STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଯୁଗ ଭାଷ

ଯୁଗ ଭାଷ

1 min
464


ଜୀବନ ଆଉ ଜୀବନବାନ୍ଧବ,

ମିଳେ ହୃଦୟର ବନ୍ଧେ,,,(ବନ୍ଧନରେ)

ହୃଦୟ ସହ ହୃଦୟ ମିଶିଲେ,

ବାଶ କର୍ପୂର ଗନ୍ଧେ


କିଛି ଲେଖି କିଛି ଶିଖି ଥିଲେସିନା,

ଚତୁରବର୍ଗେ ହେବ ଗଣା,,,

ଛନ୍ଦ ଦେହରେ ଛାନ୍ଦ ମିସିଲେ,

ହୁଏ କବିତାରେ ଭଣା


ଯେମିତି ଅଳ୍ପ ଅଳ୍ପରେ ଗଢ଼ା ହୋଇଯାଏ,

ଗଳ୍ପ କୁଞ୍ଜର କଳ୍ପ

ଭାବନା ଭରିଲେ ସେହି କଳ୍ପନାରେ,

ଭିନ୍ନ ହୋଇଥାଏ ଗଳ୍ପ


ଗାଁ ପାଣିଗଡ଼ି ,ନାଳରେ ମିଶଇ,

ନାଳ ପାଣି ବହେ ନଈରେ

ନଈ ପାଣି ବହୀ ସାଗରେ ମିଶଇ,

ତା ଭେଦ କିଏ ଯେ କହିରେ


ଭାବନା କୁ ଯଦି ନଈ ବୋଲି ଧରାଯାଏ,

ସେହି ଭାବନାରୁ ସାଗର ସୃଷ୍ଟି,

ଅଭାବନୀୟ ବହୀ ଥାଏ


ଭାବି ଦେଇ ପ୍ରିତୀ ଅମର ହୁଅଇ,

ରହି ଯାଏ ଯୁଗ ଭାଷ

ଅଳ୍ପ ଆମର ଜୀବନ ଯାତ୍ରା,

କ୍ଷଣିକରେ ନାହିଁ ଆଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract