ଯୋଦ୍ଧା କେବେ ହାରେନା
ଯୋଦ୍ଧା କେବେ ହାରେନା


ବହୁଦର୍ଶୀ ଯୋଦ୍ଧା
ଜାଗ୍ରତ ହୁଅ
ଉଜାଗର ରୁହ
ନିପୁଣତା ଦେଖାଇ
ମାନବ ଜାତିକୁ ପ୍ରଵୃଦ୍ଧ ଦିଅ |
ସଂଗ୍ରାମ କର ___
ବଂଚିବା ପାଇଁ ---ବଞ୍ଚାଇବା ପାଇଁ
ମାନବ ଜାତି ପାଇଁ
ଲଢେ଼ଇ କର___
ଜୀବାଣୁ---ଭୁତାଣୁ ସଂଗେ
ମାନବ ଜାତି--
ସୁରକ୍ଷିତ ରଖିବା ପାଇଁ
ମାନବ ଜୀବନ ରକ୍ଷାକର୍ତ୍ତାଗଣ
ନିଦ୍ରାଭଙ୍ଗ କର !
ନିଦ୍ରାଭଞ୍ଜନ କରି
ରୋଗୀ କୁ ପ୍ରତିରୋଧକ ଦେଇ
ତାକୁ ନିରୋଗ କର |
ପରୀକ୍ଷା-- ନିରୀକ୍ଷା କର,
ଶ୍ୱାସ ରୁଦ୍ଧ ତାର |
ସମୟ ଆସିଛି
ଶଙ୍ଖ ଧ୍ୱନିରେ---
ଶୁଭ ସଂକେତ ଦିଅ |
ସୁସ୍ଥ ମନ ନେଇ
ସୁସ୍ଥ ସ୍ୱାସ୍ଥ୍ୟର ଶରୀରଗଢ଼ |
ମନ ପ୍ରାଣ ଦେଇ
ମାନବ ସେବାରେ
ନିୟୋଜିତ କର |
ଭରସା ରଖ ___
>
ସୃଷ୍ଟି କର୍ତ୍ତା ---ଶକ୍ତିଦାତା ଙ୍କ ଉପରେ|
'ନିର୍ଭର' କର ---
ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ |
ଉଜାଗର ରୁହ---
ନିଜ ପାଇଁ--ଅନ୍ୟ ପାଇଁ
ଦେଶ ପାଇଁ --ବିଶ୍ୱ ପାଇଁ
ମାନବ କଲ୍ୟାଣ ପାଇଁ
ତୁମ ପାରଦର୍ଶିତାକୁ
ମାନବ ସମାଜ ସାମ୍ନାକୁ ଆଣ |
ମୃତ୍ୟଞ୍ଜୟ !
କୋଟି କୋଟି 'ମାନବ'ଙ୍କୁ
'ମୃତସଂଜୀବନୀ' ଦେଇ
ମୃତ୍ୟୁଠାରୁ ଦୁରେଇ ଆଣ
'କରୋନା'ଋଣ କ୍ଷେତ୍ରରେ
ନିଜକୁ ଉତ୍ସର୍ଗ କର
ଅହରହ ଯୁଦ୍ଧର ଡାକରା ଦେଇ
ସ୍ୱର ଉତୋଳନ କର |
ହେ ମାନବଧାରୀ
ମୃତ୍ୟୁଞ୍ଜୟ---
ମୃତ୍ୟୁକୁ ଜୟ କର
ମା ବଗଦେବୀ ଙ୍କ
ପ୍ରେରଣାରେ ___
ମାନବ ସମାଜ ର 'ସଖା'
ପାଲଟି ଯାଅ
ବିଶ୍ୱବାସୀ
ତୁମମାନଙ୍କର ଜୟ--ଜୟ
ସ୍ଲୋଗାନରେ ବିଶ୍ଵକୁ କମ୍ପନ କରୁ |