STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଯୁଦ୍ଧ ନୁହେଁ ଶାନ୍ତି

ଯୁଦ୍ଧ ନୁହେଁ ଶାନ୍ତି

1 min
425

ଯୁଦ୍ଧ ନୁହେଁ ଶାନ୍ତି ଚାହେଁ

ଏ ସମଗ୍ର ମାନବ ସମାଜ

ହେଉ ସେ ୟୁକ୍ରେନ ଅବା ଋଷ୍

ହେଉ ସେ ଆମେରିକା ଅବା ନାଟୋ

ଯୁଦ୍ଧ ନୁହେଁ ଶାନ୍ତି ପାଇଁ ଲୋଡେ 

ଏ ସଭ୍ୟ ସମାଜ ।

ଯୁଦ୍ଧ ନୁହେଁ ସବୁ ସମାଧାନର ପଥ

ସଭ୍ୟ ଓ ସଭ୍ୟତାର ଡିଣ୍ଡିମ ପିଟୁଥିବା

ବିକାଶଶୀଳ ରାଷ୍ଟ୍ରମାନଙ୍କର

ନୁହେଁ ଏ ମହତ୍ତ୍ଵ

ମଣିଷ ସମାଜ କୁ

ଧ୍ଵଂସ ସ୍ତୁପେ କରିବାକୁ ପରିଣତ

ନିଜ ନିଜ କ୍ଷମତା ଓ ଅହଂକାରେ

ନ ହୋଇ ଅନ୍ଧ

ନ କରି ବସନ୍ତୁ ଧ୍ଵଂସ ର ତାଣ୍ଡବ ଯୁଦ୍ଧ ।


ଏ ସଭ୍ୟ ମାନବ ଚାହୁଁଛି କି ଯୁଦ୍ଧ

ନିଜ ଅହମିକା କୁ କରିବାକୁ ପ୍ରାପ୍ତି

ଚାହେଁ ଏ ମଣିଷ ଯୁଦ୍ଧ

ଯୁଦ୍ଧ କ'ଣ ସବୁ ସମାଧାନ

ଯୁଦ୍ଧ କ'ଣ ଆଣିଦିଏ ଶାନ୍ତି ?


 ନିରୀହ ଶିଶୁ ନିରୀହ ମା

 ନିରୀହ ଜନତା କ'ଣ ପାଏ

ଏ ଦ୍ଵନ୍ଦ୍ଵ ଯୁଦ୍ଧରୁ

ସୁଉଚ୍ଚ ଅଟ୍ଟାଳିକା ମାନ କ'ଣ ଅପରାଧୀ

 ସେମାନେ କ'ଣ ପାଆନ୍ତି ଏ ଯୁଦ୍ଧରୁ

 ଦୁର୍ବଳ ଉପରେ ସବଳର ଅତ୍ୟାଚାର

 କାହିଁକି ହେ ସବଳ ଗୋଷ୍ଠୀ

 ଦୁର୍ବଳ ଙ୍କୁ ତୁମେ ହତ୍ୟାକର

 କ'ଣ ପାଅ ତୁମେ ଏତେ କୂଟ କପଟ କରି

 ଯୁଦ୍ଧରେ ଧରାଇ ଦିଅ କାହିଁକି ନିରୀହ

 ମଣିଷ ମାନଙ୍କ ହାତରେ ତରବାରୀ

 କାହିଁକି ସାଜ ତୁମେ ଅତ୍ୟାଚାରୀ ?


  ମା କୋଳରୁ ଛଡାଇ ନିଅ କାହିଁକି

  ତା'ର ନିରୀହ ଶିଶୁକୁ

  କାହିଁକି ସଜାଇ ଦିଅ ନିରୀହ ଜନତାଙ୍କୁ

  ଅସହାୟ ନିଃସହାୟ ଓ ଭିକ୍ଷୁ

  ଦେଇ କି ପାରିବ ଏହାର ଉତ୍ତର

  ହେ ଭୀରୁ କାପୁରୁଷ ଯୁଦ୍ଧ ଲିପ୍ସୁ ଗଣ

  ଯୁଦ୍ଧାସ୍ତ୍ରେ ସଜାଇ ନିଜକୁ

  ହତ୍ୟାକାରୀ ଅତ୍ୟାଚାରୀ ସାଜି

  କି ଦେଖାଅ ତୁମ ଟାଣ ପଣ ?

 

  ଯୁଦ୍ଧ ନୁହେଁ ସବୁ ସମାଧାନର ପଥ

  ମଣିଷ ସମାଜର ଚାହଁ ଯଦି ମୁକ୍ତି

  ସଭ୍ୟ, ଶିକ୍ଷିତ ବୋଲି

  କୁହ ଯଦି ତୁମେ ମହା ଶକ୍ତି

  ଅଛି ଯଦି ତୁମ ପାଶେ ଆଦର୍ଶ ଓ ନୀତି

  ନ ରଖି ମନେ କିଛି ଭୀତି

  ମଣିଷ ମଣିଷ ମଧ୍ୟେ ବଢାଅ ପ୍ରୀତି

  ବିଶ୍ଵେ ରଚାଅ ଯୁଦ୍ଧ ବଦଳେ ଶାନ୍ତି

  ବିଶ୍ଵ ସମୁଦାୟ ସଭ୍ୟତା ନାମେ

  ସମୃଦ୍ଧି ନାମେ, ବିକାଶ ନାମେ

  ପ୍ରଗତି ନାମେ ଚାହେଁନି ଯୁଦ୍ଧ

  ଚାହେଁ ଭ୍ରାତୃତ୍ଵ, ମୈତ୍ରୀ ଓ ଶାନ୍ତି

  ଏ ସମଗ୍ର ମାନବ ସମାଜ ଚାହେଁ

  ଯୁଦ୍ଧ ନୁହେଁ ଶାନ୍ତି

  ସେ ଋଷ୍ ହେଉ କି ଆମେରିକା ହେଉ

  ମାନବିକତା ମଣିଷ ପଣିଆ କୁ

  ସର୍ବାଗ୍ରେ ରଖି ସମସ୍ତେ ଚିନ୍ତନ୍ତୁ

  ମାନବ ଜାତି ପାଇଁ ଲୋଡା

  ଯୁଦ୍ଧ ନୁହେଁ ଶାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract