ଯୋଗୀ ପ୍ରେମିକ ଭାଗ -୨
ଯୋଗୀ ପ୍ରେମିକ ଭାଗ -୨
ଯଦି ବି ତୁମ ସ୍ବପ୍ନରେ ଛେଦ ହେବ
ପ୍ରତି ଛେଦରେ ଲେଖକର ଭାବ ଲୁଚିବ
ମୁଁ ତାକୁ ଖୋଜିଯିବି ଭାବୁକଟେ ହୋଇ,
ଲେଖକକୁ ଦୀର୍ଘ ବୟସ ଦେବା ପାଇଁ
ତୁମ ଆଖିର ଲୁହ ଭିଜା କଜଳକୁ ନେଇ
ମୁଁ ବି ଲେଖି ଯାଉଥିବି କବିତାଟିଏ ।
ତୁମ ମୁହଁ ଦେଖି ଆଇନା ବି କାନ୍ଦିଦିଏ
ମୁଁ ସେ ଆଇନାର ହସ ହୋଇଯିବି
ଦେଖିବ ଦୁନିଆ ଜାଗତିକ ଅସ୍ତ୍ରର ପ୍ରହାର
ତାନ୍ତ୍ରିକଟେ ସାଜିବି ତୁମ ଦୁଃଖର ଲାଘବ ପାଇଁ
ତୁମେ ଦେଖିବ,
ପ୍ରେମ ମହାମନ୍ତ୍ର ଉଚ୍ଚାରଣ ହେବ
ତୁମ ଦୁଃଖସବୁ ଆର୍ତ୍ତ ଚିତ୍କାର କରି ଗୁଞ୍ଜିବେ
ମୁଁ ତ୍ୟାଗ କରିଦେବି ମୋ ସୁଖର ମୁହୂର୍ତ୍ତ
ଯୋଗୀ ପ୍ରେମିକ ତପସ୍ୟାର ଜପ-ତପରେ
ଶେଷରେ ଆକାଶରେ ଲିଭି ଯାଉଥିବି..
ପୂର୍ଣ୍ଣ ଚନ୍ଦ୍ରରୁ ରଜନୀର ଅର୍ଧ ଚନ୍ଦ୍ର ହୋଇ ।
