STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ଯୁଗରୁ ଯୁଗାନ୍ତେ ଏମିତି

ଯୁଗରୁ ଯୁଗାନ୍ତେ ଏମିତି

1 min
350

ତୁମେ ପରା ଜାଣ ମୋତେ

ଅନ୍ତର୍ଯ୍ୟାମୀ କହିବା କି ପ୍ରୟୋଜନ ?

କୁହ ତୁମେ ଥରେ ମୋ ଅନ୍ତର ସ୍ବାମୀ

ସବୁତ ତୁମେ ଜାଣିଛ ହେ ନାରାୟଣ !!

କି ଅବା କହିବି ମନଖୋଲି ଆଉ

ସବୁ ତ ଦେଇଛି କହି !

ଆଉ ଥରେ ଯଦି ଖୋଲି କହିଦେଲେ

ପାପି ହୋଇଯିବି ରହି !!

କେବେ ଖୋଲିବିନି ମୁହଁ ଆଉ ଥରେ

ନିରବେ ସବୁ ସହିବି !

ନିରବରେ ନିରବରେ

ନିରନ୍ତରେ ତୁମକୁ ନିତି ଖୋଜିବି !!

ଖୋଜୁଛି ତ ଯୁଗ ଯୁଗ ଏଇମିତି

ଯୁଗ ପୁଣି ବିତି ଯାଏ !

ଆସୁଛେ ତ ଆମେ ଯୁଗରୁ ଯୁଗାନ୍ତେ

କାଳ କାଳ ଥିବା ଯାଏଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics