ଯନ୍ତ୍ର ମାନବ
ଯନ୍ତ୍ର ମାନବ


ବିଜ୍ଞାନର ଅବଦାନେ ମୁଗ୍ଧ ମାନବ
ଉଲ୍ଲାସେ କରେ ବିଜ୍ଞାନର ଜୟ ଗାନ
ବିଜ୍ଞାନ ବଳେ ଗଗନେ ଉଡୁଛି ମାନବ
ଇନ୍ଦୁ ଛୁଇଁ ପୂର୍ଣ୍ଣ କରୁଛି ସପନ
ମହାମାରୀ ଧରା ବକ୍ଷେ ରଚଇ ତାଣ୍ଡବ
ଏ ସଙ୍କଟେ ସାହା କୃତ୍ରିମ ମାନବ
ଅସାଧ୍ୟ ସାଧଇ ଆଜି ଯନ୍ତ୍ର ମାନବ
ଭୃତ୍ୟ ସାଜେ କେବେ ଅବା ସାଜଇ ମୁନିବ
ଶତେକ ମାନବ ଯାହା କରି ନ ପାରଇ
କୃତ୍ରିମ ମାନବ ତାହା କ୍ଷଣିକେ କରଇ
ସଂକ୍ରମଣର ଭୟ ତାହାକୁ ନ ଥାଇ
ମାନବ ଜାଗାରେ ତାକୁ ଦିଅ ଥୋଇ
ନିୟନ୍ତ୍ରଣେ ରହି ସକଳ କାର୍ଯ୍ୟକୁ ସାଧିବ
ଜଟିଳ କାର୍ଯ୍ୟ ସେ ତ ସରଳ କରିବ
ଧିରେଧିରେ ସଂକ୍ରମଣ ଭୟ ଦୂର ହେବ
ମହାମାରୀ ନିଶ୍ଚେ ଦିନେ ଏ ଧରା ତେଜିବ ।