STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଯୋଡାଏ ଆଖି

ଯୋଡାଏ ଆଖି

1 min
174

ଦେଖି ଆସିଛି ସେ ଅତୀତ ପୃଷ୍ଠାକୁ

   ଆଜି ବସିଛି ମଉନେ

ଭବିଷ୍ୟତ ପୃଷ୍ଠା କଣ ଲେଖିବ

  ତାକୁ ସେ ଦେଖେ ନୟନେ।।।।।

ଦିବ୍ୟ ସୁନ୍ଦର ସେ ଚକା ଆଖି ଦୁଇ

ଦେଖୁଚି ବିଶ୍ଵ ବ୍ରହ୍ମାଣ୍ଡ

ଦୁବ ଠାରୁ ଦାରୁ ଚଳିବା ପାଇଁକି

  ଲୋଡନ୍ତି ତାର ନିର୍ଦ୍ଦେଶ।।।।

ସେ ଦୁଇ ଆଖିର ବିନା ନିର୍ଦ୍ଦେଶରେ

  ଗଛରୁ ନ ଝଡେ ପତ୍ର

ସର୍ବ ଜଣା ସିଏ ଅନ୍ତର୍ଯ୍ୟାମୀ ନାଥ

  ପରମବ୍ରହ୍ମ ଜଗନ୍ନାଥ।।।।

ଦେଖିବାକୁ ସିନା ସୀମିତ ପରିଧି

  ନାହିଁ କିନ୍ତୁ ଆଦିଅନ୍ତ

ସେ ପରିଧି ତଳେ ଖେଳୁଛି ବ୍ରହ୍ମାଣ୍ଡ

   ତା ଆଗରେ ସବୁ ତୁଚ୍ଛ।।।।

ସେ ଦୁଇ ଆଖିରେ ମୋ ଆଖି ମିଶାଇ

  ଯାଆନ୍ତା କି ଛାଡ଼ି ପ୍ରାଣ

ତୁଣ୍ଡେ ଧରୁ ଥାନ୍ତି ଜୟ ଜଗନ୍ନାଥ

  ଜୀବନ ହୁଅନ୍ତା ଧନ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational