STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
125

ଯମ ଯନ୍ତ୍ରଣା ଠାରୁ ଏ ଯନ୍ତ୍ରଣା

 କାହିଁକି ଯେ ଅଟେ ବେଶୀ

ପ୍ରତ୍ୟେକଟି ଯନ୍ତ୍ରଣା କାହିଁକି କେ ଜାଣି

   ତୁମକୁ ମନେ ପକାଉଛି

ତୁମରି ଭାବନା ତୁମରି ମହକ

   ମୋ ମନରେ ଭରିଛି

ଆଖିରେ ରହିଛି ଅସୁମାରୀ ଲୁହ

  ମନରେ କେତେ ଭାବନା

କେଜାଣି କାହିଁକି ମୋ ମନ କଥା

  ତୁମେ କେବେ ଯେ ବୁଝେନା

ତୁମରି ବାଟକୁ ଚାହିଁ ଚାହିଁ ସାଥୀ

   ଦିନ, ମାସ, ଗଲା ପୁରୀ

ମାସପୁରୀ ଏଠି ବରଷେ ବିତିଲା

  ଆସିଲନି ତୁମେ ଫେରି

କାହିଁକି କେଜାଣି ଏହିପରି

   ସାଥୀ ବାର ବାର ହୋଇଥାଏ

ମୋ ମନରେ ସଦା ଗୋଟିଏ

   ବିଶ୍ୱାସ ଅହରହ କହୁଥାଏ

ମୁଁ ତୁମକୁ ଭଲ ପାଏ

  ମୁଁ ତୁମକୁ ଭଲ ପାଏ 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance