ଯୁଗ ତ ବଦଳି ଯାଇଛି
ଯୁଗ ତ ବଦଳି ଯାଇଛି
ଆରେ ବାବୁ ଯୁଗ ତ ବଦଳି ଯାଇଛି
କାହାକୁ କ'ଣ କହିବ,
କିଏ ଜାଣେ ଏବେ କହିବା କଥାଟି
ଅନ୍ୟଙ୍କୁ ନିକୃଷ୍ଟ ଲାଗିବ ।।
ଆଜିର ଲୋକଙ୍କୁ ମଣିଷ ଗନ୍ଧାନ୍ତି
ଭାଇଚାରା ମୋଟେ ନାହିଁ,
ଧରମ ନାଆଁରେ ହଣାମରା ଖାଲି
ଅନୁରାଗ ଟିକେ ନାହିଁ ।।
ବାପା ବୋଉ ଡାକ କାନକୁ ଶୁଭୁନି
ଏବେ ଖାଲି ମମି ଡାଡି,
ଭାଇ ଭାଇ ପ୍ରେମ ଚୁଲିକି ଗଲାଣି
ନିତି ଘରେ ମାର ପିଟି ।।
ନାରୀଙ୍କ ଦେହରେ ଶାଢ଼ୀ ଦିଶେ ନାହିଁ
ଦିଶେ ଖାଲି ହଟ୍ ପ୍ୟାଣ୍ଟ୍ ,
ଧୋତି ଗାମୁଛାକୁ କିଏ ଅବା ପଚାରେ
ଏବେ ଚଳେ ଜିନ୍ସ୍ ପ୍ୟାଣ୍ଟ୍ ।।
ପଖାଳ ଭାତ ଆଉ ପାଟିକୁ ରୁଚୁନି
ପିଠା ପଣା କଥା ଛାଡ଼,
ମୋମୋ,ପିଜା,ବରଗର୍ କିଣିକି ଖାଆନ୍ତି
ମୁହଁକୁ ନାହିଁ ଯାହା ଲାଜ ।।
ଟିଭି ସାମନାରେ ଦିନ କଟିଯାଏ
ଖେଳକୁଦ ନାହିଁ ମୋଟେ,
ସାଙ୍ଗ ସାଥୀ କିଛି ଦରକାର ନାହିଁ
ଲୋଡ଼ା ଫୋନ୍ ଖଣ୍ଡେ ଖଣ୍ଡେ ।।
ମାଆ ବାପା ଠାରୁ ଗାର୍ଲ୍ ଫ୍ରେଣ୍ଡ୍ ଏବେ
ଅଧିକା ଗୁରୁତ୍ୱ ପାଉଛି,
ଜୀବନ୍ତ ଈଶ୍ୱରଙ୍କ ମୁହଁକୁ ନଚାହିଁ ପୁଅ ଏବେ
ଝିଅଙ୍କ ପଛରେ ଧାଉଁଛି ।।
ଖାଲି ସମୟରେ ବାର୍, ହୋଟେଲ୍ ରେ
ନାଚ ଗୀତ ଭାରି ଜମୁଛି,
ମନ୍ଦିର ମସଜିଦ୍ ମନେପଡେ ଖାଲି
ବାଧାବିଘ୍ନ ଯେବେ ଆସୁଛି ।।
ସ୍ବାର୍ଥ ଥିବା ଯାଏଁ ଲୋକ ଭଲ ଏଠି
ନହେଲେ ସଭିଏଁ ପର,
ନିଜ ଲୋକ ମଧ୍ୟ ଶତ୍ରୁ ପାଲଟି ଯାଏ
ଦୁନିଆଟା ପୁରା ସ୍ୱାର୍ଥପର ।।
ଆଜିକା ଯୁବପୀଢ଼ି ଓଡ଼ିଆ ନୁହେଁ ଏବେ
ଇଂରାଜୀ ଖାଲି ଗାଉଛି,
କାହାକୁ କହିବ କେତେ ଆଉ କହିବ
ଯୁଗ ତ ବଦଳି ଯାଇଛି
ଯୁଗ ତ ବଦଳି ଯାଇଛି।।
