STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଯୁଦ୍ଧର ଅର୍ଥନୀତି

ଯୁଦ୍ଧର ଅର୍ଥନୀତି

1 min
507


ସଭିଏଁ ତ ଜୀବନେ ଇଛନ୍ତି ଶାନ୍ତି

ନିହାତି ଜରୁରୀ ଅଟଇ ଏଇ ଶାନ୍ତି

ବିଶ୍ବ ନେତୃବୃନ୍ଦ ଭଜନ ଗାଆନ୍ତି

ସଦା ନାମ ତାର ଜପି ଜପି

ସଂସାରେ ଯଦି ବିରାଜିବ ଶାନ୍ତି

ଲଢ଼ିବେନି କେହି ଆପଣା ଭିତରେ !

ଅହିଂସା ଧର୍ମରେ ହୋଇ ବ୍ରତୀ

କେମିତି ବଢ଼ିବ ଆଗକୁ ଆଗକୁ

ଏଇ ଦୁନିଆର ଯୁଦ୍ଧ ଅର୍ଥନୀତି?

ଯୁଦ୍ଧ ପାଇଁ ଲୋଡ଼ା ଯେତେ

ହାତ ହତିଆର ଗୁଳିଗୋଳା

ବାରୁଦ କମାଣ ତୋପ ଜାହାଜ,

ଲୋଡିବେନି ଆଉ ଯଦି କେହି

ଶାନ୍ତିର ଦୂତ ହୋଇ

ବାପୁଡ଼ା ଶ୍ରମିକ ଅନାହାରେ

ନୋହିବ କି ହନ୍ତସନ୍ତ

କି ହୋଇବ ତା'ର ଭବିଷ୍ୟତ?

ଯେଉଁ ବିକଶିତ ରାଷ୍ଟ୍ର ଖୋଲି

ବସିଛନ୍ତି ବିପଣି ଅସ୍ତ୍ରଶସ୍ତ୍ର

ବ୍ୟାପାର କରିବା ପାଇଁ

ଯୁଦ୍ଧ ବିହୁନେ ନିଶ୍ଚୟ ଦିନେ

ଯିବେ ଦେବାଳିଆ ହୋଇ

ସେହୁ ଉସୁକାଇ ବାଦୀ ପ୍ରତିବାଦୀ

ଲଗାନ୍ତି ଭିଆଣ କେତେ

ବିବାଦର କେବେ ବି ଅନ୍ତ ନାହିଁ

ନିତି ମଣିଷର ଲହୁ ଝରୁଥାଇ!!

ଇରାକ ଆଫଗାନିସ୍ତାନ ସୁଦାନ

କାଶ୍ମୀର ହେଉ ଅବା ପାଲେଷ୍ଟାଇନ

ଅବା ଚେଚନ୍ୟା ଅବା ସିରିଆ

ଅବା ଆଫ୍ରିକାର କେଉଁ ଦେଶ

ସବୁଠି ଏଇ ରକ୍ତମୁଖା କ୍ଷମତା

ରଙ୍କୁଣା ମଣିଷ ଅହରହ ଯୁଦ୍ଧରତ

ଭୂଲୁଣ୍ଠିତ ମାନବୀୟ ମୁଲ୍ୟବୋଧ

ଆପଣା ହସ୍ତେ ଜିହ୍ଵା ଛେଦି

କେ ଅଛି ତା'ର ପ୍ରତିବାଦୀ?

ବିକଶିତ ରାଷ୍ଟ୍ରଙ୍କ ଅର୍ଥରେ

ପରିଚାଳିତ ପ୍ରତିପାଳିତ

ଜାତିସଂଘ ତ ସାଜିଛି କେବଳ

କର୍ତ୍ତୁତ୍ବ ବିହୀନ ନିରବ ଦର୍ଶକ !

ଯୁଦ୍ଧର ଅର୍ଥନୀତିରେ ଭାଗିଦାର

ବଢ଼ୁଛି ବିବାଦ ହୁଏ ପ୍ରଲମ୍ବିତ

ଆପୋଷ ସମାଧାନର ପନ୍ଥା ନାହିଁ

ବିନା ଲାଭରେ କେ ବଣିଜ କରଇ?

ସଭିଏଁ ଆପଣା ସ୍ବାର୍ଥ ସିଦ୍ଧି ପାଇଁ

ମଣିଷ ଜୀବନକୁ ବାଜି ଲଗାଇ

ଲଭୁଛନ୍ତି ଆନନ୍ଦ ନିରପେକ୍ଷ ରହି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy