ଯୁଦ୍ଧ
ଯୁଦ୍ଧ
ଆସ ଭାଇ ଆଜି ବେଳ ଯେ ଆସିଛି
ନିଜକୁ କର ଅର୍ଜୁନ ।
କରୋନା କୌରବ ପରି ଲୋପ ହେବ
ନରହିବ ବଂଶ ଚିହ୍ନ ।।
ରଥ ଯେ ଶରୀର ସାରଥୀ ରଥର
ମନ ଯେ ଅଟେ ଆମର ।
ମନ କୁ ଆମର କରିବା ବଜର
ଯୁଦ୍ଧ ହେଲାଣି ଯେ ଘୋର ।।
ଚକ୍ର ବ୍ୟୁହ ମଧ୍ୟେ ପଶିବାକୁ ହେବ
ନେଇଣ ଯେ ପୂର୍ଣ୍ଣ ଶିକ୍ଷା ।
ସତର୍କତା ସହ ଲଢି ବାକୁ ହେବ
ଅଭିମନ୍ୟୁ ଦେଲେ ଶିକ୍ଷା ।।
ପାଞ୍ଚ ଭାଇ ମନ ଏକାଠି ସଇନ
ହୋଇଲେ ବିଜୟୀ ହେବା ।
କ୍ଷଣିକ ମଧ୍ୟରେ ଯୁଦ୍ଧ ସରିଯିବ
କରୋନା ଆମେ ମାରିବା ।।
ରଣ କ୍ଷେତ୍ରେ ଆଜି ଯୋଦ୍ଧା ଆମେ ସାଜି
କରିବା ଆମେରେ ଯୁଦ୍ଧ ।
ପଛ ଘୁଞ୍ଚା ଜମା ନ ଦେବା ଆମେରେ
କରିବା କରୋନା ବଧ ।।
