ ନାହିଁ ।


ତା ପର ଠାରୁ ବିନୁ ପୁଣି ମନରେ ଏକାଗ୍ରତା ଆଣିଲା ଯେ ବାପାଙ୍କ ସପନ ପୁରଣ କରିବି ଆଉ ଆରୁର ପ୍ରତାରଣାର ଉତ୍ତର ଦେବି। ଦିନ ରାତି ଏକ କରି ପଢିଲା। ତାପରେ ଓଏଏସ୍ ଓ ଆଇଏଏସ୍ ପରୀକ୍ଷା ଦେଇ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ପାସ କରି ଚାଳିଲା। ଶେଷରେ ତା ବାପାଙ୍କ ଦୃଢ଼ ବିଶ୍ୱାସ ସତ ହଲା...ବିନୁ ଆଇଏଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲେ।ଏ ଖବର ପାଇ ବିନୁ ପ୍ରଥମେ ବାପାଙ୍କ ଫୋଟୋ ଧରି କାନ୍ଦି କହିଲା ବାପା ତୁମ ସପନ ସତ ହେଲା। 


ଖବର କାଗଜରେ ଆଇଏଏସ ବିନୟ ବୋଲି ନାମ ବାହାରିଲା। ସମସ୍ତେ ବିନୁକୁ ଫୋନ କରି ଅଭିନନ୍ଦନ କରୁ ଥାନ୍ତି। ଆରୁ ମଧ୍ୟ ବିନୁକୁ ଫୋନ କରି କହିଲା ହେଲଓ ବିନୁ।ବିନୁ କହିଲା ମୁଁ ମୋ ବାପାଙ୍କ ବିନୁ।ମ୍ୟାଡମ ଆପଣଙ୍କ ବିନୁ ଆପଣଙ୍କ ପ୍ରତାରଣାରେ ମରି ଯାଛି। ମୁଁ ମୋ ବାପା ରଞ୍ଜନଙ୍କ ପୁଅ ଆଇଏଏସ୍ ବିନୟ (ବାପାଙ୍କର ଦୃଢ଼ ବିଶ୍ୱାସ) । ମୋତେ ଆପଣ ବିନୟ ସାର କହି ଡାକନ୍ତୁ। ଯଦି କିଛି କଥା ଅଛି ଆସି ଅଫିସରେ ଦେଖା କରିବେ କହି ଫୋନ ରଖି ଦେଲେ ବାପାଙ୍କ ଫଟୋ ଧରି ଆଖି ଛଳଛଳ କରି କହିଲେ ବାପା ତୁମ ଦୃଢ଼ ବିଶ୍ୱାସ ସତ ହୋଇଛି।


Rate this content
Log in

Similar oriya story from Romance