STORYMIRROR

Kalpana Satpathy

Action Classics Thriller

3  

Kalpana Satpathy

Action Classics Thriller

ଯୋଦ୍ଧା

ଯୋଦ୍ଧା

1 min
150

ମୁଁ ନବ ପ୍ରଭାତର ନୂଆ ଅରୁଣିମା

ମୁଁ ଗୋଟିଏ ସୂର୍ଯ୍ୟ ର

କୋଟି କୋଟି ଆଭା

ମୁଁ ନୁଆ ଦିଗନ୍ତର ମଳୟର ଧାରା l

ମୁଁ ଶସ୍ୟଶ୍ୟାମଳା ଚିରପ୍ରସବିନୀ ମା'ର

ଅମୃତ ର ସନ୍ତାନ ର ଅଟେ ବୀର ଯୋଦ୍ଧା।

ମୁଁ ଉତ୍ତଙ୍ଗ ହିମାଳୟ ର ଗିରି ଶିଖର

ମୁଁ କୋଟିଏ ମାତାଙ୍କ ର ହୃଦୟ ସ୍ପନ୍ଦନ

ମୁଁ ଅଟେ ରକ୍ତବୀଜ ସ୍ଵାଧୀନ ଭାରତ ର l

ମୁଁ ମୁକ୍ତି ସଂଗ୍ରାମର ମହାନାୟକ

ମୁଁ ସେହି ଘନଘଟା ଯୁଦ୍ଧର

ଶବ୍ଦର ବିରାଟ ଝଙ୍କାର l

ମୁଁ ସେହି ଯାହାର ଆହ୍ବାନ ରେ

ଥରୁଥିଲା ବିଦେଶୀର ଛାଡି

ମୁଁ ସେହି ଯାହାର ପଦାଘାତେ

ବିଦିର୍ଣ୍ଣ ଖଣ୍ଡ ଖଣ୍ଡ ବିଦେଶୀର ଚିହ୍ନ।

ମୁଁ ସେହି ଯୋଦ୍ଧା ଯିଏ କି ଶ୍ରବଣ

କରିଛି ଭାରତମାତାର ଅସରନ୍ତି କ୍ରନ୍ଦନ

ମୁଁ ସେହି ଜାଗ୍ରତ ପ୍ରହରୀ

ପ୍ରହେଳିକାମୟ ସ୍ଵପ୍ନ ର l

ମୁଁ ସେହି ଦିଗବିଜୟୀ ବୀର

କୋଟି କୋଟି ମମତାମୟୀ ମା'ଙ୍କର।

ମୁଁ ସେହି ଟାଣୁଆ ଶୋଣିତର ଅସ୍ତ୍ର 

ଯାହା ପାଇଁ ଜାତି ଆଜି ପାଇଛି

ମୁକତିର ପାରିଜାତ ର ପୁଷ୍ପ l

ବାଣ୍ଟି ଚାଲୁଛି ସୁଖ ଆଉ ସୁଖ

ମୁଁ ଯୋଦ୍ଧା ସବୁରି ହୃଦୟେ

ରହିଥିବି ଚିରଦିନ l

ମୋ ପାଇଁ ସୃଷ୍ଟି ହେଉଥିବ

ନୂଆ ନୂଆ ଇତିହାସ।



Rate this content
Log in

Similar oriya poem from Action