STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ଯୁଦ୍ଧର ଭୟ ରୁନ୍ଥିଭୂତ ପ୍ରାଣ ଭିତର

ଯୁଦ୍ଧର ଭୟ ରୁନ୍ଥିଭୂତ ପ୍ରାଣ ଭିତର

1 min
217


ଅଭିମନ୍ୟୁ ପରି ଏବେ ମଣିଷ ଘେରା 

ହୋଇଛି ଯୁଦ୍ଧଖୋରୀଙ୍କ ବ୍ୟୁହରେ 

ମନରେ ରହୁଛି ଅକସ୍ମାତ୍ ଅପରିସୀମା  

ଯୁଦ୍ଧର ଭୟ ରୁନ୍ଥିଭୂତ ପ୍ରାଣ ଭିତରେ ।


ମଣିଷ ଭିତରେ ରହିଛି ପୁରି ପଞ୍ଚ ମନ 

ପଚିଶ ପ୍ରକୃତି ପ୍ରଭୃତିର ବିକିରଣ

ସେ ପ୍ରାବଲ୍ୟତା ଭେଦି ବହିର୍ମୁଖୀ ଲାଭା

ଜଣା ନାହିଁ କେବେ ହେବ ଉଦ୍‌ଗୀରଣ ।


କୋରୋନା ପରେ, ଅସୁସ୍ଥତା କାରଣରୁ 

ମଣିଷ ଚାହେଁ ଶୁଭ ଶାନ୍ତିତ୍ୱର ଚିନ୍ତନ

ଭାବି ନଥିଲା ସାମ୍ରାଜ୍ୟବାଦୀଙ୍କ ପାଗଳାମି 

ବିଶ୍ୱକୁ ଧ୍ୱଂସ କରିବାର ଯୋଜନା ମାନ ।


ଆଣବିକ ଗବେଷଣାଗାର ଭିତରେ ସତେ କି 

ଚିନ୍ତା କରି ନଥିଲେ ସର୍ବଶ୍ରେଷ୍ଠ ଗବେଷକଗଣ

ବିଶ୍ୱରେ ପ୍ରାଣୀ ଜୀବନର ଧ୍ଵଂସ ଆଣିବ ଦିନେ 

ନା ଦିନେ ଆଟମିକ ବମ୍ବର ଉଦ୍ଭାବନ ।


କଣ କହିବା କୁହ ଅଷ୍ଟାଦଶ ଶତାବ୍ଦୀର ମତରେ

ବିଶ୍ୱାସ ରଖୁଥିବା ସେହି ମତାନ୍ଧ ମାନଙ୍କୁ 

ବିଡ଼ମ୍ବନା ହିଁ ସାର ହେବ କ୍ଷମତାରେ ବସନ୍ତି ସେହି 

ମନୁଷ୍ୟଗଣ ବିଶ୍ୱର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ।


ଆଣବିକ ହେଉ କି ମାନବିକ ଅଧିକାରର ସୁରକ୍ଷା

ପାଇଁ ବଶ୍ୱ ଶାନ୍ତି ତ ନିହାତି ପ୍ରୟୋଜନ

ସମାଜକୁ ହେଉ ଅଥବା ମଣିଷ ବ୍ୟକ୍ତିତ୍ଵ ପାଇଁ ସବୁ 

ଉତ୍କଟ, ଯଦି ନରହିବ ଶାନ୍ତ ପରିବେଶର ସନ୍ତୁଳନ ।


ସାମ୍ରାଜ୍ୟ ପାଇଁ ସାମ୍ରାଜ୍ୟବାଦୀ ଭିତରେ ଲୋପ

ପାଇଛି ମାନବିକ ସବୁ ସମ୍ବେଦନା 

ଭସ୍ମାସୁର ବ୍ରତରେ ସେ ବ୍ରତୀ ହୋଇଛି, କଅଣ

କରିବ ତାର ସମଗ୍ର ବିଶ୍ଵ ଅନୁଷ୍ଠାନ ଥାଇ ସିନା ।


ବ୍ରହ୍ମାସ୍ତ୍ର ଏବଂ ବୈଷ୍ଣବାସ୍ତ୍ର ପରି ପରମାଣୁ ଶକ୍ତିର

ପ୍ରୟୋଗେ ଘଟିବ ଯେଉଁ ବିଘଟନ

ସର୍ବହରାର ହାରିବାକୁ ନାହିଁ କିଛି,ସେ ହରେଇ 

ପାରେ ସାମ୍ରାଜ୍ୟବାଦକୁ ହେଉ ଯତେ କ୍ଷମତାବାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract