Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Abstract

5.0  

Sahadev Behera

Abstract

ଯୋଗ

ଯୋଗ

1 min
238



ସୂର୍ଯ୍ୟଦେବ ନମୋ ନମୋ

ସକଳ ଶକ୍ତି ଆଧାର

ତମେ ବିଶ୍ବ ତମେ ବ୍ୟୋମ

ତମେ ଜଳ ସମୀର ll 1


ପ୍ରଭାତେ ସିନାନ ସାରି  

ଯେ ପ୍ରଣାମ କରଇ

ଦୂର ହୁଏ ସବୁ ରିଷ୍ଟ 

ଦେହେ ଶକ୍ତି ଭରଇ ll 2


ଦାନ,ଧ୍ୟାନ, ଯୋଗ,ତପ 

ତମ ଆରାଧନା ପାଇଁ 

ଏ ଭବ ସଂସାର ଦୁଃଖ 

ଯାଏ ସବୁ ଦୂର ହୋଇ ll 3


ଯୋଗ କଲେ ଦେହ ମନ 

ସୁସ୍ଥ ରହଇ ସଦା 

ଆତ୍ମବଳ ବିକଶଇ

ହଟଇ କ୍ଳେଶ ବାଧା ll 4


ମୁନି ଋଷି ତପୀ ଯୋଗୀ 

ସିଦ୍ଧି ଲଭଇ ଯୋଗେ 

ବ୍ରହ୍ମ ବିଶ୍ବାସୀ ଈଶ୍ବର ଭକ୍ତି 

ସଂସ୍କାରୀ ହୁଏ ଆଗେ ll 5


ମନ ଧ୍ଯାନ ଏକାଗ୍ରତା 

ବଢଇ ଦୟା ଭାବ

ଯୋଗ ଅଭ୍ୟାସ ସୂର୍ଯ୍ୟ ପ୍ରଣାମ 

ହୁଅଇ ସଦା ଲାଭ ll 6


Rate this content
Log in

Similar oriya poem from Abstract