ଯନ୍ତ୍ରଣା
ଯନ୍ତ୍ରଣା
ଜୀବନକୁ ଏଠି ଜୀଇଁବାକୁ ହୁଏ
ଦୁଃଖ ତକ ପିଇ ପିଇ
ସଂଘର୍ଷର ଚାବିକାଠିକୁ
ପଣତ କାନିରେ ଗଣ୍ଠୈ
ଶୀତ ସକାଳର ଅତୀତ
ଆଜି ବି ବରଫାବୃତ
କୁହୁଡିର ବାମ୍ଫରେ
ଦିଶେ ଏଠି ଭୂତ ।
ଇଚ୍ଛା ସଵୁ ଆପଣାଛାଏଁ
ପାଲଟି ଯାଏ ମଶାଣି
ଶବ୍ଦର ହେକୁଟି ଖୋଜେ
ମରୁଭୂମିରେ ପାଣି ।
ତତଲା ବାଲି ଉପରେ
ବୁକୁ ଫଟେଇଲେ ,
ଖୋଲିବ କି ରାଜାର କବାଟ ।
