STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ଯୁଦ୍ଧର ଭୟ ରୁନ୍ଥିଭୂତ ପ୍ରାଣ ଭିତର

ଯୁଦ୍ଧର ଭୟ ରୁନ୍ଥିଭୂତ ପ୍ରାଣ ଭିତର

1 min
214


ଅଭିମନ୍ୟୁ ପରି ଏବେ ମଣିଷ ଘେରା 

ହୋଇଛି ଯୁଦ୍ଧଖୋରୀଙ୍କ ବ୍ୟୁହରେ 

ମନରେ ରହୁଛି ଅକସ୍ମାତ୍ ଅପରିସୀମା  

ଯୁଦ୍ଧର ଭୟ ରୁନ୍ଥିଭୂତ ପ୍ରାଣ ଭିତରେ ।


ମଣିଷ ଭିତରେ ରହିଛି ପୁରି ପଞ୍ଚ ମନ 

ପଚିଶ ପ୍ରକୃତି ପ୍ରଭୃତିର ବିକିରଣ

ସେ ପ୍ରାବଲ୍ୟତା ଭେଦି ବହିର୍ମୁଖୀ ଲାଭା

ଜଣା ନାହିଁ କେବେ ହେବ ଉଦ୍‌ଗୀରଣ ।


କୋରୋନା ପରେ, ଅସୁସ୍ଥତା କାରଣରୁ 

ମଣିଷ ଚାହେଁ ଶୁଭ ଶାନ୍ତିତ୍ୱର ଚିନ୍ତନ

ଭାବି ନଥିଲା ସାମ୍ରାଜ୍ୟବାଦୀଙ୍କ ପାଗଳାମି 

ବିଶ୍ୱକୁ ଧ୍ୱଂସ କରିବାର ଯୋଜନା ମାନ ।


ଆଣବିକ ଗବେଷଣାଗାର ଭିତରେ ସତେ କି 

ଚିନ୍ତା କରି ନଥିଲେ ସର୍ବଶ୍ରେଷ୍ଠ ଗବେଷକଗଣ

ବିଶ୍ୱରେ ପ୍ରାଣୀ ଜୀବନର ଧ୍ଵଂସ ଆଣିବ ଦିନେ 

ନା ଦିନେ ଆଟମିକ ବମ୍ବର ଉଦ୍ଭାବନ ।


କଣ କହିବା କୁହ ଅଷ୍ଟାଦଶ ଶତାବ୍ଦୀର ମତରେ

ବିଶ୍ୱାସ ରଖୁଥିବା ସେହି ମତାନ୍ଧ ମାନଙ୍କୁ 

ବିଡ଼ମ୍ବନା ହିଁ ସାର ହେବ କ୍ଷମତାରେ ବସନ୍ତି ସେହି 

ମନୁଷ୍ୟଗଣ ବିଶ୍ୱର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ।


ଆଣବିକ ହେଉ କି ମାନବିକ ଅଧିକାରର ସୁରକ୍ଷା

ପାଇଁ ବଶ୍ୱ ଶାନ୍ତି ତ ନିହାତି ପ୍ରୟୋଜନ

ସମାଜକୁ ହେଉ ଅଥବା ମଣିଷ ବ୍ୟକ୍ତିତ୍ଵ ପାଇଁ ସବୁ 

ଉତ୍କଟ, ଯଦି ନରହିବ ଶାନ୍ତ ପରିବେଶର ସନ୍ତୁଳନ ।


ସାମ୍ରାଜ୍ୟ ପାଇଁ ସାମ୍ରାଜ୍ୟବାଦୀ ଭିତରେ ଲୋପ

ପାଇଛି ମାନବିକ ସବୁ ସମ୍ବେଦନା 

ଭସ୍ମାସୁର ବ୍ରତରେ ସେ ବ୍ରତୀ ହୋଇଛି, କଅଣ

କରିବ ତାର ସମଗ୍ର ବିଶ୍ଵ ଅନୁଷ୍ଠାନ ଥାଇ ସିନା ।


ବ୍ରହ୍ମାସ୍ତ୍ର ଏବଂ ବୈଷ୍ଣବାସ୍ତ୍ର ପରି ପରମାଣୁ ଶକ୍ତିର

ପ୍ରୟୋଗେ ଘଟିବ ଯେଉଁ ବିଘଟନ

ସର୍ବହରାର ହାରିବାକୁ ନାହିଁ କିଛି,ସେ ହରେଇ 

ପାରେ ସାମ୍ରାଜ୍ୟବାଦକୁ ହେଉ ଯତେ କ୍ଷମତାବାନ



Rate this content
Log in

Similar oriya poem from Abstract