STORYMIRROR

KSHIRADRI SAHU

Inspirational

3  

KSHIRADRI SAHU

Inspirational

ଯୋଗ

ଯୋଗ

1 min
177

ଯୁଗେ ଯୁଗେ ଯୋଗ ଆଦ୍ୟ ୠଷି ଗଣେ

  କରୁଥିଲେ ଯୋଗ ଶିକ୍ଷା

  ଦୀର୍ଘାୟୁ ନିରୋଗ ରହୁଥିଲେ ସଦା

    ଜୀବନରେ କରି ଦୀକ୍ଷା। 


କଲେ ଯୋଗାଭ୍ୟାସ ରହିବ ନିରୋଗ

    ମନ ସନ୍ତୋଷ ରହିବ

    ସୁନ୍ଦର ଜୀବନ ହେବ ନିରାମୟ

      ସୁସ୍ଥରେ ବଞ୍ଚିବା ଦିନ।  


ଦେହ ମନ ପ୍ରାଣ ରହିବ ଭଲରେ

  ଯୋଗ ପ୍ରାଣାୟମ କଲେ

  ଜୀବନ ଜଞ୍ଜାଳ ବିଷମ ବି ଥିଲେ 

   ଅମୃତ ଭରିବ ଦେହେ। 


ଯୋଗ ନୀତି ଜ୍ଞାନ ପୂଣ୍ୟ ଭାରତରେ

  ଯୁଗେ ଯୁଗେ ରହି ଅଛି

  ଏବେ ସେ ବିଶ୍ବରେ ପ୍ରସିଦ୍ଧ ହୋଇଣ

   ଯୋଗ ଦିବସ ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational