STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଯୋଦ୍ଧା ସୈନିକ

ଯୋଦ୍ଧା ସୈନିକ

1 min
26.9K


ଯୋଦ୍ଧା ସୈନିକ

🖊🖊🖊🖊🖊🖊🖊🖊



ତୋ ଛୁଆଁରେ ଜୀବନ୍ୟାସ ପାଏ,

ସତେଜ ହୋଇଯାଏ ଶୁଷ୍କ ଜୀବନ,

ତୋ ରୂପରେଖରେ ବଦଳି ଯାଏ

ଜୀବନର ରଙ୍ଗ,ରୂପ ଆଉ ପଥ।

ଚଳଚଞ୍ଚଳ ହୋଇଉଠେ

ଶରଧା ବାଲିର କ୍ଷୁଦ୍ର ବାଲି କଣିକା।

ଅଭେଦ୍ୟ ଦୁର୍ଗ ସୁଗମ ହୋଇଯାଏ।

ଟିକିଏ ଛୁଆଁରେ ଦୁଃଖର

ଅମା ଅନ୍ଧାର ହଟିଯାଏ।

ଦୋହଲି ଯାଏ ବିଧାନସଭା,

ଟଳମଳ ହୁଏ ରାଜସିଂହାସନ,

ସବୁଠାରେ ଥାଏ ତୋର ଅବାଧ ପ୍ରବେଶ।

ତୁ ତ ଗୋଟିଏ ନୀରବ ସାଧକ।

ତୋ ଅମୂଲ୍ୟ ପରଶରେ ନିମିଷକେ ଚଞ୍ଚଳା ଖେଳିଯାଏ।

ବରଷିଯାଏ ମୂଷଳ ବାରି ଧାରା ।

ଶାନ୍ତ ହୋଇଯାଏ ବସୁଧା।ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହୋଇଯାଏ ସାରା ସଂସାର।

ତୋତେ ତୋ ଅମୂଲ ମୂଲର ଦାନ

କିଏ ବା ଦେଇପାରିବ?

ତୁ ପରା ଯୋଦ୍ଧା ସୈନିକ।

ତୋତେମୋର କୋଟିକୋଟି ସଲାମ।

👏👏👏👏👏👏👏👏


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational