STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଯୁବପିଢି ତୁମେ ଜାତି କର୍ଣ୍ଣଧାର

ଯୁବପିଢି ତୁମେ ଜାତି କର୍ଣ୍ଣଧାର

1 min
134

ଯୁବ ପିଢ଼ି ତୁମେ ଜାତି କର୍ଣ୍ଣଧାର

  ଜାତିର ପ୍ରଗତି କର୍ତ୍ତବ୍ୟ ତୁମ୍ଭର

ଆଳସ୍ୟକୁ ତେଜି ହୁଅ ଆଗଭର

  କରିବାକୁ ନବ ନିର୍ମାଣ ଦେଶର


ଜ୍ଞାନ ଗାରିମାକୁ ଆହରଣ କରି

   ସଭିଙ୍କର ମନେ ଦିଅ ଆଶାଭରି

ଦୁଃଖକ୍ଳେଶ ଯେତେ ସମାଜରୁ ହରି

   ନବ ଉନ୍ମାଦନ ହୃଦେ ଯାଉ ଝରି


ସ୍ୱାର୍ଥ,ହିଂସା,ଈର୍ଷା କପଟକୁ ନାଶି

   ଭରିଦିଅ ସର୍ବପ୍ରାଣେ ହସଖୁସି 

ସ୍ନେହଶ୍ରଦ୍ଧା ପ୍ରୀତି ସେବା ଭାବ ରାଶି

   ତଵ ଦାନେ ଗାଉଥାନ୍ତୁ ଦେଶବାସୀ


ସତ୍ୟ ନ୍ୟାୟ ପଥେ ହୋଇ ଅଗ୍ରସର

     ମାନ ସନମାନ ବଢ଼ାଓ ଦେଶର 

ରକ୍ଷା କରିବାକୁ କଳା ସଂସ୍କୃତିର

     ପଢୁଥାଅ ସଦା ପୃଷ୍ଠା ଅତୀତର


ଗାଉଥାଅ ତୁଣ୍ଡେ ଜାତି ପ୍ରୀତି ଗୀତ

     ଶତ୍ରୁକୁ ହଟାଓ ଦେଇ ନିଜ ରକ୍ତ

ସାରାବିଶ୍ୱେ ନିଶ୍ଚେ ହେବ ପରିଚିତ

    ଆହ୍ବାନର ବାଣୀ ସ୍ମରୁଥାଅ ନିତ୍ୟ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract