STORYMIRROR

Krushna Chandra Dakua

Tragedy Action

3  

Krushna Chandra Dakua

Tragedy Action

ଯୋଦ୍ଧା ତୁମେ

ଯୋଦ୍ଧା ତୁମେ

1 min
11.8K

ଯୋଦ୍ଧା ତୁମେ 

ତୁମକୁ ଶତ ପ୍ରଣାମ

ଲଢୁଛ ଅଦୃଶ୍ୟ ଶତୃ ସାଙ୍ଗରେ

କଳବଳ କୌଶଳେ 

ନିଜ ଜୀବନକୁ କରି ଏକାକାର l


ମାନୁ ନାହଁ ତୁମେ ଖରା ବର୍ଷା ଭୟ

ଦେଉଛ ସର୍ବଦା ସଭିଙ୍କୁ ସ୍ୱାସ୍ଥ୍ୟ  ସେବା 

ଆଜି ଦେଶ ବିପଦ ସଙ୍କେତ'ର

ଖଣ୍ଡା ଧାରେ ଝୁଲୁଥିବା ବେଳେ

ବର୍ତ୍ତମାନ ତୁମେ ପାଲଟିଛ 

ନିର୍ବିକ ସୈନିକ 

ତୁମକୁ ଶତ ସଲାମ 


ମଣିଷ ସମାଜ ପାଇଁ 

ତୁମେ ଦେବଦୂତ ସାଜି

ଲଗାଇଛ ତୁମେ 

ତୁମ ଜୀବନକୁ ବାଜି 

ମୋର ବିଶ୍ୱାସ ଅଛି 

ତୁମ ଅବିଶ୍ରାନ୍ତ ପରିଶ୍ରମ ଫଳେ

ନିଶ୍ଚେ ସୃଷ୍ଟି ହେବ ଦିନେ ନା ଦିନେ 

ସ୍ୱର୍ଣ୍ଣ।କ୍ଷର ଲିପିବଦ୍ଧ କୀର୍ତ୍ତିରାଜି l


କରୋନା କାୟାଟା 

ସମଗ୍ର ବିଶ୍ୱରେ ବିସ୍ତାରିତ ଆଜି 

ସ୍ୱତଃ ବିଶ୍ୱ ହୁଏ ଥରହର 

ମଣିଷ ଜ୍ଞାନ ବିଜ୍ଞାନ ଅସହାୟ ମନେ 

ଈଶ୍ୱର ତୁମେ ସଭିଙ୍କୁ ରକ୍ଷା କର 

ହଁ ଈଶ୍ୱର ତୁମେ ସଭିଙ୍କୁ ରକ୍ଷା କର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy