STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଯୁଗ ସମ୍ଭବ ଶ୍ରୀହରି

ଯୁଗ ସମ୍ଭବ ଶ୍ରୀହରି

1 min
34

    


ଯୁଗ ସମ୍ଭବ ଶ୍ରୀହରି

    ଜଗତେ ଦୁଷ୍ଟ ସଂହାରି,

      ସନ୍ଥେ ପାଳନ୍ତି ଉଦ୍ଧାରି 

        ଧର୍ମର ସେ ରକ୍ଷାକାରୀ।

ଚାରିଯୁଗେ ଦଶ ବାର

    ପ୍ରଭୁ ନେଇ ଅବତାର,

      ଉଦ୍ଧାରିଛନ୍ତି ସଂସାର

        ତାଙ୍କୁ କୋଟିଏ ଜୁହାର।

ମୀନ,କଚ୍ଛପ,ବରାହ,

   ନୃସିଂହ,ବାମନ,ପର୍ଶୁ,

      ରାମ,ବଳରାମ,ବୁଦ୍ଧ,

         ରକ୍ଷାଛନ୍ତି ସେ ମୁମୂର୍ଷୁ।

ଦଶ ଅବତାରେ କଳ୍କୀ

    ସୃଷ୍ଟି ସ୍ଥିତିକୁ ସମ୍ଭାଳି,

       ଆଶିଷ ଦିଅନ୍ତି ଢ଼ାଳି

         ହିତେ ପ୍ରଭୁ ବନମାଳୀ।

ସଂସାରେ ଆସିଲେ ଗ୍ଳାନି

    ସଂକଟୁ ରଖନ୍ତି ପ୍ରାଣୀ,

      ସେ ପରମ ମହାଜ୍ଞାନୀ

          ଦିଅନ୍ତି ଅମୃତବାଣୀ।

ତାଙ୍କ ଇଙ୍ଗିତେ ତ୍ରିପୁର

   ଚାଲେ ସବୁ ନିରନ୍ତର,

      ସୃଷ୍ଟି ନିୟନ୍ତା ଶ୍ରୀଧର

        ନାଥ ସେ ଏ ଜଗତର।

ସନ୍ଥ କରେ ତାଙ୍କୁ ସ୍ତୁତି

    ହୃଦରୁ ଢ଼ାଳି ପ୍ରଣତି,

      ଶୁଣି ଭକ୍ତର ମିନତି

        କଲ୍ୟାଣ କରନ୍ତି ନିତି।

ସେ ନିରାକାର ଆକାର

   ସବୁଠି ତାଙ୍କ ସ୍ବାକ୍ଷର,

     ସେ ଚିର ଯୁବା କୁମାର

       ସେ ସତ୍ୟ ଶିବ ସୁନ୍ଦର।

ପ୍ରଭୁ ସର୍ବ ବିଦ୍ୟମାନ

   ସେ ସର୍ବଜ୍ଞ ବର୍ତ୍ତମାନ,

     ସର୍ବଦ୍ରଷ୍ଟା ଶକ୍ତିମାନ

       ସ୍ଵୟଂ ବିଧିରେ ବିଧାନ।

ସେ ଦୀନବନ୍ଧୁ ଦୈତାରି

    ଦୁଃଖରୁ କରନ୍ତି ପାରି,

      ପ୍ରଣମେ ତାଙ୍କୁ ସୁମରି

        ଯୁଗ ସମ୍ଭବ ଶ୍ରୀହରି।

   

  

        


Rate this content
Log in

Similar oriya poem from Abstract