STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଯୋଗ

ଯୋଗ

1 min
265

ଭାରତ ସଂସ୍କୃତି ଭାରତ ଐତିହ୍ୟ

ଯୋଗର ମହତ୍ତ୍ୱ ଗାଏ,

ପାତଞ୍ଜଳି ମହର୍ଷିଙ୍କ ଯୋଗଵିଦ୍ୟା 

ସ୍ୱାସ୍ଥ୍ୟ ରକ୍ଷା ଶିକ୍ଷା ଦିଏ l


ଯୋଗ ହିଁ ସ୍ୱାସ୍ଥ୍ୟ ର ଅଟେ ମୂଳ ମନ୍ତ୍ର

ସୁସ୍ଥ ରହିବାର ପାଇଁ,

ସକାଳେ ସଞ୍ଜେ ଯୋଗ କରୁଥିଲେ

ନିରୋଗ ଜୀବନ ସେଇ l


ବାବା ରାମଦେବ ଙ୍କର ଯୋଗଶିକ୍ଷା

ପ୍ରାଣାୟାମ ଆଦି କରି,

ସୁସ୍ଥ ରହିଥିବା ବଞ୍ଚିଥିବା ଯାଏ 

ନିରୋଗ ଜୀବନ ଧରି l


କପାଳଭାତି, ଅନୁଲୋମଵିଲୋମ

ଭସ୍ତ୍ରୀକା ଭ୍ରାମରୀ ଜାଣ,

ଥଣ୍ଡା ଆଦି ରୋଗ ପାଇଁ ଏହି ସବୁ 

ଅଟନ୍ତି ଯେ ରାମବାଣ, l


ହସ୍ତ ପାଦର ଯୋଗାସନ କଲେ

ରକ୍ତ ସଂଚାଳନ ଭଲ,

ଦେହର ସମସ୍ତ ସ୍ନାୟୁ କୋଷ ଆଦି

ହୁଅନ୍ତି ଆମ ସବଳ l


ସୂର୍ଯ୍ୟ ନମସ୍କାର ପ୍ରତିଦିନ କଲେ

ରୋଗ ପ୍ରତିରୋଧ ବଢେ,

ନୂଆ ନୂଆ କୋଷ ସ୍ନାୟୁ ସୃଷ୍ଟି ହୋଇ

ଦେହ କୁ ଉତ୍ତମେ ଗଢେ l


ଆଖି ଗଳା କର୍ଣ୍ଣ ଆଉ ନାସିକାର

ବ୍ୟାୟାମ ଟି ହେଉଥିଲେ,

ବହୁ ଦିନ ଧରି ଶକତି  ତାଙ୍କର 

ବୃଦ୍ଧି ହୁଏ ଜୀବ କାଳେ l


ଜୁନ ଏକୋଇଶ ଯୋଗଦିବସରେ

ଆସରେ ଶପଥ ନେବା,

ପ୍ରତିଦିନ ଆମେ ଯୋଗ ଆଦି କରି

ଦେହକୁ ସୁସ୍ଥ ରଖିବା l


Rate this content
Log in

Similar oriya poem from Inspirational