ଯୋଡାକୁ ନୁହେଁ ଘୋଡା ସରି
ଯୋଡାକୁ ନୁହେଁ ଘୋଡା ସରି
ସରୁ କାଉଁରିଆ କାଠି ଯେ
ଭାଙ୍ଗିଯାଏ ଅତି ସହଜେ
ସେହି ସରୁ କାଠି ଅନେକ
ମିଶାଇ ବିଡା କରି ଦେଖ
ସେହି ବିଡା ଭାଙ୍ଗି ଦେଖିବ
ସର୍ବେ ଅସମର୍ଥ ହୋଇବ ।
ମଇଁଷି ଶିିଙ୍ଗ ଅଟେ ଫଟା
ସହଜ ତା'କୁ ଭାଙ୍ଗିବାଟା
ମଇଁଷି ଯେବେ ଥାଏ ଏକା
ବାଘ ମାରଇ ତାକୁ ଏକା
ସେହି ମଇଁଷି ଥିଲେ ପଲେ
ପାଶକୁ ଆସେନି ସେ ଭଲେ
ମଇଁଷି ଶିଙ୍ଗ ସିନା ଫଟା
ଯୁଝିଲା ବେଳକୁ ସେ ଗୋଟା ।
ଯୋଡାକୁ ନୁହେଁ ଘୋଡା ସରି
ମିଳି ଯିବାରେ କାମ କରି
କାନ୍ଧକୁ କାନ୍ଧରେ ମିଶାଇ
ହାତକ
ୁ ହାତରେ ମିଳାଇ
ଗଢିବା ମାନବ ଶୃଙ୍ଖଳ
ହଟିବ ବିପଦ ସକଳ
ଯୋଡାକୁ ନୁହେଁ ଘୋଡା ସରି
ଦେଖିଲେ ଡରିବ ବଇରୀ ।
ଏକତା ଅଟେ ମହା ବଳ
ଶତ୍ରୁ ଆସନ ଟଳମଳ
ଶତ୍ରୁର ଦମନ ସମ୍ଭବ
ରହିଲେ ଐକତ୍ବର ଭାବ
ଧରାରେ ଏକତା ରହିଲେ
ସକଳେ ସୁଖେ ଥିବେ ଭଲେ
ସରବେ ଆସ ହେବା ମେଳ
ହଟିବ ଦୁର୍ଗତି ସକଳ ।